ଲାବ୍ରାଡର ସ୍ରୋତର ଉତ୍ତୁଙ୍ଗ ଜଳରାଶି ସମଗ୍ର ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । କିଂ କର୍ତ୍ତବ୍ୟ ବିମୂଢ଼ ବିକାଶଶୀଳ ରାଷ୍ଟ୍ର ସମୂହ । ବହୁରୂପୀ ମହାମାରୀ ଆବାଳ, ବୃଦ୍ଧ, ବନିତା ସମସ୍ତଙ୍କୁ ତାର କରାଳ ଛାୟାରେ କବଳିତ କରି ଅକାଳ ମୃତ୍ୟୁ ମୁଖକୁ ଠେଲି ଦେଉଛି । ଲକ୍ଷ ଲକ୍ଷ ମୂଲ୍ୟବାନ ଜୀବନ ଅଚିରେ ଝରି ପଡୁଛନ୍ତି ପ୍ରିୟଜନଙ୍କ ଅନୁପସ୍ଥିତିରେ । ଅପରିଚିତ ପ୍ରଳୟଙ୍କରୀ ଅଦୃଶ୍ୟ ଅପଶକ୍ତିକୁ ପ୍ରତିରୋଧ କରିବା ପାଇଁ ବିଶ୍ଵର ଦେବଦୂତ ସାଜିଥିବା ଯୋଦ୍ଧାଗଣ ସତତ ପ୍ରଚେଷ୍ଟାରେ ନିମଗ୍ନ । ପ୍ରାଣ ଘାତକ ମହାମାରୀ ସହିତ ଅସହଯୋଗ କରିବାପାଇଁ ତାଲାବନ୍ଦ୍ର ଆହ୍ଵାନକୁ ବିଶ୍ୱ ଆପଣେଇ ନେବାକୁ ବାଧ୍ୟ ହେଲା । ଫଳତଃ ସମସ୍ତ କଳକାରଖାନା, ଦୋକାନ ବଜାର, ବ୍ୟବସାୟ ବାଣିଜ୍ୟ, ଶ୍ରମିକ ଏବଂ ସମସ୍ତ କର୍ମଜୀବି “ଶରୀରମ୍ ଆଦ୍ୟମ୍” ନୀତିକୁ ଅବଲମ୍ବନ କରି ଭୟାର୍ତ୍ତ ଚିତ୍ତରେ ଗୃହବନ୍ଦୀ ଭାବରେ ଜୀବନ ଅତିବାହିତ କରୁଛନ୍ତି । ଯାନବାହାନ, ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ଫଳରେ ପ୍ରେତ୍ୟେକ ଦେଶ ଓ ଜନଜୀବନର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ବିଶ୍ୱ ତିରିଶ ବର୍ଷ ପଛକୁ ଫେରିଯାଇଛି ।
ସ୍ୱତଃ ବିଶ୍ୱ ପ୍ରାଣରେ ଏକ ପ୍ରଶ୍ନବାଚୀ ସୃଷ୍ଟିହୁଏ, ଏହି ଭୟାବହ ଆତଙ୍କ ସୃଷ୍ଟି କରିଥିବା ମହାମାରୀ ଆକସ୍ମିକ ନା ସୁପରିକଲ୍ପିତ । ‘ଉହାନ’ ସହରରୁ ସୃଷ୍ଟ ମହାମାରୀକୁ ଚୀନ୍ ଚାହିଁଥିଲେ ପୃଥିବୀର ନରସଂହାରକୁ ରୋକି ପାରିଥାଆନ୍ତା । କିନ୍ତୁ ବଡ଼ କ୍ଷୋଭର ବିଷୟ ଯେଉଁ ଦେଶ ହଂକଂ ସହରର ଆନ୍ଦୋଳନରତ ଜନସାଧାରଣଙ୍କୁ କରୋନା ଠାରୁ ଅଧିକ ଭୟଙ୍କର ଭୂତାଣୁ ପ୍ରୟୋଗ କରି ଅମାନୁଷିକ ଭାବେ ନିଶ୍ଚିତ ମୃତ୍ୟୁ ମୁଖକୁ ଠେଲି ଦେଇପାରେ, ସେଭଳି ବର୍ବରୋଚିତ ରାଷ୍ଟ୍ରଠାରୁ ଅଧିକ କଣ ଆଶା କରାଯାଇପାରେ ? କରୋନାର ଜନକ ଭାବେ ପୃଥିବୀର ସୁପରିଚିତ ରାଷ୍ଟ୍ର ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନକୁ ଧମକ ଦେବା ଏବଂ ନିଜକୁ କରୋନା ମୁକ୍ତ ଅଭିନୟ ପୂର୍ବକ ବ୍ୟବସାୟିକ ଭିତ୍ତିରେ କେତେକ ରାଷ୍ଟ୍ରକୁ କରୋନା ସଂକ୍ରମିତ ବ୍ୟକ୍ତିର ରୋଗ ନିରୂପଣ କରିବା ପାଇଁ ଯୋଗାଇଥିବା ‘କିଟ୍’ ଯାହା ରୋଗ ନିରୂପଣ କରିବା ପାଇଁ ଅକ୍ଷମ । ଏଭଳି ଜଘନ୍ୟ କାର୍ଯ୍ୟ ତାର ଅମାନବିକତା ଏବଂ ପ୍ରତିଶୋଧ ପରାୟଣତାର ନିଦର୍ଶନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସାମ୍ୟବାଦ୍ର ଡିଣ୍ଡିମ ପିଟୁଥିବା ରାଷ୍ଟ୍ର ସାମ୍ରାଜ୍ୟବାଦ ଓ କ୍ଷମତା ଲିପ୍ସୁ ହେବାର ଲାଳସା ତାହା ତାର ରୁଗ୍ଣ ମାନସିକତାର ପରିପ୍ରକାଶ ମାତ୍ର । ଫଳତଃ କେବଳ ପଡ଼ୋଶୀ ରାଷ୍ଟ୍ର ନୁହଁ ସମଗ୍ର ବିଶ୍ୱରେ ନିନ୍ଦିତ ଏବଂ ଘୃଣିତ ମଧ୍ୟ । ଭାରତର ୩୭୦ ଧାରା ଉଚ୍ଛେଦ ଏବଂ ଜାମ୍ମୁକାଶ୍ମୀର କେନ୍ଦ୍ର ଶାସିତ ହେବା ଦ୍ୱାରା ବିସ୍ତାରବାଦର ସ୍ୱପ୍ନ ଦେଖୁଥିବା ଏବଂ ଜାମ୍ମୁ କାଶ୍ମୀର ଓ ପାକିସ୍ତାନକୁ କରାୟତ କରିବାର ଲାଳସା ଧୂଳିସାତ ହୋଇଯିବା ଭୟରେ ଆତଙ୍କବାଦୀ ରାଷ୍ଟ୍ରକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଏବଂ ଶାନ୍ତିକାମୀ ଭାରତବର୍ଷର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ଜାତିସଙ୍ଘର ଭାରତକୁ ନିନ୍ଦିତ କରିବାକୁ ଅପଚେଷ୍ଟା କରି ବିଫଳ ହେବାରୁ ବିଶ୍ୱରେ ଆତଙ୍କ ସୃଷ୍ଟି କରିବାକୁ ପ୍ରୟାସ ଏକ ଘୃଣ୍ୟ ଏବଂ ହୀନମନ୍ୟତାର ପରିଚୟ । ସମଗ୍ର ବିଶ୍ୱ ମହାମାରୀର ଆତଙ୍କରେ ଆତଙ୍କିତ ସ୍ଥଳେ ଚୀନ୍ର ପ୍ରରୋଚନାରେ ପାକିସ୍ତାନ ଭାରତ ସୀମାନ୍ତରେ ଆତଙ୍କରେ ଆତଙ୍କବାଦି କାର୍ଯ୍ୟରେ ଲିପ୍ତ ରହି ସୀମା ଉଲ୍ଲଙ୍ଘନ କରିବା ଏବଂ ଚୀନ୍ର ଯୁଦ୍ଧ ବିମାନ ଭାରତ ସୀମାନ୍ତରେ ପଇଁତରା ମାରିବା ଏକ ସୁପରି କଳ୍ପିତ ଯୋଜନା ନୁହେଁ ତ ଆଉ କଣ ? ଚୀନ୍ର ଏତାଦୃଶ କାର୍ଯ୍ୟର ଜ୍ୱଳନ୍ତ ଉଦାହରଣ ବହୁ ଆଗରୁ ପ୍ରମାଣିତ ଅଛି । ଭାରତ ସ୍ୱାଧୀନ ହେବା ସମୟରେ ହିନ୍ଦୁସ୍ଥାନର ସମସ୍ତ ଜାତିପ୍ରେମୀ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଏକ ମନ ପ୍ରାଣରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ହିନ୍ଦୁସ୍ଥାନର ବିକଳ୍ପ ବା ବିଭାଜନର ସ୍ୱପ୍ନ କେବେ ଦେଖି ନ ଥିଲେ କିନ୍ତୁ ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ହିନ୍ଦୁସ୍ଥାନରେ ଧର୍ମୀୟ ସାମ୍ପ୍ରଦାୟିକତା ବିଭେଦ ସୃଷ୍ଟି ହୋଇଥିଲା । ଫଳରେ ହିନ୍ଦୁସ୍ଥାନ ବିଭାଜିତ ହୋଇ ଭାରତ ଓ ପାକିସ୍ତାନର ସୃଷ୍ଟି । ଭାଇଚାରାର ସମ୍ପର୍କ କ୍ଷୁର୍ଣ୍ଣ ହେବାରେ ଚୀନ୍ ଓ ଆମେରିକାର ପ୍ରଚ୍ଛନ୍ନ ହାତଥିବା ଅନୁମେୟ । ଚିନ୍ର ଲୋଲୁପ ଦୃଷ୍ଟି ଭାରତର ଭୂସ୍ଵର୍ଗ ଜମ୍ମୁକାଶ୍ମୀର । ତାର ସେହି ଘୃଣ୍ୟ ଲାଳସାକୁ ଚରିତାର୍ଥ କରିବା ପାଇଁ ମୁସ୍ଲିମ୍ ଲିଗ୍ର ମୂଖ୍ୟ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରି ଏବଂ ମୁସ୍ଲିମ୍ ସମ୍ପ୍ରଦାୟମାନଙ୍କ କାନ୍ଧରେ ବନ୍ଧୁକ ରଖି ଭାରତକୁ ଶିକାର କରିବାକୁ ପ୍ରଚେଷ୍ଟା କଲା । ମୁସଲ୍ମାନ୍ମାନେ ଚୀନ୍ର କୂଟନୀତିକୁ ବୁଝିପାରିଲେ ନାହିଁ କି ଏ ପର୍ଯ୍ୟନ୍ତ ମଧ୍ୟ ବୁଝିପାରୁ ନାହାନ୍ତି । ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଆହ୍ଵାନରେ ହିନ୍ଦୁସ୍ଥାନରୁ ବିଭାଜିତ ହିଁ ପାକିସ୍ତାନ ଗଠନ କରିବାକୁ ସମ୍ପର୍କ ଛିନ୍ନ କରି ପ୍ରବଳ ଜନ ଅସନ୍ତୋଷର ବହ୍ନି ସମଗ୍ର ହିନ୍ଦୁସ୍ଥାନରେ ପ୍ରଜ୍ୱଳିତ କଲେ । ବହୁ ଧାନ ଜୀବନ ନଷ୍ଟ ହେଲା ।
ସଦ୍ୟ ସ୍ୱାଧିନପ୍ରାପ୍ତ ହିନ୍ଦୁସ୍ଥାନ ସ୍ଵଆଭ୍ୟନ୍ତରୀଣ ବ୍ୟାପାରରେ ବ୍ୟସ୍ତ ଥିବା ସମୟରେ ଚୀନ୍ ଏହାକୁ ସୁବର୍ଣ୍ଣ ସୁଯୋଗ ମନେକରି ଲଦାଖ ଅଞ୍ଚଳର କିଛି ଅଂଶ ଦଖଲ କରିନେବା ତାହା ତାହାର ଅମାନବିକତା ଓ ବର୍ବରୋଚିତ କାର୍ଯ୍ୟର ପରିଚୟ ସୃଷ୍ଟି କରେ । ୧୯୪୯ରେ ମାଓ-ସେ-ତୁଙ୍ଗ୍ଙ୍କ ନେତୃତ୍ୱ ରେ ନବଗଠିତ ଚୀନ୍ ସାଧାରଣତନ୍ତ୍ରକୁ ଭାରତ ହିଁ ପ୍ରଥମେ ବିଶ୍ୱର ପ୍ରଥମ ରାଷ୍ଟ୍ର ଯେ କି ଡିସେମ୍ବର ୩୦ ତାରିଖରେ ସ୍ୱୀକୃତି ପ୍ରଦାନ କରିଥିଲା । ଏବଂ ମିଳିତ ଜାତିସଂଘରେ ଚୀନ୍ର ସଦସ୍ୟପଦ ପାଇଁ ବଳିଷ୍ଠ ଯୁକ୍ତି ବାଢ଼ିଥିଲା । କିନ୍ତୁ କୃତଘ୍ନ ଚୀନ୍ କୃତଜ୍ଞତା ପ୍ରକାଶ କରିବା ବଦଳରେ ୧୯୫୦ରେ ତା’ର ଲାଲ୍ବାହିନୀ ପଠାଇ ତିବ୍ବତ୍ ଅଞ୍ଚଳକୁ ନିଜ ଅଧିକାରକୁ ନେଲା ।
ଆମେରିକା ମଧ୍ୟ ଭାରତ ସହିତ ସୁସମ୍ପର୍କର ଅଭିନୟ କରି ପାକିସ୍ତାନକୁ ସମସ୍ତପ୍ରକାର ଅର୍ଥନୈତିକ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇ ତାକୁ ଆତଙ୍କବାଦୀ କାର୍ଯ୍ୟରେ ଅତିଷ୍ଟ ହୋଇ ଜାତିସଂଘରେ ଆତଙ୍କବାଦୀ ରାଷ୍ଟ୍ରଭାବେ ଘୋଷଣାକରିବା ପାଇଁ ଆପତ୍ତି କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନ ଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆମେରିକାର ବାଣିଜ୍ୟ ପେଣ୍ଠସ୍ଥଳୀ ଉପରେ ଆତଙ୍କବାଦୀ ହମ୍ଲା ହେବା ପରେ ଆମେରିକାର ଚୈତନ୍ୟ ଉଦେୟ ହେଲା ଏବଂ ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ରରୂପେ ଘୋଷଣା କରାଯାଇଥିଲା । ସେହି ଆତଙ୍କବାଦୀ ରାଷ୍ଟ୍ରକୁ ସମଗ୍ର ବିଶ୍ୱ ଅନୁଭବ କରିବା ସ୍ଥଳେ ଚୀନ୍ର ବଦାନ୍ୟତା ଏବଂ ସହଯୋଗିତା ସମଗ୍ର ବିଶ୍ୱପାଇଁ ଚିନ୍ତାର କାରଣ ।
ଅପରପକ୍ଷରେ କରୋନା ସମଗ୍ର ମାନବଜାତିକୁ ଏକୀଭୂତ କରି “ବସୁଧୈବ କୁଟୁମ୍ବକମ୍” ନୀତିକୁ ଅବଲମ୍ବନ କରିବାର ମହାନ୍ ଶିକ୍ଷା ପ୍ରଦାନ କରିଛି । ଦ୍ଵିତୀୟତଃ ସମଗ୍ର ପୃଥିବୀରେ ପରିବେଶର ସୁରକ୍ଷାପାଇଁ ତାଲାବନ୍ଦର ଆହ୍ୱାନକୁ ଆପଣେଇ ନେଇଛି । ଠିକ୍ ସେହି ଭଳି ପରିବେଶର ସୁରକ୍ଷା ପାଇଁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଦିବସଟିଏ ତାଲାବନ୍ଦ ରୂପେ ଘୋଷଣା କରାଯାଇ ପାରିଲେ ସୁସ୍ଥ ପରିବେଶଟିଏ ଗଠନ କରା ହୋଇପାରନ୍ତା ।
