ସକଳ ଦୁଃଖକୁ କରି ଆପଣାର
ସୁଖର ପସରା କରେ ବିତରଣ
ଦିବାନିଶି କର୍ମ ମୂଳ ମନ୍ତ୍ର ଯା’ର
ଆଲସ୍ୟତା ଯାକୁ କରେ ନମସ୍କାର
ସେହି ପରା ଆମ ମାଆ…
ନବଚେତନର ରାହା …
ଯା’ ଅମୃତଦାନେ ଜଗାଏ ସ୍ପନ୍ଦନ ।
ସବୁଠିଁ ଉଚ୍ଚରେ ଯାର ବଳିଦାନ ।
ସବୁ ଶୁଭ ହେବା ପାଇଁ ସଦା ଭାଳେ ।
ଵିଭୂଚରଣରେ ଲୋତକ ଯେ ଢାଳେ ।
ସେହି ପରା ଆମ ମାଆ…
ନବଚେତନର ରାହା …
ସୁଧାଧାରା ସଂ ବାତ୍ସଲ୍ୟ ମମତା
ବୀଣାଜିଣା ଯାର ସମ୍ଭୋଧାନ ବାର୍ତ୍ତା
ଜ୍ଞାନର ପ୍ରଦୀପେ ଅଜ୍ଞାନତା ନାଶେ
ଆଦିଗୁରୁ ଭାବେ ସଂସାର ବିକାଶେ
ସେହି ପରା ଆମ ମାଆ…
ନବଚେତନର ରାହା …
ଯା ପଣତ ସ୍ପର୍ଶେ ସବୁ ଦୁଃଖ କ୍ଳେଶ
ଯା ନାମେ ଗଳିତ ଭୟ ଅବଶୋଷ ।
ଯା କର ପରଶେ ଅନ୍ତ ଯନ୍ତ୍ରଣାର ।
ଯା ଜାତକେ ନାହିଁ ପର ଆପଣାର ।
ସେହି ପରା ଆମ ମାଆ…
ନବଚେତନର ରାହା …
ଶ୍ରୀଚରଣ ଧୂଳି ମାଥେ ଥିଲେ ବୋଳି
ସୁଖର ପସରା ମିଳେ ଅସୁମାରୀ
ତ୍ୟାଗପୂତ ଯା’ର ଜୀବନ ଦର୍ଶନ
ସେ ଦର୍ଶନ ଜ୍ଞାନେ କରିବା ପୂଜନ
ସେହି ପରା ଆମ ମାଆ…
ନବଚେତନର ରାହା …