ପ୍ରବନ୍ଧ

ଭାରତର ସ୍ୱାଧୀନତା ପରେ ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କ ସହିତ କ’ଣ ହେଲା ?

Shraddhananda Moharana's Odia Prose Bharatara swadhinata pare lord mountbatten sahita kana hela ?

ହାଇଦ୍ରାବାଦ ଏବଂ କାଶ୍ମୀର ବିଷୟରେ ତାଙ୍କ’ର ଭୂମିକା ମଧ୍ୟ ବିବାଦୀୟ ।

ଫେବୃଆରୀ ୧୯୪୭ ରେ ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତ ଆସିଥିଲେ। ଭାରତକୁ ସ୍ୱାଧୀନତା ଦେବା, ଏହାକୁ ଯଥାସମ୍ଭବ ଏକଜୁଟ୍‌ ରଖିବା, ପରିସ୍ଥିତି ଅନୁଜାୟୀ କାର୍ଯ୍ୟ କରିବା ସହିତ ବ୍ରିଟେନ ପାଇଁ ସର୍ବନିମ୍ନ ଖ୍ୟାତି ହରାଇବାକୁ ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଆଟଲେ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମାଉଣ୍ଟବ୍ୟାଟେନ୍ ଶକ୍ତିଶାଳୀର ପ୍ରଭାବରେ ଅଗଷ୍ଟ ୧୯୪୭ରେ ଭାରତକୁ ବିଭାଜନ କରିଥିଲା ।

ମାଉଣ୍ଟବ୍ୟାଟେନ୍ ପ୍ରଥମେ ଭାଇସରଏ , ପରେ ଅଗଷ୍ଟ ୧୯୪୭ ଜୁନ୍ ରୁ ୧୯୪୮ ପର୍ଯ୍ୟନ୍ତ ଗଭର୍ନର ଜେନେରାଲ୍ ଥିଲେ । ସେ ଏକ ଉଦାରବାଦୀ ଚିନ୍ତାଧାରା ନେହେରୁଙ୍କୁ ପସନ୍ଦ କରୁଥିଲେ ।

ଜୁନ୍ ପରେ ସେ ପୁଣି ଇଂଲଣ୍ଡ ଯାଇଥିଲେ। ସେ ୧୯୬୫ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଏବଂ ସ୍ତରରେ ନୌ ସେବାର ମୁଖ୍ୟ ଥିଲେ।

ଅଗଷ୍ଟ ୧୯୭୯ ରେ, ସେ ଛୁଟିଦିନ ଉପଭୋଗ କରିବାକୁ ଆୟରଲ୍ୟାଣ୍ଡ୍‌ରେ ଥିଲେ । ତାଙ୍କ ଡଙ୍ଗା ରେ ୨୩ କିଲୋଗ୍ରାମ ବମ ବିସ୍ଫୋରଣ କରାଇ ଆଇଆରଏ ତାକୁ ହତ୍ୟା କରିବାର ଉଦ୍ୟମ କରିଥିଲା ।

ତାଙ୍କ’ର ଦୁଇ ଗୋଡ ନଷ୍ଟ ହୋଇ ଯାଇଥିଲା । କୂଳରେ ପହଂଚିବା ପୂର୍ବରୁ ପ୍ରଚୁର ରକ୍ତସ୍ରାବ ରେ ମୃତ୍ୟୁ ହୋଇଯାଇ ଥିଲା।

ତାଙ୍କ’ର ମୁଖ୍ୟ ଭୁଲ ଥିଲା ହଠାତ୍ ଭାରତ ବିଭାଜନର । ଏହା ଧୀରେ ଧୀରେ ହୋଇଥିଲେ ବୋଧେ ଏତେ ମାତ୍ରାରେ ଅଘଟଣ ହୋଇ ନ ଥାନ୍ତା ବୋଲି ମୋର ଆଶା । ଏହି ତୁର ତୁରିଆ ବିଭାଜନ ଦ୍ୱାରା ୧୦ ନିୟୁତ ଲୋକ ପ୍ରାଣ ହରାଇଲେ।

ହାଇଦ୍ରାବାଦ ଏବଂ କାଶ୍ମୀର ବିଷୟରେ ତାଙ୍କ’ର ଭୂମିକା ମଧ୍ୟ ବିବାଦୀୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top