ଅନୁବାଦ ସାହିତ୍ୟ

ଜନ୍ ଏଫ୍. କେନେଡିଙ୍କ ମହାନତାର ସତ୍ୟତା

Er Bidyadhar Panda's Bishakta Baamapantha - John F Kennedynka Mahaanataara Satyataa

ସେମାନେ ଜଙ୍ଗଲି କୁକୁରଙ୍କ ପରି ଚାରିପଟୁ ଘେରିଯାଇ ଶିକାର କରନ୍ତି । ନିଜ ଶିକାରକୁ ଖିନ୍‌ଭିନ୍ କରି ଖଣ୍ଡିଆଖାବରା କରି ଖାଆନ୍ତି, ତାର ହାଡଟିକେ ବି ଛାଡନ୍ତିନି । ତାର ନାଁ ଚିହ୍ନବର୍ଣ୍ଣ ଲିଭେଇ ଦିଅନ୍ତି ।

ଜନ୍ ଏଫ୍. କେନେଡିଙ୍କ ମହାନତାର ସତ୍ୟତା

ଆମେରିକାର ବାମପନ୍ଥୀ ବିଷୟର ଚର୍ଚ୍ଚା ଜଣଙ୍କର ନାଁ ନନେଇ ସମ୍ଭବ ହୋଇପାରେନା- ସିଏ ହେଲେ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି, ଯିଏକି ଜୈକ କେନେଡି ବା ଜେଏଫ୍‌କେ କେନେଡି ନାମରେ ମଧ୍ୟ ସୁପରିଚିତ ।

କେନେଡିଙ୍କର ସମୟକୁ ଆମେରିକା ଇତିହାସରେ ସାମାଜିକ ଏବଂ ରାଜନୈତିକ ସଂକ୍ରମଣ କାଳ ହିସାବରେ ଗଣନା କରାଯାଏ । ଏହି ସମୟରେ ଯେତେବେଳେ ମୈକାର୍ଥୀଙ୍କର ପତନ ହୋଇସାରିଥିଲା ଏବଂ ଆମେରିକା ସମାଜରେ ରେଡିକାଲ୍ ମାନେ ବାମପନ୍ଥୀ ବୋଲି ପରିଚିତ ହେବା ଏତେ ବିପଦସଂକୁଳ ମନେ କରୁ ନଥିଲେ, ସମାଜ ସିଭିଲ୍ ମୁମେଂଟ୍ , ନାରୀବାଦ ଏବଂ ସାସ୍କୃତିକ ମାକ୍ସିଜିମ୍‌ର ଅନେକ ପ୍ରୟୋଗଶାଳା ଦେଇ ଗତି କରୁଥିଲା, ସାମାନ୍ୟଭାବରେ ପରମ୍ପରାବାଦୀ ଆମେରିକୀ ରାଜନୀତିରୁ ଏହି ପରିବର୍ତ୍ତନର ଲାଭ ଉଠାଇବା ସ୍ୱଭାବିକ ଥିଲା ।

ଏମିତି ଏକ ସମୟରେ ଆମେରିକା ରାଜନୀତିରେ କେନେଡିଙ୍କର ଉଦୟ ଏକ ଧୂମକେତୁ ପରି ଅଚାନକ ହେଲା । ସୁନ୍ଦର ଚେହେରା, ବଢିଆ ଭାଷଣ ଏବଂ ଅତି ସୁନ୍ଦର ପତ୍ନୀଙ୍କ ଚମକ ସହିତ କେନେଡି ରାଜନୀତିର ରକ୍‌ଷ୍ଟାର୍ ହୋଇକି ବାହାରିଲେ ।

ରାଜନୀତିରେ କେନେଡିଙ୍କର ପ୍ରବେଶ ବଲିୟୁଡ୍‌ରେ କପୁର ଖାନ୍‌ଦାନ୍‌ର କୌଣସି ନୂଆ ନାୟକ ନାୟିକା ପରି ବହୁତ ଧୁମ୍‌ଧାମ୍‌ରେ ହେଲା । ତାଙ୍କର ପିତା ଜୋସେଫ୍ କେନେଡି ଯିଏକି କେନେଡି ସିନିୟର୍ ଏକ ସମୟରେ ରାଷ୍ଟ୍ରପତି ପଦର ପ୍ରବଳ ଦାବେଦାର ପରି ମନେ ହେଉଥିଲେ କିନ୍ତୁ ରୂଜ୍‌ଭେଲ୍ଟଙ୍କର ଅସାଧାରଣ ଲମ୍ବା ରାଜନୈତିକ କାର୍ଯ୍ୟକାଳ ହେତୁ ଜୋ-ସିନିୟରଙ୍କ ଦକ୍ଷତା ଏମିତି ଦବିକରି ରହିଗଲା ଯେମିତି ଧୋନି ସମୟର କେତେକ କ୍ଷେତ୍ରରକ୍ଷକ ମାନଙ୍କ ଭାଗ୍ୟରେ ଦେଖାଗଲା ।

ଏହା ସହିତ ସେ ବହୁତ ବଡଭୁଲ କରିଦେଲେ, ବ୍ରିଟେନ୍‌ରେ ଆମେରିକାର ରାଜଦୂତ ପଦରେ ଅବସ୍ଥିତ ଥିବା ସମୟରେ ସେ ଏକଦା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅପ୍ରତ୍ୟେକ୍ଷ ରୂପରେ ହିଟ୍‌ଲର୍‌ଙ୍କର ସାଙ୍ଗରେ ଯିବାକୁ ଓକିଲାତି କରିଦେଇଥିଲେ । ଏକଥା ତାଙ୍କୁ ବହୁତ ମହଙ୍ଗା ପଡିଲା ଏବଂ ଏହି ଗୋଟିଏ ନିଷ୍ପତି ତାଙ୍କର ସମ୍ପୂର୍ଣ୍ଣ ରାଜନୈତିକ ଜୀବନକୁ ଶେଷ କରିଦେଲା ।

କିନ୍ତୁ ତାର କ୍ଷତିପୁରଣ ଭରିବାକୁ ଯାଇ ସେ ନିଜ ପୁଅ ଜୋ କେନେଡି ଜୁନିୟର୍ ଏବଂ ଜୈକ୍ ଦୁଇଜଣଙ୍କୁ ପ୍ରତିରକ୍ଷା ବିଭାଗକୁ ପଠେଇଦେଲେ । ତାଙ୍କର ବଡପୁଅ ଜୋ-ଜୁନିୟର୍ ବାପାଙ୍କର ରାଜନୈତିକ ଉତ୍ତରାଧିକାରୀ ହିସାବରେ ଗଣା ଯାଉଥିଲେ । କିନ୍ତୁ ସେ ଦୁର୍ଭାଗ୍ୟବଶତଃ ଏକ ବାୟୁସେନା ମିଶନରେ ପ୍ରାଣ ହରାଇଲେ । ତାପରେ ସେ ତାଙ୍କ ସାନପୁଅ ଜୈକ୍କୁ ରାଜନୀତିରେ ପ୍ରବେଶ କରାଇଲେ । ସେତେବେଳ ପର୍ଯ୍ୟନ୍ତ ଜୈକ୍ ବିଲ୍କୁଲ୍ ପପୁ ଥିଲେ । ସେ ଚାରିପଦ କହି ବି ପାରୁନଥିଲେ । ତାଙ୍କର ବହୁତ ଶିକ୍ଷା, ଟ୍ରେନିଂ, ବ୍ରାଣ୍ଡିଂ ଓ ମାର୍କେଟିଂ ଆଦି ବହୁତ କରାଗଲା । ପପୁର ପାପା ତା ପିଛା ଏତେ ପଇସା ପାଣି ଭଳି ବୁହାଇଥିଲେ ଯେ ଥରେ କହୁଥିଲେ ଏତେ ପଇସାରେ ତ ସିଏ ତାଙ୍କ ଗାଡିଚାଳକକୁ ମଧ୍ୟ ସିନେଟର୍ କରେଇ ପାରିଥାନ୍ତେ ।

୧୯୫୦-୬୦ର ରାଷ୍ଟ୍ରପତି ନିର୍ବାଚନ ଏକ ପୂର୍ବପ୍ରସ୍ତୁତି ପରି ଚାଲିଲା । ଫ୍ରେଂକ୍ ସିନ୍ନାଟା ପରି ପପ୍‌ଷ୍ଟାର୍ କେନେଡିଙ୍କ ପାଇଁ ପ୍ରଚାର କଲେ, ଗୀତ ଗାଇଲେ ଏବଂ ସାଥିରେ ତାଙ୍କର ସୁନ୍ଦରୀ ସ୍ତ୍ରୀ ଜୈକଲିନ୍ କେନେଡି ଭାରି ଭିଡ ଜମେଇଲେ । ନୂଆନୂଆ ଆସିଥିବା ଟେଲିଭିଜନ୍ ବିତର୍କ ଗୁଡିକ ସେହି ବର୍ଷର ରାଷ୍ଟ୍ରପତି ନିର୍ବାଚନଟିକୁ ରିୟଲିଟି ସୋରେ ରୂପାନ୍ତରିତ କରିଦେଲା ଯାହାଫଳରେ କେନେଡିଙ୍କର ଏହି ଗ୍ଲାମର୍ ଠାଣିମାଣି ତାଙ୍କର ପ୍ରତିନ୍ଦ୍ୱନ୍ଦି ସାଧାସିଧା ସରଳ ନିକ୍ସନଙ୍କୁ ସେ ବହୁତ କମ୍‌ଭୋଟ୍ ଅନ୍ତରରେ ପରାଜିତ କରିଦେଲେ ।

କେନେଡି ମିଡିଆ ଏବଂ ହଲିୟୁଡ୍ ଲିବରାଲ୍ ଲୋକମାନଙ୍କ ପାଇଁ ଦୁହ୍ଲାପରି ଥିଲେ । କିନ୍ତୁ ଏହା ସତ ଯେ ଏକ ଗ୍ଲାମର୍ ପୁଅ ପପୁ ରାଷ୍ଟ୍ରପତି ଚଉକିରେ ବସିବାପରେ ଆମେରିକି ରାଜନୀତିର ବି ପପୁଭଳି ବ୍ୟବହାର ପାଇଲେ । ସେ ପୁରା ଆମେରିକା ପ୍ରଶାସନକୁ ନିଜର ଅଭିଜ୍ଞତାହୀନ ତାମସାରେ ଭର୍ତ୍ତି କରିଦେଲେ ଯାହାଙ୍କୁ ଶାସନ କରିବାର କୌଣସି କଳାକୌଶଳ ବି ଜଣା ନଥିଲା । ଯଦି ଅସମୟରେ ତାଙ୍କର ହତ୍ୟା ହୋଇନଥାନ୍ତା ତେବେ ପରେ ସେ ଏକ ବହୁତ ବଡ ଉପହାସର ପାତ୍ରରୂପେ ପରିଚିତ ହୋଇଥାନ୍ତେ ।

ଶୀତଳ ଯୁଦ୍ଧର ନିଷ୍ଠୁର ବାଣିଜି୍ୟକ ମହଲରେ ରୂଷ ରାଷ୍ଟ୍ରପତି ଖୃଶ୍ସୈଭଙ୍କ ଆଗରେ କେନେଡି ବିଲ୍କୁଲ୍ ବୁଦ୍ଧୁ ପ୍ରମାଣିତ ହେଲେ । ଭିଏନା ସମିଟରେ ଖୃଶ୍ସୈଭ ତାଙ୍କୁ ମାନସିକ ରୂପରେ ବଳାତ୍କାର କରିଦେଲେ । ତାପରେ ସେ କ୍ୟୁବାର ରାଷ୍ଟ୍ରପତି ଫିଦେଲ୍ କାସ୍ତ୍ରୋକୁ ହଟାଇବା ନାଁରେ କ୍ୟୁବା ବିଦୋ୍ରହୀଙ୍କର ପୁରା ଫୌଜ ୱେ ଅଫ୍ ପିଗ୍ସକୁ ଏକ ମୁର୍ଖତାପୂର୍ଣ୍ଣ ମିଶନରେ ପଠେଇଦେଲେ ଯେଉଁଥିରେ ଆମେରିକାର ବଡ ଆଲୋଚନା ହେଲା । କେନେଡିର ଭିଏତ୍‌ନାମ୍ ଯୁଦ୍ଧ ବି ଏକ ଭୟଙ୍କର ଭୁଲ୍ ବୋଲି ପରେ ପ୍ରମାଣ ହେଲା ।

୧୯୬୨ରେ ବହୁତ ଆକ୍ରାମକ ରୂଷ କ୍ୟୁବାରେ ଆମେରିକାର ଆଖିଆଗରେ ନିଜର ମିସାଇଲ୍ ତୈନାତ୍ କରିଦେଲା । ସେତେବେଳେ ସତକୁସତ ରୂଷ ଆମେରିକା ଭିତରେ ଶୀତଳଯୁଦ୍ଧର ପରିଣାମ ସ୍ୱରୂପ ପରମାଣୁ ଯୁଦ୍ଧ ହେବାକୁ ଯାଉଥିଲା । କ୍ୟୁବା ମିସାଇଲ୍ ସଙ୍କଟକାଳରେ କେନେଡି ବହୁତ ବଡବଡ ଭାଷଣବାଜି କଲେ, କିନ୍ତୁ ପ୍ରକୃତରେ ସିଏ ବହୁତ ଛାନିଆ ହୋଇଯାଇଥିଲେ । ପରଦା ପଛରେ ରୂଷ ସହିତ କିଛି ଗୁପ୍ତ ବୁଝାମଣା କରି ମାମଲାକୁ ରଫାଦଫା କରିବାକୁ ବହୁ କଷ୍ଟରେ ସମର୍ଥ ହେଲେ । ଖୃଶ୍ସୈଭଙ୍କ ପାଇଁ ବି କେନେଡିର ସାଙ୍ଗରେ ରହିବା ଅନିବାର୍ଯ୍ୟ ଥିଲା, କାରଣ ଏଥିରେ ଲାଭଥିଲା ଯେ କେନେଡି ପରି ଅନୁଭବହୀନ ଏବଂ ଡ୍ରାମେବାଜ୍ ଆମେରିକା ରାଷ୍ଟ୍ରପତିର ଅନ୍ୟ ବିକଳ୍ପ ଜଣେ ଆଉ କିଏ ତାଙ୍କୁ ମିଳିଥାନ୍ତା ?

୧୯୬୪ରେ ତାଙ୍କର ହତ୍ୟା ହୋଇଗଲା । ତାଙ୍କ ହତ୍ୟାର ତଦନ୍ତରେ ବହୁତ ଗୁଡିଏ କାରଣ ଲୋକଲୋଚନକୁ ଆସିଲା । ସେଥିରୁ ଅଧିକାଂଶ ମାନନ୍ତି ଯେ ତାଙ୍କର ଦୁର୍ବଳ ବିଦେଶ ନୀତି ଯୋଗୁଁ ସିଆଇଏ ତାଙ୍କର ହତ୍ୟା କରିଥାଇପାରେ ।

କେନେଡି ନିଜର ଜୀବନ କାଳ ଭିତରେ କମ୍ୟୁନିଷ୍ଟ ବିରୁଦ୍ଧରେ ବହୁତ ବଡବଡ କଥା କହିବା ପାଇଁ ପରିଚିତ ହୋଇଥିଲେ । କିନ୍ତୁ ଏହା ସତ ଯେ ତାଙ୍କର ଶାସନକାଳ ଭିତରେ ଆମେରିକାରେ ବାମପନ୍ଥୀ ଲୋକମାନେ ବହୁତ ଉନ୍ନତି କରିଛନ୍ତି । ସେ ନିଜର ସହଯୋଗୀଙ୍କ ଠାରୁ ଢେରଅଧିକ ଗୁଣରେ ଖୃଶ୍ସୈଭଙ୍କ ପଛଦ୍ୱାର ଦଲାଲ୍ ଡିପ୍ଲୋମାସି ଉପରେ ଭରସା କରୁଥିଲେ । ଖୃଶ୍ସୈଭଙ୍କ ସହ କଥା କଟାକଟି କେନେଡିଙ୍କର ଭାବମୂର୍ତ୍ତି ବଢେଇବାରେ ଏକ ପ୍ରାୟୋଜିତ ମିଥ୍ୟା ପ୍ରତିଯୋଗିତା ମାତ୍ର ଥିଲା । ଗୋଟେପଟରେ ସେ ବାମପନ୍ଥୀଙ୍କ ବିରୁଦ୍ଧରେ ବହୁତ କହିବେ ଏବଂ ଅନ୍ୟ ପଟରେ ସେମାନଙ୍କ ନୀତିରେ କାର୍ଯ୍ୟନୁଷ୍ଠାନ ମାନ ଗ୍ରହଣ ପୂର୍ବକ ସେମାନଙ୍କର ସହଯୋଗ କରିବେ । କେନେଡି ଏକ ନକଲି ବାମପନ୍ଥୀ ଥିଲେ ଯାହାକୁ ଏବେ ଲୋକମାନେ ଠିକ୍‌ରେ ବୁଝିବାକୁ ବିଶେଷ କିଛି ଅସୁବିଧା ନାହିଁ ।

କିନ୍ତୁ ତାଙ୍କୁ ଏହାର ପ୍ରତିଦାନ ବି ଦେବାକୁ ହେଲା, ଏତେ ଖରାପ ଶାସନକାଳ ଥାଇ ମଧ୍ୟ କେନେଡି ଏକ ମହାନ ରାଷ୍ଟ୍ରପତି ହିସାବରେ ଗଣାହେଲେ । ତାଙ୍କର ବ୍ୟକ୍ତିଗତ ଜୀବନ ବି ବହୁତ ରଙ୍ଗୀନ୍ ଥିଲା । ତାଙ୍କର ଡର୍ଜନେ ପ୍ରେମିକା ବାନ୍ଧବି ଥିଲେ । ସେ ଯେ କୌଣସି ସୁନ୍ଦର ସ୍ତ୍ରୀଲୋକକୁ ଦେଖିବା ମାତ୍ରେ ତାଙ୍କ ପକ୍ଷରେ ନିଜକୁ ରୋକିବା ସମ୍ଭବ ହେଉନଥିଲା । ତାଙ୍କର ହ୍ୱାଇଟ୍ ହାଉସ୍‌ରେ ପୋଚ୍ଛାମାରୁଥିବା କାମବାଲିକୁ ବି ସେ ଛାଡିନାହାନ୍ତି । ଏକଥା ଆମେରିକାରେ ସମସ୍ତେ ଜାଣନ୍ତି । କିନ୍ତୁ ସେ ବଞ୍ଚିଥିବା ସମୟରେ ତାଙ୍କର ଏପରି କିଛି ଦୁର୍ନାମ କେବେ କୌଣସି ଖବରକାଗଜରେ ଆଦୌ ଛପାହୋଇନାହିଁ । ତାଙ୍କପରି କେହି ଅନ୍ୟଜଣେ ଆସିଲେନି, ତେଣୁ ସେ ଅଦ୍ୱିତୀୟ ହୋଇ ରହିଗଲେ । ତାଙ୍କର ଜୀବିତାବସ୍ଥାରେ ତାଙ୍କ ଛବିକୁ ଗଣମାଧ୍ୟମ ନିର୍ମଳ କରି ରଖିଥିଲା, ତେଣୁ ମଲାପରେ ସେ ମହାନ ଲିବରାଲ୍ ଆମେରିକାର ମସିହା ଭାବରେ ପରିଚିତ ହୋଇଗଲେ ।
ସେ ଆମେରିକାରେ କୃଷ୍ଣକାୟ ଲୋକଙ୍କ ପ୍ରତି ସହାନୁଭୂତି ରଖୁଥିଲେ । ଜାତିଭେଦ ଉପରେ ଭଲଭଲ ବିଚାର କରୁୁଥିଲେ । କିନ୍ତୁ ଜାତିଭେଦ ହଟାଇବା ଦିଗରେ ସେମିତି ଆଖିଦୃଷ୍ଟିଆ କାମ କି ଚେଷ୍ଟା କିଛି ସିଏ କେବେ କରିନାହାନ୍ତି । କିଛି ବି ସେମିତି ନିୟମ ତିଆରି କଲେନି ଯାହା କି ବାମପନ୍ଥୀଙ୍କର ଏକ ପ୍ରକାର କାର୍ଯ୍ୟଶୈଳୀ ଭିତରୁ ଗୋଟିଏ । ସେମାନେ ଅନ୍ୟାୟ ଖୋଜିବେ, ତାକୁ ନେଇ ଲୋକଙ୍କ ଭାବନାକୁ ବଢେଇବେ, କିନ୍ତୁ ସେ ଅନ୍ୟାୟର ଶେଷହେଉ ଏହା କେବେ ବି ଅନ୍ତରରେ ଚାହିଁବେନି । ଯେତେ ପର୍ଯ୍ୟନ୍ତ ସେ ଅନ୍ୟାୟ ରହିଥିବ, ସେତେ ପର୍ଯ୍ୟନ୍ତ ସେଥିପାଇଁ ଅନେକ ସଂଘର୍ଷର ଖେଳ ଚାଲୁରଖିବା, ସେଥିରେ ବାମପନ୍ଥୀଙ୍କର ଦୋକାନ ଚଲେଇବା, କେନେଡିଙ୍କର ଆମେରିକାରେ ସିଭିଲ୍ ଅଧିକାର ଆନ୍ଦୋଳନ ପ୍ରତି ମନୋଭାବ ହିଁ ଏହାର ସବୁଠାରୁ ବଢିଆ ଉଦାହରଣ ।

ନିଜର ଶତ୍ରୁକୁ କେହି ବି ପସନ୍ଦ କରନ୍ତିନି । ତାକୁ ସମସ୍ତେ ନିଜରାସ୍ତାରୁ ହଟେଇବାକୁ ଚାହାଁନ୍ତି । ଆମେରିକୀ ଗୁଇଁନ୍ଦା ସଂସ୍ଥା ଏବଂ ପ୍ରତିରକ୍ଷା ବିଭାଗ କେନେଡିଙ୍କୁ ଆମେରିକା ପ୍ରତି ବିପଦ ବୋଲି ଭାବିବାକୁ ଲାଗିଲେ । ତେଣୁ ତାଙ୍କୁ ରାସ୍ତାରୁ ହଟେଇଦେଲେ । ତାଙ୍କର ହତ୍ୟା ହୋଇଗଲା । କିନ୍ତୁ କେନେଡି ଇତିହାସ ପୃଷ୍ଟାରେ ଅମର ହୋଇ ସବୁଦିନ ପାଇଁ ରହିଗଲେ । ସାରା ପପୁଗିରି ପରେ ବି ସେ ମହାନ ନେତାରେ ଗଣାହେଲେ । ସିଏ ଗଣମାଧ୍ୟମ ଏବଂ ଲିବରାଲ୍ ଗୋଷ୍ଠି ଲୋକମାନଙ୍କ ପାଇଁ ଆଖିର ତାରା ଭଳୀ ଥିଲେ । କେନେଡି ଏବେ ବି ମରିନାହାନ୍ତି ।

କିନ୍ତୁ ବାମପନ୍ଥୀଲୋକ ନିଜଶତ୍ରୁଙ୍କୁ ନିଜ ରାସ୍ତାରୁ ହଟେଇବା ପ୍ରଣାଳି ବହୁତ ବଢିଆ, ସେମାନେ ଗୁଳି ମାରନ୍ତିନି । ସେମାନେ ଜଙ୍ଗଲି କୁକୁରଙ୍କ ପରି ଚାରିପଟୁ ଘେରିଯାଇ ଶିକାର କରନ୍ତି । ନିଜ ଶିକାରକୁ ଖିନ୍‌ଭିନ୍ କରି ଖଣ୍ଡିଆଖାବରା କରି ଖାଆନ୍ତି, ତାର ହାଡଟିକେ ବି ଛାଡନ୍ତିନି । ତାର ନାଁ ଚିହ୍ନବର୍ଣ୍ଣ ଲିଭେଇ ଦିଅନ୍ତି । ବାମପନ୍ଥୀଲୋକମାନେ ଏପରି ଘେରି ମୈକାର୍ଥୀଙ୍କୁ ଶିକାର କରିଥିଲେ ଏବଂ ଆଜି ସେହିପରି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ବି ପଡିଛନ୍ତି । ତାଙ୍କୁ ବନ୍ଧୁକର ଅଭାବ ନାହିଁ, ହେଲେ ରାଜନୈତିକ ହତ୍ୟା କରିବା ପାଇଁ ସେମାନଙ୍କୁ ବନ୍ଧୁକ ଉଠାଇବା ଦରକାର ପଡେନି । ତାଙ୍କର ମାରଣାସ୍ତ୍ର ବେଶୀ ପିଡାଦାୟକ, ତାଙ୍କର ଶିକାର ଜୀବନରେ ଥାଇ ମଧ୍ୟ ନିଜର ରାଜନୈତିକ ଏବଂ ସାମାଜିକ ଜୀବନରେ ବଞ୍ଚିନଥାଏ ଏବଂ ଇତିହାସରେ ବି ମରିଯାଏ ।

ଲୋକପ୍ରିୟ ଲେଖା

To Top