କବିତା

ସ୍ୱାଧୀନତା କାହାର ?

Golap Rout's odia poem Swadhinata Kahaara

ଦେଶ ତ୍ୟାଗୀ ମେଧାବୀର, ନା
ଲାଞ୍ଚ ନେଇ ନିଲମ୍ବିତ ହେଇଥିବା କିରାଣୀର।
ଦାଦନ ଖଟିବାକୁ ଯାଉଥିବା ଶ୍ରମିକର ,ନା
ଅର୍ଦ୍ଧ ଉନ୍ନତ ଦେଶର।

ରାତି ପାହିଲେ ସ୍ୱାଧୀନତା ଦିବସ,
ଆକାଶରୁ ଝରି ପଡ଼େ ସ୍ୱାଧୀନତାର ମେଘ ବିନ୍ଦୁ ।
ଚାରି ଆଡୁ ଛୁଟି ଆସେ ସ୍ୱାଧୀନ ବାର୍ତ୍ତା,
ବନ୍ଧୁଙ୍କ ଠାରୁ ମିଳେ ସ୍ୱାଧୀନତାର ସନ୍ଦେଶ
ତିନି ରଙ୍ଗର ତ୍ରିରଙ୍ଗା ।।

ହେଲେ ମୁଁ ଗୋଟେ କଥା ଭାବୁଛି………..

ପ୍ରକୃତରେ ଏ ସ୍ୱାଧୀନତା କାହାର ?

ସନ୍ତାନ ହରା ମା’ର, ନା ବର୍ଷାରେ ତିନ୍ତି
ଫୁଟ୍‌ପାଥ୍‌ରେ ଶୋଇଥିବା ଛୁଆର ,
ବୃଦ୍ଧାଶ୍ରମରେ ଗୁମୁରି କାନ୍ଦୁଥିବା ବୃଦ୍ଧାର
ନା ଅଳିଆ ଗଦାରେ ପଡ଼ି ପରିଚୟ ଖୋଜୁଥିବା ପିଲାର ।।

ଏ ସ୍ୱାଧୀନତା କାହାର ?

ମହାମାରୀ ପ୍ରପୀଡ଼ିତ ପ୍ରଜାର, ନା
ଖରାରେ ଖଟୁଥିବା କୃଷକର,
ରାସନ ଆଳରେ ମଦ ବିକୁଥିବା ଦୋକାନୀର, ନା
ଟଙ୍କିକିଆ ଚାଉଳ ଆଢୁଆଳରେ ଶୋଇଥିବା ଜୀବିକାର ।

ଏ ସ୍ୱାଧୀନତା କାହାର ?

ଦେଶ ତ୍ୟାଗୀ ମେଧାବୀର, ନା
ଲାଞ୍ଚ ନେଇ ନିଲମ୍ବିତ ହେଇଥିବା କିରାଣୀର।
ଦାଦନ ଖଟିବାକୁ ଯାଉଥିବା ଶ୍ରମିକର ,ନା
ଅର୍ଦ୍ଧ ଉନ୍ନତ ଦେଶର।

ଏ ସ୍ୱାଧୀନତା କାହାର ?

ନାରୀ କୁ ଲୋଲୁପ ଦୃଷ୍ଟିରେ ଦେଖୁଥିବା ଚଣ୍ଡାଳ ପାପିଷ୍ଠର, ନା
ଅତ୍ୟାଚାର କରୁଥିବା ଭ୍ରଷ୍ଟ ଯନ୍ତ୍ରୀର, ନା
ଇଟା ବୋହୁଥିବା ଗର୍ଭବତୀ ନାରୀର।
ନା ଯଉତୁକ ଜୁଇରେ ଜଳିଯାଉଥିବା
ନବ ବଧୂର…..

ପ୍ରକୃତ ରେ
ଏ ସ୍ଵାଧିନତା କାହାର ????

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top