ରାଧା କୃଷ୍ଣଙ୍କ ପ୍ରେମ ବନ୍ଧନ
ଚିର ଅମର !
ବାପା ମାଁ ର ବନ୍ଧନେ ଥାଏ
ପରସ ପ୍ରେମ ଆଉ ପ୍ରୀତିର
ମାନ ଅଭିମାନର ସଙ୍ଗେ ସ୍ନେହ ଆଉ ଶ୍ରଦ୍ଧାର
ଭାଇ ଭଉଣୀ ର ବନ୍ଧନ
ସଦା ସୁରକ୍ଷିତ
ନ ଥାଏ ଅବିଶ୍ବାସର ପ୍ରଶ୍ନ?
ସାଙ୍ଗ ସାଥି ର ବନ୍ଧନ
ନ ଦେଖେ ପରିସ୍ଥିତି
ଖରା ଛାଇ କିବା ଆଲୁଅ ଅନ୍ଧାର
ସବୁ କ୍ଷେତ୍ରେ ଏକାଠି ବନ୍ଧା।
କୃଷ୍ଣ ସୁଦାମଙ୍କ ବନ୍ଧନେ
ଥିଲା ପରୀକ୍ଷା ବିଶ୍ୱାସ ଭରସା ?
ସ୍ବାମୀ ସ୍ତ୍ରୀଙ୍କ ବନ୍ଧନ
ହୋଇ ଏକ ମନ ଏକ ପ୍ରାଣ
ଜୀବନେ ଚାଲନ୍ତି ସଦା
ଯେତେ ଆସେ ବାଧା ।
ନେଇଥିଲେ ପା ଶପଥ !
ସାକ୍ଷୀ ଅଗ୍ନି ମାତାର
ବୁଲିନ ସାତ ଫେରା।
ବିଶ୍ୱାସେ ବିଶ୍ଵାସ ର ବନ୍ଧନ
କିନ୍ତୁ ଏବେ ଦେଖୁ
କଳଙ୍କିତ ଅଧ୍ୟାୟ
ବନ୍ଧନ କୁ କଲା କଳା
ଏ ଯୁଗର
ବନ୍ଧନ ମିଛ ମିରିଚିକା ।
