ଅନୁବାଦ ସାହିତ୍ୟ

ଆଦର୍ଶବାଦର ବିଫଳତା

ଗାନ୍ଧୀଜୀଙ୍କ ନୀତିରେ ସ୍ଥିରତା ଆଦୌ ନଥିଲା । ସତ୍ୟର ପରିଭାଷା ତ ତାଙ୍କ ଉପରେ ନିର୍ଭର ଥିଲା । ତାଙ୍କ ରାଜନୀତି, ଆତ୍ମଶକ୍ତି, ବ୍ରତ, ପ୍ରାର୍ଥନା ଏବଂ ହୃଦୟର ଶୁଦ୍ଧତା ଅନ୍ଧବିଶ୍ୱାସର ଆଧାର ଉପରେ ପରିଚାଳିତ ଥିଲା ।

ଆଦର୍ଶବାଦର ବିଫଳତା

(୮୮) ଗାନ୍ଧୀଜୀଙ୍କ ‘ହିନ୍ଦୁ-ମୁସଲିମ ଏକତା’ ସିଦ୍ଧାନ୍ତର ମହତ୍ୱର ଅନ୍ତ ସେହିଦିନ ହେଇଥିଲା ଯେବେ ପାକିସ୍ତାନର ମୂଳଦୁଆ ପଡ଼ିଲା । ପ୍ରାରମ୍ଭରୁ ମୁସଲିମ୍‌ ଲିଗ୍‌ର ମତ ଥିଲା ଯେ ଭାରତବର୍ଷ ଏକ ଦେଶ ନୁହେଁ । ହିନ୍ଦୁ-ମୁସଲିମ ଏକତା ବିଚାର ଦ୍ୱାରା ଗାନ୍ଧୀଜୀଙ୍କ ଅଭିପ୍ରାୟ ଥିଲା ଯେ ଉଭୟ ମିଳିମିଶି ଦେଶ ସ୍ୱାଧୀନତା ଲାଗି କାର୍ଯ୍ୟ କରିବେ । ହିନ୍ଦୁ ତ ତାଙ୍କ ପରାମର୍ଶକୁ ଶିରୋଧାର୍ଯ୍ୟ ମଣିଲେ କିନ୍ତୁ ମୁସଲମାନ ଗାନ୍ଧୀଙ୍କ କଥନକୁ ଅଣଦେଖା କଲେ । ବରଂ ନିଜ ବ୍ୟବହାର ଦ୍ୱାରା ଏହି ବର୍ଗ ସଦା ହିନ୍ଦୁଙ୍କ ଅପମାନ କରିଚାଲିଲେ, ଅହିତ ସାଧିଲେ ଏବଂ ଅନ୍ତରେ ଦେଶର ଟୁକୁଡ଼ା ଟୁକୁଡ଼ା କରିଦେଲେ ।

(୮୯) ଗାନ୍ଧୀ ଏବଂ ଜିନ୍ନାଙ୍କ ପାରସ୍ପରିକ ସମ୍ବନ୍ଧ ବି ପ୍ରଣିଧାନଯୋଗ୍ୟ ଅଟେ । ଯେବେ ୧୯୨୦ରେ ଜିନ୍ନା ରାଷ୍ଟ୍ରୀୟ ବିଚାର ତ୍ୟାଗ ପୂର୍ବକ କଂଗ୍ରେସରୁ ଅଲଗା ହୋଇଗଲେ ଏବଂ ମୁସଲିମ୍‌ ଲିଗ୍‌ର ସ୍ଥାପନା ହେଲା । ସେ ଏହା ବାଦ୍ ସ୍ପଷ୍ଟ ଶବ୍ଦରେ ଉଦ୍ଘୋଷଣା କଲେ ଯେ ମୁସଲମାନ୍‌ କଂଗ୍ରେସକୁ ବିଶ୍ୱାସ କରିବା ଉଚିତ ନୁହେଁ । ଜିନ୍ନା ସ୍ୱୟଂକୁ ମୁସଲମାନଙ୍କ ହିତାକାଙ୍କ୍ଷୀ ଘୋଷିତ କଲେ ଏବଂ ପ୍ରଚାର କଲେ, ଯେ ମୁସଲମାନ କଂଗ୍ରେସ ସହିତ ମିଶି ସ୍ୱତନ୍ତ୍ରତା ସଂଗ୍ରାମ ଆଳରେ ହିନ୍ଦୁଙ୍କ ମଙ୍ଗଳ ହେଲା ଭଳି ସହାୟତା କରିବା ବିଡ଼ମ୍ବନା ମାତ୍ର । ସେ ଏସବୁ ଖୋଲାଖୋଲି କହିଲେ, ଏବଂ ପାକିସ୍ତାନର ଦାବୀ ଉପସ୍ଥାପନ କଲେ । ସେ ସ୍ପଷ୍ଟ ଶବ୍ଦରେ କହୁଥିଲେ ଦେଶର ବିଭାଜନ କର ।

(୯୦) ଗାନ୍ଧୀଜୀ ଜିନ୍ନାଙ୍କୁ ଅନେକବାର ଭେଟିବାକୁ ଯାଉଥିଲେ । ସେ ସର୍ବଦା ତାଙ୍କୁ ଭାଇ ଜିନ୍ନା ବା ‘କାଏଦେ ଆଜମ’ ବା ମହାନ୍ ନେତା ବୋଲି ସମ୍ବୋଧନ କରୁଥିଲେ କିନ୍ତୁ ଏପରି ଅବସର କେବେ ଆସିନଥିଲା ଯେ ଯେବେ ଜିନ୍ନା ସେମାନଙ୍କ ସହିତ ସହଯୋଗର ଇଚ୍ଛା ପ୍ରକଟ କରିଥିଲେ । ଅପରପକ୍ଷରେ ଗାନ୍ଧୀଜୀ ତାଙ୍କୁ ସାରା ଭାରତର ଶାସନ ଡୋରି ସମର୍ପି ଦେବା ପାଇଁ ପ୍ରସ୍ତାବ ବାଢ଼ିଲେ ।

(୯୧) ଗାନ୍ଧୀଜୀ ଆଧ୍ୟାତ୍ମିକ ଶକ୍ତି ଏବଂ ଅହିଂସାର ମହିମା ବିଷୟରେ ଅନେକ କିଛି କହୁଥିଲେ । କିନ୍ତୁ ଜିନ୍ନାଙ୍କ ଦୃଢ଼ତା ସାମ୍ନାରେ ସେ ଆଧ୍ୟାତ୍ମିକ ଶକ୍ତି ଶକ୍ତିହୀନ ସିଦ୍ଧ ହେଉଥିଲା ।

(୯୨) ଯେବେ ଗାନ୍ଧୀଜୀ ଉପଲବ୍ଧି କଲେ ଯେ ସେ ନିଜ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ଜିନ୍ନାଙ୍କୁ ପ୍ରଭାବିତ କରିବାରେ ଅସଫଳ ହେଉଛନ୍ତି ତାହେଲେ ସେ ନିଜ ନୀତିରେ ପରିବର୍ତ୍ତନ କରିଥାଆନ୍ତେ ବା ପରାଜୟ ସ୍ୱୀକାର ପୂର୍ବକ ଅନ୍ୟମାନଙ୍କୁ ପରାମର୍ଶ ଦେଇଥାଆନ୍ତେ ଯେ ସେମାନେ ଜିନ୍ନା ଏବଂ ମୁସଲମାନ୍‌ ଲିଗ୍‌ ସହିତ ବିଚାରବିମର୍ଶ କରନ୍ତୁ ବା ସମ୍ଭାଳନ୍ତୁ । କିନ୍ତୁ ଗାନ୍ଧୀଜୀ ଏପରି ମହାତ୍ମା ନଥିଲେ ଯେ ସେ ରାଷ୍ଟ୍ର ହିତ ପାଇଁ ନିଜ ମହାତ୍ତ୍ଵାକାଂକ୍ଷାକୁ ପରିତ୍ୟାଗ କରିପାରିଥାଆନ୍ତେ । ତେଣୁ କିଛି ସମାଧାନ ନଥିଲା, କିଛି କରିବାର ଅବକାଶ ନଥିଲା, କାରଣ ଗାନ୍ଧୀଜୀଙ୍କ ଶବ୍ଦରେ ସେ ‘ହିମାଳୟ ପରି ବଡ଼ ଭୁଲ’ କରିସାରିଥିଲେ ।

(୯୩) ନୂଆଖାଲୀ କାଣ୍ଡ ପଶ୍ଚାତ୍, ଏକ ବର୍ଷ ପର୍ଯ୍ୟନ୍ତ ଦେଶରେ ରକ୍ତପାତ ହେଲା । ମୁସଲମାନ୍‌ ଅତ୍ୟନ୍ତ ନିର୍ଦ୍ଦୟତା ପୂର୍ବକ ହିନ୍ଦୁଙ୍କ ସଂହାର କଲେ । ଅନେକ ସ୍ଥାନରେ ହିନ୍ଦୁ ବି ହିଂସା କଲେ ଏବଂ ଏଭଳି କାଣ୍ଡର ପ୍ରତିଉତ୍ତର ଦେଲେ । ବିହାର, ଦିଲ୍ଲୀ ଏବଂ ପଞ୍ଜାବରେ ହିନ୍ଦୁ ଯାହା କଲେ ତାହା କେବଳ ପ୍ରତିକ୍ରିୟାତ୍ମକ କାର୍ଯ୍ୟ ଥିଲା । ଗାନ୍ଧୀଜୀ ଉତ୍ତମ ରୂପେ ଜାଣିଥିଲେ ଯେ ଏସବୁ ମୁସଲମାନଙ୍କ ହିନ୍ଦୁଙ୍କ ଉପରେ ଅତ୍ୟାଚାର ପରିଣାମ ସ୍ୱରୂପ ହେଉଛି । କିନ୍ତୁ ଏ ସମ୍ବନ୍ଧରେ ସେ ସଦା ସର୍ବଦା ହିନ୍ଦୁଙ୍କୁ ଦୋଷ ଦେଉଥିଲେ ଏବଂ କଂଗ୍ରେସ ସରକାର ତ ବିହାରରେ ହିନ୍ଦୁଙ୍କ ଉପରେ ଗୁଳି ବର୍ଷଣ କଲେ । ଏ କଥା ସମସ୍ତେ ଭୁଲିଗଲେ ଯେ ଏ ସମସ୍ତ ଘଟଣା ନୂଆଖାଲି ଏବଂ ଅନ୍ୟ ରାଜ୍ୟରେ ସଙ୍ଘଠିତ କାଣ୍ଡର ପରିଣାମସ୍ୱରୂପ ଘଟିତ ହେଉଛି । ଗାନ୍ଧୀଜୀ ନିଜ ପ୍ରାର୍ଥନା ସଭା ଭାଷଣରେ ଏହା ପ୍ରଚାର କଲେ ଯେ ଭାରତରେ ହିନ୍ଦୁ ମୁସଲମାନଙ୍କ ସହିତ ବହୁତ ଆଦର ଏବଂ ଉଦାରତାପୂର୍ଣ୍ଣ ବ୍ୟବହାର ପ୍ରଦର୍ଶିତ କରନ୍ତୁ । ଗୁଣ୍ଡାଙ୍କ ସର୍ଦ୍ଧାର ସୁହାରବର୍ଦ୍ଧି ସ୍ୱତନ୍ତ୍ରତା ପୂର୍ବକ ବିଚରଣ କରୁ ଏବଂ ତାଙ୍କୁ କିଛି କ୍ଷତି ନହେଉ, ଏହା ଗାନ୍ଧୀ ଚାହୁଁଥିଲେ । ଗାନ୍ଧୀଙ୍କ ନିମ୍ନ ଲିଖିତ ଭାଷଣରୁ ଏହା ଭଲ ରୂପେ ଜ୍ଞାତ ହୁଏ ଯେ :-

  • (କ) ଆମକୁ ଶାନ୍ତିପୂର୍ବକ ବିଚାର କରିବା ଆବଶ୍ୟକ ଯେ ଆମେ କେଉଁ ରାସ୍ତାରେ ଯାଉଛୁ । ହିନ୍ଦୁ ମୁସଲମାନଙ୍କ ଉପରେ କ୍ରୋଧ କରିବା ଠିକ୍ ନୁହେଁ ସେମାନେ ଯାହା ହାନୀ କରିଲେ କରନ୍ତୁ । ଯଦି ମୁସଲମାନ ଆମ ସମସ୍ତଙ୍କୁ ହତ୍ୟା କରିବେ ତା’ହେଲେ ଆମେ ବାହାଦୂରୀ ସହିତ ସେ ଏହା ସ୍ୱୀକାର କରିନେବା । ଏଇ ଦୁନିଆ ତାଙ୍କରି ହେଉ ଯାଉ ପଛକେ ଆମେ ନୂଆ ଦୁନିଆ ନିର୍ମାଣ କରିବାକୁ ଚିନ୍ତା କରିବା । କମ୍ ସେ କମ୍ ଆମେ ମୃତ୍ୟୁକୁ ଭୟ କରିବା ଠିକ୍ ନୁହେଁ । ଜନ୍ମ ଏବଂ ମରଣ ତ ଆମ ଭାଗ୍ୟରେ ଲେଖା ହୋଉଛି । ତେଣୁ ହର୍ଷ-ଶୋକ କ’ଣ କରିବା । ଯଦି ଆମେ ହସି ହସି ମରିବା ତ ଏକ ନୂଆ ଜୀବନରେ ପ୍ରବେଶ କରିବା, ଏକ ନୂଆ ହିନ୍ଦୁସ୍ତାନର ନିର୍ମାଣ କରିବା । ( ୬ ଅପ୍ରିଲ, ୧୯୪୭)

  • (ଖ) ଯେଉଁ ଭାଇ ରାଓଲପିଣ୍ଡିରୁ ମୋତେ ଭେଟିବାକୁ ଆସିଥିଲେ , ସେ ବେଶ ସଶକ୍ତ, ବାହାଦୂର ଏବଂ ବ୍ୟାପାରରେ ଦକ୍ଷ । ମୁଁ ତାଙ୍କୁ କହିଲି ଯେ ସେ ଶାନ୍ତ ରୁହନ୍ତୁ । ଈଶ୍ୱର ମହାନ ଅଟନ୍ତି । ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ଈଶ୍ୱର ନାହାଁନ୍ତି । ତାଙ୍କର ଭଜନ କର, ତାଙ୍କ ନାମଗାନ କର, ସବୁ ଠିକ୍ ହେବ । ସେ କହିଲେ ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କର କ’ଣ କରିବେ ? ମୁଁ ତାଙ୍କୁ କହିଲି ଆପଣ ଏଠାକୁ କ’ଣ ପାଇଁ ଆସିଲେ, ସେଠାରେ ମରିଗଲେନି ? ମୁଁ ତ ମୋ ବିଚାରରେ ଅଟଳ ଯେ ଆମ ଉପରେ ଯେତେ ଜୁଲମ ହେଉ ପଛେ ଆମେ ଯେଉଁଠାରେ ପଡ଼ିରହିଛୁ ସେଇଠାରେ ହିଁ ପଡ଼ିରହିବୁ, ପଡ଼ି ପଡ଼ି ମରିଯିବା । ଲୋକେ ମାରିଦେବେ ତ ମୃତ୍ୟୁ ଲଭିବା । ଏହା କହିବାନି ଯେ ଆମେ ଏବେ କ’ଣ କରିବୁ : ଗୃହ ନାହିଁ କିଛି ନାହିଁ । ଘରଦ୍ୱାର ତ ଅଛି, ଧରତୀ ମାତା ହିଁ ଆମର ଘର, ଉପରେ ଆକାଶ ଅଛି । ଯେଉଁ ଭୟାକୁଳ ମୁସଲମାନ ପଳାୟନ କଲେ ତାଙ୍କ ଘରଦ୍ୱାରା ଖାଲି ପଡ଼ିଅଛି, ଜମିଜମା ସବୁ ପଡ଼ିଛି । କ’ଣ ମୁଁ କହିବି ଯେ ତୁମେମାନେ ମୁସଲମାନଙ୍କ ରିକ୍ତ ଘରକୁ ଦଖଲ କରିନିଅ ବୋଲି ? ମୋ ଜିଭରୁ ଏପରି ବାଣୀ ବାହାରିବ ନାହିଁ । ମୁସଲମାନଙ୍କ ଘର ଯାହା କାଲି ତାଙ୍କର ଥିଲା ଆଜି ବି ତାଙ୍କରି ଅଛି । ସେଠାରେ ଯେଉଁ ହିନ୍ଦୁ ଶରଣାର୍ଥୀ ଅଛନ୍ତି, ଆପେ ଖାଲି କରି ଚାଲିଯାଆନ୍ତୁ । ମୁଁ ଆପଣଙ୍କୁ ଏହି ପରାମର୍ଶ ଦେବି ଯେ ଆପଣ ଶିଖ୍‌ ଏବଂ ହିନ୍ଦୁ ଶରଣାର୍ଥୀ କୁହନ୍ତୁ ଯେ ସେମାନେ ପୁଲିସ ଏବଂ ସେନା ସହାୟତା ବିନା ପାକିସ୍ତାନରୁ ସ୍ୱସ୍ଥାନକୁ ଫେରିଯାଆନ୍ତୁ । ( ୨୩ ସେପ୍ଟମ୍ବର, ୧୯୪୭)

  • (ଗ) ‘ଯେଉଁ ଲୋକ ପଞ୍ଜାବ (ପାକିସ୍ତାନ)ରେ ମୃତ୍ୟୁପ୍ରାପ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ବି ଫେରିଆସି ପାରିବେ ନାହିଁ । ଅନ୍ତରେ ଆମେ ବି ମୃତ୍ୟୁପ୍ରାପ୍ତ ହେବା । ବହୁତ ଲୋକ ତ ହଇଜା ଏବଂ ଅନ୍ୟାନ୍ୟ କାରଣ ହେତୁ ମୃତ୍ୟୁବରଣ କରୁଛନ୍ତି । ଯଦି ହତ୍ୟା ହେଲା ତ ବୀରତା ପ୍ରଦର୍ଶନ ପୂର୍ବକ ମରନ୍ତୁ, ସେମାନେ କିଛି ହରାଇଲେ ନାହିଁ ବରଂ ପାଇଲେ । ପ୍ରଶ୍ନ ଏହି ଯେ ସେଇମାନଙ୍କ କ’ଣ ହେବ ଯେଉଁମାନେ ସଂହାର ରଚିଲେ ? ମନୁଷ୍ୟ ବଡ଼ ଭୁଲ କରେ । ପଞ୍ଜାବରେ ଇଂରେଜ ସେନା ଆମର ରକ୍ଷା କଲେ । ପରନ୍ତୁ ଏହା ରକ୍ଷା ନୁହେଁ । ଲୋକେ ନିଜ ରକ୍ଷା ସ୍ୱୟଂ କରନ୍ତୁ ଏବଂ ମୃତ୍ୟୁକୁ ଭୟ ନ କରନ୍ତୁ । ଯେଉଁମାନେ ମାରୁଛନ୍ତି ସେମାନେ ଆମରି ହିଁ ମୁସଲମାନ ଭାଇ । ଆମ ନିଜ ଭାଇ ଧର୍ମ ବଦଳାଇଲେ କ’ଣ ଆମରି ଭାଇ ହୋଇ ରହିବନି ? କ’ଣ ଆମେ ବି ତାଙ୍କ ଭଳି ବ୍ୟବହାର କରିବୁନି? ଆମେ ବିହାରରେ ସ୍ତ୍ରୀମାନଙ୍କ ସହିତ କ’ଣ ନ କଲୁ ?

  • (୯୪) ଗାନ୍ଧୀଜୀଙ୍କ ଏହା ବିଚାର କରିବାର ଥିଲା ଯେ ହିନ୍ଦୁଙ୍କ ମଧ୍ୟେ ଯେଉଁ ପ୍ରତିଶୋଧତ୍ମକ ଅଗ୍ନି ଜଳୁଛି ତାହା ସ୍ୱାଭାବିକ ଅଟେ । ମୁସଲମାନ ପ୍ରାନ୍ତରେ ହଜାର ହଜାର ହିନ୍ଦୁଙ୍କ କେବଳ ସେମାନଙ୍କ ଧର୍ମ ଯୋଗୁଁ ମାରିଦିଆଗଲା ଏବଂ ସରକାର ଏଭଳି ଭାଗ୍ୟହୀନ ଲୋକଙ୍କ କୌଣସି ସହାୟତା କରିପାରିଲେନି । ତାହେଲେ ଏହା କ’ଣ ସମ୍ଭବ ନୁହେଁ ଯେ ହିନ୍ଦୁ ପ୍ରାନ୍ତରେ ଉତ୍ତେଜନା ଏବଂ ପୀଡ଼ା ହେବନି ? ଏହି ପ୍ରକାରର ଉତ୍ସାହ ତ ପ୍ରତ୍ୟେକ ଲୋକ ଦେଖାଇବା ଦରକାର । କେବଳ ଏଇଥିପାଇଁ ହିନ୍ଦୁମାନେ ମୁସଲମାନଙ୍କ ସହିତ କଠୋର ବ୍ୟବହାର କରିଲେ କାରଣ ଏପରି କରିବା ଦ୍ୱାରା ପାକିସ୍ତାନରେ ଥିବା ହିନ୍ଦୁଙ୍କ ରକ୍ଷା କାଳେ ହୋଇଯାଇପାରିବ । ଯେବେ ହିନ୍ଦୁ ଦେଖିଲେ ଯେ ଭାରତ ସରକାର ପାକିସ୍ତାନରେ ହିନ୍ଦୁଙ୍କ ରକ୍ଷା କରିବାରେ ଅସମର୍ଥ ସେମାନେ ସ୍ୱୟଂ କାର୍ଯ୍ୟ କରିବାକୁ ନିଶ୍ଚୟ କରିଲେ । ପାକିସ୍ତାନରେ ଯେଉଁ ଅତ୍ୟାଚାର ହେଲା ସେଥିରେ ପ୍ରତିଶୋଧର ଭାବନା ଖେଳିଗଲା । ଏହି ପ୍ରତିକ୍ରିୟା ସେତିକି ସ୍ୱାଭାବିକ ଥିଲା ଯେତିକି ଅନ୍ୟ ଅବସରରେ ଦୟା ପ୍ରଦର୍ଶନ ହେଉଥିଲା ।

    (୯୫) ଅନେକ ଆନ୍ଦୋଳନ କେବଳ ଏହି ପ୍ରକାର ଭାବନା ଦ୍ୱାରା ସଫଳ ହୋଇଛି । ପ୍ରତିଶୋଧର ଭାବନା ଲୋକଙ୍କ ମନର ଯଦି ନଆସିବ ତା’ହେଲେ ସମାଜରେ ଅତ୍ୟାଚାରୀଙ୍କ ଅନ୍ତ ହିଁ ସମ୍ଭବ ନୁହେଁ । ଭାରତର ପ୍ରାଚୀନ ଇତିହାସ, ରାମାୟଣ ଏବଂ ମହାଭାରତର ଘଟଣାବଳୀ ଏବଂ ଆଧୁନିକ ଇଂଲଣ୍ଡ, ଆମେରିକା, ଜର୍ମାନୀ ସମ୍ବନ୍ଧରେ ବି ଏପରି ଭାବନା ଥିବାରେ ଦେଖାଯାଏ । ଏପରି ଭାବନା ଭଲ ହେଉ ବା ଖରାପ । ଏହା ମନୁଷ୍ୟତା ପାଇଁ ଅପରିହାର୍ଯ୍ୟ ।

    (୯୬) ମୁଁ ପୂର୍ବରୁ କହିସାରିଛି ଯେ ଭାରତର ରାଜନୀତିରେ ଗାନ୍ଧୀଜୀ ସ୍ୱତନ୍ତ୍ରତା ପ୍ରାପ୍ତ କରିବା ମାର୍ଗରେ କେଉଁପ୍ରକାର ବାଧା ଉତ୍ପନ୍ନ କଲେ । ସେ ନିଜ ନୀତିରେ ଦୃଢ଼ ରହିପାରୁନଥିଲେ । ଯୁଦ୍ଧ ନୀତି ବାବଦରେ ତାଙ୍କର ବ୍ୟବହାର ଏପରି ଥିଲା ଯେପରି ସେ ସବୁ କିଛି ବିନା ଚିନ୍ତା କରି କରିଛନ୍ତି । ବାସ୍ତବକତା ବି ଏହା ହିଁ ଥିଲା ।

    (୯୭) ପ୍ରଥମେ ତ ସେ କହିଲେ ଯେ ଇଂଲଣ୍ଡ ଏବଂ ଜର୍ମାନୀ ଯୁଦ୍ଧରେ ଇଂରେଜଙ୍କୁ ସହାୟତା ନ କରାଯାଉ କାରଣ ଯୁଦ୍ଧରେ ହିଂସା ହୁଏ । ହିଂସା କାର୍ଯ୍ୟରେ ସହାୟତା କିପରି ଦିଆଯାଇପାରିବ ? ପରନ୍ତୁ ଗାନ୍ଧୀଜୀଙ୍କ ଧନୀ ମିତ୍ର ସରକାରଙ୍କଠାରୁ ଠିକା ନେଇ ଏବଂ ତାଙ୍କୁ ଯୁଦ୍ଧ ଜିନିଷ ଦେଇ ବହୁତ ଧନ ଅର୍ଜନ କଲେ । ଏଠାରେ ସେଇ ଧନୀ ବ୍ୟକ୍ତିଙ୍କ ନାମ ଲେଖିବାର ଅବଶ୍ୟକତା ନାହିଁ । କାରଣ ବିର୍ଲା, ଡାଲମିଆ, ବାଲଚନ୍ଦ ଏବଂ ନାନାଜୀଭାଇ , କାଲୀଦାସ ସବୁ ଜାଣନ୍ତି ।

    ଗାନ୍ଧୀଜୀ ଏବଂ ତାଙ୍କ ସାଥିଗଣଙ୍କୁ ଏସବୁ ଧନୀ ବ୍ୟକ୍ତିମାନେ ବଡ଼ ଆର୍ଥିକ ସାହାଯ୍ୟ କଲେ କିନ୍ତୁ ଗାନ୍ଧୀଜୀ ଏମାନଙ୍କଠାରୁ ଧନର ଅସ୍ୱୀକାର କେବେ କରି ନଥିଲେ ଯଦିଚ ଏହି ଧନ ଯୁଦ୍ଧ ଯୋଗୁଁ ଅର୍ଜିତ ହୋଇଥିଲା । ଗାନ୍ଧୀଜୀ ଏହି ଲୋକଙ୍କଠୁ ଠିକା ନେବା ଏବଂ ମାଲ ଦେବାରେ କୌଣସି ପ୍ରତିରୋଧ କଲେ ନାହିଁ । କେବଳ ଏତିକି ନୁହେଁ ଗାନ୍ଧୀଜୀ କଂଗ୍ରେସୀ ଖଦି ଭଣ୍ଡାରରୁ ସେନା ପାଇଁ କମ୍ବଳ ଦେବା ପାଇଁ ବି ଅନୁମତି ଦେଇଦେଲେ ।

    (୯୮) ୧୯୪୪ରେ ଗାନ୍ଧୀଜୀ କାରାଗାରରୁ ମୁକ୍ତ ହେଲେ । ଅନ୍ୟ ନେତା ବି ମୁକ୍ତ ହେଲେ । ସମସ୍ତେ ଏହି ସର୍ତ୍ତରେ ମୁକ୍ତ ହେଲେ ଯେ ଇଂରେଜଙ୍କୁ ଜାପାନ ବିରୁଦ୍ଧରେ ଲଢ଼ାଇରେ ସହାୟତା ଦେବେ । ଯେଉଁ ସମୟରେ ସୁବାଷ ବୋଷ ଇଂରେଜଙ୍କୁ ଭାରତରୁ ବିତାଡ଼ିତ କରିବା ପାଇଁ ଯୁଦ୍ଧ ପ୍ରସ୍ତୁତି କରୁଥିଲେ ସେଇ ସମୟରେ ଗାନ୍ଧୀଜୀ ଏହି ସର୍ତ୍ତର ବିରୋଧ କରିବା ତ ଦୂରର କଥା ସରକାରୀ ସର୍ତ୍ତକୁ ଅକ୍ଷର ଅକ୍ଷରରେ ସ୍ୱୀକାର କରିନେଲେ ।

    (୯୯) ଗାନ୍ଧୀଜୀଙ୍କ ନୀତିରେ ସ୍ଥିରତା ଆଦୌ ନଥିଲା । ସତ୍ୟର ପରିଭାଷା ତ ତାଙ୍କ ଉପରେ ନିର୍ଭର ଥିଲା । ତାଙ୍କ ରାଜନୀତି, ଆତ୍ମଶକ୍ତି, ବ୍ରତ, ପ୍ରାର୍ଥନା ଏବଂ ହୃଦୟର ଶୁଦ୍ଧତା ଅନ୍ଧବିଶ୍ୱାସର ଆଧାର ଉପରେ ପରିଚାଳିତ ଥିଲା ।

    (୧୦୦) ଗାନ୍ଧୀଜୀ ଥରେ କହିଥିଲେ, ଅଂହିସା ଦ୍ୱାରା ୧୦୦୦ ବର୍ଷ ପରେ ପ୍ରାପ୍ତ ସ୍ୱତନ୍ତ୍ରତା ଏପରି ସ୍ୱତନ୍ତ୍ରତାଠାରୁ ବହୁତ ଗୁଣରେ ଶ୍ରେୟସ୍କର ଯାହା ହିଂସା ଦ୍ୱାରା ପ୍ରାପ୍ତ କରାଯାଏ । ‘କିନ୍ତୁ ଉପର ଉଦାହରଣ ଦ୍ୱାରା ଏହା ସ୍ପଷ୍ଟ ଯେ ସେ କହୁଥିଲେ କିଛି ଏବଂ କରୁଥିଲେ ଭିନ୍ନ କିଛି ।’

    (୧୦୧) ତାଙ୍କର ଅଂହିସା ସିଦ୍ଧାନ୍ତର ଅସ୍ଥିରତାର ପ୍ରମାଣ ଏକ ଘଟଣାରୁ ସ୍ପଷ୍ଟ ହୁଏ । ପାକିସ୍ତାନ ପରେ କାଶ୍ମୀରର ପ୍ରଶ୍ନ ଉଠିଲା । ପାକିସ୍ତାନ କାଶ୍ମୀରକୁ ଦଖଲ ଉଦ୍ଧେଶ୍ୟରେ ଆକ୍ରମଣ କଲା । ମହାରାଜା ନେହେରୁ ସରକାରଙ୍କଠୁ ସାହାଯ୍ୟ ଭିକ୍ଷା କଲେ ଏବଂ ଏହି ସର୍ତ୍ତରେ ସହାୟତା ଦେବା ପାଇଁ ସ୍ଥିର ହେଲା ଯେ ସେ ଶେଖ୍‌ ଅବଦୁଲ୍ଲାଙ୍କ ହାତରେ ଦିଆଯିବ ଏବଂ ନେହେରୁ ଗାନ୍ଧୀଜୀଙ୍କୁ ପଚାରି ସେନା ପଠାଇଲେ ।

    (୧୦୨) ଆମର ନେତା ଏହା ଜାଣିଥିଲେ ଯେ କାଶ୍ମୀରରେ ହୋଇଥିବା ଆକ୍ରମଣରେ ପାକିସ୍ତାନର ପୂରା ସହଯୋଗ, ସାହାଯ୍ୟ ଥିଲା । ତେଣୁ ସେନା ପଠାଇବାର ତାତ୍ପର୍ଯ୍ୟ ସ୍ପଷ୍ଟ ରୂପେ ପାକିସ୍ତାନ ସହିତ ଯୁଦ୍ଧ ଥିଲା । ଗାନ୍ଧୀଜୀ ଯୁଦ୍ଧ ବିରୁଦ୍ଧରେ ଥିଲେ । ପରନ୍ତୁ କାଶ୍ମୀରକୁ ସେନା ପଠାଇବାର ଅନୁମତି ସେ ଦେଇ ଦେଲେ । ମାହାତ୍ମାଙ୍କ ଅହିଂସକ ନେତୃତ୍ୱରେ ଯେଉଁ ଆଜାଦି ପ୍ରାପ୍ତ ହେଲା ସେଥିରେ ପ୍ରଥମ ହିଂସକ ଘଟଣା ଥିଲା ଭୀଷଣ ରକ୍ତପାତ ଏବଂ ଏଥିରେ ଗାନ୍ଧୀ କୌଣସି ଆପତ୍ତି କରିନଥିଲେ ।

    (୧୦୩) ଯଦି ଗାନ୍ଧୀଜୀଙ୍କୁ ନିଜ ଅହିଂସା ସିଦ୍ଧାନ୍ତ ଉପରେ ଦୃଢ଼ ପ୍ରତ୍ୟୟ ଥାଆନ୍ତା ସେ କାଶ୍ମୀରକୁ ସେନା ସ୍ଥାନରେ ସତ୍ୟାଗ୍ରହୀ, ରାଇଫେଲ ସ୍ଥାନରେ ଚରଖା ଏବଂ ବନ୍ଧୁକ ସ୍ଥାନରେ ଚରଖା ପଠାଇବା ପାଇଁ ଆଦେଶ ଦେଇଥାଆନ୍ତୋ । ଏହା ଗାନ୍ଧୀଜୀଙ୍କ ପାଇଁ ସତ୍ୟାଗ୍ରହର ଶକ୍ତି ଏବଂ ସ୍ୱତନ୍ତ୍ରତା ମିଳିବା ଅନୁଭବ କରିବା ପାଇଁ ସୁନ୍ଦର ଅବସର ଥିଲା ।

    (୧୦୪) କିନ୍ତୁ ଗାନ୍ଧୀଜୀ ଏହି ସୁଯୋଗ ହରାଇଦେଲେ । ସ୍ୱତନ୍ତ୍ର ଭାରତର ଜନ୍ମ ହେବା ମାତ୍ରକେ ସେ ଏକ ହିସଂକ ସଙ୍ଘର୍ଷକୁ ନିଜ ସହମତି ଦେଇଦେଲେ । ଏପରି ବିସଙ୍ଗତିର କ’ଣ ଅର୍ଥ ଥିଲା ? ମୋ ବିଚାରରେ ଗାନ୍ଧୀଙ୍କ ସମ୍ମୁଖରେ କାଶ୍ମୀର ନୁହେଁ ଶେଖ୍‌ ଅବଦୁଲ୍ଲାଙ୍କ ଅଧିକାର ରକ୍ଷା ପ୍ରଶ୍ନ ଥିଲା ତେଣୁ ସେ ଏହି ଯୁଦ୍ଧକୁ ନିଜର ସ୍ୱୀକୃତି ଦେଲେ । କାଶ୍ମୀରର ହିନ୍ଦୁ ମହାରାଜାଙ୍କଠୁ ସତ୍ତା ଛଡ଼ାଇ ନେଇ ଶେଖ୍‌ ଏବଂ ଏହାର ବାହାନାରେ ମୁସଲମାନଙ୍କୁ କାଶ୍ମୀର ଦାନ ଦେବା ଗାନ୍ଧୀବାଦୀ ସରକାରଙ୍କ ଉଦ୍ଧେଶ୍ୟ ଥିଲା । ତେଣୁ ଗାନ୍ଧୀଜୀ ଅନୁମତି ଦେଲେ ଯେ କାଶ୍ମୀରରୁ ସେନା ଦ୍ୱାରା ଆକ୍ରମଣକାରୀଙ୍କୁ ବିତାଡ଼ିତ କରାଯାଉ । ଗାନ୍ଧୀଜୀ କାଶ୍ମୀର ଯୁଦ୍ଧର ଭୟାନକ କାହାଣୀ ପ୍ରତିଦିନ ପଢ଼ୁଥିଲେ କିନ୍ତୁ ତଥାପି ଏଇଥିପାଇଁ ବ୍ରତ ଧାରଣା କରୁଥିଲେ କି ତାଙ୍କ ଦୃଷ୍ଟିରେ ଦିଲ୍ଲୀରେ ଅଳ୍ପ ମୁସଲମାନ ଅସୁରକ୍ଷିତ ଥିଲେ । ସେ କାଶ୍ମୀର ଉପରେ ଆକ୍ରମଣ କରିଥିବା ଲୋକଙ୍କ ପ୍ରତିରୋଧ ପାଇଁ ବ୍ରତ ରଖିନଥିଲେ ନା ସେଠାରେ ସତ୍ୟାଗ୍ରହ କଲେ । ତାଙ୍କର ସବୁ ବ୍ରତ ହିନ୍ଦୁଙ୍କୁ ଦବେଇ ଦେବା ପାଇଁ ଉଦ୍ଧିଷ୍ଟ ଥିଲା ।

    (୧୦୫) ମୁଁ ଏହି ସତ୍ୟକୁ ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଭାବେ ଯେ ଏକ ବହୁରୂପୀ ସାରା ଭାରତର ନେତାର ମାନ୍ୟ ପାଉଥିଲେ । ଯେଉଁ ମହାତ୍ମାଙ୍କ ମନରେ ଅତ୍ୟାଚାରର କୌଣସି ପ୍ରଭାବ ପଡ଼ିଲାନି ତାହା ହାଇଦରାବାଦ୍‌ରେ ହିନ୍ଦୁଙ୍କ ଉପରେ ହେଲା । ଯେଉଁ ମହାତ୍ମା ନିଜାମ ହାଇଦରାବାଦିଙ୍କୁ ହିଂସା ପଥ ଛାଡ଼ିବା ପାଇଁ କେବେ କହିଲେନି । ଯଦି ଭାରତ ଗାନ୍ଧୀଙ୍କ କହିବା ଅନୁସାରେ ସଂଚାଳିତ ହେଉଥିଲା ତାହେଲେ ବିଭାଜିତ ଭାରତର ସ୍ୱତନ୍ତ୍ରତା ବି ସଙ୍କଟଜନକ ପରିସ୍ଥିତିରେ ପଡ଼ିଯିବ । ଏହି ପ୍ରକାରର ବିଚାର ମୋନ ମନକୁ ଆନ୍ଦୋଳିତ କରୁଥିଲା । ଏଇଦିନମାନଙ୍କରେ ଗାନ୍ଧୀଜୀ ହିନ୍ଦୁ-ମୁସଲମାନ ଏକତା ପାଇଁ ୧୩ ଜାନୁଆରୀ, ୧୯୪୭ରେ ଉପବାସର ଘୋଷଣା କଲେ, ଏହା ମୁଁ ସହି ପାରିଲିନି ।

    (୧୦୬) ଗତ ଚାରି ବର୍ଷରେ ମୁଁ ଦୈନିକ ସମାଚାର ପତ୍ରର ସମ୍ପାଦକ ଥିଲି ଏବଂ ଏହା ପୂର୍ବରୁ ସାର୍ବଜନୀକ କାର୍ଯ୍ୟକର୍ତ୍ତା ବି ଥିଲି । ତେଣୁ ରାଜନୈତିକ ଘଟଣା ସମ୍ବନ୍ଧରେ ପୂରା ଅବଗତ ଥିଲି ।

    (୧୦୭) ତିନି ରାଜନୈତିକ ଦଳଙ୍କ ପାରସ୍ପରିକ ସମ୍ବନ୍ଧ ବିଷୟରେ ମୋର ପୂରା ଜ୍ଞାନ ଥିଲା । ଲିଗ୍‌ କଂଗ୍ରେସକୁ ହିନ୍ଦୁ ଦଳ ବୋଲି କହୁଥିଲେ କିନ୍ତୁ କାର୍ଯ୍ୟକର୍ତ୍ତାଙ୍କ ହିନ୍ଦୁ କହିଦେବା ସେମାନଙ୍କ ଗାଳି ଦେବା ସହିତ ସମାନ ଥିଲା ।

    (୧୦୮) ଯଦି କୌଣସି ଦଳ କୌଣସି ବିଶେଷ ଜାତିର ହିତ ପାଇଁ କାର୍ଯ୍ୟକରେ ଏବଂ ରାଷ୍ଟ୍ରିୟତାକୁ ହାନୀ ହୁଏନି ତାହେଲେ ତାକୁ ସାମ୍ପ୍ରଦାୟିକ କହି ଖରାବ ଭାବିବା ଠିକ ନୁହେଁ । କିନ୍ତୁ କୌଣସି ଦଳ ଯଦି ରାଷ୍ଟ୍ରୀୟତାକୁ ହାନୀ କରେ ତା’ହେଲେ ତା’ର ନିନ୍ଦାର କରାଯିବା ଉଚିତ୍ । କଂଗ୍ରେସ, ଲିଗ୍‌ର ସବୁ ଦାବି ଆଗରେ ନତମସ୍ତକ ହେଲା କିନ୍ତୁ ମହାସଭାର ନେତାଗଣଙ୍କ ରାଷ୍ଟ୍ରୀୟତା ତଥା ନୀତିକୁ ନିନ୍ଦା କରିଚାଲିଲେ ।

    (୧୦୯) ଯେବେ କଂଗ୍ରେସ ମୁସଲିମ ଲିଗ୍‌କୁ ମୁସଲମାନଙ୍କ ଦଳ ବୋଲି ମାନ୍ୟ କଲା ତା’ହେଲେ ମହାସଭାକୁ ହିନ୍ଦୁଙ୍କ ପ୍ରତିନିଧି ମାନିଥାନ୍ତା ବା ଘୋଷଣା କରିଥାଆନ୍ତା ଯେ ହିନ୍ଦୁଙ୍କ ସ୍ୱାର୍ଥରକ୍ଷା ମହାସଭା କରିବ ବା ସ୍ୱୟଂ କଂଗ୍ରେସ କରିବ । କିନ୍ତୁ କଂଗ୍ରେସ ଏପରି କୌଣସି ଘୋଷଣା କରିନଥିଲା ଏବଂ ଏହାର ପରିଣାମ ସ୍ୱରୂପ ଏକ ପଟେ ଶକ୍ତିଶାଳୀ ମୁସଲିମ୍‌ ଲିଗ୍‌ ମୁସଲମାନଙ୍କ ଅଧିକାରର ରକ୍ଷା କରୁଥିଲେ ; ଅନ୍ୟ ପକ୍ଷେ କଂଗ୍ରେସର ମୁସଲମାନ ବି ମୁସଲମାନଙ୍କ ଅଧିକାର ରକ୍ଷା କଲେ । ହିନ୍ଦୁଙ୍କ ରକ୍ଷାକର୍ତ୍ତା କେହି ନଥିଲେ । ମହାସଭାକୁ କଂଗ୍ରେସ ସାମ୍ପ୍ରଦାୟିକ ଦଳ କହୁଥିଲା । ଲର୍ଡ ବେବଲ ଦ୍ୱାରା ଆୟୋଜିତ ନୂଆ ସିମଲା କଂଗ୍ରେସରେ ଏହା ଗ୍ରହଣ କରାଗଲା ଯେ ୫୦ ପ୍ରତିଶତ ଅଧିକାର ମୁସଲିମ ଲିଗକୁ ଦିଆଯିବ । ମହାତ୍ମାଙ୍କ କହିବା ଅନୁସାରେ କଂଗ୍ରେସ ନେତା ବି ପ୍ରସ୍ତୁତ ହୋଇଗଲେ ଯେ ତାଙ୍କୁ ହିନ୍ଦୁଙ୍କ ପ୍ରତିନିଧି ମାନି ନିଆଯାଉ । ସ୍ପଷ୍ଟ ଯେ କଂଗ୍ରେସର ନୀତି ସାମ୍ପ୍ରଦାୟିକ ଥିଲା ଏବଂ କେବଳ ଗାନ୍ଧୀଙ୍କ ଯୋଗୁଁ ମୁସଲମାନଙ୍କୁ ସନ୍ତୁଷ୍ଟ କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ।

    (୧୧୦) ଆମର ତ୍ୟାଗୀ, ଦୂରଦୃଷ୍ଟି ଏବଂ ପରିଣାମଦର୍ଶୀ ନେତାବୃନ୍ଦ ସଂପୂର୍ଣ୍ଣ ଦେଶର ସ୍ୱାଧିନତା ପାଇଁ ସ୍ୱତନ୍ତ୍ରତା ସଂଗ୍ରାମରେ ଭାଗ ନେଲେ । ପଞ୍ଜାବ, ବଙ୍ଗାଳ, ସୀମା ପ୍ରାନ୍ତ ଏବଂ ସିନ୍ଧ ବି ସଂପୂର୍ଣ୍ଣ ଦେଶ ଲାଗି ପ୍ରଜାତନ୍ତ୍ରର ସ୍ଥାପନା ସକାଶେ ବଳିଦାନ କରିଥିଲେ । କିନ୍ତୁ ଦେଶର ଟୁକୁଡ଼ା କରିବା ଦ୍ୱାରା ଏହି ସଂଯୁକ୍ତ ରାଷ୍ଟୀୟ ପ୍ରଯତ୍ନ ବିଫଳ ହେଲା । ଯେଉଁ ଦେଶଭକ୍ତ କ୍ରାନ୍ତିକାରୀ ପ୍ରସନ୍ନତା ପୂର୍ବକ ଫାଶୀକୁ ହସି ହସି ବରଣ କରିଥିଲେ, ଯେଉଁମାନେ ଦେଶର ସ୍ୱାଧିନତା ପାଇଁ ଆଜୀବନ କାରାବାସ ଏବଂ ଦେଶ ନିର୍ବାସନ ଯାତନା ଭୋଗିଥିଲେ କ’ଣ ସେହି ଲୋକେ ଏହି ବିଭାଜିତ ଦେଶର ସ୍ୱତନ୍ତ୍ରତା ପାଇଁ ଲଢ଼ାଇ କରିଥିଲେ ? ତାଙ୍କ ବଳିଦାନର କ’ଣ ଏହି ପରିଣାମ ହେଲା ଯେ ଦେଶ ଖଣ୍ଡିତ ହୋଇଯାଉ ଏବଂ ତାଙ୍କ ପାଖେ ଏକ ଖଣ୍ଡ ଉପରେ ବିଦେଶୀ ସଂପ୍ରଦାୟ ରାଜ କରୁ ?

    (୧୧୧) ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଲିଗ୍‌ର ସବୁ ଦାବୀ ସ୍ୱୀକାର କରିନେଲା ଜିନ୍ନାଙ୍କ ୧୪ ଦାବୀରୁ ପାକିସ୍ତାନ ଗଠନ ଦାବି ପର୍ଯ୍ୟନ୍ତ ସବୁ ଦାବିକୁ ପୂରଣ କରାଗଲା । କ’ଣ ଏହା ଦୁଃଖର ବିଷୟ ନୁହେଁ ଯେ କଂଗ୍ରେସ ରାଜ୍ୟ ମିଳିବା ପରେ ଖୁସି ପାଳିଲେ ଯେବେ ପୂର୍ବ ପାକିସ୍ତାନରେ ପାକିସ୍ତାନ ରୂପରେ ଦେଶର ଟୁକୁଡ଼ା କରିଦିଆଗଲା ଏବଂ ମଝିରେ ହାଇଦରବାଦ୍‌ ସମସ୍ୟା ବି ମୁଣ୍ଡ ଟେକିଥିଲା । ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ପତନ ଦେଖି ମୋତେ ଭର୍ତ୍ତୃହରିର ଏକ ଶ୍ଳୋକ ସ୍ମରଣ ହେଉଛି-

    ଶିବ ଶାର୍ଯ ସ୍ୱର୍ଗାତ୍ ପଶୁପତି ଶିରସ୍ତଃ କ୍ଷିତିଧରମ୍ ।
    ମହୀଧ୍ରାଦୁନ୍ତୁଡ୍ଗଦବାନିମବନେସ୍ୱଚାପି ଜଲଧିମ୍ ।।
    ଅଧେଽଧୋ ଗଙ୍ଗୟେ ପଦମୁପଗତା ସ୍ତୋକମଧୁନା ।
    ବିବେକ ଭ୍ରଷ୍ଟାନାଂ ଭବତି ବିନିପାତଃ ଶତମୁଖଃ ।।

    ଏହାର ଅର୍ଥ ହେଉଛି ଗଙ୍ଗା ସ୍ୱର୍ଗରୁ ଶିବଙ୍କ ମସ୍ତକରେ ଅବତରଣ କଲେ । ସେଠାରୁ ସେ ହିମାଳୟ ପର୍ବତର ପ୍ଳାବିତ ହୋଇ ଭୂମିକୁ ବୋହିଯାଇ ସମୁଦ୍ରରେ ବିଲୀନ ହୋଇଗଲେ । ଏହି ସତ୍ୟ ଯେ ଅବ୍ୟବସ୍ଥିତ ମନୁଷ୍ୟର ପତନ ପାଇଁ ଅନେକ ମାର୍ଗ ଉନ୍ମୁକ୍ତ ଅଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top