ଭାରି ଭଲ ଲାଗେ ତୋ ମୁହଁରେ ହସ
ଉଦାସ ତ ଭଲ ଲାଗେନା
ତୋ ଆଖିର ସେଇ ନିରୀହ ଚାହାଁଣୀ
ମୁଁ ଯେ କେବେ ଭୁଲିପାରେନା ।।
ତୋ ଜୀବନେ ସଦା ଖୁସି ଭରିଯାଉ
ଚାହେଁ ମୋର ଏଇ ମନ
ତୋ ଓଠରେ ସେଇ ଚୁନାଏ ହସ
ରହିଥାଉ ସାରା ଜୀବନ ।।
ପ୍ରୀତିର ଗୋଲାପ ଫୁଟୁ ତୋ ଜୀବନେ
ଏହା ହିଁ କରେ ମୁଁ କାମନା
କଣ୍ଟା ରହିବନି ସେଇ ଗୋଲାପରେ
ଦେଉଥିବ ଖାଲି ବାସ୍ନା ।।
