(୭୧) ବହୁ ସଂଖ୍ୟକ ଲୋକ ଭ୍ରମରେ ରହିଲେ, ସେମାନେ ଭାବିଲେ ଯେ ଭାରତ ସ୍ୱତନ୍ତ୍ରତା ପାଇଁ ଆନ୍ଦୋଳନ ୧୯୧୪-୧୫ର ସେହି ଅବଧିରେ ଅୟାରାମ୍ଭ ହେଲା ଯେବେ ଗାନ୍ଧୀଜୀ ଜେଲ ଗଲେ ଏବଂ ୧୫ ଅଗଷ୍ଟରେ ସମାପ୍ତ ହେଲା ଯେବେ ‘ରାଷ୍ଟ୍ରପିତା’ ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧିନତା ମିଳିଲା । ସହସ୍ର ବର୍ଷର ଇତିହାସରେ ଏପରି କୌଣସି ଉଦାହରଣ ନାହିଁ ଯେବେ ଏତେ ଅଧିକ ଲୋକଙ୍କୁ ଭ୍ରମିତ କରାଗଲା ଏବଂ ସେମାନେ ଏହାକୁ ପୂର୍ଣ୍ଣ ପ୍ରାଣରେ ବିଶ୍ୱାସ ବି କଲେ । ସ୍ୱତନ୍ତ୍ରତା ତ ଦୂର କଥା ଗାନ୍ଧୀଜୀ ଭାରତକୁ ଏପରି ଦଶାରେ ପହଞ୍ଚାଇଦେଲେ ଯେ ଏହା ଖଣ୍ଡ ଖଣ୍ଡ ହୋଇଗଲା ଏବଂ ସ୍ଥାନେ ସ୍ଥାନେ ରକ୍ତପାତ ମଧ୍ୟ ହେଲା । ଭାରତରେ ଗାନ୍ଧୀଜୀଙ୍କ ଆବିର୍ଭାବର ପୂର୍ବ ଶତାବ୍ଦୀମାନଙ୍କରେ ସ୍ୱତନ୍ତ୍ରତା ପ୍ରାପ୍ତି ଲକ୍ଷ୍ୟରେ ଏପରି ଆନ୍ଦୋଳନମାନ ଚାଲୁଥିଲା ଯାହାକୁ ଦବାଇ ଦିଆ ଯିବାରେ ଅସଫଳ ଥିଲା ବ୍ରିଟିଶ ସରକାର । ୧୮୧୮ରେ ଯେବେ ମରାଠା ଶକ୍ତି କ୍ଷୀଣ ହେଲା, ଇଂରେଜ ଭାବିଲେ ଯେ ଭାରତରେ ସ୍ୱତନ୍ତ୍ରତା ଯୁଦ୍ଧ ଅସଫଳ ହୋଇଗଲା । କିନ୍ତୁ ଉତ୍ତର ଭାରତରେ ଶିଖଙ୍କ ଶକ୍ତି ଜାଗିଉଠୁଥିଲା । କାଳାନ୍ତରରେ ଶିଖ ପରାସ୍ତ ହୋଇଗଲେ । ୧୮୫୭ରେ ବିଦ୍ରୋହର ପ୍ରସ୍ତୁତି ଆରମ୍ଭ ହେଉଥିଲା । ଏପରି ବିଦ୍ରୋହ ଏତେ ଅକସ୍ମାତ୍ ଏବଂ କ୍ଷୀବ୍ରଗତିରେ ସଙ୍ଘଠିତ ହେଲା ଯେ ଇଂରେଜ ଥରହର ହେଲେ । ସେମାନେ ଅନେକ ଥର ଭାବିଲେ ଯେ ଭାରତ ଛାଡ଼ି ଚାଲିଯିବେ । ବୀର ସାବରକରଙ୍କ ‘୧୮୫୭ର ସ୍ୱତନ୍ତ୍ରୀୟ ସମର’ ନାମକ ଗ୍ରନ୍ଥ ଅନୁସାରେ ଭାରତବାସୀ ଇଂରେଜଙ୍କ ଆଧିପତ୍ୟର ଅନ୍ତ ଘଟାଇବା ପାଇଁ ପ୍ରଚଣ୍ଡ ପରାକ୍ରମ ପ୍ରର୍ଦଶିତ କଲେ ଏବଂ ଯେବେ ଇଂରେଜ ପୁନଃ ନିଜ ଆଧିପତ୍ୟ ଜାହିର କରିବା ପାଇଁ ଚେଷ୍ଟିତ ହେଲେ କଂଗ୍ରେସର ଅଭ୍ୟୁତ୍ଥାନ ହେଲା । କଂଗ୍ରେସ ମଞ୍ଚରୁ ଆମ ଦେଶବାସୀ ଇଂରେଜର ଭାରତ-ରାଜତ୍ୱ ସ୍ୱପ୍ନକୁ ପଣ୍ଡ କରିବା ଅଭିପ୍ରାୟରେ ରଣଆହ୍ୱାନ ଦେଲେ । ୧୮୮୫ରେ ଆହତ ରାଷ୍ଟ୍ର ସ୍ୱତନ୍ତ୍ରତା ପାଇଁ ପୁନଃ ପ୍ରଯତ୍ନ କଲେ । ପ୍ରଥମ ବୈଧାନିକ ରୂପରେ ପ୍ରଯତ୍ନ କଲେ ଏବଂ ପରେ ଶସ୍ତ୍ର ଦ୍ୱାରା ମଧ୍ୟ ଇଂରେଜଙ୍କ ପ୍ରତିକାର କରାଗଲା । ଖୁଦିରାମ ବୋଷ ୧୯୦୯ରେ ବୋମା ଫିଙ୍ଗି ଦେଶଭକ୍ତିର ଭାବନା ବ୍ୟକ୍ତ କଲେ ।
(୭୨) ୧୯୧୪-୧୫ରେ ଗାନ୍ଧୀଜୀ ଭାରତ ଫେରିଆସିଲେ । ଏହାର ଆଠ ବର୍ଷ ପୂର୍ବରୁ ହିଁ ଭାରତର ଅଧିକାଂଶ ଅଞ୍ଚଳରେ କ୍ରାନ୍ତିକାରୀ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । ସ୍ୱତନ୍ତ୍ରତା ସଂଗ୍ରାମର ଅନ୍ତ ହୋଇନଥିଲା । ଧିରେ ଧିରେ ଏହା ନିଆଁ ଭଳି ଚାରିଆଡେ଼ ବ୍ୟାପୁଥିଲା । ଗାନ୍ଧୀଜୀ ଏବଂ ତାଙ୍କର ଅହିଂସା ସିଦ୍ଧାନ୍ତରେ ପ୍ରଭାବିତ ହୋଇ ଏହି ଆନ୍ଦୋଳନ ଦୁର୍ବଳ ପଡ଼ିଗଲା । କିନ୍ତୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ମହାରାଷ୍ଟ୍ର, ପଞ୍ଜାବ ତଥା ବଙ୍ଗାଳର ଅନ୍ୟ କ୍ରାନ୍ତିକାରୀ ନେତାଙ୍କୁ ଧନ୍ୟବାଦ ଯେ ଲୋକମାନ୍ୟ ତିଲକଙ୍କ ମୃତ୍ୟୁ ପରବର୍ତ୍ତୀ ସମୟରେ ଗାନ୍ଧୀଜୀଙ୍କ ପ୍ରଭାବ ତ ସେମିତି ବଢ଼ିବାରେ ଲାଗିଥିଲା କିନ୍ତୁ ତତ୍ସହିତ କ୍ରାନ୍ତିକାରୀ ଆନ୍ଦୋଳନ ବି ପ୍ରଖର ହେଉଥିଲା ।
(୭୩) ସଶସ୍ତ୍ର ସଂଗ୍ରାମରେ ରୁଚି ରଖୁଥିବା କିଛି ଉପରୋକ୍ତ ବ୍ୟକ୍ତିବିଶେଷ କଂଗ୍ରେସର ସଦସ୍ୟ ବି ଥିଲେ ଯଦିଓ ସେମାନେ ମଝି ରାସ୍ତା ଆପଣେଇ ବୈଧାନିକ ରୂପରେ ଚାଲୁଥିଲେ । ସେହିମାନେ ସ୍ୱତନ୍ତ୍ରତା ମାର୍ଗରେ କିଞ୍ଚିତ ପ୍ରଗତି ବି କଲେ । ୧୮୯୨ରେ ଇଂରେଜ ବିବଶ ହୋଇଗଲା ଏବଂ ବିଧାନ ପରିଷଦ ଗଠିତ କଲେ । ଏହାର ପଶ୍ଚାତ୍ ୧୯୦୯ରେ ବା ଭାରତୀୟ ପରିଷଦ ଅଧିନିୟମ ବା ମିନଟୋ ମୋର୍ଲି ସଂସ୍କାର ଦ୍ୱାରା ନିଶ୍ଚିତ କରାଗଲା ଯେମିତି ଜନତାଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାରେ କାମ କରିବାକୁ ଅଧିକାର ପ୍ରାପ୍ତ ହେବେ । ଏହାର ବାର ବର୍ଷ ପରେ ପ୍ରଥମ ବିଶ୍ୱଯୁଦ୍ଧ ଉପରାନ୍ତ ମୋଣ୍ଟାଗୁ ଚେଲମସଫୋର୍ଡ ସଂସ୍କାର ଲାଗୁ ହେଲା । ଏହାଦ୍ୱାରା ବିଭିନ୍ନ ପ୍ରାନ୍ତକୁ ଅଧିକାର ମିଳିଲା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସଂଖ୍ୟା ବଢ଼ାଇ ଦିଆଗଲା । ଏହିଭଳି ଭାବେ ସ୍ଥାୟୀ ରୂପରେ କେନ୍ଦ୍ର ଏବଂ ପ୍ରାନ୍ତରେ ଜନତାଙ୍କ ନିର୍ବାଚିତ ପ୍ରତିନିଧିଙ୍କ ବହୁମତ ମିଳିଗଲା । ୧୯୩୫ରେ ପ୍ରାନ୍ତସବୁକୁ ପୂର୍ଣ୍ଣ ଅଧିକାର ମିଲିଲା । ବିଦେଶୀ ବିଭାଗ, ସେନା ଏବଂ ଅର୍ଥ ବିଭାଗର କିଛିକାଂଶକୁ ଛାଡ଼ି ବାକି ସବୁ ବିଭାଗରେ କେନ୍ଦ୍ରରେ ଉତ୍ତରଦାୟିତ୍ୱପୂର୍ଣ୍ଣ ଅଧିକାର ମିଲଗଲା । ଗାନ୍ଧୀଜୀଙ୍କୁ ସଂସଦରେ କାର୍ଯ୍ୟରତ ଦଳରେ କୌଣସି ରୁଚି ନଥିଲା ଏବଂ ସେ ସଦା ସେମାନଙ୍କ ବର୍ଜନ କରୁଥିଲେ । ତଥାପି ବୈଧାନିକ ପ୍ରଗତି ୧୯୩୫ରେ ଯାଏ କିଛିକାଂଶରେ ଅଗ୍ରଗତି କଲା । ୧୯୩୫ ଅଧିନୟମରେ ବାସ୍ତବରେ ବହୁତ ତ୍ରୁଟି ଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ଥିଲା ଇଂରେଜଙ୍କ ସ୍ୱାର୍ଥ ରକ୍ଷାକୁ ପୂର୍ଣ୍ଣ ରୂପରେ ସୁରକ୍ଷା ଦେବା ଭଳି ନିୟମମାନ । ସାମ୍ପ୍ରଦାୟିକ ଶକ୍ତିକୁ ମଧ୍ୟ ଅଧିକ ପ୍ରୋତ୍ସାହନ ମିଲିଲା ।
(୭୪) ଏହି ନିୟମରେ ଅନ୍ୟ ଏକ ଦୋଷ ବି ହେଲା, ଏହା ଅନୁସାରେ ରାଜ୍ୟପାଳ ବା ଗଭର୍ନରମାନଙ୍କୁ ଏବଂ ଗଭର୍ନର ଜେନେରାଲଙ୍କୁ ‘ଭିଟୋ’ ଅର୍ଥାତ୍ ନିର୍ଣ୍ଣୟ ନେବାର ଅଧିକାର ପ୍ରାପ୍ତ ଥିଲା । ତଥାପି ଏହା ନିଶ୍ଚିତ ଥିଲା ଯେ ଯଦି ଗାନ୍ଧୀଜୀ ଏହାର ବର୍ଜନ ନ କରିଥାଆନ୍ତେ ତା’ହେଲେ ଆମକୁ ସ୍ୱତନ୍ତ୍ରତା, ଯାହା ଏବେ ଦେଶର ଏକ-ତୃତୀୟାଂଶ ଭାଗ ହରାଇ ମିଳିଲା ତାହା ଅଖଣ୍ଡ ରୂପରେ ଅନେକ ପୂର୍ବରୁ ମିଳିଯାଇଥାଆନ୍ତା ।
(୭୫) ମୁଁ ସେହି କ୍ରାନ୍ତିକାରୀ ଦଳର ପୂର୍ବରୁ ଉଲ୍ଲେଖ କରିସାରିଛି ଯାହା କଂଗ୍ରେସଠାରୁ ପୃଥକ ଥିଲା । ଅନେକ ପ୍ରସିଦ୍ଧ କଂଗ୍ରେସ ନେତୃବୃନ୍ଦ ଏହି ଦଳ ପ୍ରତି ସହାନୁଭୂତିଶୀଳ ଥିଲେ । ଏହି ଦଳ ସର୍ବଦା ଦେଶକୁ କଂଗ୍ରେସର କାର୍ଯ୍ୟକ୍ରମ ବା ସିଦ୍ଧାନ୍ତଠୁ ଦୂରେଇ ରଖିବାରେ ଚେଷ୍ଟିତ ଥିଲା । ୧୯୧୮-୧୯ର ପ୍ରଥମ ଯୁଦ୍ଧକାଳରେ କଂଗ୍ରେସ ଦଳ ବୈଧାନିକ ଢଙ୍ଗରେ ଲଢେ଼ଇ କଲା ଏବଂ କ୍ରାନ୍ତିକାରୀ ଦଳ ନିଜ କାର୍ଯ୍ୟ କରୁଥିଲେ । ଏହା ସହିତ ଆମେରିକା ଏବଂ ୟୁରୋପର ଗଦର ଦଳ ଜର୍ମାନୀ ଆଦି ଦେଶର ସହାୟତାରେ ଭାରତର ଇଂରେଜଙ୍କୁ ବିତାଡ଼ିତ କରିବା ଉଦ୍ଧେଶ୍ୟରେ ଯୋଜନା କରୁଥିଲେ । ‘କୋମାଗାଠା ମାରୁ’ ଘଟଣାକୁ ସମସ୍ତେ ଉତ୍ତମ ରୂପେ ଜାଣନ୍ତି ଏବଂ ଏହା ବି ସତ୍ୟ ଯେ ମାଡ୍ରାସ ନିକଟରେ ଯେଉଁ ଗୁଳିକାଣ୍ଡ ହେଲା ତାହା ଜର୍ମାନ କମାଣ୍ଡରଙ୍କ ସହାୟତାରେ ହୋଇଥିଲା । ପରନ୍ତୁ ୧୯୨୦ରେ ଗାନ୍ଧୀ ଅସ୍ତ୍ର ପ୍ରୟୋଗକୁ ନିରନ୍ତର ନିନ୍ଦା କଲେ ଏବଂ ସେ ଭୁଲିଗଲେ ଯେ କିଛି ବର୍ଷ ପୂର୍ବେ ସେ ଇଂରେଜ ସେନାରେ ସୈନିକ ପ୍ରବେଶ କରାଇବାରେ କେତେ ପରିଶ୍ରମ କରିଥିଲେ । ତଥାବି ରୋୱଲେଟ୍ ଆକ୍ଟ ରିପୋର୍ଟରେ ଲେଖାଗଲା ହିନ୍ଦୁସ୍ତାନରେ କ୍ରାନ୍ତିକାରୀଙ୍କ ସଂଖ୍ୟା ଅଧିକ ।676767୧୯୦୬ରୁ୧୯୧୮ପର୍ଯ୍ୟନ୍ତ କ୍ରାନ୍ତିକାରୀମାନେ ଇଂରେଜ ଏବଂ ତାଙ୍କର ଚାଟୁକାରମାନଙ୍କୁ ଗୁଳିବିଦ୍ଧ କଲେ ଏବଂ ଏହା ଇଂରେଜଙ୍କୁ ତ୍ରସ୍ତ କରିଥିଲା । ଏଣୁ ସେମାନେ ଏଠାରେ ନିଜ ଜୀବନ ଅସୁରକ୍ଷିତ ବୋଲି ମଣିଲେ ।676767 ଏହାପରେ ଏଡ଼ୱିନ ମୋଣ୍ଟାଗୁ ଭାରତ ଆସିଲେ । ସେ ଭାରତକୁ ଅଧିକାର ଦେବାକୁ ପ୍ରତିଶୃତି ଦେଲେ କିନ୍ତୁ ଏହା ସ୍ୱତନ୍ତ୍ରତା ପାଇଁ ସଂଗ୍ରାମରତ କ୍ରାନ୍ତିକାରୀ ଉଦ୍ଧୀପନାକୁ ପ୍ରଭାବିତ କରିପାରିଲାନି । ୧୯୧୯ରେ ସୁଧାର ଆସିଲା, କିନ୍ତୁ ଏହାର ପଶ୍ଚାତ୍ ଜଲିଆନୱାଲା ବାଗ ଗୁଳିକାଣ୍ଡ ହେଲା ଯେଉଁଥିରେ ନିଶସ୍ତ୍ର ଜନତାଙ୍କ ସଭାରେ ଡାଏର ଏହା କହି ଗୁଳି ଚଳାଇଲେ ଯେ ଆୟୋଜନ ରୋୱଲେଟ୍ ଆକ୍ଟ ବିରୁଦ୍ଧରେ ହେଉଛି । ସାର ମାଇକେଲ ଓ’ଡାୟର୍ ସେମାନଙ୍କୁ ଦବେଇ ଦେଲେ ଯେଉଁମାନେ ରୋୱଲେଟ୍ ଆକ୍ଟ ବିରୁଦ୍ଧରେ କାର୍ଯ୍ୟ କଲେ । କିନ୍ତୁ ୨୦ ବର୍ଷ ପଶ୍ଚାତ୍ ତାକୁ ନିଜ କୃତକର୍ମର ଫଳ ମିଲିଲା । ୧ ମାର୍ଚ୍ଚ ୧୯୪୦ରେ ସର୍ଦାର ଉଦ୍ଧାମ ସିଂହ ଲଣ୍ଡନଠାରେ ତାକୁ ଗୁଳି କରି ହତ୍ୟା କଲେ । ମଦନଲାଲ ଡିଗ୍ରା, ଭଗତସିଂହ , ବି.କେ. ଦତ୍ତା, ଚନ୍ଦ୍ରେଶେଖର ଆଜାଦ, ରାଜଗୁରୁ ଏବଂ ସୁଖଦେବ ଭଳି ବୀର ପୁତ୍ରମାନେ ଇଂରେଜ ସରକାରଙ୍କ ନିଦ ହଜାଇ ଦେଲେ । ଏମିତି କିଛି କ୍ରାନ୍ତିକାରୀ ବ୍ୟକ୍ତି ଏପରି କିଛି ଦେଶହିତ ପାଇଁ କାର୍ଯ୍ୟ କରିଥିଲେ ଯେବେ ମହାତ୍ମା ଗାନ୍ଧୀଙ୍କୁ କେହି ଜାଣି ବି ନଥିଲେ । କିଛି ସେପର୍ଯ୍ୟନ୍ତ ନିରନ୍ତର କାର୍ଯ୍ୟ କରିଚାଲିଥିଲେ ଯେବେ ଗାନ୍ଧୀଜୀ କଂଗ୍ରେସର ବୈଧାନିକ ଆନ୍ଦୋଳନର ନେତା ଥିଲେ ।
(୭୬) ମୁଁ ପ୍ରଥମରୁ କହିଛି ଯେ କ୍ରାନ୍ତିକାରୀ ଆନ୍ଦୋଳନ ବଙ୍ଗାଳ ଏବଂ ମହାରାଷ୍ଟ୍ରରୁ ପଞ୍ଜାବକୁ ବି ସଂକ୍ରମିତ ହେଲା । ଯେଉଁ ଲୋକ ଏହି ଆନ୍ଦୋଳନକୁ ସଞ୍ଚାଳିତ କରୁଥିଲେ ସେମାନେ ପଢ଼ାଲେଖା ସମ୍ଭ୍ରାନ୍ତ ପରିବାରର ଥିଲେ । ମାତୃଭୂମିର ସ୍ୱତନ୍ତ୍ରତା ପାଇଁ ନିଜର ସୁଖ ସୁବିଧା, ଜୀବନ ଶୈଳୀ ପରିତ୍ୟାଗ କରିଥିଲେ । ସେହିମାନଙ୍କ ରକ୍ତରେ ଭାରତକୁ ସ୍ୱରାଜ ପ୍ରାପ୍ତ କରାଇବା ପାଇଁ ସଙ୍ଘର୍ଷର ମୂଳଦୁଆ ପଡ଼ିଥିଲା । ଲୋକମାନ୍ୟ ତିଲକ ସ୍ୱତନ୍ତ୍ରତା ଆନ୍ଦୋଳନକୁ ସଙ୍ଘଠିତ କଲେ । ମାହାତ୍ମା ଗାନ୍ଧୀ ଏହାର ଲାଭ ଉଠାଇଲେ । ମୋରେ ପୂର୍ଣ୍ଣ ବିଶ୍ୱାସ ଯେ ୧୯୦୯ରୁ ୧୯୩୫ ପର୍ଯ୍ୟନ୍ତ ଯେତେ ବି ସୁଧାର ଅଣାଗଲା ତାହା ଏହିଭଳି କିଛି ବ୍ୟକ୍ତିବିଶେଷଙ୍କ ସାହସିକ କ୍ରାନ୍ତିକାରୀ ଆନ୍ଦୋଳନ ଯୋଗୁଁ ସମ୍ଭବ ହୋଇଥିଲା ।
(୭୭) ଗାନ୍ଧୀଜୀଙ୍କ ଶାନ୍ତି ନୀତିରେ ଅନୁପ୍ରାଣିତ ହୋଇ ଲୋକେ ସଶସ୍ତ୍ର କ୍ରାନ୍ତିକାରୀ ଆନ୍ଦୋଳନକୁ ନିନ୍ଦନୀୟ ମଣିଲେ । ଗାନ୍ଧୀଜୀ ନିଜ ପ୍ରତ୍ୟେକ ଭାଷଣ ଏବଂ ଲେଖାରେ କ୍ରାନ୍ତିକାରୀ ଆନ୍ଦୋଳନକୁ ନିନ୍ଦା କଲେ । ଏହାର ବିପରୀତ ଭାରତର ଜନତାଙ୍କ ହୃଦୟରେ କ୍ରାନ୍ତିକାରୀଙ୍କ ପ୍ରତି ସମ୍ବେଦନା ବି ଥିଲା । କ୍ରାନ୍ତିକାରୀଙ୍କର ଏକ ହିଁ ନୀତି ଥିଲା ରାଷ୍ଟ୍ରକୁ ବିଦେଶୀ ଶାସକଙ୍କଠାରୁ ମୁକ୍ତ କରିବା ଉଦ୍ଧେଶ୍ୟରେ ଯୁଦ୍ଧନୀତି ଆପଣେଇବା । ଇଂରେଜ ସହିତ କୌଣସି ସନ୍ଧି ହୋଇପାରିବ ନାହିଁ । ବିଦେଶୀ ଆଧିପତ୍ୟ ତାଙ୍କ ପାଇଁ ଆହ୍ୱାନ ଥିଲା । କ୍ରାନ୍ତିକାରୀଙ୍କ ଦୃଷ୍ଟିରେ ବିଦେଶୀଙ୍କୁ ଭାରତର ନାଗରିକ ମାନ୍ୟତା ବା ତାଙ୍କ ସହିତ ସନ୍ଧି କରିବା ମୁର୍ଖାମୀ ବୋଲି ବିଚାର୍ଯ୍ୟ ଥିଲା । ଗାନ୍ଧୀଜୀ ସ୍ୱତନ୍ତ୍ରତା ପ୍ରାପ୍ତି ଲାଗି ଅସ୍ତ୍ର ପ୍ରୟୋଗର ଯେତେ ନିନ୍ଦା କଲେ ବି କ୍ରାନ୍ତିକାରୀ ଆନ୍ଦୋଳନ ସେତିକି ଲୋକପ୍ରିୟ ହେବାକୁ ଲାଗିଲା । ଏହି ବିଷୟ ମାର୍ଚ୍ଚ ୧୯୩୧ର କରାଚି ଅଧିବେଶନରୁ ସ୍ପଷ୍ଟ । ଗାନ୍ଧୀଜୀଙ୍କ କଠୋର ବିରୋଧ ସତ୍ୱେ ଭଗତ ସିଂହଙ୍କ ସାହସର ପ୍ରଶଂସା କରି ଏକ ପ୍ରସ୍ତାବ ପାରିତ ହେଲା ଯାହା ସେ ୧୯୨୯ରେ Legislative Assembly ବୋମା ନିକ୍ଷେପ କରି ଦେଖାଇଥିଲେ । ଗାନ୍ଧୀଜୀ ଏହି ପରାଜୟକୁ ଭୁଲିଲେନି ଏବଂ କିଛି ମାସ ପରେ ଯେବେ ଶ୍ରୀ ବାସୁଦେବ ବଲୱନ୍ତ ଗୋଗଟେ ବମ୍ବେର ଗଭର୍ନର ଜେନେରାଲଙ୍କ ଉପରେ ଗୁଳିଚାଳନା କଲେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟିର ବୈଠକରେ କହିଲେ ଯେ ଏର୍ନେଷ୍ଟ ହଟସନ ଉପରେ ଗୁଳି ଚାଳନାର ମୁଖ୍ୟ କାରଣ ସେହି ପ୍ରଶଂସାର ପ୍ରଭାବ ଯାହା କରାଚିରେ ଭଗତ ସିଂହଙ୍କ ପାଇଁ ପାରିତ କରାଯାଇଥିଲା । ଗାନ୍ଧୀକୁ ବିରୋଧ କରିଥିଲେ ସୁଭାଷଚନ୍ଦ୍ର ବୋଷ । ତେଣୁ ଗାନ୍ଧୀଜୀ ତାଙ୍କୁ ନିଜ ବିରୋଧି ଭାବିଲେ ଏବଂ ବିଚାର କଲେ ଯେ ଏହି ସଚ୍ଚା ଦେଶଭକ୍ତ ତାଙ୍କର କୌଣସି କାମର ନୁହେଁ । ଭାରତର ସ୍ୱାଧୀନତା ପ୍ରାପ୍ତିରେ କ୍ରାନ୍ତିକାରୀ ଦଳଙ୍କ ସର୍ବାଧିକ ଶ୍ରେୟ ଅଛି । ଯେଉଁମାନେ କୁହନ୍ତି ଯେ ଗାନ୍ଧୀଜୀଙ୍କ ପରିଶ୍ରମ ଯୋଗୁଁ ସ୍ୱାଧିନତା ପ୍ରାପ୍ତ ହେଲା ସେମାନେ କେବଳ କୃତଘ୍ନତା ନୁହେଁ ବରଂ ଏକ ମିଥ୍ୟା ଇତିହାସର ରୋପଣ କରିବାକୁ ପ୍ରଚେଷ୍ଟିତ ଥିଲେ । ୧୮୯୫ରେ ପରେ ସ୍ୱାଧୀନତା ସଂଗ୍ରାମର ପ୍ରକୃତ ଇତିହାସ ସେହି ସମୟ ପର୍ଯ୍ୟନ୍ତ ଲେଖାଯାଇ ପାରିବ ନାହିଁ ସେପର୍ଯ୍ୟନ୍ତ ସତ୍ତା ଗାନ୍ଧୀବାଦୀଙ୍କ ହାତରେ ଥିବ । ସେପର୍ଯ୍ୟନ୍ତ ଦେଶଭକ୍ତ ନବଯୁବକଙ୍କ କାର୍ଯ୍ୟକୁ ଅନ୍ଧକାର ରହିବ । ପରନ୍ତୁ ଏହା ମଧ୍ୟ ଅକାଟ୍ୟ ସତ୍ୟ ଯେ ସେମାନେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।
(୭୮)ଗାନ୍ଧୀଜୀ କେବଳ ସେଇମାନଙ୍କ ବିରୋଧ କରୁ ନଥିଲେ ଯେଉଁମାନେ ସ୍ୱତନ୍ତ୍ରତା ପ୍ରାପ୍ତି ପାଇଁ ଶସ୍ତ୍ର ପ୍ରୟୋଗ କରିବାକୁ ଚାହୁଁଥିଲେ ବରଂ ସେଇ ଲୋକଙ୍କର ବି କଡ଼ା ବିରୋଧ କରୁଥିଲେ ଯେଉଁମାନଙ୍କ ବିଚାର ଗାନ୍ଧୀଜୀଙ୍କ ବିଚାରଠାରୁ ଭିନ୍ନ ଥିଲା । ସୁଭାଷ ବୋଷ ଏପରି ଜଣେ ଦେଶଭକ୍ତ ଥିଲେ ଯିଏ ଗାନ୍ଧୀଜୀଙ୍କ ଅପ୍ରସନ୍ନତା ନିଶାଣ ଥିଲେ । ଯାହା ମୋତେ ଜଣା ଅଛି ସୁବାଷ ବୋଷ ଛ’ବର୍ଷ ପର୍ଯ୍ୟନ୍ତ ଦେଶ ବାହାରେ ରହିଲେ ଏବଂ ଗାନ୍ଧୀଜୀ ତାଙ୍କ ଉପରେ ପ୍ରତିବନ୍ଧର କୌଣସି ବିରୋଧ କଲେ ନାହିଁ । ସୁବାଷଚନ୍ଦ୍ର ବୋଷ ଅଧ୍ୟକ୍ଷ ପଦରେ ରହିଥିବା ବେଳେ ମଧ୍ୟ ଗାନ୍ଧୀଙ୍କୁ ସମର୍ଥନ କରିନଥିଲେ । ତଥାପି ସୁଭାଷଚନ୍ଦ୍ର ବୋଷ ଏତେ ଲୋକପ୍ରିୟ ହେଲେ ଯେ ଗାନ୍ଧୀଜୀଙ୍କ ଇଛା ବିପରିତ ପଟ୍ଟାବୀ ସୀତାରାମୟାଙ୍କ ବିରୋଧରେ ପ୍ରବଳ ବହୁମତରେ ନିର୍ବାଚିତ ହେଲେ ଏବଂ ଡଃ ପଟ୍ଟାବୀ ସୀତାରାମୟାଙ୍କ ଆନ୍ଧ୍ରରୁ ବି ସୁଭାଷ ବୋଷଙ୍କୁ ଅଧିକ ଭୋଟ ମିଳିଲା । ଗାନ୍ଧୀଜା କ୍ଷୋଭ ପ୍ରକାଶ କରି କହିଲେ, “ସୁଭାଷଚନ୍ଦ୍ର ବୋଷଙ୍କ ଜିତ୍ ଗାନ୍ଧୀଙ୍କ ହାର ଅଟେ ।” ଗାନ୍ଧୀଜୀଙ୍କ ମନ ବିଷାକ୍ତ ହୋଇଗଲା, ସେ ଦ୍ୱେଷରେ ଜଳିବାକୁ ଲାଗିଲେ ଏବଂ ଏଥିଯୋଗୁଁ ସେ ତ୍ରିପୁରା କଂଗ୍ରେସ ଅଧିବେଶନକୁ ଗଲେ ନାହିଁ ଏବଂ ରାଜକୋଟଠାରେ ଅନଶନ ଏବଂ ସତ୍ୟାଗ୍ରହରେ ବସିଗଲେ । ଯେତେ ସମୟ ପର୍ଯ୍ୟନ୍ତ ସୁଭାଷଚନ୍ଦ୍ର କଂଗ୍ରେସର ଅଧ୍ୟକ୍ଷ ପଦରୁ ଅପସାରିତ ନହୋଇ ଥିଲେ ତାଙ୍କର କ୍ରୋଧ ପ୍ରଶମିତ ହୋଇନଥିଲା ।
(୭୯) ସୁଭାଷ ବୋଷଙ୍କୁ ଦ୍ୱିତୀୟଥର ଲାଗି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ଏବଂ ଦେଶରୁ ଚାଲିଯିବା ପ୍ରସଙ୍ଗ ପ୍ରକଟ କରୁଅଛି ଯେ ଗାନ୍ଧୀଜୀ କିଭଳି ଧୂର୍ତ୍ତତା ପୂର୍ବକ କଂଗ୍ରେସଠାରୁ ନିଜ କାମ ଆଦାୟ କରୁଥିଲେ । ୧୯୩୪ ପରେ ଗାନ୍ଧଜୀ ବାରମ୍ବାର ଏହା କହୁଥିଲେ ଯେ ସେ କଂଗ୍ରେସର ସଦସ୍ୟ ନୁହଁନ୍ତି ଏବଂ ତାଙ୍କର କଂଗ୍ରେସ ସହିତ କୌଣସି ସମ୍ବନ୍ଧ ନାହିଁ । ପରନ୍ତୁ ସୁଭାଷ ଯେବେ ଦ୍ୱିତୀୟ ଥର ଲାଗି ଅଧ୍ୟକ୍ଷ ପଦ ହାସଲ କଲେ ଗାନ୍ଧୀଜୀଙ୍କ କ୍ରୋଧ ଆଉ ଲୁଚି ରହିଲା ନାହିଁ ଏବଂ ପ୍ରମାଣିତ ହେଲା ଯେ ସେ ହିଁ କଂଗ୍ରେସ ଏବଂ ଦଳର ସବୁ କାମରେ ହସ୍ତକ୍ଷେପ କରନ୍ତି ।
(୮୦) ଯେବେ ୮ ଅଗଷ୍ଟ , ୧୯୪୨ରେ ଗାନ୍ଧୀଜୀ କଂଗ୍ରେସ ତରଫରୁ ‘ଭାରତ ଛାଡ଼’ ଆନ୍ଦୋଳନର ପ୍ରତିନିଧିତ୍ୱ କଲେ, ଅନେକ ନେତା ଇଂରେଜର ରୋଷର ଶିକାର ହେଲେ ଏବଂ ସେମାନଙ୍କୁ କାରାଦଣ୍ଡ ହେଲା । ଆନ୍ଦୋଳନ ଦବେଇ ଦିଆଗଲା । କଂଗ୍ରେସର କିଛି ଲୋକ ଗୁପ୍ତ ରୂପରେ କାର୍ଯ୍ୟ କରୁଥିଲେ । ଏହି ଲୋକେ ଗାନ୍ଧୀଜୀଙ୍କ ସିଦ୍ଧାନ୍ତ ଆପଣେଇ ଜେଲ ଯିବାକୁ ଚାହୁଁନଥିଲେ ବରଂ ବାହାର ରହି ଲୁଟପାଟ, ଭଙ୍ଗାରୁଜା କରି ସରକାରଙ୍କ ଯେତେ କ୍ଷତି କରିପାରିବେ, କରିବେ ବୋଲି ଯୋଜନାରେ ଲିପ୍ତ ଥିଲେ । ଏହି ଲୋକେ ଇଂରେଜ ହଟାଓ ଅଭିଯାନରେ ଅସ୍ତ୍ର ପ୍ରୟୋଗ କରିବାକୁ ବି ତପôର ଥିଲେ । କାରଣ ଗାନ୍ଧୀଜୀ କହିଥିଲେ, କର ବା ମର । ଏହି ବାକ୍ୟର ଅର୍ଥରୁ ଦଳ ଭାବିଲା ଯେତେ ବାଧା ଯେପରି ଉପାୟରେ ହେଉ, ସରକାରଙ୍କ ମାର୍ଗରେ ଉତ୍ପନ୍ନ କରାଯାଇପାରିବ କରାଯିବ । ବାସ୍ତବରେ ସେମାନେ ସବୁ କଲେ ଯାହା ଦ୍ୱାରା ଯୁଦ୍ଧ ପ୍ରସ୍ତୁତିରେ ବାଧା ଉତ୍ପନ୍ନ ହେବ । ପୁଲିସ ଥାନାକୁ ଜଳାଇ ଦିଆଗଲା । ଡାକ୍ତରଖାନା ଅଚଳ କରାଗଲା । ଉତ୍ତର ବିହାର ଏବଂ ଅନ୍ୟ ସ୍ଥାନରେ ୯୦୦ ଷ୍ଟେସନକୁ ଉଡ଼ାଇ ଦିଆଗଲା, ଶାସନ ଅବ୍ୟବସ୍ଥା ଦେଖାଗଲା ।
(୮୧) ଏହି ବଳ ପ୍ରୟୋଗ ଅଂହିସା ଏବଂ ସତ୍ୟାଗ୍ରହର ବିରୁଦ୍ଧରେ ଥିଲା କିନ୍ତୁ ସେତେବେଳେ ଗାନ୍ଧୀଜୀ ଏହି ବିଷୟରେ ମୌନ ଧାରଣ କଲେ । ବିରୋଧ କରିଥିଲେ ସେ ନିଜ ଲୋକପ୍ରିୟତା ହରାଇଥାଆନ୍ତେ । କାରଣ ଜନତା ଅହିଂସା ଆଦିର ବିଚାର କରୁନଥିଲା ଏବଂ ଯଦି ସେ ବଳ ପ୍ରୟୋଗକୁ ପ୍ରୋସôାହିତ କରିଥାଆନ୍ତ ତା’ହେଲେ ଅହିଂସା ସିଦ୍ଧାନ୍ତର ଉଲ୍ଲଙ୍ଘନ ହୋଇଥାଆନ୍ତା । ସେ ସମୟରେ, ବାସ୍ତବରେ ଭାରତ ଛାଡ଼ ଆନ୍ଦୋଳନର ଅର୍ଥ ପରିପ୍ରେକ୍ଷୀରେ ଲୁଟପାଟ, ବିନାଶ କାର୍ଯ୍ୟମାନ ହିଁ ଥିଲା । ଅଗଷ୍ଟ, ୧୯୪୨ ପରେ କିଛି ସପ୍ତାହ ମଧ୍ୟରେ ଯାହା କିଛି ହେଲା ତାହା ଗାନ୍ଧୀଜୀଙ୍କ ବିଚାରଧାରାର ପ୍ରତିକୂଳ ଥିଲା । ଗାନ୍ଧୀଜୀଙ୍କ ଏକ ବିଚିତ୍ର କଥନ ଥିଲା ସେ କର ବା ମର କହୁଥିଲେ । ୧୯୪୩ରେ ଲର୍ଡ ଲିନଲିଥଗୋ ନିଜ ପତ୍ର ଆଦାନପ୍ରଦାନ ବେଳେ ଗାନ୍ଧୀଜୀଙ୍କୁ ସ୍ପଷ୍ଟ ପଚାରିଲେ, ସେ ୧୯୪୨ର ହିଂସାକୁ ଉଚିତ ଭାବୁଛନ୍ତି ନା ନାହିଁ । ଏହାର ଜବାବରେ ହିଂସ୍ରକ କାର୍ଯ୍ୟକୁ ଗାନ୍ଧୀ ନିନ୍ଦା କରିଥିଲେ । ଯେଉଁ ହାନୀ, ଲୁଟପାଟ ଏବଂ ଭଙ୍ଗାରୁଜା ହେଉଥିଲା ଏବଂ ଯୁଦ୍ଧ ପ୍ରସ୍ତୁତିରେ ବାଧା ଆସିଲା, ତାହା ହିଂସାରେ ବିଶ୍ୱାସ କରୁଥିବା କ୍ରାନ୍ତିକାରୀଙ୍କ ଯୋଗୁଁ ଥିଲା । ଅହିଂସାର ପୂଜାରୀ ଗାନ୍ଧୀଜୀଙ୍କ ପାଇଁ ନୁହେଁ ।
ତାଙ୍କର ଅହିଂସା ଅସଫଳ ହୋଇଗଲା ଯଦିଓ ହିଂସା କିଛି ମାତ୍ରରେ ସଫଳ ହେଲା । ଜେଲରେ ଥାଇ ଗାନ୍ଧୀଜୀଙ୍କୁ ହିଂସାର ନିନ୍ଦା କରିବାକୁ ପଡ଼ିଲା । ଆଜାଦି ପାଇଁ କ୍ରାନ୍ତିକାରୀ ସଙ୍ଘର୍ଷକୁ ଗାନ୍ଧୀଜୀ ଦୁର୍ବଳ କରିଦେଲେ । ଗନ୍ଧୀଜୀଙ୍କ ଅନ୍ତ ତ ଅଗଷ୍ଟ, ୧୯୪୨ ପଶ୍ଚାତ୍ ହୋଇସାରିଥିଲା ।
(୮୨) ସେହି ସମୟ ପର୍ଯ୍ୟନ୍ତ ସୁଭାଷ ବୋଷ ଯିଏ ଜାନୁଆରୀ ୧୯୪୧ରେ ଗୁପ୍ତ ରୂପରେ ଭାରତରୁ ଚାଲିଯାଇଥିଲେ ଆଫଗାନିସ୍ତାନ ବାଟ ଦେଇ ବର୍ଲିନରେ ପହଞ୍ଚି ସେଠାରୁ ଜାପାନ ଗଲେ । ନେତାଜୀଙ୍କୁ କାବୁଲ ଯାଇ ପୁଣି ସେଠାରୁ ବର୍ଲିନ ଯିବାରେ ଯେଉଁ ବାଧା, କଷ୍ଟ ହେଲା ଉତ୍ତମଚନ୍ଦ ମଲହୋତ୍ରା ନିଜ ପୁସ୍ତକ ‘ନେତାଜୀ ଜିଆଉଦ୍ଧିନ କେ ରୂପ ମେ’ ପୁସ୍ତକରେ ସ୍ପଷ୍ଟ ରୂପରେ ଲେଖିଛନ୍ତି । ବୋଷ ବର୍ଲିନ ପହଞ୍ଚିବାରେ ଅନେକ ବାଧାର ସମ୍ମୁଖୀନ ହେଲେ । ରୋମାଞ୍ଚକାରୀ ସାହସ ପ୍ରଦର୍ଶିତ କଲେ । ୧୯୪୨ରେ ଯେବେ କ୍ରିପ୍ସ ଭାରତ ଆସିଲେ, ତେବେ ସୁଭାଷ ଜାପାନ ପହଞ୍ଚିଯାଇଥିଲେ, ଏବଂ ଭାରତ ଉପରେ ଆକମ୍ରଣ କରିବାବୁ ମସୁଧା କରୁଥିଲେ । ଯେବେ ସୁଭାଷ ବର୍ଲିନ ଗଲେ ହିଟଲର ଭାରତର ସର୍ବୋଚ୍ଚ ଶାସକର ଉପାଧି ତାଙ୍କୁ ପ୍ରଦାନ କଲେ ଏବଂ ଜାପାନ ପହଞ୍ଚିବା ପରେ ଜାପାନୀଙ୍କୁ ଇଂରେଜ ବିରୁଦ୍ଧରେ ଭାରତ ଉପରେ ଆକ୍ରମଣ ପାଇଁ ସହାୟତା ଲାଗି ପ୍ରସ୍ତୁତ ଥିବାର ଦେଖିଲେ । ଜାପାନ ପୂର୍ବରୁ ହିଁ ଆମେରିକାର ପର୍ଲ ହାରବର ଉପରେ ଆକ୍ରମଣ କରି ଜର୍ମାନୀ ତରଫରୁ ଯୁଦ୍ଧରେ ସମ୍ମିଳିତ ହୋଇସାରିଥିଲା । ଜର୍ମାନୀ ରୁଷ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲା । ଜାପାନ, ମଲାୟା ଶାସିତ ରାଜ୍ୟ ଏବଂ ପୂର୍ବର ଅନ୍ୟ ଭାଗରେ ଯେଉଁଠାରେ ଭାରତବାସୀ ରହୁଥିଲେ ସେଠାରେ ସୁଭାଷଙ୍କର ହୃଦୟଭରି ସ୍ୱାଗତ କଲେ ।
(୮୩) ଜାପାନ , ବର୍ମା, ଡଚର ପୂର୍ବ ଦ୍ୱୀପ, ମଲୟା ଏବଂ ଆଣ୍ଡାମାନ ଦ୍ୱୀପରେ ନିଜ ଅଧିକାର ସ୍ଥାପିତ କରିସାରିଥିଲା । ସୁଭାଷ ଭାରତ ସମ୍ବନ୍ଧିତ ସ୍ଥାନରେ ସ୍ଥାୟୀ ସରକାର ଚଳାଇଲେ ଏବଂ ୧୯୪୪ରେ ଜାପାନଙ୍କୁ ରାଜି କରାଇ ସେମାନଙ୍କ ସହାୟତାରେ ଭାରତ ଆକ୍ରମଣ ପାଇଁ ବଳ ଜୁଟାଇଲେ । ସୁଭାଷଙ୍କ ନେତୃତ୍ୟରେ ଭାରତୀୟ ସେନା ଦେଶ ଦୁଆରେ ଆସି ପହଞ୍ଚିଲେ ଏବଂ ମଣିପୁର ଏବଂ ଆସାମର କିଛି ଅଂଶରେ ପ୍ରବେଶ ବି କରିସାରିଥିଲେ । ଆଜାଦ ହିନ୍ଦରେ ସେଇ ସଦସ୍ୟମାନେ ଥିଲେ ଯେଉଁମାନେ ଜାପାନ କାରାଗାରରୁ ମୁକ୍ତ ହୋଇଥିଲେ ବା ସେଠାରେ ପୂର୍ବରୁ ବାସ କରୁଥିଲେ । ଏହା ସ୍ୱୀକାର୍ଯ୍ୟ ଯେ ଆଜାଦ ହିନ୍ଦ ସେନା ହାରିଗଲେ କିନ୍ତୁ ଏଥିରେ ସୁଭାଷଙ୍କ କୌଣସି ଦୋଷ ନଥିଲା । ସେ ପୂର୍ଣ୍ଣ ବୀରତାରେ ଲଢ଼ିଥିଲେ, କିନ୍ତୁ ସୁଭାଷଙ୍କ ସେନା ପାଖରେ ଆଧୁନିକ ଯୁଦ୍ଧାସ୍ତ୍ର ନଥିଲା । ଅନେକ ଜବାନ ଭୋକରେ ଏବଂ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ପ୍ରାପ୍ତ ହେଲେ କାରଣ ଚିକିତ୍ସା ଓ ଔଷଧର ବି ଉଚିତ ବ୍ୟବସ୍ଥା ନଥିଲା । କିନ୍ତୁ ଯେଉଁ ଭାବନା ସୁଭାଷ ସେମାନଙ୍କ ମନପ୍ରାଣରେ ଭରିଦେଲେ, ତାହା ଆଶ୍ଚର୍ଯ୍ୟଜନକ ଥିଲା । ଲୋକେ ତାଙ୍କୁ ସ୍ନେହପୂର୍ବକ ‘ନେତାଜୀ’ କହୁଥିଲେ ଏବଂ ସାରା ଦେଶ ତାଙ୍କର ଉଦ୍ଘୋଷ ‘ଜୟହିନ୍ଦ’ ମନ୍ତ୍ରକୁ ସାଦରେ ଗ୍ରହଣ କରିଥିଲା ।
(୮୪) ଇଂରେଜଙ୍କୁ ଦେଶରୁ ବିତାଡ଼ିତ କରିବା ଲାଗି ଭାରତ ଉପରେ ଆକ୍ରମଣ ଭଳି କାର୍ଯ୍ୟର ତୀବ୍ର ବିରୋଧି ଥିଲେ ଗାନ୍ଧୀଜୀ । ଜାପାନ ସହାୟତାରେ ଆକ୍ରମଣ କରିବା ନେହେରୁଙ୍କୁ ପସନ୍ଦ ନଥିଲା । ସୁଭାଷ ଏବଂ ଭାରତୀୟ କଂଗ୍ରେସଙ୍କ ମଧ୍ୟରେ ଯାହା ବି ମତଭେଦ ଥାଉନା କାହିଁକି ଜନତାଙ୍କ ହୃଦୟରେ ଯେତେ ସ୍ନେହ ସୁଭାଷଙ୍କ ପ୍ରତି ଥିଲା ତାହା କୌଣସି ଅନ୍ୟ ବ୍ୟକ୍ତି ପ୍ରତି ନଥିଲା । ଯଦି ୧୯୪୫ରେ ସୁଭାଷ ଆସି ଯାଇଥାଆନ୍ତେ ତା’ହେଲେ ସାରା ଦେଶ ତାଙ୍କ ଚରଣରେ ନତମସ୍ତକ ହୋଇ ସ୍ୱାଗତ କରିଥାଆନ୍ତେ ଏବଂ ସବୁଛାଡ଼ି ତାଙ୍କ ଅନୁଗାମୀ ହୋଇଯାଇଥା’ନ୍ତେ । କିନ୍ତୁ ଗାନ୍ଧୀଜୀଙ୍କ ଭାଗ୍ୟ ପୁଣି ଚମକିଲା । ୧୯୨୦ରେ ଲୋକମାନ୍ୟ ତିଲକଙ୍କ ମୃତ୍ୟୁ ହେଲା ଏବଂ ଗାନ୍ଧୀ ସାରା ଦେଶର ନେତା ହୋଇଥିଲ । ସୁଭାଷଙ୍କ ବିଜୟ ଗାନ୍ଧୀଜୀଙ୍କୁ ଦବାଇ ଦେବା ଭଳି ପରାଜୟ ସିଦ୍ଧ ହୋଇଥାଆନ୍ତା କିନ୍ତୁ ଏଠାରେ ବି ଗାନ୍ଧୀଙ୍କ ଭାଗ୍ୟ ଅନୁକୂଳ ଥିଲା । ବିଦେଶରେ ସୁଭାଷଙ୍କ ମୃତ୍ୟୁ ହେଲା । କଂଗ୍ରେସ ପାଇଁ ସରଳ ମାର୍ଗ ଉନ୍ମୁକ୍ତ ଥିଲା – ସେମାନେ ସୁଭାଷ ଏବଂ ତାଙ୍କ ସାଥିଙ୍କ ପ୍ରଶଂସା କରିବା ଏବଂ ଆଜାଦ ହିନ୍ଦ ସେନାର ଯେଉଁ ତିନି ଅଫିସରଙ୍କୁ ବିରୋଧରେ ଲାଲ କିଲ୍ଲାରେ ମୋକଦ୍ଧମା ହେଲା ସେଥିରୁ ସେମାନଙ୍କୁ ବଞ୍ଚାଇବାକୁ ପ୍ରଯତ୍ନ କରି, ସୁଭାଷପ୍ରେମୀ ହୋଇ ପ୍ରଶଂସିତ ହେବା । ଏବେ ତ ନେହେରୁ ବି ସୁଭାଷଚନ୍ଦ୍ରଙ୍କ ଉଦ୍ଘୋଷ ‘ଜୟହିନ୍ଦ’ କୁ ଆପଣେଇ ନେଇଥିଲେ । ସୁଭାଷ ଏବଂ ଆଜାଦ ହିନ୍ଦ ସେନା ନାମରେ ନିଜର ସ୍ୱାର୍ଥ ସିଦ୍ଧ ଲାଗି ଏହି ନାମର ଦମ୍ରେ ୧୯୪୬ ନିର୍ବାଚନ ଜିତିଲେ । ଏହା ବାଦ୍ ସେ ଆଶ୍ୱାସନା ଦେଲେ ଯେ ଆମେ ପାକିସ୍ତାନର ବିରୋଧ କରିବୁ । ଏହି ଦୁଇ ଅଭିବଚନ ପାଇଁ I.N.A. ସୁଭାଷ ସେନାକୁ ନିଶ୍ଚିତ ସମ୍ମାନ ଦେଲେ କିନ୍ତୁ ଗାନ୍ଧୀ ଏବଂ ନେହେରୁ ପାକିସ୍ତାନ ସମ୍ମୁଖରେ ନଇଁଲେ ଏବଂ ନିଜ ବଚନ ଭାଙ୍ଗିଲେ ।
(୮୫) ମୁସଲିମ ଲିଗ ଦେଶର ଶାନ୍ତି ଭଙ୍ଗ କରୁଥିଲା, ହିନ୍ଦୁଙ୍କ ଉପରେ ଅତ୍ୟାଚାର କରୁଥିଲା । ଏପରି ଜଣାପଡ଼ୁଥିଲା ଲର୍ଡ ୱେଭେଲ୍ଙ୍କର ଏହିସବୁ ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ । କଂଗ୍ରେସ ଏହି ଅତ୍ୟାଚାର ପ୍ରତିକାର କରିବାକୁ ଚାହୁଁନଥିଲା କାରଣ ସେ ମୁସଲମାନଙ୍କ ପ୍ରସନ୍ନ ରଖିବାକୁ ଚାହୁଁଥିଲା । ଗାନ୍ଧୀଜୀ ନିଜ ପାଇଁ ଅନୁକୂଳ ନଥିବା କାର୍ଯ୍ୟକୁ ଦବାଇ ଦେଉଥିଲେ । ତେଣୁ ମୋତେ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ଯେ ସ୍ୱାଧୀନତା ଗାନ୍ଧୀଙ୍କ ଯୋଗୁଁ ପ୍ରାପ୍ତ ହେଲା । ମୋ ବିଚାରରେ ମୁସଲମାନଙ୍କ ଆଗରେ ମୁଣ୍ଡ ନୁଆଁଇବା ଆଜାଦି ପାଇଁ ଯୁଦ୍ଧ କରିବା ନଥିଲା । ଏହା ଦ୍ୱାରା ତ ନିଜର ହିଁ ସତ୍ୟାନାଶ ହେଲା ଏବଂ ଦେଶର ଏକ-ତୃତୀୟାଂଶ ହାତରୁ ଚାଲିଗଲା । ସ୍ୱରାଜ ପ୍ରାପ୍ତିରେ ଗାନ୍ଧୀଜୀଙ୍କ ହାତ ନଥିଲା । ସେ ଦେଶଭକ୍ତ ଥିଲେ, କିନ୍ତୁ ତାଙ୍କ ପ୍ରଚାରର ପ୍ରଭାବ ବିପରୀତ ହେଲା । ତାଙ୍କ ନେତୃତ୍ୱରେ ଦେଶ ଭ୍ରମିତ ହେଲା । ମୋ ବିଚାରରେ ଦେଶଭକ୍ତ ସୁଭାଷ ଥିଲେ ଯିଏ ଦେଶଭକ୍ତିର ପ୍ରକୃତ ଶିଖା ପ୍ରଜ୍ଜ୍ୱଳିତ କଲେ ଏବଂ ଯେବେ ଆବଶ୍ୟକତା ପଡ଼ିଲା ଶକ୍ତିର ପ୍ରୟୋଗ ମଧ୍ୟ କଲେ । ଗାନ୍ଧୀଜୀ ଏବଂ ତାଙ୍କ ଅନୁଗାମୀ ସୁଭାଷଙ୍କୁ ଶକ୍ତିହୀନ କରିବାକୁ ଚାହୁଁଥିଲେ ଯଦ୍ଧ୍ୱାରା ମହାତ୍ମା ଗାନ୍ଧୀଙ୍କୁ ଭାରତୀୟ ସ୍ୱତନ୍ତ୍ରତାର ସଂଗ୍ରାମର ପ୍ରକୃତ ଶିଳ୍ପକାର ବୋଲି ଅଭିହିତ କରାଯାଇପାରିବ ।
(୮୬) ଇଂରେଜଙ୍କର ଭାରତ ଛାଡ଼ିବାର ତିନି କାରଣ ଥିଲା ଏବଂ ଏଥିରେ ଗାନ୍ଧୀଙ୍କର କୌଣସି ଭୂମିକା ନଥିଲା । ଏହି ତିନି କାରଣର ବିବରଣ ଏହି ପ୍ରକାରର :-
- (କ) ୧୮୫୭ରୁ ୧୯୩୨ ପର୍ଯ୍ୟନ୍ତ କ୍ରାନ୍ତିକାରୀ ଆନ୍ଦୋଳନ ଏବଂ ଏହାର ପଶ୍ଚାତ୍ ଗାନ୍ଧିଜୀଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ୧୯୪୨ର ବିଦ୍ରୋହ ଏବଂ ତତ୍ଉପରାନ୍ତ ସୁଭାଷ ବୋଷଙ୍କ ମହାନତମ କାର୍ଯ୍ୟ ଭାରତୀୟ ସେନାଙ୍କ ମଧ୍ୟେ ବିଦ୍ରୋହ ଭାବନା ଜାଗୃତ କଲା ଏବଂ ଇଂରେଜ ଶାସନର ମୂଳଦୁଆ ଦୋହଲାଇ ଦେଲା । ଗାନ୍ଧୀଜୀ ପ୍ରାରମ୍ଭରୁ ଅନ୍ତ ଯାଏ ସମସ୍ତଙ୍କ ବିରୁଦ୍ଧରେ ଥିଲେ ।
- (ଖ) ସ୍ୱତନ୍ତ୍ରତାର ଅନ୍ୟ ଶ୍ରେୟ ସେଇମାନଙ୍କର ଯେଉଁମାନେ ଆସେମ୍ବଲିରେ ସମ୍ବିଧାନିକ ରୂପରେ ଅଧିକାର ପାଇଁ ଲଢ଼ିଲେ । ଏହି ବର୍ଗର ସିଦ୍ଧାନ୍ତ ଥିଲା ଯେ ଯାହା ମିଳିବ ଗ୍ରହଣ କରିନେବା ଏବଂ ଅଧିକ ପାଇଁ ଦାବୀ କରିବା । ଏଥିରେ ଲୋକମାନ୍ୟ ତିଲକ, ଏନ.ସି.କେଲକର, ଶ୍ରୀ ସି.ଆର.ଦାସ, ବିଠଲଭାଇ ପଟେଲ, ପଣ୍ଡିତ ମଦନ ମୋହନ ମାଲବୀୟ ଏବଂ ଭାଇ ପରମାନନ୍ଦ ଗତ ଦଶ ବର୍ଷରୁ ହିନ୍ଦୁ ମହାସଭାର ନେତା ଥିଲେ କିନ୍ତୁ ଏହି ବର୍ଗର ଦେଶଭକ୍ତଙ୍କୁ ଗାନ୍ଧୀ ସଦା ପରିହାସ କରୁଥିଲେ । ସେ କହୁଥିଲେ ଏହି ଲୋକେ ସଦା ଚାକିରି ପଛରେ ଗୋଡ଼ାଉଛନ୍ତି ପରନ୍ତୁ ଅନ୍ତରେ ଗାନ୍ଧୀଜୀ ବି ସେସବୁ କିଛି କରିଲେ ଯାହା ଉପରୋକ୍ତ ବ୍ୟକ୍ତିବିଶେଷ କରୁଥିଲେ ବା କହୁଥିଲେ ।
- (ଗ)ତୃତୀୟ ମହତ୍ୱପୂର୍ଣ୍ଣ କାରଣ ହେଲା ଇଂଲଣ୍ଡରେ ଲେବର ଦଳ କ୍ଷମତାସୀନ ହେବା । ଚର୍ଚ୍ଚିଲଙ୍କ ହାତକୁ ଶାସନ ଡୋର ଗଲା ଏବଂ ଯୁଦ୍ଧଖର୍ଚ୍ଚ ଦେଶର ଆର୍ଥିକ ସ୍ଥିତିକୁ ଦୟନୀୟ କରିଦେଲା । ଏହା ଅନ୍ୟତମ ପ୍ରମୁଖ କାରଣ ଥିଲା ଯେଉଁଥିପାଇଁ ଇଂରେଜଙ୍କୁ ଭାରତ ଛାଡ଼ିବାକୁ ପଡ଼ିଲା ।
(୮୭) ଯେପର୍ଯ୍ୟନ୍ତ ଦେଶ ଗାନ୍ଧୀଙ୍କ ନୀତି ଅନୁସାରରେ ସଞ୍ଚାଳିତ ହେଉଥିଲା ସେ ପର୍ଯ୍ୟନ୍ତ ଭ୍ରାନ୍ତିର ପରାକାଷ୍ଠା ବଳବତ୍ତର ରହିଲା । ଗାନ୍ଧୀଜୀ କ୍ରାନ୍ତିକାରୀ ଆନ୍ଦୋଳନର, ବ୍ୟକ୍ତିଙ୍କ ଏବଂ ଦଳର ବିରୋଧ କରିଚାଲିଲେ ଏବଂ ଚରଖା, ଅହିଂସା ଏବଂ ସତ୍ୟାଗ୍ରହ ପରି ନିରର୍ଥକ ବସ୍ତୁକୁ ମହତ୍ୱ ଦେଲେ । ୨୪ ବର୍ଷ ପର୍ଯ୍ୟନ୍ତ ଗାନ୍ଧୀଜୀ ଚର୍ଖା ବ୍ୟବହାରର ପ୍ରସାରଣ କରିବାକୁ ଜୋର ଦେଲେ କିନ୍ତୁ ପରିଣାମ ହେଲା କ’ଣ; ମେସିନ ଦ୍ୱାରା ପ୍ରସ୍ତୁତ କପଡ଼ା ତିନି ଗୁଣା ଅଧିକ ଦରରେ ବିକ୍ରି ଓ ବ୍ୟବହୃତ ହେଉଥିଲା । ଚରଖା ଦ୍ୱାରା ପ୍ରସ୍ତୁତ କପଡ଼ା ଦ୍ୱାରା ତ ଏକ ପ୍ରତିଶତ ଲୋକଙ୍କୁ ନିଅଣ୍ଟ ପଡ଼ିବ । ଅହିଂସା ସମ୍ବନ୍ଧ କହିବାକୁ ଗଲେ, ଏହା ଭାବିବା ବି ବଡ଼ ମୁର୍ଖତା ହେବ ଯେ ୪୦ କୋଟି ଲୋକ ଏପରି ଉଚ୍ଚ ବିଚାର ସମ୍ପନ୍ନ ହୋଇଯିବେ ଯେ ସେମାନେ ଅହିଂସା ଆଚରଣ କରିବେ । ଏହି ଅହିଂସାର ଦୁର୍ଦ୍ଧଶା ୧୯୪୨ରେ ହେଲା । ସତ୍ୟ ସମ୍ବନ୍ଧରେ କହିବାକୁ ଗଲେ ଏକ ସାଧାରଣ ବ୍ୟକ୍ତି ବି ସେତିକି ସତ୍ୟନିଷ୍ଠ ଯେତିକି ଏକ କଂଗ୍ରେସ କାର୍ଯ୍ୟକର୍ତ୍ତା । ଅନେକଥର ତ ଯାହା କଂଗ୍ରେସୀ କୁହନ୍ତି ବାସ୍ତବରେ ତାହା ଅସତ୍ୟ ଯଦିଓ ଏହା ଉପରକୁ ସତ୍ୟ ବୋଲି ପ୍ରତୀତ ହେଉଥିଲା ।
