କବିତା

ତୁମେ ଆକାଶ କଇଁ

Iti Das's odia poem Tume Aakaasha Kain

ସବୁକୁ ଝୁରୁଛି,
କେମିତି ପାଇବି ?
ତୁମ ପାଇଁ ଯେତେ ପ୍ରେମ, ନିଜେ ପରା ଜଳେଇଛି ।
ତୁମ ସ୍ମୃତିକୁ ଜୁଇରେ ସଜେଇଛି ।

ତୁମେ ଆକାଶ କଇଁ

ମୋ ମନ ପାଉଁଶରେ ତୁମକୁ ଖୋଜୁଛି ।
ତୁମ ଛୁଆଁ, ତୁମ କଥା, ତୁମ ହସ,
ତୁମ ଓଠ, ତୁମ ଆଖି, ତୁମ ଶ୍ୱାସ ।

ସବୁକୁ ଝୁରୁଛି,
କେମିତି ପାଇବି ?
ତୁମ ପାଇଁ ଯେତେ ପ୍ରେମ, ନିଜେ ପରା ଜଳେଇଛି ।
ତୁମ ସ୍ମୃତିକୁ ଜୁଇରେ ସଜେଇଛି ।

ସମସ୍ତଙ୍କ ମନ ପାଇଁ, ମାନ ପାଇଁ,
ମନମାରି, ଓଠ ଚାପି, ଲୁହ ଜାକି
ତୁମକୁ ଭୁଲିଛି ,
କିନ୍ତୁ, ସତରେ କି ଭୁଲିଛି ?
ତୁମ ଛୁଆଁ, ତୁମ କଥା, ତୁମ ହସ,
ତୁମ ଓଠ, ତୁମ ଆଖି , ତୁମ ଶ୍ୱାସ ।

ସବୁ ତ ସାଉଁଟିକି ରଖିଛି,
ମନର ନିଭୃତ କୋଣରେ,
ନିରୋଳାରେ ଦରାଣ୍ଡି ଦଉଛି ,
ତୁମକୁ କି ପାଉଛି ?
ମୋ ପାଇଁ ଏବେ ତୁମେ ଆକାଶ କଇଁ ,
ମୁଁ ବୋଧେ ନିଖୋଜ, ଅଚିହ୍ନା, ପରିଚୟ ନାହିଁ,
ଆଜି ବି ଝୁରୁଛି,
ମୋ ମନ ପରିଧି ଭିତରେ,
ତୁମ ଛୁଆଁ, ତୁମ କଥା, ତୁମ ହସ,
ତୁମ ଓଠ, ତୁମ ଆଖି , ତୁମ ଶ୍ୱାସ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top