କିଛି ଟିକି ଟିକି ପ୍ରତିଭା ଓ ଆଶା ଥିଲା
ନିରାଶା ଭରଷାରେ ସଂଘର୍ଷ ଚାଲିଲା ।
କେତେ ପରିଶ୍ରମ ପରିତ୍ୟାଗ କରି
ଈଶ୍ୱର କୃପାରୁ ଲଭିଲ ଚାକିରୀ ।
ଅଦୃଶ୍ୟ ବଂଧୁ ବାନ୍ଧବ ତୁମରି
ଭାଳନ୍ତି ସତେ ତୁମ ସହଚରୀ ।
ଆସିଲା ଦରମା ନ ପୁରୁଣୁ ମାସ
ବଳିଲା ଲୋଭ ଭୂଲି ଅତୀତ ବାସ ।
ଜ୍ଞାନ ତୁମେ ବାଣ୍ଟ ଆଜି ଦେଇ ଉପଦେଶ
ଅତୀତ ଯାହା ଲାଗୁଥିଲା ତୁମକୁ ସେ ବିଷ ।
ପିତା ମାତା ତୁମ ହେଇଗଲେ ସାତପର
ତୁମ ଅହଙ୍କାର ହୋଇଲା ତତ୍ପର ।
ତୁମ ତଳ କର୍ମଚାରୀ ସ୍ଥିତି ଦେଖି
ନିୟମ କରୁଛ ତାଙ୍କ ପ୍ରତିଭାକୁ ଉପେକ୍ଷି ।
ଆସିବ ସେ ବେଳ ନଥିବ ଏ ବଳ
କରୁଥିବା କର୍ମ ତୁମ ଦେଖାଯିବ ଛଳ ଛଳ ।
ସରକାରୀ ଚାକିରୀ ତୁମ ବ୍ରହ୍ମାସ୍ତ୍ର
ଝିଅ ଦେବାକୁ ବାପ ହୁଏ ନିଶସ୍ତ୍ର ।
ନାରୀ ମାୟା କୋଇ ନେହିଁ ପାୟା
ସରକାରୀ ଚାକିରୀ ପଛରେ ସେ ବାୟା ।
କବିତା ଟି ଦେଖି ଯଦି ଛାତି ଯାଏ ଫାଟି
ଚରିତ୍ର ଅତୀତ ଭୁଲ ନାହିଁ ଏ ମାଟି ।
ସମାଜ ରେ କେତେ ସରକାରୀ ଚାକିରୀ
ଅଛନ୍ତି କର୍ମ ମୁଖେ ନ ହୋଇ ବେପାରୀ ।
ରଖ ତୁମ ମାନ ଆଉ ସନମାନ
ସମାଜ ଆଗରେ ନ ହୋଇ ଅପମାନ ।
ତୁମେ ଯେ ରାଷ୍ଟ୍ର ର ସେବକ
ଭ୍ରାନ୍ତ ନଦୀ ତୀରେ ନ ହୁଅ ନାବିକ ।