ସ୍ବାର୍ଥବାଦୀ ନର ନୁହଁଇ କାହାର
ନୁହେଁ ପୁଣି କେବେ ବନ୍ଧୁ ବାନ୍ଧବର ।
ସ୍ବାର୍ଥ ପାଇଁ ପାଖେ ରହିଥାଏ ପଡ଼ି
ସ୍ବାର୍ଥ ଶେଷେ ସେହି ଚାଲିଯାଏ ଛାଡ଼ି ।
କେବେ ସ୍ବାର୍ଥ ଢ଼ାଳେ ଅବିରତ ପ୍ରୀତି
କେବେ ପୁଣି ନିଏ ପ୍ରୀତିରୁ ବିରତି ।
ନିଜ ଗୁଣ ଗାଇ ପର ନିନ୍ଦା କରେ
ପର ଖୁସି ଦେଖି ନିଜେ କାନ୍ଦି ମରେ ।
ସ୍ବାର୍ଥ ଲାଭ ପାଇଁ ମାରୁଥାଏ ତେଲ
ସ୍ବାର୍ଥ ପ୍ରାପ୍ତି ମାତ୍ରେ ଭୁଲିଯାଏ ମୂଲ ।
ବାହାରୁ ନିଜର ଦେଖେଇ ହୁଅନ୍ତି
ଅନ୍ତରୁ ଅହି ସମ ଫଁ ଫଁ ହୁଅନ୍ତି ।
ସ୍ବାର୍ଥ ଥିଲେ ନର ଡାକେ ଭାଇ ଭାଇ
ଶେଷକୁ ସେ କୁହେ ତତେ ଚିହ୍ନି ନାହିଁ ।
ଜୀବନେ ନ ହୁଅ କେବେ ସ୍ୱାର୍ଥପର
ପଣ କରି କର ସ୍ବାର୍ଥ ପରିହାର ।