କବିତା

ତମେ ମୋର ମନେ ଥିବ

Dr Nilamadhab Ka's odia poem Tame Mora Mane Thiba

ମୁଁ କଣ ସମୟର ଅଧୀନ ଯେ
କାଳକ୍ରମେ
ତମେ ହଜିଯିବ
ମୋ ଆକାଶରୁ !

ତମେ ମୋର ମନେ ଥିବ

ମୁଁ କଣ ମୋର ଅଧୀନ ଯେ
ତୁମକୁ ଭୁଲିଯାଇ ପାରିବି
ମୋ ଇଚ୍ଛାରେ !

ମୁଁ କଣ ତମର ଅଧୀନ ଯେ
ଇଚ୍ଛା କରି
ବ୍ୟାକୁଳ ହେଇ
ମିନତୀ କରି
ପ୍ରାର୍ଥନା କରି
ମୋତେ ତମେ ଭୁଲେଇ ଦେବ
ତମଠୁ !

ମୁଁ କଣ ସମୟର ଅଧୀନ ଯେ
କାଳକ୍ରମେ
ତମେ ହଜିଯିବ
ମୋ ଆକାଶରୁ !

ମୁଁ କଣ ଅଧୀନ ଭୂମିର ଯେ
ତମକୁ ଧରି ରଖିବାକୁ
ମୋତେ ଲୋଡ଼ା କାଣିଚାଏ ସ୍ଥାନ
ତାଙ୍କର ସୃଷ୍ଟିରୁ !

ମୁଁ କଣ ସେମାନଙ୍କ ଅଧୀନ ଯେ
ବାଧ୍ୟକରି, ଆଦେଶ ଦେଇ
ଛଳରେ, କପଟରେ,
ମୋତେ କେହି ଭୁଲେଇ ଦେବ
ତମଠୁ !

ତମେ କିଏ
ମୁଁ କିଏ
କିଛି କିଛି ଭିନ୍ନ ରସାୟନ ৷
ବିବର୍ତ୍ତମାନରେ
ତମ ମୋ ଆକର୍ଷଣ
ହଜି ଯାଇପାରେ
କିନ୍ତୁ
ତମେ ଥିବ, ମୁଁ ଥିବି
ମେଦ ମାଂସ ଶରୀରରେ
ଅବା
ଖଣ୍ଡ ବିଖଣ୍ଡିତ
ଅଣୁରେ ଅଣୁରେ
ଏବଂ
ତମେ ମୋର ମନେ ଥିବ
ମନେ ପଡୁଥିବ ৷

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top