କବିତା

ଶାନ୍ତିର ଅନ୍ଵେଷଣରେ ବିତୁଛି ଏ ଜୀବନ

Nitesh Kumar Sethi's odia poem Shantira Annweshanare Bituchhi E Jeebana

ଜୀବନର ଏଇ ପୀଡା ଆଉ କେତେ ସହିବି ମୁଁ?
କଷ୍ଟ-ଦୁଃଖର ଏଇ ଛବି ଆଉ କେତେ ଦେଖିବି ମୁଁ?

ଜୀବନର ଏଇ ପୀଡା ଆଉ କେତେ ସହିବି ମୁଁ?
କଷ୍ଟ-ଦୁଃଖର ଏଇ ଛବି ଆଉ କେତେ ଦେଖିବି ମୁଁ?
କେତେଦିନ ଆଉ ଚାଲିବ ଛଳନା ର ଏ ଜୀବନ?
କେବେ ସମାପ୍ତ ହେବ ନୀରବତର ଏ ଦିନ?

ଜୀବନରେ ନାହିଁ ଆଉ ଖୁସି ଆଉ ସୁଖ
ଯୁଆଡେ ଦେଖୁଛି ମୁଁ,ଦିଶୁଛି କେବଳ ପୀଡା ଆଉ ଦୁଃଖ
ପ୍ରତାଡ଼ନା ହିଁ ଭୋଗୁଛି ମୁଁ
ନିରବତାରେ ହିଁ ବଞ୍ଚୁଛି ମୁଁ
ସାନ୍ତ୍ଵନା ଦେବା ପାଇଁ ପାଖରେ କେହି ନାହିଁ
ମିଛରେ ହାଉ ପଛକେ ଲୁହ ପୋଛିବାକୁ କେହି ନାହିଁ
କାହାକୁ କହିବି ମୋ ପୀଡା ଆଉ ଦୁଃଖ?

କେହି ତ ଏ ହୃଦୟର କଷ୍ଟକୁ ଦେଖ
ଶାନ୍ତି ହଜି ଯାଇଛି ଜୀବନରୁ
ହସ ଦୂରେଇଯାଇଛି ମୋ ଓଠରୁ
ଜାଣିନି କେବେ ଏ ଦୁଃଖର ଅନ୍ତ ହେବ
ଜାଣିନି ଏ ନର୍କରୁ କେବେ ମୁକ୍ତି ମିଳିବ
ଆଶା ନାହିଁ ଜୀବନରେ ଆଉ ବଞ୍ଚିବାକୁ
ସାହସ ନାହି ମିଥ୍ୟା ପ୍ରତିଶୃତି ଆଉ ଶୁଣିବାକୁ
ଜୀବନ ପ୍ରତି ଭଲ ପାଇବାର ଇଚ୍ଛା ଆଉ ନାହିଁ
ହୃଦୟର ଏଇ ବ୍ୟଥା ଶୁଣେଇବି କାହା ପାଇଁ?

ଜୀବନରେ କେହି ନାହିଁ ମୋ ନିଜର
ମୋ ଛାଇ ଆଜି ମତେ କରିଦେଇଛି ନିଜଠୁ ଦୂର
ଲୋକଙ୍କ ପାଇଁ ହେଇଯାଇଛି ମୁଁ ଅଲୋଡା ଆଉ ପର
ନା ଯିବାକୁ କୌଣସି ଠିକଣା ଅଛି
ନା ରହିବାକୁ କୌଣସି ଆପଣାର ଘର
ଆଗକୁ ମାଡି ଚାଲୁଛି ମୁଁ କେଜାଣି କାହିଁ?

ଲକ୍ଷ୍ୟ ଜାଣିନି କି ରାସ୍ତା ବି ମୋ ପାଖରେ ନାହିଁ
ଜାଣିନି ମୁଁ କିଏ ମତେ ଚାଲିବାକୁ ଶକ୍ତି ଦେଉଛି?
ଜୀବନ ବଞ୍ଚିବାକୁ ସାହସ ଦେଉଛି
କେହି ନ ଦିଶିଲେ ବି ସେ ମୋ ସାଥିରେ ଚାଲୁଛି
ଦୁଃଖ ସମୟରେ ସାନ୍ତ୍ଵନା ଦେଉଛି
ସାଙ୍ଗ ପରି ମୋ ସାଥିରେ ରହୁଛି
ହେଲେ ସେ କିଏ ହେଇପାରେ?

ସିଏ ବୋଧେ ମୋ ଇଶ୍ଵର
ଏ ଜୀବନର ଭାଗ୍ୟଵିଧାତା ଆଉ ଆଧାର
ଯିଏ ଏ ଅନ୍ଧାର ଜୀବନରେ ଆଲୋକର ଗୋଟେ ପ୍ରତୀକ
ଏ ଜୀବନର ମୁକ୍ତିଦାତା ଆଉ ମାର୍ଗଦର୍ଶକ
ଯିଏ ବଞ୍ଚିବାକୁ ମତେ କହୁଛନ୍ତି
ତାଙ୍କ ଉପରେ ବିଶ୍ଵାସ ରଖିବାକୁ କହୁଛନ୍ତି
ମୁ ଜାଣିଛି ସେ ମୋ ଦୁଃଖ ଭଲ ଭାବରେ ଜାଣିଛନ୍ତି
ସେ ମୋ ପୀଡାକୁ ଆପଣା ଭାବି ଠିକସେ ଅନୁଭବ କରିଛନ୍ତି
ଆଶା ଆଉ ବିଶ୍ଵାସ ତାଙ୍କ ଉପରେ ଢେର ଅଛି
ତାଙ୍କ ମହିମା କଥା ଏ ଜଗତ ଭଲରେ ଜାଣିଛି
କିନ୍ତୁ ଏବେ ଆଉ ମୋ ପାଖେ ଶକ୍ତି ନାହିଁ
ଭକ୍ତି ଅଛି ପାଖରେ କିନ୍ତୁ ଜୀବନ ପ୍ରତି ସ୍ନେହ ନାହିଁ
ହେ ଈଶ୍ବର ଏବେ ମୁକ୍ତିର ସମୟ
ଆଦେଶ ଦିଅ ପରମାତ୍ମା,ନେବାକୁ ଚାହୁଁଛି ବିଦାୟ

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top