କବିତା

ଶେଷ ଦେଖା

Matrudatta Mohanty's odia poem Shesha Dekha

କେଇଦିନ ପାଇଁ
ତୁମେ ଆକାଶ ପାଲଟିଗଲ
ମୁଁ ହୋଇଗଲି ପକ୍ଷୀ
ତୁମେ ଫୁଲ, ମୁଁ ପ୍ରଜାପତି
ମୁଁ ସଂଜ , ଆଉ ତୁମେ ,
ତୁମେ ତ ସଂଜବତୀ ।

ଶେଷ ଦେଖା

ଏବେ ସମୟ ହେଲାଣି
ତୁମେ ଫେରିଯିବ , ମୁଁ ବି ,
ତୁମେ ପଛ କରି ଯିବ
ଆଉ ମୁହଁ କରି ନଫେରିବ
ରାଣ ଦେଲି ,
ଏବେ ଆଉ ହିସାବ କରି କି ଲାଭ
ତୁମେ କେତେ ଦେଲ
ମୁଁ କେତେ ନେଲି ।

କେଇଦିନ ପାଇଁ
ତୁମେ ଆକାଶ ପାଲଟିଗଲ
ମୁଁ ହୋଇଗଲି ପକ୍ଷୀ
ତୁମେ ଫୁଲ, ମୁଁ ପ୍ରଜାପତି
ମୁଁ ସଂଜ , ଆଉ ତୁମେ ,
ତୁମେ ତ ସଂଜବତୀ ।

ବାସ ୟା ପରେ ବନ୍ୟା ଆସିବ
କାଠଯୋଡ଼ି ବାଲିରୁ
ଧୋଇ ନେବ ତୁମ ଶେଷ ପାଦଚିହ୍ନ
ତୁମ ସବୁତକ ହାତରେଖା ,
ମୋତେ ଲାଗୁଛି ପ୍ରିୟା
ଏଇ ବୋଧେ ଶେଷ ଦେଖା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top