ଅଫସ୍ରେ ସହକର୍ମୀଙ୍କ ସହ କଥା ପ୍ରସଂଗରେ ନିଜର ପ୍ରକୃତ ବନ୍ଧୁ କିଏ ଓ କିପରି ହେବାଉଚିତ୍ ବୋଲି ଆଲୋଚନା ହେଲା । ମୋ ମତାମତ ଲୋଡା ହେଲାତ ମୁଁ କହିଲି, ବିପ୍ଳବ ମୋର ଜଣେ ସଚୋଟ ଓ ନିଦା ବନ୍ଧୁ । ଏକଥା ସମସ୍ତଙ୍କ ସାମ୍ବାରେ ଏପରିକି ପୃଥିବୀ ସାମ୍ନାରେ କହିବାରେ ବି ତିଳେ ହେଲେ ଦ୍ଵିଧା କିମ୍ବା କୁଣ୍ଠା ନାହିଁ। ସେ ମୋର ଦୁଃଖରେ ବନ୍ଧୁଟିଏ । ପ୍ରକୃତରେ ଯେତେ ବେଳେ ସୁଖ ମୋ ଜୀବନକୁ ଆସିଛି ସେ ଫେରାର୍ ହୋଇଯାଇଛି।
ମାତ୍ର ଶୋଭନ ମୋ ବନ୍ଧୁ ପର୍ଯ୍ୟାୟ ଠୁଁ ଯଥେଷ୍ଟ ଉର୍ଦ୍ଧ୍ଵରେ । ତାଙ୍କର ବିକଳ୍ପ ନାହିଁ । ଅନ୍ୟ ମନସ୍କ ହୋଇଗଲି ମୁଁ । ଶୋଭନ୍ ମାଇଁ ଲଭ୍ ତମେ ମୋ ଜୀବନର ପ୍ରଥମ ଆଉ ଶେଷ ପୁରୁଷ । ତମେ ମୋ ଧାଉଁଥିବା ଜୀବନ ବିଶ୍ଵାସର ମହାସମୁଦ୍ରରେ ଅତଳ ତଳ । କାହାକୁ ବୁଝେଇ ହେଉନଥିବା ସଂପର୍କ ଟିଏ । କାହା ଆଗରେ ତମ ପାଇଁ ଯୁକ୍ତି ବାଢି ପାରୁନଥୁବା ଆତ୍ମୀୟଟିଏ ତୁମେ । ତୁମେ ହିଁ ଏକମାତ୍ର ମୋର ଆତ୍ମାର ମଣିଷ । ଏକାନ୍ତରେ ଭେଟିବାରେ, ତମ ପାଇଁ ଲୁଚି ଛପି କାନ୍ଦିବାରେ, ପ୍ରାଣ ଖୋଲା ଖୁସି ଅନୁଭବ କରିବାରେ ତମେଇ ଥାଅ କେବଳ । ଯେଉଁଠାକୁ କେହିବି ଯାଇପାରିବେ ନାହିଁ । ଶୋଭନ; ତମେ ମୋର ଦିନପରି ଉଜ୍ଜ୍ୱଳ ଓ ଖରାପରି ସତେଜ୍ ଉଦୀପ୍ତ । ଆଶାପରି ଅଛମର । ଆଲୋକପରି ସତ୍ୟ । ତମ ସ୍ଥାନରେ ତମ ସାଙ୍ଗରେ ଆଉ କାହାକୁ ରଖୁବା କଥା ଆଦୌ ଚିନ୍ତା ଭିତରକୁ ଆସେନା । ମୋର ବିଶ୍ଵାସ ଅଛି, ଦିନେନା ଦିନେ, କେଉଁଠି ନା କେଉଁଠି ତମ ସାଥିରେ ମୋର ନିଶ୍ଚୟ ଦେଖା ହେବ । କିଛି ଦେବାକୁ କି କିଛି ପାଇବାକୁ ଆଶାନାହିଁ । କେବଳ ମୋର ଭଲ ପାଇବାର ନିର୍ଭେଜାଲ ସତ୍ୟକୁ, ତମେ ଟିକେ ଅନୁଭବ କରିବ । ଏତିକି ତମକୁ ବାଧ୍ୟ କରିବିନି, ମୋର ଭଲପାଇବା କୁ ଦେଖ, ପରଖ | କେମିତି ପୂର୍ବଦିନ ମାନଙ୍କଠାରୁ ଅଧକ ଶାଣିତ, ଅଧକ ମାମିକ ଆଉରି ନିକଟତର ହୋଇରହିଛି, ମୋ ଭଲପାଇବା ମୋ ଜୀବନ ସହ । ଦିନେ ଭଲପାଇବାଟା ତମ ଆଡ଼ୁ ଆରମ୍ଭ ହୋଇଥ୍ଲା । ମୁଁ ବିରୋଧ କରୁଥିଲି । ଆଜି ତମକୁ ଭଲପାଇବାହି ମୋର ନିଃଶ୍ୱାସ ପ୍ରଶ୍ଵାସ । ଜାଣେନା ତମେ ପୂର୍ବପରି ମନ ନେଇ ଅଛ କି ନା । ମୋ ମନ କହୁଛି ତମେ ସେମିତି ଥିବ। ନା ବାହା ସାହା ହୋଇ ବିଶ୍ଵସ୍ତ ସ୍ଵାମୀ, ସ୍ନେହୀ ବାପା ହୋଇ ପନ୍ନୀ ପୁଅ ଝିଅର ସଂସାର ଚଳାଉଥୁବ । ବାର ଜଂଜାଳ, ଝାମେଲା ଦାୟିତ୍ ଭିତରେ ବିଦ୍ୟାପରି ଝିଅଟି ନିଶ୍ଚେ ତମ ମନ ଅଗଣାରେ ଘୁରିବୁଲୁଥିବ ଏକା ଏକା । ନିରୋଳା ମୁହୁର୍ଭଟିକେ ପାଇଲେ ତମେ ତମ ବିଦ୍ୟା ସହ ସମୟ ସେୟାର କରୁଥିବ ନା ? କିଏ ଜାଣେ ତମ ସ୍ତ୍ରୀ ବିଦ୍ୟାଠାରୁ ଯଦି ରୂପଗୁଣରେ ଉଚ୍ଚରେ ଥିବେ, ତେବେ ତ ବିଦ୍ୟାକୁ ଭୁଲିଯିବାଟା ସହଜନା ? ନା ଶୋଭନ କାହାର ନୁହଁ । ଏକା ବିଦ୍ୟାର । ହଁ ହଁ ଏକା ବିଦ୍ୟାର ।
କଇଁ କଇଁ ହୋଇ ବିଦ୍ୟା କାନ୍ଦୁଥୂଲା ତା ଟେବୁଲ ଉପରେ ମୁଣ୍ଡ ଦେଇ । କାନ୍ଦଶୁଣି ଧାଇଁ ଆସିଥୁଲା ସ୍ଵପ୍ନା । ତାର ଜୁନିୟର ସହକର୍ମୀ । “କଣ ହେଲା ମାଡାମ ? କାନ୍ଦୁଛନ୍ତି ଯେ ? ସମସ୍ତଙ୍କ ସାଙ୍ଗରେ ବନ୍ଧୁ ଉପରେ ଗରମ ଗରମ ଆଲୋଚନା ଚାଲୁଥୁଲା ବେଳେ ଆପଣ ହଠାତ୍ ଚାଲି ଆସିଲେ କାହିକି ? କଣ କାହା କଥା ମନରେ ପଡିଲା ? ନା କିଏ କିଛି କହିଲେ କି !”
ବିଦ୍ୟା ନିଜର ଏପରି ଅସହାୟ ଅବସ୍ଥାଟାକୁ ଯେ ପ୍ରକାଶ କରି ଦେବ ତା ଅଜଣାରେ ସେଥିପାଇଁ ନିଜକୁ ଲଜିତ ମନେ କଲା । ରୁମାଲ୍ ରେ ମୁହଁ ପୋଛି ହସିଦେଇ କହିଲା ।
ନାଁ ମ ! ହଠାତ୍ ବନ୍ଧୁ ପ୍ରସଂଗରେ ମୋ ମାଆଙ୍କ କଥା ମନରେ ପଡିଲାତ ଗତମାସ ତହୁଁ ଘରକୁ ଯାଇନି । ଭାରି ମା ମନେ ପଡୁଛି । ତମେ କୁହ ସ୍ଵପ୍ନା । ଝିଅଙ୍କର ଯେତେ ଝିଅ ବନ୍ଧୁ ହେଉକ ପୁଅବନ୍ଧୁ ହୁଅନ୍ତୁ, ପତ୍ୟେକ, ଝିଅଙ୍କର ତାଙ୍କ ମାଆ ହେଉଛନ୍ତି ପ୍ରଥମ ଓ ବିଶ୍ଵାସୀ ବନ୍ଧୁ | ଝିଅଟିଏ ତା ମାଆ ସହ ଯେତେ ଫ୍ରିରେ ସବୁକଥା ଆଲୋଚନା କରିବ, ଆଉ କାହା ସହିତ ସେମିତି କେବେ ଖୋଲାମନରେ କଥା ହୋଇ ପାରିବ ନାହିଁ । ନୁହେଁକି ? ଆଜି ମାଆ ମନରେ ପଡିଲା ତ ତେଣୁ ଲୁହ ଦୁଇଟୋପା ଗାଡି ପଡିଲା । ଏଇ ସଣ୍ଡେରେ ଯାହା ବି ହେଉ ଘରକୁ ଯିବି । ଟିକେ ଘରେ ବୁଲାବୁଲି କରି ଆସିଲେ ଭଲ ଲାଗିବ ।”
ସ୍ୱପ୍ନା ଫେରି ଯାଉଥିଲା ତା ସିଟ କୁ ଗୁଡାଏ ମିଥ୍ୟର କାହାଣୀ ମୁଖସ୍ତ କଲା ପରି ବିଦ୍ୟା କହି ସାରିଲା ପରେ । ଈଶ୍ୱରଙ୍କୁ ଧନ୍ୟବାଦ ଦେଲା ଯେ ସେ ବଞ୍ଚେଇ ଦେଲେ ଅଳ୍ପକରେ ।
ଅଫିସ ସାରି ଆଜି ବସା ଘରକୁ ଗଲେ ବାପା ମାଆ ସହ ଫୋନରେ କଥା ହବ । ରାଜ୍ ସାଂଗରେବି ବେଶ୍ କିଛି ଦିନ ହେଲା କଥା ହୋଇନି ସେ । ସାନ ଭାଇଟିଏ । ରାଉରକେଲାରେ ରାଜ୍ ଇଂଜିନୟରିଂ ପଢୁଛି ଏଇଟା ତାର ଶେଷ ବର୍ଷ ।
ସବୁ କଥାକୁ ପଛରେ ରଖି ପାଣି ପିଇଲା ବିଦ୍ୟା । ତା ସାମ୍ନାରେ ହେଡ୍କ୍ଲର୍କ, ମାନେ ବଡବାକୁ ।
ଠିଆ ହେଇ ପଡିଲା ସେ ତରତରରେ । ମାଡାମ ଗତକାଲି ଦେଇଥୁବା ରିଭ୍ୟୁ ଫାଇଲ କାମ ସରିଛି ? ତମେ ଏମ୍.ଡି ଙ୍କୁ ଫାଇଲ ଦେଖାଇଛ କି ? ଯଦି କିଛି ଅସୁବିଧା ମନେକର ମୋ ସହ କିମ୍ବା ଆଉ କେଉଁ ସିନିୟର୍ଙ୍କ ସହ ଆଲୋଚନା କରିପାର । ଆଜି ଲଞ୍ଚ ବ୍ରେକ ପରେ ସାର ପୁଣିଥରେ ମିଟିଂ ଡାକିଛନ୍ତି ।
ଠିକ୍ ଅଛି । ମୁଁ ପ୍ରସ୍ତୁତ କରିଦେବି । ସାରିଲେ ଆପଣଙ୍କ ପାଖକୁ ଯିବି ।” ବଡବାବୁ ସମ୍ମତିରେ ମୁଣ୍ଡ ଟୁଙ୍ଗାରି ତାଙ୍କ ସିଟ୍କୁ ଚାଲିଗଲେ । କାମରେ ମନଦେଲା ବିଦ୍ୟା !
ମିଟିଂ ଓ ଅଫିସ୍ରେ ଛୋଟବଡ କାମ ସାରି ବ୍ୟାବିନ୍ରୁ ବାହାରିଲା ସେ । ଭାବିଲା, ରିକ୍ସା ଭଲ । ରିକ୍ସା ଅଟକାଇ ଏକ ନମ୍ବର ମାର୍କେଟକୁ ଚାଲି କରି ସଉଦା କିଣାପରେ ଗାଡିରେ ସେ ବସିଲା । ଆଜି ଆଉ ରୋଷେଇ ଯୋଜନା ରଖିବ ନାହିଁ । ବଜାରରୁ ଗୋଟେ ଦୋଷା କି ରୁଟି ତର୍କାରୀ ମିଳିଲେ, ସେଥିରେ କାମ ଚଳେଇଦେବ ।
ନିଜ ଦାୟିତ୍ୱ ଓ କର୍ତବ୍ୟ ତୁଳାଇବାର ଆତ୍ମବିଶ୍ଵାସ ବିଦ୍ୟା ପାଖରେ ଅଛି । ଏଇଟା ବିପ୍ଲବର ଅବଦାନ । ଘରେ ବସିଥୁଲେ ଡାଲି, ତର୍କାରି, ରନ୍ଧାବଢ଼ା ଆଉ ଘର ବନ୍ଧା ଗୋରୁ ପାୟ ଚାରିକାନ୍ଥର ପୃଥୀବୀରେ ଘୁରୁଥାନ୍ତା ନା ? ଆଜି ବିଦ୍ୟା ବିପ୍ଳବ ପାଇଁ ତା ପୃଥିବୀକୁ ବ୍ୟାପକ କରିଛି । ଘରକାମ ଓ ଦାୟିତ୍ୱ ସାଂଗକୁ ଅଫିସ୍ କାମ । ତା ଭିତରେ କିଣାକିଣି ସବୁ ଏକା କରିପାରୁଛି । ଧନ୍ୟ ଭଗବାନ । ପ୍ରତ୍ୟେକ ମଣିଷ ଦେହରେ ଶକ୍ତି, ସାହାସ ଓ ଭଲ ପାଇବାରବାର କ୍ଷମତା ଭରି ଦେଇଛ । କେବଳ ସୁଯୋଗ ଓ ପରିବେଶ ମଣିଷ କାମ ।