ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ତୁମ କର କଙ୍କଣ ମୋ ଗଳେ, ତୁମେ ଥାଅ ମୋ
ବାହୁ ବନ୍ଧନେ
କିଛି କହୁଥାଅ ତୁମେ ମୋ କାନେ
ସେଇ କଥା ତିକ ରହିଯାଉ ଅତି ଗୋପନେ
କେତେ କଥା ଲହରୀ ଭାଙ୍ଗୁଥାଏ ତୁମ ମନେ ଓ
ମୋ ମନେ
ଯୋଖି ହୋଇଥାଏ ବେନି ନୟନ ନୟନେ
ମଧୁ ଝରୁଥାଏ ସେଇ ବିଜନ ଲଗନେ
ମାଗି ନେଉଥିଲି ତୁମକୁ ଈଶ୍ୱରଙ୍କ ବରଦାନେ
ରାତି ବିତିଛି ତୁମ ବିହୁନେ
ରାତି ପାହେ ତ ତୁମ ଅଧା ଅଧୁରା ସପନେ
ମନ କୁହେ ତୁମେ ଆସିବ ଦିନେ ନା ଦିନେ
ସେଇ ପୁଷ୍ପପୂର ଉପଵନେ
ଋତୁରାଜ ବସନ୍ତ ଲେଉଟାଣି ନେବ ତୁମ
ଆଗମନେ ।।
