ମା ସରଗ ପୁରରେ ସବୁ ସତ ପରା
ଦୁଧ ଦହି ନଦୀ ପରୀ ଅପସରା ।। ।।
ନନ୍ଦନ କାନନ ପୁଷ୍ପ ପାରିଜାତ
ଛାଗ ସଙ୍ଗେ ବାଘ ବସେ ଏଠି ମିତ ।। ।।
ଜୀବନ ଆନନ୍ଦ ଅମୃତ ମୟ
ବରଷ ଲାଗଇ କ୍ଷଣ କତିପୟ ।। ।।
କନ୍ୟା ଦାନ ପୂଣ୍ୟ ଫଳେ
ସ୍ଵର୍ଗ ଲଭିଥିଲି ତା ବଳେ ।। ।।
କନ୍ୟା ଜନ୍ମ ଦେଇ, ପୂଣ୍ୟ କରି ତୁହି
କନ୍ୟା ରତ୍ନ ଠାରୁ ବଡ ରତ୍ନ ନାହିଁ ।। ।।
ମା ମୋତେ ଜନ୍ମ ଦେ ତୁ ଥରେ
ସ୍ଵର୍ଗ ପୁର କଥା କହିବି ମୁଁ ବାରେ ।। ।।