–ପୂର୍ବରୁ–

ସେହି ପର୍ଯ୍ୟାୟରେ ଛାତ୍ରମାନଙ୍କୁ ପୁନର୍ବାର ଦେଶକୁ ପଠାଯାଏ । କିମ୍ବା ଯଦି ସେମାନେ ପୂର୍ବରୁ ସେହି ଦେଶ ଯେଉଁଦେଶରେ ଦମନର ଯୋଜନା କରାଯାଇଅଛି, ସେହି ଦେଶରେ ଥିଲେ, ତେବେ ସେମାନେ ହଠାତ୍ ନିଦ୍ରା ତ୍ୟାଗକାରୀ କର୍ମଠ ହୋଇ ଉଠନ୍ତି । ଆଗରୁ ଶୋଇରହୁଥିବା ବ୍ୟକ୍ତିମାନେ ଉଚ୍ଚ ସ୍ଥାନକୁ ଉନ୍ନୀତ ହୁଅନ୍ତି ।
ଏକ ଭୟଙ୍କର ବାତ୍ୟା ତେଜୁଥିଲା । ସ୍ୱାଧୀନତା ସଂଗ୍ରାମରେ, ଉଗ୍ର କ୍ରାନ୍ତିକାରୀ ଦେଶପ୍ରେମୀ ବିପ୍ଳବୀମାନଙ୍କ ସହ ସାମ୍ରାଜ୍ୟ ପରିଷଦର ଧୂଷର ବର୍ଣ୍ଣ ସାହେବମାନେ ମଧ୍ୟ ମିଶିଗଲେ, ବ୍ରିଟିଶମାନଙ୍କ ପାଇଁ ମଧ୍ୟ ଏହା ଏକ ଖୁସି ଖବର ଥିଲା ।
ସେମାନେ ୧୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ ଶୋଇଥିଲେ । ବର୍ତ୍ତମାନ ସେମାନେ ଗୋଷ୍ଠୀର ନେତା ହୋଇଉଠିଲେ, ପ୍ରଚାରକ ହୋଇ ଉଠିଲେ, ଜନସାଧାରଣଙ୍କ ମଧ୍ୟରେ ନେତା ହୋଇଉଠିଲେ । ସେମାନେ ପ୍ରକୃତରେ ନିଜକୁ ରାଜନୈତିକ କାର୍ଯ୍ୟକଳାପଗୁଡିକର ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିଲେ ।
ଏମାନଙ୍କମଧ୍ୟରୁ ଅଗ୍ରଭାଗରେ ଥିଲେ ଆହ୍ଲାବାଦର ପ୍ରବଳ ଧନୀ ତଥା ପ୍ରଭାବଶାଳୀ ନେହେରୁ ପରିବାର ଏବଂ ସେମାନଙ୍କ ପୃଷ୍ଠପୋଷକ ମୋତିଲାଲ ନେହେରୁ । ବ୍ରିଟିଶ ଏବଂ ନେହେରୁ ପରିବାର ପରସ୍ପରର ଅତି ନିକଟତର ଥିଲେ । ୧୯୧୧ ର ଦିଲ୍ଲୀ ଦାରବାରରେ ଭିଆଇପି ସତ୍କାର ହେଉ କିମ୍ବା ସଭ୍ୟ, ବିଳାସପୂର୍ଣ୍ଣ ରାତ୍ରିଭୋଜନ ହେଉ , ବ୍ରିଟିଶମାନେ ମୋତିଲାଲଙ୍କୁ ତାଙ୍କ ଧୂଷର ରଙ୍ଗର ଅନୁଭବ କରିବାକୁ କେବେବି ଦେଇନଥିଲେ । ମୋତିଲାଲଙ୍କ ନାମ ପୁସ୍ତକ ଏବଂ ଚଳଚ୍ଚିତ୍ରରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଭାବରେ ଦେଖିବାକୁ ମିଳେ, କିନ୍ତୁ ସେ ଏପରି କେଉଁ ସ୍ୱାଧୀନତା ପାଇଁ ଲଢୁଥିଲେ ଯେ ଇଂରେଜ ମାନଙ୍କର ଏତେ ପ୍ରିୟ ଥିଲେ । ବାରିଷ୍ଟର ମୋତିଲାଲ ବୋଧହୁଏ କାଁ ଭାଁ କୌଣସି କ୍ରାନ୍ତିକାରୀ ବିପ୍ଳବୀ କୋର୍ଟ ମାମଲା ଲଢିବାକୁ କ୍ୱଚିତ୍ ପ୍ରସ୍ତୁତ ଥିବେ । ରାମପ୍ରସାଦ ବିସ୍ମିଲ ଏବଂ ଅଶଫକଉଲ୍ଲହ ଖାନଙ୍କୁ , କାକୋରୀ ମାମଲାରେ, ମୋତିଲାଲଙ୍କ ସମ୍ପର୍କୀୟ ଜଗତ ନାରାୟଣ ମୁଲ୍ଳଆଙ୍କ ଦଲିଲ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା । ମୋତିଲାଲ ବାବୁ ତାଙ୍କ ପୁଅର ଭବିଷ୍ୟତ ପାଇଁ ଅଧିକ ଚିନ୍ତିତ ଥିଲେ । ତାଙ୍କ ପୁଅ ଅଧ୍ୟୟନ ଶେଷ କରିବା ପୂର୍ବରୁ ହିଁ ମୋତିଲାଲ ଅତି ଚତୁରତାର ସହ ନିଜକୁ କଂଗ୍ରେସର କିଙ୍ଗ ମେକର (ରାଜା ନିର୍ମାତା) ଭାବରେ ପ୍ରତିଷ୍ଠିତ କରିସାରିଥିଲେ।
ଭାରତୀୟ ଜନସାଧାରଣଙ୍କ ଦମନରେ , ଅଜାଣତରେ ହେଉମଧ୍ୟ ମୋହନଦାସ କରମଚାନ୍ଦଙ୍କ ଭୂମିକାକୁ ଅସ୍ୱୀକାର କରାଯାଇପାରିବ ନାହିଁ।
ଭାରତର ସ୍ଵାଧୀନତା ପାଇଁ ଲଢିଥିବା ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ, ଗାନ୍ଧୀଙ୍କୁ ସର୍ବନିମ୍ନ ବିପଦପୂର୍ଣ୍ଣ ବୋଲି ଚିହ୍ନଟ କରାଯାଇଥିଲା । ସେ ସ୍ୱାଧୀନତା ସଂଗ୍ରାମର ଦିଗକୁ ସମ୍ପୂର୍ଣ୍ଣ ବଦଳାଇଦେଲେ । ସମାଜର ସମସ୍ତ ରାଜ୍ୟରେ ତାଙ୍କର ଏକ ଅନୁସରଣକାରୀ ଥିଲେ । ଏହାକୁ ଆମକୁ ମାନିବାକୁ ପଡିବ । ସେ ବହୁ ସଂଖ୍ୟାରେ ଲୋକମାନଙ୍କୁ ପ୍ରଭାବିତ କରିଥିଲେ । ଯାହାକି ଅନ୍ୟ କୌଣସି ନେତା କରିପାରି ନଥିଲେ ।

ଯଦି କେହି ଗାନ୍ଧୀଙ୍କ ରଚିତ ହିନ୍ଦ ସ୍ୱରାଜ ପଢିଥିବେ, ତେବେ ଅନୁଭବ କରିଥିବେ ଏହା ଏକ ଅଦ୍ଭୁତ ପୁସ୍ତକ, ଯେଉଁଥିରେ ସେ ନିଜକୁ ପ୍ରଶ୍ନ ପଚାରୁଛନ୍ତି ଏବଂ ନିଜେହିଁ ଉତ୍ତର ଦେଉଛନ୍ତି । ତାଙ୍କର ଅହିଂସା ବିଷୟରେ ଏକ ଅଦ୍ଭୁତ ଧାରଣା ଅଛି ଯେଉଁଥିରେ କୁହାଯାଇଛି ଯେ, ତୁମେ ଚୋରକୁ ହତ୍ୟା କରନାହିଁ, କାରଣ ଧରିନିଅ , ଯଦି ତୁମର ବାପା ହିଁ ଚୋରି କରିବାକୁ ଆସନ୍ତି, ତେବେ ତୁମେ ତାଙ୍କୁ ହତ୍ୟା କରିବ କି ? ବର୍ତ୍ତମାନ ଆପଣ କେଉଁଭଳି ତର୍କ କଳ୍ପନା କରିପାରିବେ , ମୁଁ କିନ୍ତୁ କଳ୍ପନା କରିପାରିବି ନାହିଁ, କେବଳ ଗାନ୍ଧିଜୀ ହିଁ ଏହି ପ୍ରକାରର ତର୍କ ଦେଇପାରିବେ ।
୧୯୨୮ ମସିହାରେ ମୋତିଲାଲ , ଗାନ୍ଧୀଜୀଙ୍କର ପ୍ରଭାବ ବ୍ୟବହାର କରି, ନିଜ ପୁଅ ଜବାହରଲାଲ ନେହେରୁଙ୍କୁ କଂଗ୍ରେସର ସଭାପତି କରାଇଥିଲେ । ଏହିଠାରୁ ହିଁ କଂଗ୍ରେସରେ ପରିବାରବାଦ ପରମ୍ପରା ଆରମ୍ଭ ହୋଇଥିଲା ।
ଗାନ୍ଧିଜୀ ଜବାହରଲାଲ ନେହେରୁଙ୍କୁ ଶୁଦ୍ଧ ସ୍ଫଟିକ ଭାବରେ ସବଚ୍ଚା ଓ ନିସନ୍ଦେହ ଭାବରେ ସତ୍ୟବାନ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଦେଶ ତାଙ୍କ ହାତରେ ସୁରକ୍ଷିତ ରହିବ ।
ନେହେରୁ ପ୍ରକୃତରେ ଜଣେ ଧୂଷର ସାହେବ ଥିଲେ । ଭାରତର ମୂଳ ବାସ୍ତବତାଠାରୁ ସେ ବହୁ ଦୂରରେ ଥିଲେ । ସେ ଫାବିଆନ ସମାଜବାଦର ବିପ୍ଳବୀ ଥିଲେ । ଇଲାହବାଦ ଓ ଇଂଲଣ୍ଡ ରେ ବ୍ରିଟିଶମାନଙ୍କ ମଧ୍ୟରେ ବଢିଥିବା ନେହେରୁ ଭୁଲ ସମୟରେ ଆସି ଭୁଲ ସ୍ଥାନରେ ଠିଆ ହୋଇଥିଲେ । ତାଙ୍କ ପିତାଙ୍କ ଦଳର ସଭାପତି ହୋଇକରି ସେ ନାୟକ ହେବାର ସ୍ୱପ୍ନ ଦେଖିବା ଆରମ୍ଭ କଲେ ଯିଏ ଭାରତକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେବେ । ମାତ୍ର ଅନ୍ୟ କେହି ଜଣେ ସେ ଶତରଂଜର ଗୋଟିକୁ ଚଲାଉ ଥିଲେ।
ବ୍ରିଟିଶ ସାମ୍ରାଜ୍ୟର ମୁକୁଟରେ ସବୁଠାରୁ ବଡ ହୀରା ଭାରତ ଥିଲା । ଭାରତରେ ଯେତେବେଳେ ସ୍ଵାଧୀନତା ଏକ ନିଶ୍ଚିତ ଅବଶ୍ୟମ୍ଭାବୀ ବାସ୍ତବତା ଭାବରେ ଉଭା ହେଲା, ଏହି ସମୟରେ ବ୍ରିଟିଶମାନେ ଇମ୍ପେରିଆଲ୍ କାଉନସିଲର ଅନ୍ୟ ଜଣେ ଧୂଷର ବର୍ଣ୍ଣ ସାହେବ ମହମ୍ମଦ ଅଲି ଜିନ୍ନାଙ୍କୁ ଲଣ୍ଡନରେ ସହଯୋଗ କରିଥିଲେ ।
ୱିନ୍ଷ୍ଟନ୍ ଚର୍ଚ୍ଚିଲ୍ ନିର୍ଦ୍ଦିଷ୍ଟ ଭାବରେ ଜିନ୍ନାଙ୍କୁ ନିର୍ମାଣ କରିଥିଲେ ବୋଲି ମୁଁ ଭାବୁଛି । କାରଣ ଇଣ୍ଡିଆ ହାଉସ ହେଉଛି ଇଂଲଣ୍ଡର ଅନୁଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ ଯିଏକି କିଛି ଦିନ ଆଗରୁ ଏହି ସମସ୍ତ ଚିଠି , ମିନିଟ୍ ପ୍ରକାଶ କରିଥିଲେ ଏବଂ ଯୋଗାଯୋଗରୁ ଜଣାପଡେ କି ୱିନ୍ଷ୍ଟନ୍ ଚର୍ଚ୍ଚିଲ୍ ଏବଂ ଅନ୍ୟ କେତେକ ରାଜନେତାଙ୍କ ଦ୍ୱାରା, ନିର୍ଦ୍ଦିଷ୍ଟ ଭାବରେ ଜିନ୍ନାଙ୍କୁ ନିର୍ମାଣ କରିଥିଲେ (ରୋପଣ) କରାଯାଇଥିଲା।
୧୫ ବର୍ଷ ପୂର୍ବେ ସେ ତାଙ୍କର ନୀଚକାର୍ଯ୍ୟ କରିଥିଲେ ଏବଂ କେହି ଏହାକୁ ଗୁରୁତ୍ୱ ଦେଉ ନଥିଲେ , କିନ୍ତୁ ବର୍ତ୍ତମାନ ସେ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ, ମାନବାଧିକାର ,ସମ୍ମାନର ମାନ୍ୟତା ପ୍ରଦାନ କରନ୍ତି ଏବଂ ସେ ଜନସଂଖ୍ୟାର ଏକ ବୃହତ ଗୋଷ୍ଠୀ କୁ ସମାବେଶ କରନ୍ତି ଏବଂ ପୋଲିସ୍ ଓ ତାଙ୍କ ଗୋଷ୍ଠୀ ତଥା ସାଧାରଣ ଲୋକଙ୍କ ଶ୍ରେଣୀ ମଧ୍ୟରେ ହିଂସାତ୍ମକ କନ୍ଦଳ ହୁଏ , ଯାହା ଏକ ଅସ୍ଥିରତା ଆଣିବାର ପ୍ରକ୍ରିୟା ଅଟେ ।
ବର୍ତ୍ତମାନ ବିଶୃଙ୍ଖଳାର ମାର୍ଗ ମୂଳ ସ୍ଥାପିତ ହୋଇସାରିଛି , ଖାଲିସ୍ତାନର ମୂଳଦୁଆ ସ୍ଥାପିତ ହୋଇସାରିଛି, ଇସଲାମୀୟମାନେ ଚରମପନ୍ଥୀ ଇସଲାମିକ୍ ଆଦର୍ଶ ପ୍ରତି ଆକର୍ଷିତ ହେଉଛନ୍ତି ଯେଉଁଥିରେ ୧୯୨୦ ମସିହାରେ ପାଇଥିବା ଆଦର୍ଶ ମୁଗଲା ଏବଂ ମୁଗଲା କୁ ନେଇ ସେମାନଙ୍କ ଖାଲିଫାଙ୍କ ପାଇଁ ସାମ୍ରାଜ୍ୟ କରିବାକୁ ଲଢିବାକୁ ପ୍ରବର୍ତ୍ତା ଯାଉଥିଲା । ତୁର୍କୀ ଲୋକଙ୍କର ଏଥିରେ ଆଗ୍ରହ ନଥିଲା । ଏହାପରେ ୧୯୪୦ ମସିହା ଆସେ । ସେବେଠାରୁ ବିଭିନ୍ନ ବିଭାଜନ ମୂଖୀ ଦଳ ରାଜ ଅଂଶଗୁଡିକର, ଯେଉଁଠାରେ ଏକ ମୁସଲମାନ ସଂଖ୍ୟାଗରିଷ୍ଠତା ଅଛି, ସେଠାରେ ବିଭାଜନ ବିଷୟରେ କହିଆସିଥିଲେ । ତେଣୁକରି ଏହି ସମୟରେ ଅନେକ ଘଟଣା, ଅନେକ ଗତିବିଧି ଘଟୁଥିଲା ଓ ବିଭାଜନକାରୀ ଧାରଣା ଭାରତରେ ଅଧିକରୁ ଅଧିକ ବିସ୍ତାର ଲାଭ କରୁଥିଲା ।

ଜିନ୍ନା ଏବଂ ତାଙ୍କ ସହଯୋଗୀମାନେ ୧୯୪୫ ସୁଦ୍ଧା ଭାରତର ସାମ୍ପ୍ରଦାୟିକ ସ୍ଥିତିକୁ ଆହୁରି ଖରାପ କରିଦେଇଥିଲେ । ସମଗ୍ର ଦେଶ ଜଳୁଥିଲା ଏବଂ କଂଗ୍ରେସର ସମସ୍ତ ଆନ୍ଦୋଳନ ଗତିବିଧି ବିଫଳ ହୋଇସାରିଥିଲା । ଧୂଷର ସାହେବ ଠିକ୍ ସମୟରେ ପକ୍ଷ ପରିବର୍ତ୍ତନ କରିଲେ ଓ ନେତାଜୀଙ୍କ ଖ୍ୟାତି ପ୍ରଚାର କରିଥିଲେ । ବ୍ରିଟିଶ ରାଜ ଏକ ଭୁଲ କରି ଆଜାଦ ହିନ୍ଦ ବାହିନୀର ସୈନ୍ୟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଆରମ୍ଭ କରିଥିଲା । ଆଜାଦ ହିନ୍ଦ ବାହିନୀର ସୈନ୍ୟମାନଙ୍କ ସପକ୍ଷରେ ପୁରା ଦେଶ ଏକଜୁଟ ହେଇଗଲା । ଗୃହଯୁଦ୍ଧ ର ନିଆଁ , ନେତାଜୀଙ୍କ ଖ୍ୟାତି ତୁଳନାରେ ଫିକା ପାଲଟିଯାଇଥିଲା ଏବଂ ଅପରପକ୍ଷେ ବ୍ରିଟିଶରାଜ ନିଜେ , ନିଜ ଆକ୍ରମଣର ଶିକାର ହୋଇଗଲେ । ବିପଦକୁ ଅନୁଭବ କରି ବ୍ରିଟିଶ ରାଜ ଜିନ୍ନାଙ୍କୁ ଆଗକୁ ଠେଲିଦେଲା । ବର୍ତ୍ତମାନ ଦମନର ଶେଷ ପର୍ଯ୍ୟାୟ ପାଇଁ ସମୟ ଆସିସାରିଥିଲା- ସଙ୍କଟ ।
ଅସ୍ଥିରତା ନିର୍ମାଣର ପ୍ରକ୍ରିୟା ସାଧାରଣତଃ ପ୍ରତ୍ୟକ୍ଷଭାବରେ ସଙ୍କଟ ପ୍ରକ୍ରିୟାକୁ ଆଗକୁ ବଢାଇ ନେଇଥାଏ । କୌଣସି ଦେଶକୁ ସଙ୍କଟର ଦ୍ଵାରଦେଶ କୁ ଆଣିବାପାଇଁ , ମାତ୍ର ଛଅ ସପ୍ତାହ ଲାଗିପାରେ ।
୨୯ ଏପ୍ରିଲ ୧୯୪୬
ଗାନ୍ଧିଜୀ ୧୯୨୮ ର ପୂର୍ବ ଭୁଲକୁ ପୁନର୍ବାର ପୁନରାବୃତ୍ତି କଲେ, ଯାହା ଏଥର ସମଗ୍ର ଭାରତ ପାଇଁ ମହଙ୍ଗା ହେବାକୁ ଯାଉଥିଲା । କୋଟି କୋଟି ଲୋକଙ୍କ ବଳିଦାନ ହେତୁ ସ୍ୱାଧୀନତା ସଂଗ୍ରାମ ଶେଷ ପର୍ଯ୍ୟାୟରେ ଥିଲା । ଯିଏ ବର୍ତ୍ତମାନ କଂଗ୍ରେସ ସଭାପତି ହୋଇଥା’ନ୍ତା, ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ପଦ ମଧ୍ୟ ତାଙ୍କୁ ହିଁ ମିଳିଥାନ୍ତା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସମସ୍ତଙ୍କର ପ୍ରିୟ ନେତା ଥିଲେ ।

ଯେଉଁଠାରେ ୧୫ ଜଣଙ୍କ ମଧ୍ୟରୁ ୧୫ ଜଣ କଂଗ୍ରେସ ନେତା ଭାବେ ପଟେଲଙ୍କୁ ସମର୍ଥନ କରିଥିଲେ ଏଵଂ ନେହେରୁ ଜଣଙ୍କଠାରୁ ମଧ୍ୟ ଭୋଟ୍ ପାଇ ନଥିଲେ ।
ଜନସାଧାରଣ ବୋଷ କିମ୍ବା ପଟେଲଙ୍କୁ ବାଛିଥିଲେ ମଧ୍ୟ ଆଗରେ ସେମାନେ ସର୍ବଦା ନେହେରୁଙ୍କୁ ହିଁ ପାଉଥିଲେ। ଧୂଷର ବର୍ଣ୍ଣ ର ସାହେବଙ୍କୁ ଭାରତକୁ ଶାସନ କରୁଥିବା ଶେଷ ଇଂରାଜୀ ବ୍ୟକ୍ତି ହେବାର ଥିଲା ।
ଜନସାଧାରଣ ଏକ ତ୍ରାଣକର୍ତ୍ତା ଖୋଜୁଛି। ଜନସାଧାରଣ ବର୍ତ୍ତମାନ କ୍ଳାନ୍ତ । ସେସମୟରେ ତ୍ରାଣକର୍ତ୍ତା ଆସନ୍ତି ଓ କୁହନ୍ତି ମୁଁ ଆପଣଙ୍କ ନେତୃତ୍ୱ ନେବି । ଯିଏ ବେଳେବେଳେ ହାବାର୍ଡ ଅବା ବର୍କଲି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସାରିଥିବା ଏକ ଅର୍ଦ୍ଧ ପରିପକ୍ଵ ବୁଦ୍ଧିଜୀବୀ ।
16 ଅଗଷ୍ଟ 1946
ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନର ଦିବସରୁ ଜିନ୍ନା ଦମ୍ଭର ସହିତ ହିନ୍ଦୁମାନଙ୍କୁ ହତ୍ୟା କରିଥିଲେ। ସମଗ୍ର ଦେଶ ଗୃହଯୁଦ୍ଧ ର ଅଗ୍ନିରେ ଜଳୁଥିଲା।
26 ଜାନୁୟାରୀ 1947
ଆଇବିର ନିର୍ଦ୍ଦେଶକଙ୍କ ଲଣ୍ଡନକୁ ଗୋପନୀୟ ବାର୍ତ୍ତା ଥିଲା, ଖେଳ ଏପର୍ଯ୍ୟନ୍ତ ଭଲ ଭାବରେ ଖେଳାଯାଇଅଛି । ନେତାଜୀଙ୍କ ସମର୍ଥନରେ ସଶସ୍ତ୍ର ସୈନିକଙ୍କ ବିଦ୍ରୋହ ଭାରତରେ ରହୁଥିବା ସମସ୍ତ ବ୍ରିଟିଶ ସୈନ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । କ୍ଲେମଏଣ୍ଟ ଆଟଲୀ ଭାରତ ଛାଡିବାର ତାରିଖ ଜୁନ୍ ୧୯୪୮ ଭାବରେ ସ୍ଥିର କରିଦେଇଥିଲେ ।
12 ମାର୍ଚ୍ଚ 1947
ସାମ୍ରାଜ୍ୟବାଦ ଏବଂ ସମାଜବାଦକୁ ସମାପ୍ତ କରିବା ପାଇଁ ଆମେରିକା ଏହାର ନୂତନ ବୈଦେଶିକ ନୀତି ଘୋଷଣା କରିଥିଲା । କୋଟି କୋଟି ଟଙ୍କାର କରଜ ତଳେ ଦବିଥିବା ବ୍ରିଟେନ ପାଖରେ ଗ୍ରେଟ ଡାଡି ଆମେରିକାର କଥା ନାମାନିବା ଛଡା ଆଉ କୌଣସି ରାସ୍ତା ନଥିଲା । ଆମେରିକା ଓ ବ୍ରିଟେନ ର ଏକ ମିଳିତ ଭୌଗୋଳିକ ରାଜନୈତିକ ଆଗ୍ରହରେ ଜନ୍ମ ହେଲା ଭାରତର ବିଭାଜନ ।
26 ମାର୍ଚ୍ଚ 1947
ତର ତରରେ ଡିକି ମାଉଣ୍ଟବ୍ୟାଟେନ୍ ଙ୍କୁ ଭାରତର ଭାଇସରାୟ ଭାବରେ ନିଯୋଜିତ କରାଗଲା । ସେ ଏକ ଫାଇଲ୍ ପାଇଲେ ଯେଉଁଥିରେ ଲେଖା ହୋଇଥିଲା, “ଅପରେସନ୍ ମ୍ୟାଡ୍ ହାଉସ୍” ।
9 ମେ 1947
ନେହେରୁ ଶିମଲାରେ ମାଉଣ୍ଟବ୍ୟାଟେନ୍ ଙ୍କୁ ଭେଟିଥିଲେ। ମାଉଣ୍ଟବ୍ୟାଟେନ୍ ଭାରତର ବିଭାଜନ ର ଯୋଜନା ତାଙ୍କୁ ଦେଖାଇଲେ , “ପ୍ରୋଜେକ୍ଟ ବାଲକାନ” । ଯୋଜନା ଦେଖିବା ପରେ ନେହେରୁ ସାହେବ ସମ୍ପୂର୍ଣ୍ଣ ବ୍ୟତିବ୍ୟସ୍ତ ହୋଇପଡିଥିଲେ, କିନ୍ତୁ ମଶଓବ୍ରା ର ସୁନ୍ଦର ଉପତ୍ୟାକାରେ ତାଙ୍କର ବିଶେଷ ବନ୍ଧୁ ଏଡ଼ୱିନା ତାଙ୍କୁ ସମ୍ଭାଳିଥିଲେ ଏବଂ ପରିଶେଷରେ ତାଙ୍କୁ ରାଜି କରାଇନେଇଥିଲେ।
ସେ ନିଜ ଦେଶକୁ ଫେରି ଆସନ୍ତି ଏବଂ ସେ ଭାବନ୍ତି ଯେ ସେ ସମସ୍ତ ସାମାଜିକ ଏବଂ ରାଜନୈତିକ ସମସ୍ୟାର ସମାଧାନ ଜାଣିଛନ୍ତି।
3 ଜୁନ୍ 1947
ମାଉଣ୍ଟବ୍ୟାଟେନ୍ ହଠାତ୍ ଘୋଷଣା କଲେ ଯେ କ୍ଷମତା ର ହସ୍ତାନ୍ତର ୧୯୪୮ ବଦଳରେ ୧୫ ଅଗଷ୍ଟ ୧୯୪୭ ରେ ହେବ, ମାତ୍ର ୧୦ ସପ୍ତାହ ମଧ୍ୟରେ । ସମସ୍ତେ ହତବାକ ହୋଇଥିଲେ । ସେହି ଦିନ ସନ୍ଧ୍ୟାରେ ରେଡିଓରେ ଭାରତର ବିଭାଜନର ଘୋଷଣା କରାଯାଇଥିଲା । ଯେତେବେଳେ ଏହା ରେଡିଓରେ ଘୋଷଣା କରାଗଲା , ମୁସଲମାନ ଏବଂ ହିନ୍ଦୁମାନଙ୍କ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ର ଦମନ ବର୍ତ୍ତମାନ ସାହେବ ମାନଙ୍କୁ ମାଧ୍ୟମ କରି ଶେଷ ହୋଇସାରିଥିଲା ।
ତେଣୁ ଆମପାଖରେ ଏଠି ଦୁଇଟି ବିକଳ୍ପ ଅଛି ; ଗୃହଯୁଦ୍ଧ ଏବଂ ଆକ୍ରମଣ
14 ଅଗଷ୍ଟ 1947
ସନ୍ଧ୍ୟାରେ ଗୃହଯୁଦ୍ଧ ଆରମ୍ଭ ହେବାର କିଛିଘଣ୍ଟା ପୂର୍ବରୁ ମାଉଣ୍ଟବ୍ୟାଟେନ୍ ସ୍ୟାମ୍ପେନ (ମଦ) ବୋତଲ ଖୋଲିଲେ ଆଉ କହିଲେ ଭାରତର ନାମରେ । ନେହେରୁ ସାହେବ , ମଦ ଗ୍ଳାସ ଧରିଲେ ଆଉ କହିଲେ “To King George the VI“ ରାଜା ଷଷ୍ଠ ଜର୍ଜଙ୍କ ନାମରେ ।
ଏକ ଟାଇମ୍ ବୋମା ଟିକ୍ ଟି୍କ କରି ଚାଲୁଛି । ପ୍ରତି ସେକେଣ୍ଡରେ ବିପର୍ଯ୍ୟୟ ଆହୁରି ନିକଟତର ହେଉଛି ।
14 ଅଗଷ୍ଟ ମଧ୍ୟରାତ୍ରି, ହଠାତ୍ ଦିଲ୍ଲୀରେ ମଧ୍ୟରାତ୍ରିରେ ଢୋଲ ଓ ବାଜାର ଏକ ଉଚ୍ଚ ସ୍ୱର ଶୁଣାଗଲା । ଘରେ ଆନନ୍ଦରେ ତାଙ୍କ କନ୍ୟାକୁ ଡେଉଁଥିବାର ଦେଖି ଭାଇସରାୟଙ୍କ ଙ୍କ ଉପଦେଷ୍ଟା, ଭି ପି ମେନନ ଦୀର୍ଘ ନିଶ୍ୱାସ ଛାଡି କହିଲେ ଯେ ଆମ ସମସ୍ତଙ୍କ ପାଇଁ ସବୁଠାରୁ ଭୟଙ୍କର ସ୍ୱପ୍ନମାନ ତ ଏହାପରେ ହିଁ ସତ ହେବାକୁ ଯାଉଛି ।
ଆମର ସାହେବମାନଙ୍କ ବିଭାଜିତ ବିଶ୍ଵାସ ଏବଂ ଅସାମର୍ଥ୍ୟ ଭାରତ ବିଭାଜନ ଏବଂ ମାନବ ଇତିହାସରେ ରକ୍ତାକ୍ତ ଗୃହଯୁଦ୍ଧ ଆଡକୁ ଆମକୁ ନେଇଗଲା ।
ଜନତା ସେହି ନେତାଙ୍କ ପାଇଁ ଜୟଜୟକାର କରୁଥିଲେ କିନ୍ତୁ ସେମାନେ ଜାଣି ନଥିଲେ ଯେ ସେମାନଙ୍କ ନେତାମାନେ କାହା ପାଇଁ ଜୟଜୟକାର କରୁଥିଲେ ।
– ତା’ପରେ –