ଫାଶୀ ଦେବା ପୂର୍ବରୁ
ନାଥୁରାମ କଫି ପିଉଥିଲେ, ତାଙ୍କର ଚାହା ପସନ୍ଦ ନଥିଲା । ଆମେ କଫି ଓ ଚାହା ଉଭୟେ ମଗାଇଥିଲୁ । ସମସ୍ତେ ନିଜ ନିଜ ପସନ୍ଦର ପେୟ ପଦାର୍ଥ ପିଇଲେ । ଦୂର ଯାତ୍ରାରେ ବାହାରିବା ପାଇଁ ଯେବେ ମନୁଷ୍ୟ ପ୍ରସ୍ତୁତି କରେ, ତାକୁ ଯେଉଁ ପ୍ରକାର ବିଦାୟ ଦିଆଯାଏ ସେଇ ପ୍ରକାର ଆମେ ତାଙ୍କୁ ବିଦାୟ ଦେଲୁ ।
ମୃତୁ୍ୟଦଣ୍ଡପ୍ରାପ୍ତ ବନ୍ଦୀ ଦୁଇଜଣ ନିଜର ମାତାପିତାଙ୍କ ଫଟୋର ପୂଜନ କଲେ । ଆମକୁ ସାବଧାନର ସହିତ ରହିବାକୁ ଆଗ୍ରହ ବି କଲେ ।
ସେଇ ସମୟରେ ଆମ ମଧ୍ୟରୁ କେହି ଶୋକାକୁଳ ପ୍ରତୀତ ହେଉନଥିଲେ । ଯଦି ସେ ପ୍ରସନ୍ନ ଥିଲେ, ଆମେ ବି ସ୍ଥିର ଚିତ୍ତ ଥିଲୁ । ଉଦାସ ନଥିଲୁ ଆମେ ।
ଅନ୍ୟାନ୍ୟ ପ୍ରସ୍ତୁତିରେ ଆରକ୍ଷୀଗଣ ଫାଶୀ ଦେବା ପାଇଁ କଳା କପଡ଼ା ଧରି ଛିଡ଼ା ହୋଇଥିଲେ । ସେତିିକିବେଳେ ଆମେ ତାଙ୍କଠୁ ଅନ୍ତିମ ବିଦାୟ ନେଇ ସେଠାରୁ ପ୍ରସ୍ଥାନ କଲୁ ।
ଅଖଣ୍ଡ ଭାରତର ମାନଚିତ୍ର, ଗେରୁଆ ଧ୍ୱଜା ଏବଂ ଭାଗବତ ଗୀତା, ଏଇ ତିନି ବସ୍ତୁ ଦୁଇ ବନ୍ଦୀଙ୍କ ହାତରେ ଥିଲା । ପ୍ରାତଃ ୮ଟା ବାଜିବାକୁ ଯାଉଥିଲା । ସୂର୍ଯ୍ୟକିରଣ ଫିକା ଥିଲା ।
ଫାଶୀର ମଞ୍ଚ ବନ୍ଦୀଗୃହର ପଶ୍ଚାଦ୍ରେ ସ୍ଥିତ ଥିଲା । କୋଠରୀରୁ ବାହାରି ଆସିଲା ମାତ୍ରେ ସେ ସୂର୍ଯ୍ୟକିରଣ ଦେଖିଲେ । ସେଥିରୁ କିଛି ଛିଟା ତାଙ୍କ ଅଙ୍ଗରେ ପଡ଼ିଲା । ସିମଲା ଯିବାପାଇଁ ନାଥୁରାମ ଏଇ କୋଠରୀରୁ ଥରେ ବାହାରିଥିଲେ କିନ୍ତୁ ଆପତେ ଆଜି ପ୍ରଥମ ଏବଂ ଅନ୍ତିମଥର ପାଇଁ ଏଇ କୋଠରୀକୁ ବାହାରିଲେ । ସୂର୍ଯ୍ୟର ପ୍ରକାଶ ତାଙ୍କୁ ଖୁବ୍ ଭଲ ଲାଗିଲା, ଏବଂ ସିଏ କହି ଉଠିଲେ, “ପଣ୍ଡିତ ! ସୂର୍ଯ୍ୟକିରଣ ବହୁତ କୋମଳ ଓ ମନମୋହକ ଲାଗୁଛି ।”
ନାଥୁରାମ ଉତ୍ତର ଦେଲେ, “ସିମଲାରେ ତ ସଦା ଏପରି ଆହ୍ଳାଦ ଦୃଶ୍ୟ ଦେଖିବାକୁ ମିଳୁଥିଲା ।”
ଫାଶୀର ବାରଣ୍ଡାରେ ପହଞ୍ଚି ଉଭୟ ‘ଅଖଣ୍ଡ ଭାରତ ଅମର ରହୁ’ ଏବଂ ‘ବନ୍ଦେ ଭାତରମ୍’ର ଘୋଷ କଲେ ଏବଂ ଉଚ୍ଚ ସ୍ୱରରେ ପ୍ରାର୍ଥନା କଲେ –
ନମସ୍ତେ ସଦା ବତ୍ସଲେ ମାତୃଭୂମି
ତ୍ୱୟା ହିନ୍ଦୁଭୂମେ ସୁଖଂ ବର୍ଦ୍ଧିତୋଽହଂ
ମହାମଙ୍ଗଲେ ପୁଣ୍ୟଭୂମେ ତ୍ୱ୍ୱଦର୍ଥେ
ପତତ୍ୱେଷ କାୟୋ ନମସ୍ତେ ନମସ୍ତେ ।
ଏହି ସ୍ୱର କାରାଗାର ବାତାବରଣରେ ଗୁଞ୍ଜରିତ ହେଲା, ଏବଂ ଫାଶୀ ଦେବା ପାଇଁ ନିଯୁକ୍ତ ବ୍ୟକ୍ତି ଫାଶୀ ଦଣ୍ଡ ଟାଣିଦେଲେ । ଦୁଇ ପ୍ରାଣ ପଞ୍ଚତତ୍ତ୍ୱରେ ବିଳୀନ ହୋଇଗଲେ ।
ପ୍ରତିକ୍ରିୟା ୧: ଲୋକଙ୍କ ପ୍ରତିକ୍ରିୟା
ସିମଲା ନ୍ୟାୟଲୟର ଉପସ୍ଥିିିତ ଜନତା ସମୁଦାୟ ଉଚ୍ଚବର୍ଗର ଥିଲେ, କାରଣ ସିମଲାରେ ପ୍ରାୟ ଉଚ୍ଚବର୍ଗର ବ୍ୟକ୍ତବିଶେଷ ନିବାସ କରୁଥିଲେ । ମୌଲାନା ଆଜାଦ ନିଜ ବହୁ ଚର୍ଚ୍ଚିତ ପୁସ୍ତକ ‘ଇଣ୍ଡିଆ ୱିନସ୍ ଫି୍ରଡ଼ମ’ର ପୃଷ୍ଠା ୨୨୫ରେ ଲେଖିଛନ୍ତି, ‘ସମ୍ଭ୍ରାନ୍ତ ପରିବାରର କତିପୟ ମହିଳା ନିଜ ହାତରେ ବୁଣିଥିବା ସ୍ୱେଟର ନାଥୁରାମଙ୍କୁ ପଠାଇଥିଲେ ।’ ପୁସ୍ତକରୁ ଏହି ଉଦ୍ଧୃତିକୁ ଏଠାରେ ସ୍ଥାନିତ କରିବାର ଆମର ଉଦ୍ଧେଶ୍ୟ ମାତ୍ର ଏତିକି ଯେ ଉଚ୍ଚଗର୍ବର ପରିବାରରେ ନାଥୁରାମଙ୍କୁ ବୀର ପୁରୁଷ ବୋଲି ମାନ୍ୟତା ଦେଉଥିଲେ ।
ମୌଲାନା ଆଜାଦ ଅସତ୍ୟ ଲେଖିଥିବେ, ଏହା କେବେ ହୋଇନଥିବ । ଏହି ଉଲ୍ଲେଖ ସଠିକ୍ । ସହାନୁଭୂତିଶୀଳ ଜେଲ ଅଧିକାରୀମାନଙ୍କ ମାଧ୍ୟମରେ ନାଥୁରାମଙ୍କୁ ସନ୍ଦେଶ ମିଳୁଥିଲା, ଯେ ଆମେ ସମସ୍ତେ ମିଳିମିଶି ଏହି ସ୍ୱେଟର ଆପଣଙ୍କ ଭେଟି କରୁଛୁ । କୃପାକରି ଆଗାମୀ ଶୁଣାଣି ଅବସରରେ ଏହି ସ୍ୱେଟର ପିନ୍ଧି ନ୍ୟାୟଳୟ ଆସିବେ । ନାଥୁରାମଙ୍କୁ ମଧ୍ୟ ଏହି ନିବେଦନ ସ୍ୱୀକାର କରିନେବା ଲାଗି କୌଣସି ଆପତ୍ତି ବା କୁଣ୍ଠା ନଥିଲା । କାରଣ ଏହା ଦ୍ୱାରା ଅଭିଯୋଗ ଉପରେ କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନଥିଲା । ସିମଲାରେ ଶୀତର ପ୍ରକୋପ ଥିଲା ଏବଂ ସ୍ୱେଟର ତ ନାଥୁରାମ ପିନ୍ଧୁଥିଲେ । ତେଣୁ ଏ ସ୍ୱେଟର ହେଉ ବା ଅନ୍ୟ କୌଣସି ସ୍ୱେଟର ଏଥିରେ କୌଣସି ଅନ୍ତର ପଡ଼ୁନଥିଲା । ଅତଃ ଭେଟ କରିବାକୁ ଆସୁଥିବା ବ୍ୟକ୍ତିଙ୍କ ପ୍ରସନ୍ନତା ପାଇଁ ସେ ସେମାନଙ୍କ ଆଗ୍ରହ ଆଦରି ନେଉଥିଲେ ।
ପ୍ରତିକ୍ରିୟା -୨ : ମାନନୀୟ ନ୍ୟାୟାଧୀଶଙ୍କ ପ୍ରତିକ୍ରିୟା
ସିମଲାରେ ନ୍ୟାୟଲୟ ଭାବାବେଗରେ ଓତଃପ୍ରୋତଃ ଦର୍ଶକଙ୍କ ଦ୍ୱାରା ଭରାଥିଲା । ସମସ୍ତେ ନୀରବ ଥିଲେ, ନୀରବତାକୁ ଭଙ୍ଗ କରୁଥିଲା, ଦୀର୍ଘଶ୍ୱାସ ବା ଗଳା ଝାଡ଼ିବାର ଧିର ଶବ୍ଦ । ଅନେକଙ୍କ ଆଖି ଲୋତକରେ ଢଳଢଳ କରୁଥିଲା, ବା ଅଶ୍ରୁ ବୋହି ଆସୁଥିଲା । ଯଦି ସେଦିନ ନ୍ୟାୟାଲୟରେ ଉପସ୍ଥିତି ସମସ୍ତ ଦର୍ଶକଙ୍କୁ କୁହାଯାଇଥାନ୍ତା, ‘ନାଥୁରାମ ନିର୍ଦ୍ଧୋଷ’ ଏହି ନିର୍ଣ୍ଣୟକୁ ପ୍ରଚଣ୍ଡ ବହୁମତ ମିଳିଥାନ୍ତା । – ଜଷ୍ଟିସ୍ ଜି.ଡ଼ି ଖୋସଲା
‘The audience was visibly and audibly moved. There was a deep silence when he ceased speaking. Many women were in tears and men were coughing and searching for their handkerchiefs. The silence was accentuated and made deeper by the sound of an occasional subdued sniff or a muffled cough…’
‘I have however no doubt that had the audience of that day been constituted into jury and entrusted with the task of deciding Godse’ appeal , they would have brought in a verdict of ‘ not guilty’ by an overwhelming majority.’
-Justice G.D. Khosla
(The murder of the Mahatma, P. 234)
ପ୍ରତିକ୍ରିୟା -୩
ବାସ୍ତବରେ ନ୍ୟାୟାଳୟକୁ ନାଥୁରାମଙ୍କ ଏପରି ଯାଚନା ହିଁ ନ ଥିଲା ଯେ ତାଙ୍କୁ ନିର୍ଦ୍ଧୋଷ ଘୋଷିତ କରାଯାଉ ଏବଂ ମୃତୁ୍ୟଦଣ୍ଡରୁ ମୁକ୍ତି ମିଳୁ । ଉଚ୍ଚ-ନ୍ୟାୟାଳୟର ନିର୍ଣ୍ଣୟପତ୍ରରେ ନ୍ୟାୟମୂର୍ତ୍ତି ଲେଖିଥିଲେ, ‘ନାଥୁରାମ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଅନ୍ତର୍ଗତ ଦିଆଯାଇଥିବା ଫାଶୀଦଣ୍ଡ ବିରୋଧରେ ପୁର୍ନବିଚାର କରିବାକୁ କୌଣସି ନିବେଦନ କରିନାହାଁନ୍ତି । ସେ ନିଜର ଅପିଲର ବିଷୟ ତଥା ନିଜ ତର୍କକୁ ଅନ୍ୟ ପ୍ରମାଣିତ ଅଭିଯୋଗ ବିରୁଦ୍ଧରେ ହିଁ ସୀମିତ ରଖିଥିଲେ । ’
‘of all the appellants Nathuram V. Godse has not challenged his conviction under sec. 302 of the Indian Penal Code nor has he appealed from the sentence of death passed on him in respect of the offence. He has confined his appeal and also his arguments at the Bar only to other charges which have been found proved against him’ (High Court Judgement)
ଅନ୍ତ ପର୍ଯ୍ୟନ୍ତ ତାଙ୍କ ଭାବନା ଥିଲା ଯେ ମୁଁ ମାନବ ହତ୍ୟା କରିଛି । ଅତଃ ଏହାର ଦଣ୍ଡସ୍ୱରୂପ ମୁଁ ମୃତୁ୍ୟଦଣ୍ଡ ସହର୍ଷ ସ୍ୱୀକାର କରୁଅଛି । ଯଦି ମୋତେ ମୃତୁ୍ୟଦଣ୍ଡ ନଦିଆଯିବ, ତାହାହେଲେ ତାହା ନ୍ୟାୟ ସହିତ ଅନ୍ୟାୟ ହୋଇଯିବ । ମୋ ଭାବନାରେ ହତ୍ୟାର ଚରମସୀମାରେ ପହଞ୍ଚିବା ପାଇଁ ଯେଉଁ ପୃଷ୍ଠଭୂମି କାରଣ ଅଟେ, ତାହା ଯଦି ସତ୍ୟ ସିଦ୍ଧ ହେବ ତାହେଲେ ତା’ଉପରେ ବିଚାର କରାଯାଉ । କାରଣ ଏହାର ଐତିହାସିକ ମହତ୍ୱ ଅଛି । ବ୍ୟକ୍ତବର ସମାପନ ଅଂଶରେ ସେ ସ୍ପଷ୍ଟ କରିଥିଲେ ।
ପ୍ରତିକ୍ରିୟା -୪
ଅଭିଯୁକ୍ତଙ୍କ ଦ୍ୱାରା କରାଯାଇଥିବା କୃତ ଉଚିତ ଥିଲା ବା ଅନୁଚିତ ଏହାର ନିର୍ଣ୍ଣୟ କରିବା ପାଇଁ ଘଟଣାର ପାଶ୍ୱର୍ଭୂମିକୁ ନିରୀକ୍ଷଣ କରାଯାଇପାରେ । ଏହି କାର୍ଯ୍ୟ ପାଇଁ ନ୍ୟାୟାଳୟର ସୀମିତ ଏବଂ ବିଶିଷ୍ଟ ମର୍ଯ୍ୟାଦା ଥିଲା । କିନ୍ତୁ ନାଥୁରାମ ଭିଆଇଥିବା ହତ୍ୟାର ପୃଷ୍ଠଭୂମି ତ ଅତ୍ୟନ୍ତ ବିଶାଳ ଥିଲା । ଶତାବ୍ଦୀ ଶତାବ୍ଦୀର ଇତିହାସ ଥିଲା । ନ୍ୟାୟାଳୟର ବିଚାର ପରିଧିରେ ଏସବୁ ସ୍ଥାନ ପାଇବା ସମ୍ଭବପର ନଥିଲା । ନାଥୁରାମ ଏହା ଜାଣିଥିଲେ । ଅନ୍ୟଥା ଦର୍ଶକବର୍ଗ କେବଳ କାହିଁକି, ନ୍ୟାୟାଳୟ ହିଁ ତାଙ୍କୁ ନିର୍ଦ୍ଧୋଷ ଘୋଷିତ କରିଦେଇଥାନ୍ତେ ଯଦି ସେଇ ପୃଷ୍ଠଭୂମିକୁ ପରଖିବାକୁ ତାଙ୍କର କ୍ଷମତା ଥାଆନ୍ତା । ନ୍ୟାୟମୂର୍ତ୍ତି ଶ୍ରୀ ଖୋସଲାଙ୍କ ଉପର୍ଯୁକ୍ତ ଅଭିମତର ନିଷ୍କର୍ଷ କେବଳ ଏତିକି ଥିଲା, ଯଦି ସେଇ ବିଶାଳ ପୃଷ୍ଠଭୂମିକୁ ‘ସତ୍ୟାସତ୍ୟର ଆଧାର’ ମାନି ନିଆଯାଆନ୍ତା ଏବଂ ଦର୍ଶକବର୍ଗଙ୍କୁ ନ୍ୟାୟାସନରେ ଆସିନ କରାଯାଇଥାଆନ୍ତା ତାହେଲେ ସେମାନେ ନିଶ୍ଚୟ ନାଥୁରାମଙ୍କ କୃତକୁ ସମର୍ଥନ କରି ତାଙ୍କୁ ନିର୍ଦ୍ଧୋଷ ଘୋଷିତ କରିଥାଆନ୍ତେ ।
ଉଚ୍ଚ ନ୍ୟାୟାଲୟ ୨୨/୦୬/୧୯୪୯ରେ ନିଜ ନିର୍ଣ୍ଣୟ ଘୋଷିତ କଲେ । ତଦ୍ନୁସାରେ, ଶଙ୍କର କିସ୍ତେୟା ଏବଂ ଡଃ ପରଚୂରେଙ୍କୁ ମୁକ୍ତ କରିଦିଆଗଲା । ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କ ଦଣ୍ଡ ପୂର୍ବବତ୍ କାୟମ ରହିଲା । ଗୋପାଳ ଗଡ଼ସେଙ୍କ ସମ୍ବନ୍ଧରେ ନ୍ୟାୟାଲୟ ନିଜର ନିର୍ଣ୍ଣୟରେ ସରକାରଙ୍କଠାରୁ ନିଜର ଅଧିକାର ଦ୍ୱାରା ଦୟା କରିବା ପାଇଁ ଆଗ୍ରହ କଲେ ।
ପ୍ରତିକ୍ରିୟା – ୫
ନାଥୁରାମ ସିମଲାରୁ ଅମ୍ବଲା ଲେଉଟି ଆସିଲେ । ସମସ୍ତ ଅଭିଯୁକ୍ତ ଭାରତର ତତ୍କାଳୀନ ସର୍ବୋଚ୍ଚ ନ୍ୟାୟଲୟ / ପି୍ର.ଭି କାଉନସିଲ, ଇଂଲାଣ୍ଡରେ ଅପିଲ କରାଗଲା । ପରନ୍ତୁ ପ୍ରାରମ୍ଭିକ ଶ୍ରବଣ ସମୟରେ ସେସବୁ ଅସ୍ୱୀକାର କରିଦିଆଗଲା ଏବଂ ଦଣ୍ଡାଦେଶର ଅନ୍ତିମ ପୃଷ୍ଟି ହେଲା । ୧୫/୧୧/୧୯୪୯କୁ ଫାଶୀ ଦେବା ପାଇଁ ନିଶ୍ଚିତ କରାଗଲା, ମୃତୁ୍ୟଦଣ୍ଡପ୍ରାପ୍ତ ଦୁଇ ବ୍ୟକ୍ତି ନାଥୁରାମ ଗଡ଼ସେ ଏବଂ ନାନା ଆପତେ ତଥା ଆଜୀବନ କାରାବାସରେ ଦଣ୍ଡିତ ଅନ୍ୟ ତିନିଜଣ , ବିଷ୍ଣୁ କରକରେ, ମଦନଲାଲ ପାୱା ଏବଂ ଗୋପାଳ ଗଡ଼ସେ ଏ ସମସ୍ତେ ଆମ୍ବଲା ବନ୍ଦୀଗୃହରେ ଥିଲେ । ଅଧିକାରୀଙ୍କ କୃପାରୁ ମୃତୁଦଣ୍ଡ ପ୍ରାପ୍ତ ଏବଂ ଆଜୀବନ କାରାବାସରେ ଦଣ୍ଡିତ ଦୋଷୀ ପରସ୍ପର ମଧ୍ୟେ ଭେଟ ହେଉଥିଲା ।
ପ୍ରତିକ୍ରିୟା -୬
ମୃତୁ୍ୟଦଣ୍ଡର ତିଥି ନିଶ୍ଚିତ ହେଇଯିବା ପରେ ଏଥିରେ ଦଣ୍ଡିତ ବ୍ୟକ୍ତିଙ୍କ ପରିଜନଙ୍କୁ ଅନ୍ତିମଥର ସେମାନଙ୍କ ସହିତ ସାକ୍ଷାତ କରିବା ପାଇଁ କୁହାଗଲା । ଏହି ଦୃଷ୍ଟିରୁ ସେମାନଙ୍କ ଘରେଲାକଙ୍କୁ ଅଧିକାରୀମାନେ ପତ୍ର ଲେଖିଲେ ।
ନାଥୁରାମ ଆବେଦନ କରିଥିଲେ, “ମୋ ମାତାପିତା ବୃଦ୍ଧ ଏବଂ ସେମାନେ ପୁନାରେ ରହୁଛନ୍ତ । ଏତେ ଲମ୍ବା ଯାତ୍ରା ସେମାନେ କରିପାରିବେ ନାହିଁ । ଏଣୁ ମୋତେ ୟେରାବଡ଼ା (ପୁନା)ବନ୍ଦୀଗୃହକୁ ନିଆଯାଉ ଯଦ୍ୱାରା ପିତାମାତାଙ୍କୁ ମୋ ଅନ୍ତିମ ସମୟରେ ଦର୍ଶନ କରିପାରିବି ।” କିନ୍ତୁ ସରକାର ଏହି ଆବେଦନକୁ ସ୍ୱୀକାର କରିନଥିଲେ ।
ଯେଉଁ ପରିଜନ ଏବଂ ବନ୍ଧୁ ଭେଟିବାକୁ ଅମ୍ବାଲା ଆସିବାକୁ ସକ୍ଷମ ଥିଲେ ସେ ସମସ୍ତେ ୧୩/୧୧/୧୯୪୯ ପ୍ରାତଃ ଅମ୍ବାଲା ପହଞ୍ଚିଲେ, କିନ୍ତୁ ୧୪/୧୧/୧୯୪୯ରେ ହିଁ ସେମାନଙ୍କ ଭେଟ କରିବାକୁ ଦିଆଗଲା ।
ପ୍ରତିକ୍ରିୟା -୭
ଭେଟ କରିବାକୁ ଆସିଥିବା ପରିଜନଙ୍କ ସଂଖ୍ୟା ୩୦-୩୫ ଥିଲା । ୧୪/୧୧/୧୯୪୯ ସକାଳେ ୧୦ଟାରେ ୭-୮ ଦଳରେ ମିଳନ ପର୍ବ ନିଧାର୍ଯ୍ୟ ହେଲା ଏବଂ ଏହି ଅନୁସାରେ କାର୍ଯ୍ୟକ୍ରମ ହେଲା । ନାଥୁରାମ ଏବଂ ଆପତେ ଉଭୟ ଭେଟିବାକୁ ଆସିଥିବା ପରିଜନଙ୍କୁ ଅତ୍ୟନ୍ତ ସହଜ ଏବଂ ସରଳ ବାର୍ତ୍ତାଳାପ କଲେ । କୌଣସି ପରିଜନ ଅନୁଭବ କଲେ ନାହିଁ ଯେ ଆଗାମୀ କାଲି ହେବାକୁ ଥିବା ଫାଶୀ ପାଇଁ ଦୁହେଁ କିଞ୍ଚିତ ବିଚଳିତ ବୋଲି । ତାଙ୍କ ଆଚରଣ ଅଥବା ଚେହେରାରେ ମୃତୁ୍ୟର କୌଣସି ପ୍ରଭାବ ଦେଖିବାକୁ ମିଳୁନଥିଲା । ଭେଟିବାକୁ ଆସୁଥିବା ଲୋକଙ୍କ ଅଭିଭୂତ ହେବା ସ୍ୱାଭାବିକ ଥିଲା । ପରନ୍ତୁ ସେମାନଙ୍କ ଏ କଥାର ବି ସ୍ପଷ୍ଟ ଜ୍ଞାନ ଥିଲା ଯେ ଏହି ମୃତୁ୍ୟ ଅସହାୟ ଅବସ୍ଥାରେ ଆସୁଛି ଏପରି ନୁହେଁ । ଅପିତୁ ସ୍ୱୟଂ ସେମାନେ ଏହାକୁ ବରଣ କରିଥିଲେ । ଅତଃ ସେମାନେ ନିଜର ମାନସିକ ସନ୍ତୁଳନ ବଜାୟ ରଖିଥିଲେ ।
ପ୍ରତିକ୍ରିୟା-୮
ନାନା ଆପତେ ଏବଂ ତାଙ୍କ ପତ୍ନୀ ସୌ. ଚମ୍ପୂତାଇଙ୍କ ମଧ୍ୟେ ଭେଟ ବଡ଼ ହୃଦୟସ୍ପର୍ଶୀ ଥିଲା । ନାନା କହୁଥିଲେ ‘ମୁଁ ଜାଣେ ତୁମେ କାଲିଠାରୁ ଶୋକାଭିଭୂତ ରହିବ, ମୁଁ ଯଦି କହିବି କୌଣସି ପ୍ରକାର ଦୁଃଖ ପ୍ରକାଶ କରିବ ନାହିଁ, ତାହେଲେ ଦୁଃଖ ତ ଅବଶ୍ୟ ହେବ ଏବଂ ସବୁବେଳେ ମୋ ଅଭାବ ତୁମେ ଅନୁଭବ କରିବ । ତେଣୁ ଦୁଃଖ ମନେଇବା ଅପେକ୍ଷା ଆମେ ଯଦି ଆଜି ଆମୋଦ ପ୍ରମୋଦ ଆଳାପରେ ସମୟ କାଟିବା ତାହେଲେ ଏହା ଉପଯୁକ୍ତ ହେବ ।’
ପତିଙ୍କର ଏହା ଅନ୍ତିମ ଇଚ୍ଛା ଥିଲା । ନିଜ ହୃଦୟକୁ ଦୃଢ଼ କରି ପତ୍ନୀଙ୍କୁ ଏହା ପାଳନ କରିବାର ଥିଲା । କୌଣସି ପ୍ରକାରେ ମନର ଭାବାବେଗକୁ ଦବାଇ ପତିଙ୍କ ଏ ଇଛାକୁ ସଂପୂର୍ଣ୍ଣ କରିବାରେ ଚମ୍ପୂତାଇ ସଫଳ ହେଲେ । ନାନା ନିଜ ପତ୍ନୀଙ୍କଠାରୁ ନିଜ ଅନ୍ୟ ପରିଜନଙ୍କ କୁଶଳମଙ୍ଗଳ ପଚାରୁଥିଲେ । ଚମ୍ପୂତାଇ ଶାନ୍ତଚିତ୍ତରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । କାରାଗାରରେ ଅଧ ଘଣ୍ଟା ପର୍ଯ୍ୟନ୍ତ ପତି-ପତ୍ନୀଙ୍କ ସେଇ ଅନ୍ତିମ ଭେଟ ଅନେକ ମହତ୍ୱପୂର୍ଣ୍ଣ ଥିଲା ଏବଂ ସେତିିକି ସଂଯମପୂର୍ଣ୍ଣ ମନୋସ୍ଥିତିରେ ସମ୍ପନ୍ନ ବି ହେଲା ।
ପ୍ରତିକ୍ରିୟା – ୯
ନାଥୁରାମ ଗଡ଼ସେ ଏବଂ ନାନା ଆପତେ ଯାହାଙ୍କୁ ଅଗାମୀ ସକାଳେ ଫାଶୀରେ ଝୁଲିବାର ଥିଲା, ତାଙ୍କୁ ଭେଟିବାକୁ ଆସୁଥିବା ପରିଜନ ଏବଂ ବନ୍ଧୁଙ୍କ ମର୍ମସ୍ପର୍ଶୀ ଭେଟର ଦୃଶ୍ୟ କାରାଗୃହର ଅଧିକାରୀ ଦେଖିଲେ । ମୃତୁଦଣ୍ଡ ପ୍ରାପ୍ତ ବନ୍ଦୀଙ୍କ ଧୀରଚିତ୍ତ ବ୍ୟବହାରର ଉଦାହରଣ ସେମାନଙ୍କ କେବେ ଦେଖିନଥିଲେ । ସେମାନେ ତ ଆଜି ପର୍ଯ୍ୟନ୍ତ ଏପରି ସାକ୍ଷାତକାର ସମୟରେ ରୋଧନ-କ୍ରନ୍ଦନ ହିଁ ଦେଖିଥିଲେ, ଶୁଣିଥିଲେ । ଏହି ଭେଟ ଅବସରରେ ଅଧିକାରୀ ବି ଅନେକବାର ଭାବବିଭୋର ହୋଇଗଲେ, କାରଣ ସେମାନେ ବି ମନୁଷ୍ୟ ଥିଲେ, ମାନବିକତା ଥିଲା ।
ପ୍ରତିକ୍ରିୟା -୧୦
ଭେଟିବାକୁ ଆସୁଥିବା ବ୍ୟକ୍ତି କିଛି ଖାଦ୍ୟ ବି ଆଣିଥିଲେ, ସେହି ସନ୍ଧ୍ୟାରେ ତାହାହିଁ ଭୋଜନ ରୂପେ ପରଷାଗଲା । କାଲି ହେବାକୁ ଥିବା ଫାଶୀକୁ ନେଇ ନା ସେମାନଙ୍କ ଭୋକ ମରିଯାଇଥିଲା, ନା ହିଁ ସେମାନଙ୍କ ମନରେ ଏପରି ଭାବନା ଥିଲା, କାଲି ତ ମରିବାର ଅଛି, ଅତଃ ଆଜି ଯେତେ ଅଧିକରୁ ଅଧିକ ଖାଇବାର ଅଛି ଯେତେ ଖାଇନେବା । ସେମାନେ ଜାଣିଥିଲେ ଯେ ଖାଦ୍ୟ ପଦାର୍ଥ ସେମାନଙ୍କ ପରିଜନ ଓ ବନ୍ଧୁମାନେ ଆଦର ସହକାରେ ପଠାଇଛନ୍ତି, ସେହି ଭାବନାକୁ ସମ୍ମାନ ବି ଦେଇଥିଲେ, ସେହି ସ୍ନେହର ମୂଲ୍ୟ ବୁଝିଥିଲେ । ତେଣୁ ପ୍ରତ୍ୟେକ ବସ୍ତୁକୁ ସେମାନେ ଉସôାହର ସହିତ ଚାଖିଲେ ଏବଂ ପରିଜନଙ୍କ ନିକଟକୁ ସନ୍ଦେଶ ପଠାଇଲେ, ଯେ ଭୋଜନ ବହୁତ ସ୍ୱାଦିଷ୍ଟ ଥିଲା, ଯଦ୍ଧାରା କ୍ଷଣିକ ପାଇଁ ହେଉ ପଛେ ପରିଜନଙ୍କୁ କିଛିଟା ସାନ୍ତ୍ୱନା ମିଳିବ ।
ପ୍ରତିକ୍ରିୟା -୧୧
ରାତ୍ରି ଆଠ ବେଳକୁ ଗୋପାଳ, କରକରେ ଏବଂ ମଦନଲାଲ ଏହି ତିନିଜଣ ନାନା ଆପତେଙ୍କୁ ଭେଟିବାକୁ ଗଲେ । ଆମେ ଗୀତାର କତିପୟ ଅଧ୍ୟାୟକୁ ସେଠାରେ ଅଧ୍ୟୟନ ଏବଂ ପାରାୟଣ କଲୁ । ନାଥୁରାମ ଗୀତାର ଦ୍ୱିତୀୟ, ଏଗାର ଓ ଅଠର ଅଧ୍ୟାୟକୁ ଅଧିକ ମହତ୍ୱପୂର୍ଣ୍ଣ ବୋଲି ବିଚାର କରୁଥିଲେ । କେବେ କେବେ ଆମେ ଏହିସବୁ ବିଷୟରେ ଚର୍ଚ୍ଚା ବି କରୁଥିଲୁ । ଉପର୍ଯୁକ୍ତ ଭେଟରେ ଗୀତା-ପାଠ ମଧ୍ୟରେ ଆମର ଅନେକ ଆଲୋଚନା ବି ହେଲା । ବନ୍ଧୁ ପରିଜନଙ୍କ ସହିତ ମିଳନ, ସେମାନଙ୍କ ସହିତ ବାର୍ତ୍ତାଳାପ, ପୂର୍ବ ସ୍ମୃତି ଉପରେ ଅନେକ ଆଲୋଚନାମାନ ହେଲା । ଏହି ପ୍ରକାର ଦୁଇ ଘଣ୍ଟା ତାଙ୍କ ସହିତ ବିତାଇସାରି ତିନି ବନ୍ଦୀ ନିଜ କାରାଗୃହକୁ ଫେରି ଆସିଲେ ।
ପ୍ରତିକ୍ରୟା – ୧୨
ଦେଶର ବର୍ତ୍ତମାନ ପଶ୍ଚିମ ପ୍ରଦେଶ ପଞ୍ଜାବ ପ୍ରାନ୍ତ ଭାରତ-ବିଭାଜନ କାରଣ ଯୋଗୁଁ ଅତ୍ୟଧିକ ଏବଂ ପ୍ରତ୍ୟକ୍ଷ ରୂପରେ ପ୍ରଭାବିତ ହେଇଥିଲା । ଜନମାନସରେ ସେମାନଙ୍କର ଯେଉଁ ପ୍ରତିକ୍ରିୟା ଥିଲା, ସେମାନେ ଆମର ଭାବନାକୁ ଭଲ ରୂପେ ଚିହ୍ନୁଥିଲେ । ଆମକୁ ଭେଟିବାକୁ ଆସୁଥିବା ବ୍ୟକ୍ତିମାନେ ବି ଏହି ବିଷୟରେ ନିଜର ଅନେକ ଅନୁଭବ ଶୁଣାଇଲେ । ଦିଲ୍ଲୀରୁ ଆମ୍ବଲା ଆସୁଥିବା ଗାଡ଼ିରେ ଅତ୍ୟଧିକ ଭିଡ଼ର ସାମ୍ନା ସେମାନେ କରିଥିଲେ । ରାତ୍ରି-ଗାଡ଼ିରେ ଛିଡ଼ା ହୋଇ କଟାଇବାକୁ ପଡ଼ିଥିଲା । ଅନ୍ୟ ଯାତ୍ରୀମାନେ ଅନୁମାନ କରିନେଲେ ଯେ ସେହି କିଛି ଲୋକ ଦେଶର ଏହି ଭାଗରୁ ନୁହଁନ୍ତି । ଅପିତୁ ଅନ୍ୟ ଭାଗର ଏବଂ ଯେବେ ସେ ଲୋକଙ୍କୁ ଏହା ବିଦିତ ହେଲା, ସେ ଲୋକ ମହାରାଷ୍ଟ୍ରର ତଥା ଗାନ୍ଧୀ-ବଧ କାଣ୍ଡରେ ମୃତୁ୍ୟଦଣ୍ଡ ପ୍ରାପ୍ତ ନାଥୁରାମ ଗଡ଼ସେ ଏବଂ ନାନା ଆପତେଙ୍କୁ ଭେଟିବାକୁ ଯାଉଛନ୍ତି, ସେମାନେ ନିଜ ସିଟ ସେଇ ଲୋକମାନଙ୍କୁ ଛାଡ଼ିଦେଇଥିଲେ ଏବଂ ସ୍ୱୟଂ ଛିଡ଼ା ହୋଇ ରହିଲେ ଯାତ୍ରା ଅବଧିରେ ।
କିଛି ଯାତ୍ରୀ ସେମାନଙ୍କ ସହିତ ଅମ୍ବାଲା ଷ୍ଟେସନରେ ଓହ୍ଲେଇଗଲେ । ସେ ଲୋକମାନେ ଭେଟ କରିବାକୁ ଆସିଥିବା ଯାତ୍ରୀମାନଙ୍କ ଅମ୍ବାଲାଠାରେ ରହିବା ପାଇଁ ବନ୍ଦୋବସ୍ତ ବିଷୟରେ ପଚରାଉଚୁରା କଲେ । ଯେବେ ସେମାନେ ଜାଣିଲେ ଯେ ଅମୁକ ସ୍ଥାନରେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଯାଇଛି ସେମାନେ ଟାଙ୍ଗା ଆଦିର ବ୍ୟବସ୍ଥା କରିଦେଲେ । ସେମାନେ ଟାଙ୍ଗାବାଲାକୁ ବି ବୁଝାଇଦେଲେ, ପରଦେଶୀ ଯାତ୍ରୀ କେଉଁ କାରଣ ପାଇଁ ଅମ୍ବାଲା ଆସିଛନ୍ତି । ପରିଣାମସ୍ୱରୂପ ଯେବେ ଏହି ଲୋକ ନିଶ୍ଚିତ ସ୍ଥାନରେ ଓହ୍ଲେଇଲେ, ଟାଙ୍ଗାବାଲା ଭଡ଼ା ନେବା ପାଇଁ ମନା କରିଦେଲା । ତା’ର ପ୍ରତିକ୍ରିୟା ଥିଲା, ଯେଉଁମାନଙ୍କୁ ଆପଣ ଭେଟିବାକୁ ଯାଉଛନ୍ତି, ନିଜ ଜୀବନକୁ ବାଜି ଲଗାଥିଲେ । ଏଣୁ ତା’ର ଆଗ୍ରହ ଥିଲା ଯେ ସହାନୁଭୂତିର ଏହି ଆଦାନ ପ୍ରଦାନରେ ଆମକୁ ବି ଭାଗ ନେବାକ ଅବସର ପ୍ରଦାନ କରାଯାଉ ।
ଅମ୍ବାଲାର ଭୋଜନାଳୟ ଅଥବା ଉପହାଗୃହରେ ଅପରିଚିତ ଏହି ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଉଥିଲା । କିନ୍ତୁ ଯେବେ ସେମାନଙ୍କ ଆଗମନର କାରଣ ଜଣାପଡ଼ୁଥିଲା, ସେମାନେ ଭୋଜନ ଆଦିର ମୂଲ୍ୟ ନେଉନଥିଲେ । ଏପରି ଭାବାବେଗପୂର୍ଣ୍ଣ ଦୃଶ୍ୟ ସେମାନଙ୍କୁ ଦେଖିବାକୁ ମିଳିଲା ।
ଫାଶୀ ହେବାର ପରଦିନ ଯେବେ ପରିଜନ ଓ ବନ୍ଧୁ ନିଜ ସ୍ୱସ୍ଥାନକୁ ଲେଉଟୁଥିଲେ, ସେଇ ଦିନ ଅମ୍ବାଲା ଷ୍ଟେସନଠାରେ ସ୍ଥାନୀୟ ଲୋକଙ୍କ ଅନେକ ସଂଖ୍ୟାରେ ଉପସ୍ଥିତ ଥିଲେ । ସେମାନେ ଷ୍ଟେସନକୁ ‘…କି ଜୟ’ର ଉଦ୍ଘୋଷରେ ଗୁଞ୍ଜରିତ କରି ନିଜ ଭାବନାର ଅଭିବ୍ୟକ୍ତି କରିଥିଲେ ।