ପ୍ରବନ୍ଧ

ସାଂସାରିକ ସୁଖର ନିୟମ

Dr Gauranga Samantaray's odia prose Sansaarika Sukhara Niyama

ଆନନ୍ଦ ପାଇବା ପାଇଁ କିଛି ସୁ ସାହିତ୍ୟ ଧର୍ମଗ୍ରନ୍ଥ ଅଧ୍ୟୟନ କର । ସେଥିରୁ ଯାହା ନୀତି ଶିକ୍ଷା ମିଳୁଛି, ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଦିଅ ।

ସାଂସାରିକ ସୁଖର ନିୟମ

(୧) Daily life : (ଦିନଚର୍ଯ୍ୟା)

ଆମର ଦିନଚର୍ଯ୍ୟା ତଥା ସମଗ୍ର ଜୀବନ ଚର୍ଯ୍ୟାକୁ ନିୟମିତ ଓ ଯୋଜନାବଦ୍ଧ କରିବାକୁ ପଡ଼ିବ । ଅତୀତ ଓ ଭବିଷ୍ୟତ ପାଇଁ ଚିନ୍ତା ନ କରି ଚଳଚଞ୍ଚଳ ବର୍ତ୍ତମାନ ପାଇଁ କର୍ମ କରିବା । ପାତଃ ଜାଗରଣ, ସୁସ୍ଥ ବିଚାର, ଉଷା ଜଳପାନ, ମଳମୂତ୍ର ତ୍ୟାଗ, ଦାନ୍ତଘଷା, ବସ୍ତ୍ର, ସ୍ନାନ ପରିଧାନ, ଭୋଜନ, ବିଶ୍ରାମ, ନିଦ୍ରା ଇତ୍ୟାଗି ସ୍ୱାସ୍ଥାନୁକୂଳ ଭାବରେ କର ।

(ଅ) ପ୍ରାତଃ ଜାଗରଣ :

ସୂର୍ଯ୍ୟୋଦୟର ୧ ଘଣ୍ଟା/୨ ଘଣ୍ଟା ପୂର୍ବରୁ ଶଯ୍ୟାତ୍ୟାଗ କର । ଯଦି ସୂର୍ଯ୍ୟୋଦୟ ପରେ ଉଠିବାର ଅଭ୍ୟାସ ଥାଏ, ତାକୁ ତ୍ୟାଗ କରି । ଏହାଦ୍ୱାରା ତୁମେ ଅଳସୁଆ ହୋଇଯିବ । ଅଳସୁଆ ଲୋକ ଜୀବନରେ ସୁଖୀ ହୋଇ ପାରନ୍ତି ନାହିଁ । ରାତି ୧୦ଟା ବେଳେ ଶୋଇବାକୁ ଯାଅ ଓ ସକାଳ ୪/୫ଟା ବେଳେ ଉଠ । ତୁମର ୬ ଘଣ୍ଟା ନିଦ୍ରା ଦରକାର । ବୁଢ଼ା ଲୋକମାନେ ୮ ଘଣ୍ଟା ଶୋଇବା ଉଚିତ୍ ।

(ଆ) ସୁସ୍ଥ ବିଚାର :

ଶଯ୍ୟାତ୍ୟାଗ ପରେ ତୁମେ ଉଠିବସ । ତୁମକୁ ଆଜି କ’ଣ କ’ଣ କରିବାକୁ ପଡ଼ିବ, କିପରି କରିବାକୁ ପଡ଼ିବ, କିପରି ଖୁସିରେ କଟିବ, ତା’ର ଏକ ସୁସ୍ଥ ଓ ସୁଚିନ୍ତିତ ଯୋଜନା କର । ଗତକାଲି ହୋଇପାରି ନଥିବା କାର୍ଯ୍ୟକୁ ଆଜିର ତାଲିକାରେ ଅନ୍ତର୍ଭୁକ୍ତ କର ଓ ତାହା ଆଜି ଶେଷ କରିବାକୁ ଚେଷ୍ଟା କର । ଶାସ୍ତ୍ରାନୁକୂଳ ବିଚାର କର ।

(ଇ) ପ୍ରାତଃ ଜଳପାନ :

ଝାଡ଼ା ପରିସ୍ରା ଯିବା ପୂର୍ବରୁ ଅଧାଲିଟର ରୁ ୧ ଲିଟର ପର୍ଯ୍ୟନ୍ତ ପାଣି ପିଅ । ବସିକରି ଧୀରେ ଧୀରେ ପିଅ । ଏହା ଦ୍ୱାରା ଝାଡ଼ା ପରିଷ୍କାର ହୁଏ, ପେଟ ରୋଗ ହୁଏ ନାହିଁ । ଦେହ ଓ ମନ ଭଲ ରହେ ।

(ଈ) ମଳମୂତ୍ର ତ୍ୟାଗ :

ପାଣି ପିଇ ସାରିବା ପରେ ପାଇଖାନାକୁ ଝାଡ଼ା ଫେରି ଯାଅ । ଝାଡ଼ା ଓ ପରିସ୍ରାର ବେଗକୁ କେବେ ହେଲେ ଅଟକାଅ ନାହିଁ । ଝାଡ଼ା ଫେରି ସାରିବା ପରେ ହାତ ଓ ମଳଦ୍ୱାରକୁ ସାବୁନ୍‌ରେ ପରିଷ୍କାର କର । ମୁହଁ ଓ ଗୋଡ଼କୁ ସାବୁନ୍‌ରେ ଧୁଅ । ମୂତ୍ରେନ୍ଦୟକୁ ମଧ୍ୟ ସଫାକର ।

(ଉ)ଦାନ୍ତଘଷା :

ଭଲ ଭାବରେ ମୁହଁ ଆଖି ଧୋଇ ସାରିଲା ପରେ ବ୍ରସ୍, କିମ୍ୱା ନିମ୍ୱ, କରଞ୍ଜ, ବାଇଗବା ଇତ୍ୟାଦି ଦାନ୍ତ କାଠିରେ ଦାନ୍ତ ଘଷ । ଉପର ପାଟିର ଉପରୁ ତଳ ଆଡ଼କୁ ଓ ତଳ ପାଟିର ତଳୁ ଉପର ଆଡ଼କୁ ୫/୭ ମିନିଟ୍ ପର୍ଯ୍ୟନ୍ତ ଘଷ । ତା’ ପରେ ଜିଭରୁ ଛତିଆ କାଢ଼ । ତା’ପରେ ୫/୭ ଥର କୁଳି କର ।

(ଊ) ସ୍ନାନ :

ସ୍ନାନ କରିବା ସମୟରେ ଜଳକୁ ପ୍ରଥମେ ମୁଣ୍ଡରେ ଢାଳିବ । ଚର୍ମ ଉପରେ ଧୂଳି, ମଳି, କବକ ଇତ୍ୟାଦି ବଂଶ ବୃଦ୍ଧି କରି ବିଭିନ୍ନ ପ୍ରକାର ଚର୍ମରୋଗ ସୃଷ୍ଟି କରନ୍ତି । ତେଣୁ ତଉଲିଆରେ ଶରୀରକୁ ଭଲ ଭାବରେ ଘଷି ସଫା କରିବ । ସପ୍ତାହରେ ୨/୩ ଥର ସାବୁନ୍ ବ୍ୟବହାର କରିବ ।

(ବସ୍ତ୍ର ପରିଧାନ, ଭୋଜନ, ବିଶ୍ରାମ, ନିଦ୍ରା ପରେ ବର୍ଣ୍ଣିତ ହୋଇଛି)

(୨) Self Analysis (ସ୍ୱାଧ୍ୟାୟ) :

ପ୍ରତିଦିନ ଅଧଘଣ୍ଟାରୁ – ୧ ଘଣ୍ଟା ପର୍ଯ୍ୟନ୍ତ ସ୍ୱାଧ୍ୟାୟ କର । ନିଜକୁ ନିଜେ ବିଶ୍ଲେଷଣ କର । ଆଜି ଯେଉଁ ଯେଉଁ କାମ କରିବାକୁ ଯାଉଛ, ତାହା କିପରି ଶାସ୍ତ୍ରାନୁକୂଳ ହେବ ଓ ସେଥିରେ ଯେପରି କିଛି ଭୁଲ୍ ନ ରହେ, ତାହା ଦେଖ । ସମୟାନୁବର୍ତ୍ତୀ ହୁଅ । ଠିକ୍ ସମୟରେ ଠିକ୍ କାର୍ଯ୍ୟକର ।

(୩) Health is wealth (ସ୍ୱାସ୍ଥ୍ୟ ହିଁ ସମ୍ପଦ) :

ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ହିଁ ସ୍ୱାସ୍ଥ୍ୟ, କେବଳ ନୀରୋଗତା ନୁହେଁ । ସ୍ୱାସ୍ଥ୍ୟ ରକ୍ଷାର ନିୟମମାନ ଜାଣି ସେଗୁଡ଼ିକ ଅଭ୍ୟାସ କରି ପାଳନ କର, ଯେପରି ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ଓ ସମାଜକୁ ସୁସ୍ଥ ରଖିବାକୁ ଚେଷ୍ଟା କର । ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖ ।

(୪) Laughter is the best medicine :

ସବୁବେଳେ ହସ ହସ ରୁହ । ହସି ହସି ଜୀଇଁବାକୁ ଶିଖ । ହସିବା ଜୀବନର ଆନନ୍ଦ । ସଦା ସର୍ବଦା ପ୍ରଫୁଲ୍ଲ ରହିବାକୁ ଚେଷ୍ଟା କର । ଦୁଃଖ ଯନ୍ତ୍ରଣା, ନିନ୍ଦା, ପରାଜୟ, ଅପମାନ, କ୍ଷତି ମଧ୍ୟରେ ହସ । ତା’ହେଲେ ତୁମେ ଜୀବନରେ ସୁଖୀ ହୋଇପାରିବ ।

(୫) Food (ଖାଦ୍ୟ) :

ସୁଷମ ଖାଦ୍ୟ ଖାଅ । ଶୁଦ୍ଧ ଜଳ ପିଅ । ଶୁଦ୍ଧ ବାୟୁ ସେବନ କର । ଭୋଜନ ସଂକ୍ରାନ୍ତୀୟ ନୀତି ନିୟମ ଜାଣି ଖାଦ୍ୟ ଖାଇବାକୁ ଅଭ୍ୟାସ କର ।

  • ଭୋକରୁ ଅଧିକ ଖାଅ ନାହିଁ ।
  • ଦିନର ନିର୍ଦ୍ଦିଷ୍ଟ ସମୟରେ ଖାଅ ।
  • ଖାଇବାର ୧ ଘଣ୍ଟାପରେ ପାଣି ପିଅ ।
  • ଖାଇ ସାରିବା ପରେ ଦାନ୍ତଘଷ ।
  • ରାତି ଖାଇବାର ୨/୩ ଘଣ୍ଟା ପରେ ଶୁଅ ।
  • ଦ୍ୱିପ୍ରହର ଭୋଜନକୁ ପ୍ରଧାନ ଭୋଜନ କର ।
  • ବାରମ୍ୱାର ଖାଇବାର ଅଭ୍ୟାସ ତ୍ୟାଗ କର ।
  • ଆସନରେ ବସି ପ୍ରସନ୍ନ ମନରେ ଧୀରେ ଧୀରେ ଖାଅ ।
  • ଖାଇବା ପଦାର୍ଥକୁ ୩୦/୪୦ ଥର ଚୋବାଇ ଖାଅ । ତା’ଫଳରେ ଖାଦ୍ୟ ସୁସ୍ୱାଦୁ ଲାଗିବ ଓ ଭଲ ହଜମ ହେବ ।
  • ତରତର ହୋଇ ଖାଅନାହିଁ । ଖାଇବା ପାଇଁ ୧୫/୨୦ ମିନିଟ୍ ସମୟ ଦିଅ ।
  • ଖାଇବା ସମୟରେ ଈର୍ଷା, କ୍ରୋଧ, ବିତୃଷ୍ଣା କର ନାହିଁ ।
  • ଖାଇବା ସମୟରେ କଥାବାର୍ତ୍ତା କର ନାହିଁ, ହସ ନାହିଁ କିମ୍ୱା କାନ୍ଦ ନାହିଁ ।
  • ବହୁତ ଗରମ ଗରମ କିମ୍ୱା ଥଣ୍ଡା ଥଣ୍ଡା ନ ଖାଇ ଅଳ୍ପ ଉଷୁମ ଉଷୁମ ଖାଅ ।
  • ଖଟା, ମିଠା, ଲଙ୍କା, ଲୁଣ, ତେଲ କମ୍ କର ।
  • ଚା, କଫି, ପିଅ ନାହିଁ, ପାନ, ବିଡ଼ି ସିଗାରେଟ୍ ଖାଅ ନାହିଁ ।
  • ମଦ, ଗେଞ୍ଜଇ, ଭାଙ୍ଗ, ଅଫିମ ଖାଅନାହିଁ ।
  • ବିଲେଇ, କୁକୁର, କାଉ, ମୂଷା ଇତ୍ୟାଦି ପଶୁପକ୍ଷୀ ଖାଇଥିବା କିମ୍ୱା ଶୁଙ୍ଘିଥିବା ଖାଦ୍ୟ ଖାଅନାହିଁ ।
  • ଶୋଇଲାବେଳେ ୧ ଗ୍ଲାସ୍ ଉଷୁମ କ୍ଷୀର ପିଅ ।
  • ଖାଇବା ପରେ ସ୍ନାନ କର ନାହିଁ, ଦୌଡ଼ ନାହିଁ କିମ୍ୱା ବ୍ୟାୟାମ କରନାହିଁ ।

(୬) Dresses (ବସ୍ତ୍ର) :

ପରିଷ୍କାର ପରିଚ୍ଛନ୍ନ ଲୁଗାପଟା ବ୍ୟବହାର କର । ନିୟମିତ ଖରାରେ ଶୁଖାଅ । ଅନ୍ୟର ବସ୍ତ୍ର ବ୍ୟବହାର କରନାହିଁ । ଧଳା, ହାଲୁକା ଓ ଢିଲା ବସ୍ତ୍ର ବ୍ୟବହାର କର । ପୋଷାକ ପତ୍ରକୁ ସଫା କର ଇସ୍ତ୍ରୀ ଦିଅ ।

(୭) Dwelling House (ବାସଗୃହ) :

ବାସଗୃହକୁ ପରିଷ୍କାର ପରିଚ୍ଛନ୍ନ ରଖ । ମୁକ୍ତ ବାୟୁ ଯେପରି ଘରେ ଚଳ ପ୍ରଚଳ ହୁଏ ଲକ୍ଷ୍ୟ ରଖ । ପରିବେଶ ସଫା ସୁତୁରା ରଖ ।

(୮) Know Yourself (ନିଜକୁ ନିଜେ ଜାଣ) :

ସୁଖ ପାଇବାକୁ ହେଲେ ନିଜକୁ ନିଜେ ଭଲ ଭାବରେ ଜାଣ, ନିଜକୁ ନିଜେ ଭଲ ଭାବରେ ବୁଝ । ସୁଖରେ ଉଠ, ସୁଖରେ ତୁମର ଦିନଚର୍ଯ୍ୟା କର ଓ ସୁଖରେ ଶୋଇବାକୁ ଯାଅ । ଦୁଃଖ କେଉଁଠୁ ଆସେ ନାହିଁ, ବ୍ୟକ୍ତି ନିଜେ ହିଁ ଦୁଃଖକୁ ଡାକି ଆଣେ ।

(୯) Make Good Friends (ଭଲ ମିତ୍ର କର) :

କେତେକ ଭଲ ମିତ୍ର କର, ଯେଉଁମାନେ ବିପଦ ସମୟରେ ଦୁଃଖ ଲାଘବ କରୁଥିବେ ଓ ସମ୍ପଦ, ବିଳାସ ବ୍ୟସନ ସମୟରେ ଆନନ୍ଦକୁ ଦ୍ୱିଗୁଣିତ କରୁଥିବେ । ଅନ୍ୟ ସମୟରେ ସୁଖ ଦୁଃଖକୁ ବାଣ୍ଟି କରି ନେଉଥିବେ । ପରସ୍ପରକୁ ସୁପରାମର୍ଶ ଦେଉଥିବେ । ଖଳଲୋକଙ୍କ ସହିତ ବନ୍ଧୁତା କରିନାହିଁ ।

(୧୦) Reading for Pleasure (ଆନନ୍ଦ ପାଇବା ପାଇଁ ପଢ଼) :

ଆନନ୍ଦ ପାଇବା ପାଇଁ କିଛି ସୁ ସାହିତ୍ୟ ଧର୍ମଗ୍ରନ୍ଥ ଅଧ୍ୟୟନ କର । ସେଥିରୁ ଯାହା ନୀତି ଶିକ୍ଷା ମିଳୁଛି, ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଦିଅ । ଅନ୍ୟ ଲୋକମାନଙ୍କୁ ମାର୍ଗ ଦର୍ଶନ ଦିଅ । ପୁସ୍ତକ ଅପେକ୍ଷା ଭଲ ବନ୍ଧୁ ଆଉ କେହି ନାହାନ୍ତି । ଯେତେ ଅଧିକ ପଢ଼ିବ, ସେତେ ଅଧିକ ଜାଣିବ । କବି କିମ୍ୱା ଲେଖକ ହିସାବରେ ଯଦି କିଛି ସୃଜନାତ୍ମକ କାର୍ଯ୍ୟ କରିପାରିଲ, ତୁମ୍ଭେ ଅପୂର୍ବ ଆନନ୍ଦ ପାଇ ପାରିବ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top