ଅନୁବାଦ ସାହିତ୍ୟ

ମହାତ୍ମା ଗାନ୍ଧୀଙ୍କ ହତ୍ୟାର ପୂର୍ବାଭାସ

Mahatmaa Gandhinka Hatyara Poorbaabhaasa : Mun Gandhi Baddha Kana Pain Karili ? an odia translated version of Nathuram Vinayak Godse's book Maine Gandhi Vadh Kyon Kiya by Ritika Pattnaik

ଆମେ ସବୁ ଷଡ଼ଯନ୍ତ୍ରକାରୀ ଧରା ପଡ଼ିଯାଇଥିଲେ ବି ଗାନ୍ଧୀଜୀଙ୍କ ହତ୍ୟା ସୁନିଶ୍ଚିତ ଥିଲା ବା ରୋକିବା ସମ୍ଭବ ନଥିଲା ।

ମହାତ୍ମା ଗାନ୍ଧୀଙ୍କ ହତ୍ୟାର ପୂର୍ବାଭାସ

ଗାନ୍ଧୀହତ୍ୟା ଅଭିଯୋଗରେ ତିନି ଅଭିଯୁକ୍ତ ଯଥା ଗୋପାଳ ଗଡ଼ସେ, ବିଷ୍ଣୁ ରାମକୃଷ୍ଣ କରକରେ, ମଦନଲାଲ ପାହ୍ୱାଙ୍କୁ ଆଜୀବନ କାରାବାସ ହୋଇଥିଲା । ଅବଶ୍ୟ ଏମାନଙ୍କୁ ୧୩ ଅକ୍ଟୋବର ୧୯୬୪ରେ ମୁକ୍ତ କରି ଦିଆଯାଇଥିଲା । ଏହି ଉପଲକ୍ଷେ, ଏକ ମାସ ପଶ୍ଚାତ୍, ସେମାନଙ୍କ କିଛି ଶୁଭେଚ୍ଛୁ ସତ୍ୟନାରାୟଣ ପୂଜାର ଆୟୋଜନ କଲେ । ପେଠର ‘ଉଦ୍ୟାନ କାର୍ଯ୍ୟାଳୟ’ଠାରେ, ୧୨ ନଭେମ୍ବର ୧୯୬୪, ଶନିବାରରେ, ଏହି ପୂଜା ସଂପନ୍ନ ହେଲା ।

ସତ୍ୟନାରାୟଣ ପୂଜା ସମାରୋହ ଅବସରରେ, ମହାରାଷ୍ଟ୍ରର ଅନ୍ୟତମ ପ୍ରସିଦ୍ଧ ପତ୍ରକାର, ଶ୍ରୀମାନ ଗଜାନନ ବିଶ୍ୱନାଥ କେତକର ନିଜର କିଛି ବିଚାର ବ୍ୟକ୍ତ କରିଥିଲେ । ଲୋକମାନ୍ୟ ତିଲକଙ୍କର ନାତି ଶ୍ରୀ କେତକର ବହୁ ବର୍ଷ ପର୍ଯ୍ୟନ୍ତ ତିଲକଙ୍କ ସମାଚାର ପତ୍ର ‘କେଶରୀ’ର ସମ୍ପାଦନା ଦାୟିତ୍ୱ ନିର୍ବାହ କରିଥିଲେ ।

ଗାନ୍ଧୀହତ୍ୟା ଭଳି ଜଘନ୍ୟ କାର୍ଯ୍ୟକୁ ଏଡ଼ାଇବା ଲାଗି ଅନେକ ପ୍ରୟାସ ସେ କରିଥିଲେ ବୋଲି ଶ୍ରୀ କେତକର ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଥିଲେ । ସେ ସରକାରଙ୍କୁ ମଧ୍ୟ ଚେତାବାଣୀ ଦେଇଥିଲେ ।

ଅନେକ ହିନ୍ଦୁ ବିରୋଧି ଖବରକାଗଜ ଏହି ଚେତାବାଣୀର କଡ଼ା ବିରୋଧ କରିଥିଲେ । ଏହାର ପ୍ରତିକ୍ରିୟାରେ ଦଶ/ବାର ଜଣ ବିରୋଧି ତତ୍ତ୍ୱଙ୍କୁ ସରକାର ଭାରତ ପ୍ରତିରକ୍ଷା ନିୟମ (DIR)ଆଧାରରେ ବନ୍ଦୀ କରିଥିଲେ । ଏକ ବର୍ଷ ଉପରାନ୍ତ ଏହି ବ୍ୟକ୍ତିମାନଙ୍କୁ ମୁକ୍ତ କରି ଦିଆଯାଇଥିଲା ।

ସରକାର କପୁର ଆୟୋଗ ଗଠନ ପଶ୍ଚାତ୍ ରେ ଥିଲା ଶ୍ରୀ କେତକରଙ୍କ କଥନ । ତାଙ୍କ ଉକ୍ତି ବିଷୟରେ କେଉଁ କେଉଁ ବ୍ୟକ୍ତି ଅବଗତ ଥିଲେ ତଥା ସରକାର କ’ଣ କ’ଣ ପଦକ୍ଷେପ ନେଲେ?

ନିଜ ରିପୋର୍ଟରେ ନ୍ୟାୟମୂର୍ତ୍ତି ଶ୍ରୀ କପୁର ଏ କଥାର ବି ଚର୍ଚ୍ଚା କଲେ ଯେ ଗାନ୍ଧୀବଦ୍ଧ ର ପୂର୍ବାଭାସ/ଜ୍ଞାନ କେଉଁ କେଉଁ ବ୍ୟକ୍ତିବିଶେଷଙ୍କ ଥିଲା ବା କେଉଁ ବ୍ୟକ୍ତିଙ୍କୁ ଏ ବାବଦରେ ଜଣାଥିଲା ।

ପ୍ରଫେସର ଜେ.ସି. ଜୈନ, ପ୍ରସିଦ୍ଧ ବିଦ୍ୱାନ, ଶିକ୍ଷାଶାସ୍ତ୍ରୀ, ଲେଖକ ତଥା ଗାନ୍ଧୀ ହତ୍ୟାକାଣ୍ଡ ମକଦ୍ଧମାର ପ୍ରମୁଖ ସାକ୍ଷୀ, ନ୍ୟାୟଧୀଶ ଆତ୍ମଚରଣଙ୍କ ସମ୍ମୁଖରେ ୧୯୪୮ରେ ବୟାନ ଲିପିବଦ୍ଧ କଲେ । ସେ କହିଲେ, ଯେ ଶ୍ରୀ ମଦନଲାଲ ପାହ୍ୱା ଉକ୍ତ ଷଡ଼ଯନ୍ତ୍ର ବିଷୟରେ ତାଙ୍କୁ କିଛି କହିଥିଲେ । ନ୍ୟାୟଧୀଶ କପୁରଙ୍କ ସମ୍ମୁଖରେ ବି ଶ୍ରୀ ଜୈନ ସାକ୍ଷ୍ୟ ରଖିଥିଲେ । ରିପୋର୍ଟର ଭାଗ ଦୁଇ, ପୃଷ୍ଠା ୧୭୭, ଅନୁଚ୍ଛେଦ ୨୧/୧୪୭ରେ ଉଦ୍ଧୃତି ‘ଏହି ସାକ୍ଷୀର ସାକ୍ଷ୍ୟ ଅନୁସାରେ କାହାର ବି ଆନ୍ତରିକ ଇଚ୍ଛା ନଥିଲା ଯେ ଗାନ୍ଧୀଙ୍କୁ ବଞ୍ଚାଇବାକୁ ପାଇଁ ପ୍ରୟାସ କରାଯାଉ । ଏହି ଆୟୋଗର କ୍ଷମତା ପରିସର ସୀମିତ । ଏହି ସୀମା ମଧ୍ୟରେ ଏହି ସାକ୍ଷୀଙ୍କ କଥନ ମହତ୍ୱପୂର୍ଣ୍ଣ ଅଟେ ।” ସେ କହିଲେ, ‘ମୋ ଅଧିକାର ମଧ୍ୟରେ ମୋ ଶକ୍ତି ଅନୁସାରେ ଯାହା କରିବାର କଥା ମୁଁ କଲି । ମୁଁ ବମ୍ବେ ରାଜ୍ୟର ମୁଖ୍ୟ ସଚିବଙ୍କୁ କହିଥିଲି । ଜୟପ୍ରକାଶଜୀଙ୍କୁ କହିଥିଲି, ଏବଂ ହରୀଶଙ୍କୁ ବି । ଏହାଠୁ ଅଧିକ ମୁଁ କ’ଣ କରି ପାରିଥା’ନ୍ତି? ମୋ ଦ୍ୱାରା ଯାହା ହୋଇପାରିଲା ମୁଁ କଲି । କେହି ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ , ତାହେଲେ ମୋର କ’ଣ ଦୋଷ?”

ଅନ୍ୟ ଜଣେ ସାକ୍ଷୀ ପ୍ରଫେସର ୟାଜ୍ଞିକଙ୍କୁ ଶ୍ରୀ ଜୈନ ନିଜ ଆଶଙ୍କା ବିଷୟରେ କହିଥିଲେ । ଶ୍ରୀ ୟାଜ୍ଞିକ ରାମନାରାୟଣ ରୁଇଆ କଲେଜର ପ୍ରାଧ୍ୟାପକ ଥିଲେ । ପ୍ରଫେସର ୟାଜ୍ଞିକଙ୍କ ସାକ୍ଷୀ କ୍ରମିକ ସଂଖ୍ୟା ୨୯ ଥିଲା । ଶ୍ରୀ ଜୈନ ଶ୍ରୀ ୟାଜ୍ଞିକଙ୍କୁ ମଦନଲାଲଙ୍କ କାର୍ଯ୍ୟକ୍ରମ ବିଷୟରେ କହିଥିଲେ । ଶ୍ରୀ ୟାଜ୍ଞିକ ତାଙ୍କୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ । ସେ ଶ୍ରୀ ଜୈନଙ୍କୁ ପରାମର୍ଶ ଦେଲେ ସେ ସରକାରଙ୍କୁ ଏହି ବିଷୟରେ ସୂଚନା ଦିଅନ୍ତୁ ।

ନ୍ୟାୟମୂର୍ତ୍ତି ଶ୍ରୀ କପୁର ରିପୋର୍ଟର ପୃଷ୍ଠା ୧୪୭୯ରେ ଲେଖିଛନ୍ତି, ଗାନ୍ଧୀଜୀଙ୍କ ଜୀବନକୁ ବିପଦ ଅଛି ବୋଲି ପ୍ରଫେସର ଜୈନଙ୍କୁ ପୂର୍ବଜ୍ଞାତ ଥିଲା । ଏହି କଥା ଅବଶ୍ୟ ଶ୍ରୀ ଜୈନ ନିଜ ବନ୍ଧୁମାନଙ୍କୁ କହିଥିଲେ କିନ୍ତୁ ସ୍ୱୟଂ ଏହାକୁ ଗୁରୁତର ସହ ବିଚାରକୁ ନେଇ ନଥିଲେ । ପରନ୍ତୁ ଆୟୋଗ ମତପୋଷଣ କରନ୍ତି ଯେ ଶ୍ରୀ ଜୈନ ଯଦି ସତର୍କତା ଅଧିକାରୀ ଶ୍ରୀ ନାଗରବାଲା ଅଥବା ଶ୍ରୀ ଭରୁଚାଙ୍କ ଭେଟିବାକୁ ସେଙ୍କାଚ ଥିଲା ତାହେଲେ ସେ ମନ୍ତ୍ରୀଗଣ ବା କଂଗ୍ରେସର ନେତାମାନଙ୍କୁ ବା ପ୍ରେସିଣ୍ଡେଣ୍ଟସି ମାଜିଷ୍ଟ୍ରେଙ୍କୁ ଏ ବାବଦରେ ଅବଗତ କରାଇବା ତାଙ୍କ କର୍ତ୍ତବ୍ୟ ଥିଲା । ( ଶ୍ରୀ କପୁରଙ୍କ ତାତ୍ପର୍ଯ୍ୟ ହେଲା ପ୍ରାର୍ଥନାସଭାରେ ବୋମା ବିଷ୍ଫୋରଣ ପୂର୍ବରୁ ଏହାର ସୂଚନା ଶ୍ରୀ ଜୈନଙ୍କୁ ଦେବାର ଥିଲା ।)

ରିପୋର୍ଟ ଭାଗ ୧ ପୃଷ୍ଠା ୨୧୦ରେ ନ୍ୟାୟମୂର୍ତ୍ତି କପୁରଙ୍କ ବର୍ଣ୍ଣନାର ସାରାଂଶ ହେଲା, “ସ୍ୱୟଂ ବାଲୁକାକା କନୀଟକର, ସେ ସମୟର କୃଷକ, ଶ୍ରମିକ ସଙ୍ଘର କାର୍ଯ୍ୟକର୍ତ୍ତା, ଶ୍ରୀ ରଘୁନାଥ କେଶବ ଖାଣ୍ଡିଲକର, ସାଂସଦ ସ୍ୱୟଂ କେଶବରାୟ ଜେଧେ, ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ପୁନାର ବିଶିଷ୍ଟ ରାଜନୀତିଜ୍ଞ ଏବଂ ଶ୍ରୀ ଗ.ବି କେତ୍କର ଆଦି ଉପ ଅଧିକାରୀ ବ୍ୟକ୍ତିବିଶେଷଙ୍କୁ ପୁନାର ବାତାବରଣ ଗାନ୍ଧୀଙ୍କ ବିରୁଦ୍ଧରେ ବୋଲି ଜ୍ଞାତ ଥିଲା । ସମାଚାର ପତ୍ରରେ ପ୍ରକାଶିତ ଖବର, ସାର୍ବଜନୀନ ବ୍ୟାସପୀଠରେ ଭାଷଣ, ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବାର୍ତ୍ତାଳାପରୁ ଶଙ୍କେତ ମିଳୁଥିଲା ଯେ କଂଗ୍ରେସର ବରିଷ୍ଠ ନେତା, ବିଶେଷକରି ମହାତ୍ମା ଗାନ୍ଧୀ, ନେହେରୁ ,ସର୍ଦାର ପଟେଲ, ମୌଲାନା ଆଜାଦଙ୍କ ଜୀବନ ପ୍ରତି ବିପଦ ଅଛି । ଏହି କଥାର ଜ୍ଞାନ ଉପରୋକ୍ତ ସଜ୍ଜନଙ୍କ ଥିଲା । ଏହିସବୁ ବ୍ୟକ୍ତିଙ୍କ ମଧ୍ୟରେ ସ୍ୱୟଂ ବାଲୁକାକା କନୀକଟର ଏବଂ ଭାବଗତ ହିଁ କେବଳ ମୁମ୍ବଇର ମୁଖ୍ୟମନ୍ତ୍ରୀ ଶ୍ରୀ ଖେର ଏବଂ ଉପପ୍ରଧାନମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ସୂଚିତ କରିଥିଲେ କିନ୍ତୁ ସେମାନେ ସତର୍କତା ଅଧିକାରୀଙ୍କୁ କହିନଥିଲେ । ନ୍ୟାୟଧିଶ ଶ୍ରୀ କପୁର ପୁଣି କୁହନ୍ତି ଏହି ତଥ୍ୟର ଛାନଭିନ୍ କରିବା ପାଇଁ କୌଣସି ଗୁପ୍ତଚର ବିଭାଗ ସହିତ ସଂପର୍କ କରାଯାଇନଥିଲା । ଏହା ବଡ଼ ଆଶ୍ଚର୍ଯଜନକ ଥିଲା ।

ଶ୍ରୀ ଗାଡ଼ଗିଲଙ୍କ ସାକ୍ଷୀ କ୍ରମ.୬ ଥିଲା । କେଶବରାୟ ଜେଧେ ଗାଡ଼ଗିଲଙ୍କୁ ଯେଉଁ କଥା କହିଥିଲେ, ତା’ ବାଦ୍ ଆଉ କୌଣସି ସ୍ପଷ୍ଟୀକରଣ ଦେଇ ନଥିଲେ । ଏ କଥା ନ୍ୟାୟମୂର୍ତ୍ତିଙ୍କ ରିପୋର୍ଟ ଖଣ୍ଡ ୨, ଅନୁଚ୍ଛେଦ ୧୨୯-୧୩୦ରୁ ସ୍ପଷ୍ଟ ହେଉଛି । ପୃଷ୍ଠା ୧୩୦ରେ ୨୧-୩୫ରେ ଲେଖା ଅଛି, “ଶ୍ରୀ କାକା ଗାଡ଼ଗିଲ, ପୁନାର ଏକ ପ୍ରମୁଖ ନାଗରିକ, ତଥା ସେତେବେଳର କେନ୍ଦ୍ରୀୟ ମନ୍ତ୍ରୀ ଥିଲେ । ସେ ୧୯୬୪ରେ ‘ଧନୁର୍ଧାରୀ’ର ଦୀପାବଳୀ ସଂସ୍କରଣରେ ଏକ ଆଲେଖ୍ୟ ଲେଖିଥିଲେ । ସେଥିରେ ସେ କହିଛନ୍ତି ପଞ୍ଜାବ ଏବଂ ବଙ୍ଗାଳର ହିନ୍ଦୁଙ୍କର ବିଭାଜନକୁ ନେଇ ଘୋର ଆପତ୍ତି ଥିଲା ଏବଂ ସେଇ କାରଣରୁ ଗାନ୍ଧୀଜୀଙ୍କ ବିରୁଦ୍ଧରେ ତୀବ୍ର ଲୋକମତ ଥିଲା । ପୁନାରେ ଗାନ୍ଧୀଜୀଙ୍କ ପ୍ରତି ବଡ଼ କଠୋର ଭାଷାର ପ୍ରୟୋଗ ହେଲା । ପୁନା ସମାଚାର ପତ୍ରରେ ଗାନ୍ଧୀଜୀଙ୍କ ସମାଲୋଚନା କରି ହିଂସାର ଅପ୍ରତ୍ୟକ୍ଷ ପରିବେଶ ସୃଷ୍ଟି କରାଗଲା । କିଛି ନା କିଛି ଅଶୁଭ ଅପ୍ରତ୍ୟାଶିତ ଘଟଣା ହେବା ହେବାକୁ ଯାଉଛି ବୋଲି ଗୁଞ୍ଜରଣ ବି ଶୁଣିବାକୁ ମିଲିଲା । ଶୁଣିବାକୁ ମିଳେ ଯେ ଶ୍ରୀ ବାଲୁକାକା କନୀଟକର, ଶ୍ରୀ ବାଲା ସାହେବ ଖେରଙ୍କୁ ଏକ ଗୁପ୍ତପତ୍ର ଲେଖିଥିଲେ । ସେ ପତ୍ରରେ କନୀଟକର ଲେଖିଥିଲେ ଯେ ଗାନ୍ଧୀଜୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଛି । ସର୍ଦାର ପଟେଲ କେବେ କେବେ ଚିନ୍ତା ବ୍ୟକ୍ତ କରୁଥିଲେ ପରନ୍ତୁ ଏହାକୁ ଗମ୍ଭୀରତା ପୂର୍ବକ ଧ୍ୟାନ ଦିଆଯାଉନଥିଲା । ଶ୍ରୀ ନେହେରୁ ହିନ୍ଦୁନେତାଗଣଙ୍କ ବିରୁଦ୍ଧରେ ଭୀଷଣ କ୍ରୋଧିତ ଥିଲେ । ଶ୍ରୀ ଗାଡ଼ଗିଲ ପୁଣି ଲେଖିଛନ୍ତି, ନିର୍ବାସିତଙ୍କ ଭାବନା ଥିଲା, ଯେ ଗାନ୍ଧୀଜୀ ସେମାନଙ୍କ ପରିସ୍ଥିତି ପରିବର୍ତ୍ତନ/ଉନ୍ନତି ପାଇଁ କୌଣସି ପ୍ରତିକାର ଚିନ୍ତା କରୁନାହାଁନ୍ତି ବରଂ ସେ କେବଳ ମୁସଲମାନଙ୍କ ସହାୟତା କରୁଛନ୍ତି । କାରଣ ତାଙ୍କ ପ୍ରାର୍ଥନାେତ୍ତୋର ଭାଷଣରେ ସେ କେବଳ ହିନ୍ଦୁଙ୍କ କୃତର ସମାଲୋଚନା କରୁଥିଲେ । ତେଣୁ ଅନେକ ଶରାଣାର୍ଥୀ ବା ବିଭାଜନ ଦ୍ୱାରା ପୀଡ଼ିତ ଗାନ୍ଧୀଜୀଙ୍କ ଏପରି ବ୍ୟବହାର ଗ୍ରହଣ କରିପାରୁନଥିଲେ । ଅନେକ କ୍ରୋଧର ଦାବାଗ୍ନିରେ ଜଳୁଥିଲେ । ପାକିସ୍ତାନକୁ ୫୫ କୋଟି ପ୍ରଦାନ ସେମାନଙ୍କ ଲାଗି କଟା ଘାରେ ଚୂନ ସଦୃଶ୍ୟ ଥିଲା । ନିର୍ବାସିତଙ୍କୁ ପ୍ରତୀତ ହେଲା ଯେ ଏହି ଧନ ପ୍ରଦାନର ଅର୍ଥ ହେଲା, ଯାହାର ନିଜ ପ୍ରଜାଙ୍କ ହତ୍ୟା ହେଲା ସେମାନଙ୍କ ଅବହେଳା ଏବଂ ଯେଉଁମାନେ ହତ୍ୟାକାରୀ ସେମାନଙ୍କୁ ସହାନୁଭୂତି । ଗାନ୍ଧୀଜୀ ଭାଷଣ ଦେଉଥିଲେ ଏବଂ ନେହେରୁ ହିନ୍ଦୁଙ୍କ ବିରୁଦ୍ଧ ଯାହା କହୁଥିଲେ, ଏହିସବୁ ଯୋଗୁଁ ଗାନ୍ଧୀଙ୍କ ପ୍ରତି ଦିନୁକୁଦିନ ବାତାବରଣ ବିଷାକ୍ତ ହୋଇଗଲା ।

ସ୍ୱୟଂ ଗାଡ଼ଗିଲଙ୍କୁ ଏହି ଘଟଣାର ଯେଉଁ ପୂର୍ବଜ୍ଞାନ ଥିଲା, ସେ ବିଷୟରେ ନ୍ୟାୟଧିୀଶ ଶ୍ରୀ କପୁର କହିଛନ୍ତି- ଶ୍ରୀ ଜେଧେ କହିଛନ୍ତି, ପ୍ରକୃତରେ ଘଟଣାପ୍ରବାହ କିପରି ଥିଲା ତାହାର ଛାନ୍ ଭିନ୍ ହେବା ଜରୁରୀ । ମଦନଲାଲ ଯେଉଁ ସ୍ୱୀକାରୋକ୍ତି ଦେଇଥିଲେ, ତଦ୍ଅନୁସାରେ ବା ସେଇ ଦୃଷ୍ଟିରୁ ବି ଘଟଣା ପ୍ରବାହକୁ ଗମ୍ଭୀରତାର ସହିତ ନେବା ପାଇଁ ଆଦୌ ପ୍ରୟାସ କରିନଥିଲେ । ସେ ନିଜ ବିଲକ୍ଷଣ ବୁଦ୍ଧି ଦ୍ୱାରା କାମ କରିବାର ଥିଲା, ଉଦାସୀନ ରହି, ଚୁପ୍ଚାପ ରହି ନୁହେଁ । (ପୃଷ୍ଠା ୧୩୨)

ଗୋପାଳ ଗଡ଼ସେ ନିଜ ସାକ୍ଷ୍ୟରେ ନ୍ୟାୟଧୀଶ ଶ୍ରୀ କପୁରଙ୍କୁ କହିଥିଲେ, “ଆମେ ସବୁ ଷଡ଼ଯନ୍ତ୍ରକାରୀ ଧରା ପଡ଼ିଯାଇଥିଲେ ବି ଗାନ୍ଧୀଜୀଙ୍କ ହତ୍ୟା ସୁନିଶ୍ଚିତ ଥିଲା ବା ରୋକିବା ସମ୍ଭବ ନଥିଲା ।”

‘ଗାନ୍ଧୀ ବଦ୍ଧର ପୂର୍ବାଭାସ’ରୁ ନିଷ୍କର୍ଷ ଏହା ଯେ ଗାନ୍ଧୀ-ହତ୍ୟାର ବାତାବରଣର ପ୍ରସ୍ତୁତି ହୋଇସାରିଥିଲା । ଏହାର ପୂର୍ବଜ୍ଞାନ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଥିଲା, ପରନ୍ତୁ ଏହି ସୂଚନା ଆଧାରରେ କାର୍ଯ୍ୟ କରିବା ପାଇଁ ସେ ଦ୍ୱିଧାଗ୍ରସ୍ତ ଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top