କବିତା

ତୁମେ ମୋତେ ଭୁଲିଯିବ

Smrutiranjan Parida's odia poem Tume Mote Bhulijiba

ଯଦି କେବେ ବସନ୍ତରେ ଆସେ ମାଡି ଅଦିନିଆ ଝଡ଼
ଯଦି କେବେ ଶ୍ରାବଣରେ ରହିଯାଏ ବର୍ଷା ଲୁହ ଧାର
ତୁମେ ମୋତେ ଭୁଲିଯିବ

ତୁମେ ମୋତେ ଭୁଲିଯିବ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦୂର ଦିଗନ୍ତର କେତେ ମିଞ୍ଜି ମିଞ୍ଜି ଆଶା
ସନ୍ଧ୍ୟା ଯେବେ ଆସେ ମାଡି ଅବିଶ୍ୱାସ, ସନ୍ଦେହ ସାଥିରେ
ନୀଡ ହଜା ପକ୍ଷୀଯେବେ ରାବେ କ୍ରନ୍ଦନର
ମୁଁ ତୁମକୁ ଭୁଲିଯାଏ
ମୁଁ ତୁମକୁ ଭୁଲିଯାଏ ଦିନ ଆଉ ରାତିର ଅନ୍ତରେ
କେତେ ରାତି, କେତେ ସ୍ବପ୍ନ ଓ କେତେ ଲୁହ ପରେ
ତୁମରି ଓଠର କେତେ ବିଷର ଭିତରେ
ଯଦି କେବେ ବସନ୍ତରେ ଆସେ ମାଡି ଅଦିନିଆ ଝଡ଼
ଯଦି କେବେ ଶ୍ରାବଣରେ ରହିଯାଏ ବର୍ଷା ଲୁହ ଧାର
ତୁମେ ମୋତେ ଭୁଲିଯିବ

ତୁମେ ମୋତେ ଭୁଲିଯିବ ସ୍ମୃତି ଆଉ ଶ୍ରାବଣର ପରେ
ତୁମେ ମତେ ଭୁଲିଯିବ ଅଦେଖା ଅଜଣା ବାଟରେ
ଆଉ ଯଦି ଫଗୁଣ ଫେରିବ
ତୁମ ମନ ଯୌବନରେ ଯଦି କେବେ ଫଗୁଣ ଫେରିବ
ତୁମ ବଗିଚାରେ ଯେବେ ଗୁଣୁଗୁଣୁ ଭଅଁରଟେ ହୁଏ
ତୁମେ ମୋତେ ଭୁଲିଯିବ, ତୁମେ ମୋତେ ଭୁଲିଯିବ
ସେଦିନ ସେଠାରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top