କବିତା

ସେଇ ପୁଷ୍ପପୁର ଉପବନେ

Ritindra Panda's odia poem Sei Pushpapura Upabane

ମଧୁ ଝରୁଥାଏ ସେଇ ବିଜନ ଲଗନେ
ମାଗି ନେଉଥିଲି ତୁମକୁ ଈଶ୍ୱରଙ୍କ ବରଦାନେ
ରାତି ବିତିଛି ତୁମ ବିହୁନେ

ତୁମ କର କଙ୍କଣ ମୋ ଗଳେ, ତୁମେ ଥାଅ ମୋ
ବାହୁ ବନ୍ଧନେ
କିଛି କହୁଥାଅ ତୁମେ ମୋ କାନେ
ସେଇ କଥା ତିକ ରହିଯାଉ ଅତି ଗୋପନେ
କେତେ କଥା ଲହରୀ ଭାଙ୍ଗୁଥାଏ ତୁମ ମନେ ଓ
ମୋ ମନେ
ଯୋଖି ହୋଇଥାଏ ବେନି ନୟନ ନୟନେ
ମଧୁ ଝରୁଥାଏ ସେଇ ବିଜନ ଲଗନେ
ମାଗି ନେଉଥିଲି ତୁମକୁ ଈଶ୍ୱରଙ୍କ ବରଦାନେ
ରାତି ବିତିଛି ତୁମ ବିହୁନେ
ରାତି ପାହେ ତ ତୁମ ଅଧା ଅଧୁରା ସପନେ
ମନ କୁହେ ତୁମେ ଆସିବ ଦିନେ ନା ଦିନେ
ସେଇ ପୁଷ୍ପପୂର ଉପଵନେ
ଋତୁରାଜ ବସନ୍ତ ଲେଉଟାଣି ନେବ ତୁମ
ଆଗମନେ ।।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top