ଭାଗ -୧
ଆରୋପର ଚର୍ଚ୍ଚା ଏବଂ ନାଥୁରାମଙ୍କ ସ୍ପଷ୍ଟୀକରଣ
ବିଶେଷ ନ୍ୟାୟାଳୟ ଲାଲକିଲ୍ଲା
ନ୍ୟାୟଧିଶ ଶ୍ରୀ ଆତ୍ମାଚରଣ ନିଜ ଆସନରେ ବିରାଜମାନ ଥିଲେ । କକ୍ଷରେ ନୀରବତା ରାଜତ୍ୱ କରୁଥିଲା । ସବୁ ଅଭିଯୁକ୍ତ ନିଜ ନିଜ ସ୍ଥାନରେ କାଠଗଡ଼ା ମଧ୍ୟରେ ବସିଥିଲେ । ଉଭୟ ପକ୍ଷଙ୍କ ଅଧିବକ୍ତା ବା ଓକିଲ ଉପସ୍ଥିତ ଥିଲେ । ଖବରକାଗଜ ପ୍ରତିନିଧି ଏବଂ ସମ୍ପାଦଦାତା ଘଟଣା ଲିପିବଦ୍ଧ କରିବାକୁ କଲମ ଧରି ଅପେକ୍ଷାରତ ଥିଲେ ।
ନ୍ୟାୟାଳୟରେ ପ୍ରବଳ ଭିଡ଼ ଥିଲା । ସୁରକ୍ଷା ଅଧିକାରୀଙ୍କଠୁ ପ୍ରବେଶ ପତ୍ର ନେଇ ନ୍ୟାୟାଳୟ ମଧ୍ୟକୁ ପ୍ରବେଶ ମିଳିଲା ।
ଅଭିଯୋଜକଙ୍କ (Prosecutors) ତରଫରୁ ସାକ୍ଷୀମାନଙ୍କ ଜବାବ ସୁଆଲ ସମାପ୍ତ ହୋଇସାରିଥିଲା । ପ୍ରମାଣ ପ୍ରସ୍ତୁତି ପ୍ରକ୍ରିୟା ପୂରା ହେଇସାରିଥିଲା । ଅଭିଯୁକ୍ତଙ୍କ ସ୍ପଷ୍ଟୀକରଣ ଆଜି ନ୍ୟାୟଳୟରେ ଉପସ୍ଥାପିତ ହେବାର ଥିଲା ।
ଦଣ୍ଡ ପ୍ରକ୍ରିୟା ସଂହିତା ଅର୍ଥାତ୍ କ୍ରିମିନାଲ ପ୍ରୋସିଜର କୋଡ଼ର ଧାରା ୩୬୪ ଅନୁସାରେ ନ୍ୟାୟମୂର୍ତ୍ତି ଅଭିଯୁକ୍ତଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କଲେ ।
“ଅଭିଯୁକ୍ତ କ୍ରଂ ୧ ନାଥୁରାମ ବିନାୟକ ଗଡ଼ସେ ବୟସ ୩୭ ବର୍ଷ, ବୃତ୍ତି – ସମ୍ପାଦକ ‘ ହିନ୍ଦୁରାଷ୍ଟ୍ର’ ମୁଖପତ୍ର ପୁନା….”
ଯେମିତି ଅଭିଯୁକ୍ତ କ୍ର. ନଂ ୧ ଡକାଗଲା, ନାଥୁରାମ ଉଠି ଛିଡ଼ାହୋଇଗଲେ ।
ନ୍ୟାୟମୂର୍ତ୍ତି କହିଲେ, “ତୁମ ବିରୁଦ୍ଧରେ ଅଭିଯୋଜକମାନେ ସାକ୍ଷୀ ପ୍ରସ୍ତୁତ କରିଛନ୍ତି ଏବଂ ଯେଉଁ ପ୍ରମାଣ ଦେଇଛନ୍ତି ତାହା ତୁମେ ଶୁଣିଛ । ତୁମକୁ କ’ଣ କହିବାର ଅଛି?”
ନାଥୁରାମ କହିଲେ, “ମୋତେ ଲିଖିତ ନିବେଦନ ଦେବାର ଅଛି ।”
ନାଥୁରାମଙ୍କୁ ନିବେଦନ ପଢ଼ିବାକୁ କହିଲେ ନ୍ୟାୟମୂର୍ତ୍ତି ମହୋଦୟ ।
ସେଇ ସମୟରେ ମୁଖ୍ୟ ଅଭିଯୋଜକ (Chief Prosecutor) ଶ୍ରୀ ଦପ୍ତରୀ ଛିଡ଼ା ହେଲେ । ସେ ନିଜ ଆପତ୍ତି ଜଣାଇଲେ । “ଏହି ଅଭିଯୋଗ ସମ୍ବନ୍ଧିତ ନିବେଦନ ପ୍ରସ୍ତୁତ କରିବାର ଅନୁମତି ଦିଆଯାଉ, ଅନ୍ୟଥା ନିବେଦନ ପଢ଼ିବାକୁ ଅନୁମତି ନ ଦିଆଯାଉ । ”
ନ୍ୟାୟମୂର୍ତ୍ତି ଏହି ଆପତ୍ତି ଗ୍ରହଣ କଲେ ନାହିଁ । ନାଥୁରାମ ନିବେଦନ ପଢ଼ିଚାଲିଲେ । ମାଇକ ଲାଗିଥିଲା, ତେଣୁ ଅନେକ ଦୁରଯାଏ ତାଙ୍କ ସ୍ୱର ଶୁଣାଯାଉଥିଲା ।
“ବିଶେଷ ନ୍ୟାୟମୂର୍ତ୍ତି , ଲାଲକିଲ୍ଲା ଦିଲ୍ଲୀର ନ୍ୟାୟାଳୟରେ “ ରାଜ୍ୟ ବିରୁଦ୍ଧରେ ନାଥୁରାମ ବିନାୟକ ଗଡ଼ସେ ଏବଂ ଅନ୍ୟ ଅଭିଯୁକ୍ତ !”
ଦେଶଭକ୍ତି ଯଦି ପାପ,
ହଁ ମୁଁ ପାପୀ ଘୋର ଭୟଙ୍କର
କିନ୍ତୁ ଯଦି ଏହା ପୁଣ୍ୟକାର୍ଯ୍ୟ ତାହେଲେ
ମୋର ଅଧିକାର ଅଛି ପୁଣ୍ୟରେ
ଅଚଳ ଛିଡ଼ା ମୁଁ ଏହି ବେଦୀ ଉପରେ
ସଂନ୍ଦର୍ଭ : ନିବେଦନ ୧୩୬
“ମାନ୍ୟବର ନ୍ୟାୟମୂର୍ତ୍ତିଙ୍କ ସେବାରେ , ମୁଁ ନାଥୁରାମ ଗଡ଼ସେ ଅଭିଯୁକ୍ତ କ୍ରମାଙ୍କ ୧ ନମ୍ରତାପୂର୍ବକ ନିବେଦନ ପ୍ରସ୍ତୁତ କରୁଛି…” ଏହି ଶବ୍ଦ ସହିତ ନାଥୁରାମ ନିଜ ନିବେଦନର ପ୍ରାରମ୍ଭ କଲେ ।
ନିବେଦନ ପୂର୍ବ ୨୫ ଅନୁଚ୍ଛେଦରେ ତାଙ୍କ ଉପରେ ଆରୋପିତ ଭିନ୍ନ ଭିନ୍ନ ଆରୋପର ଛାନଭିନ୍ କଲେ । ତାଙ୍କ କଥନର ସାରାଂଶ ରୂପ ଏହିପରି – “୨୦ ଜାନୁଆରୀ, ୧୯୪୮ରେ ଗାନ୍ଧୀଜୀଙ୍କ ପ୍ରାର୍ଥନାସ୍ଥଳରେ ଯେଉଁ ବିଷ୍ଫୋରଣ ହେଲା ଏବଂ ଏହି କାରଣବଶତଃ ମଦନଲାଲ ଧରାପଡ଼ିଲା, ଏହି ଘଟଣା ସହିତ ୩୦ ଜାନୁଆରୀ ୧୯୪୮ର ଘଟଣା ଏଇ ଦୁଇ ଘଟଣାର ସମ୍ବନ୍ଧ ନାହିଁ । ଏହା ଏକ ଷଡ଼ଯନ୍ତ୍ର ଥିଲା, ଏହି ଆରୋପର ପୁଷ୍ଟି ପାଇଁ ଅଭିଯୋଜନମାନେ ଯେଉଁ ପ୍ରମାଣ ପ୍ରସ୍ତୁତ କରିଛନ୍ତି ସେଥିରୁ ଏହି ଆରୋପ ପ୍ରମାଣିତ ହୋଇପାରୁନି । ୩୦ ଜାନୁଆରୀର ଘଟଣା ପାଇଁ କେବଳ ମୁଁ ହିଁ ଉତ୍ତରଦାୟୀ । ଅନ୍ୟ ସମୟରେ ବି ମୁଁ କାହା ପାଇଁ ନା କେବେ ଷଡ଼ଯନ୍ତ୍ର କରିଛି ନା କାହାର ସହାୟତା ନେଇଛି । ଅତଏବ ଷଡ଼ଯନ୍ତ୍ରର ଆରୋପକୁ ମୁଁ ଅସ୍ୱୀକାର କରୁଛି । ”
ଅବୈଧ ରୂପରେ ପିସ୍ତଲ ନିଜ ପାଖରେ ରଖିବାର ଆରୋପ ନାଥୁରାମ ସ୍ୱୀକାର କରିଛନ୍ତି । ଦିଲ୍ଲୀରୁ ହିଁ ସେ ପିସ୍ତଲ କିଣିଥିଲେ, ଏହା ସେ କହିଥିଲେ । ଏହି ବିଷୟକ ବିବରଣୀ ଦେବା ସମୟରେ ଅନୁଚ୍ଛେଦ, ୧୫ ଏବଂ ୧୬ରେ ନାଥୁରାମ କହିଲେ, “ଏହା ପ୍ରକାଶ କରିବା ମୁଁ ଆବଶ୍ୟକ ମନେ କରୁଛି ଯେ ମୁଁ କେଉଁଥି ଲାଗି ଏବଂ କ’ଣ ପାଇଁ ଦିଲ୍ଲୀ ଆସିଥିଲି । ମୁଁ ଗାନ୍ଧୀଜୀଙ୍କ ସିଦ୍ଧାନ୍ତ ବିପରୀତ ମତ ସଦା ରଖିଆସିଛି ବୋଲି ପୂର୍ଣ୍ଣପ୍ରାଣରେ ପ୍ରଚାର କରିଆସିଛି । ମୋ ପୂରା ବିଶ୍ୱାସ ଯେ ଅହିଂସାର ଅତି-ପ୍ରଚାର ହିନ୍ଦୁ ଜାତିକୁ ଅତୀବ ଦୂର୍ବଳ କରିଦେବ ଏବଂ ଅନ୍ତରେ ଏହି ଜାତି କୌଣସି ଯୋଗ୍ୟତା ବି ରହିବ ନାହିଁ ଯେ ଅନ୍ୟ ଜାତି ବିଶେଷକରି ମୁସଲମାନଙ୍କ ପ୍ରତିରୋଧର ସାମ୍ନା କରିପାରିବ । ତେଣୁ ମୁଁ ନିଶ୍ଚୟ କଲି ଯେ ସାର୍ବଜନୀନ କାର୍ଯ୍ୟ କରିବି ଏବଂ ସମବିଚାର ସମ୍ପନ୍ନ ଲୋକଙ୍କ ସହିତ ସଙ୍ଘଠନ ଗଢ଼ିିବି । ଏହି ଦିଗରେ ମୁଁ ଆପତେ ସହିତ ମିଶି କାର୍ଯ୍ୟ ବି କଲି ଏବଂ ଏକ ଦୈନିକ ପତ୍ର ‘ଅଗ୍ରଣୀ’ର ପ୍ରକାଶନ ବି କଲି । ଆମେ ସବୁ ଗାନ୍ଧୀଜୀଙ୍କ ଅଂହିସା ନୀତିର କେବଳ ବିରୋଧୀ ନଥିଲୁ ବରଂ ଗାନ୍ଧୀଜୀ ନିଜ ବିଚାର ଏବଂ କାର୍ଯ୍ୟରେ ମୁସଲମାନଙ୍କ ଅନୁଚିତ ପକ୍ଷ ନେଉଛନ୍ତି ବୋଲି ବିରୋଧ ମଧ୍ୟ କରୁଥିଲୁ । ତାଙ୍କ କାର୍ଯ୍ୟ ଓ ବିଚାର ଦ୍ୱାରା ହିନ୍ଦୁଜାତିର ଅଧିକରୁ ଅଧିକ ହାନୀ ହେଉଛି ବୋଲି ଆମର ଧାରଣା ଥିଲା । ମୁଁ ମୋର ବ୍ୟକ୍ତିଗତ ଦୃଷ୍ଟିକୋଣ ବାଦ ଏହା ସ୍ପଷ୍ଟ କରିବାକୁ ଚାହିଁବି ଓ ଉଦାହରଣ ମଧ୍ୟ ଦେବି ଯେ କେଉଁ ପ୍ରକାର ଗାନ୍ଧଜୀଙ୍କ ଯୋଗୁଁ ହିନ୍ଦୁଜାତିକୁ ଘୋର ଦୁଃଖ ଏବଂ କଷ୍ଟ ସହିବାକୁ ପଡ଼ିଲା ।”
୧୬ରେ ମୁଁ ନିଜ ପତ୍ରିକା ‘ଅଗ୍ରଣୀ’ ଅଥବା ‘ହିନ୍ଦୁରାଷ୍ଟ୍ର’ରେ ଗାନ୍ଧୀଙ୍କ ବିଚାରର ତୀବ୍ର ସମାଲୋଚନା କଲି । ନିଜ ଲକ୍ଷ୍ୟ ପ୍ରାପ୍ତି ସକାଶେ ସେ ପାଳନ କରୁଥିବା ଉପବାସର ମଧ୍ୟ ନିନ୍ଦା କଲି । ଯେବେ ଗାନ୍ଧୀ ପ୍ରାର୍ଥନା ସଭାମାନଙ୍କରେ ନିଜ ବିକୃତ ବିଚାର ପ୍ରକଟନ ପ୍ରାରମ୍ଭ କଲେ ସେତେବେଳେ ମୁଁ ଏବଂ ମୋର ସହଯୋଗୀ ଶ୍ରୀ ଆପତେ ଏହା ନିଶ୍ଚୟ କଲୁ ଯେ ଆମେ ଗାନ୍ଧୀଜୀଙ୍କ କାର୍ଯ୍ୟକ୍ରମର ଶାନ୍ତିପୂର୍ଣ୍ଣ ବିରୋଧ କରିବୁ । ଆମେ ଏପରି ପ୍ରଦର୍ଶନ ପଞ୍ଚଗନି, ପୁନା, ବମ୍ବେ ଓ ଦିଲ୍ଲୀରେ କରିଲୁ । ଆମର ଏବଂ ଗାନ୍ଧୀଙ୍କ ସିଦ୍ଧାନ୍ତ ମଧ୍ୟରେ ବହୁତ ବଡ଼ ଅନ୍ତର ଥିଲା । ଏହି ତଫାତ୍ ଆହୁରି ବ୍ୟାପକ ହେଲା, କାରଣ ଗାନ୍ଧୀଜୀଙ୍କ ଆଦେଶନୁସାରେ ମୁସଲମାନଙ୍କୁ ଆଧିକାରିକ ସୁବିଧା ଦିଆଯିବା ଆରମ୍ଭ ହେଲା । ଗାନ୍ଧୀଜୀଙ୍କ ଇସାରାରେ ଚାଲୁଥିବା କଂଗ୍ରେସ ଯେବେ ୧୫ ଅଗଷ୍ଟ ୧୯୪୭ରେ ଦେଶ ବିଭାଜନ ସ୍ୱୀକାର କରିନେଲେ ତେବେ ମତଭେଦ ଆହୁରି ତୀବ୍ର ହେଲା । ଏହି ବିଷୟରେ ମୁଁ ବିସ୍ତାର ପୂର୍ବକ କହିବି । ୧୩ ଜାନୁଆରୀ, ୧୯୪୮ରେ ମୁଁ ଜ୍ଞାତ ହେଲି ଯେ ଗାନ୍ଧୀଜୀ ଏକ ଅନଶନ କରିବାକୁ ନିଶ୍ଚୟ କରିସାରିଛନ୍ତି । ଏହି ଅନଶନ ଦ୍ୱାରା ସେ ଆଶ୍ୱାସନା ଚାହୁଁଥିଲେ ଯେ ‘ଇଣ୍ଡିଆନ ଡୋମିନିୟମ’ ଅର୍ଥାତ୍ ବିଭାଜିତ ଭାରତରେ ହିନ୍ଦୁ ମୁସଲିମ ଏକତା ରହୁ, କିନ୍ତୁ ମୁଁ ଏବଂ ଅନ୍ୟ ବ୍ୟକ୍ତିବିଶେଷ ଏହି କଥାକୁ ସ୍ପଷ୍ଟ ରୂପେ ଦେଖିପାରୁଥିଲୁ ଯେ ଅନଶନର ବାସ୍ତବିକ ଧ୍ୟେୟ କିଛି ଭିନ୍ନ ଥିଲା । ଗାନ୍ଧୀଜୀ ଭାରତ ସରକାରକୁ ବାଧ୍ୟ କରିବାକୁ ଚାହୁଁଥିଲେ ଯେ ପାକିସ୍ତାନକୁ ୫୫ କୋଟି ଟଙ୍କା ଦେଇଦିଅନ୍ତୁ । ଗାନ୍ଧୀଜୀଙ୍କ ଏହି ପ୍ରସ୍ତାବରେ ଭାରତ-ସରକାରଙ୍କ ଗ୍ରହଣୀୟ ନଥିଲା । ଏହି ବିଷୟରେ ଶ୍ରୀ ଆପତେ ପରାମର୍ଶ ଦେଲେ ଯେ ଗାନ୍ଧୀଜୀଙ୍କ ପ୍ରାର୍ଥନା ସଭାରେ ଲଗାତାର ବିରୋଧ ପ୍ରଦର୍ଶନ କରିବା ଦରକାର । ମୁଁ ଏହି ପ୍ରସ୍ତାବ ସହିତ ସହମତ ତ ହେଇଗଲି କିନ୍ତୁ ମୁଁ ଜାଣିଥିଲି କି ଏଭଳି ପ୍ରଯତ୍ନ ନିରର୍ଥକ ସିଦ୍ଧ ହେବ । ତଥାପି ଏହାର ଅତିରିକ୍ତ ଅନ୍ୟ କୌଣସି ଉପାୟ ନଥିଲା । ତେଣୁ ଆମେ ଏପରି ପ୍ରଦର୍ଶନ କରିବାକୁ ନିଶ୍ଚୟ କରିନେଲୁ ଏବଂ ଦୃଢ଼ତା ସହିତ ଆମେ ବମ୍ବେ ଆସିଲୁ ।”
ତେଣୁ ନାଥୁରାମଙ୍କ ବକ୍ତବ୍ୟ ଅନୁସାରେ ସେ ଦିଲ୍ଲୀ ଆଗମନ ଗାନ୍ଧୀଜୀଙ୍କ ବିରୁଦ୍ଧରେ ପ୍ରଦର୍ଶନ କରିବା ଥିଲା ଏବଂ ଏଥି ନିମନ୍ତେ ପୂର୍ଣ୍ଣପ୍ରାଣ ସହଯୋଗ ।
ଏବଂ ପିସ୍ତଲ ପ୍ରାପ୍ତିର ବିବରଣୀ ଦେବାକୁ ଯାଇ ସେ କହିଲେ-
“ଦିଲ୍ଲୀରେ ସଂଯୋଗବଶତଃ ମୁଁ ଏକ ଶରାଣାର୍ଥୀଙ୍କୁ ଭେଟିଲି ଯିଏ ହତିଆର ବିକ୍ରେତା ଥିଲେ । ସେ ମୋତେ ଏକ ପିସ୍ତଲ ଦେଖାଇଲେ । ମୋତେ ସେ ପିସ୍ତଲ ପସନ୍ଦ ହେଲା ଓ ମୁଁ ତାହାକୁ କିଣିଲି । ଏହି ପିସ୍ତଲରେ ହିଁ ମୁଁ ଗାନ୍ଧୀଜୀଙ୍କୁ ଲକ୍ଷ୍ୟ କଲି । ”
ନିଜ ଅପିଲର ଅନୁଚ୍ଛେଦ ୨୪ରେ ନାଥୁରାମ ନିଜ ମନୋସ୍ଥିତି ବିଷୟରେ କୁହନ୍ତି , “ଯାତନାରେ ରୁଦ୍ଧଶ୍ୱାସ ହୋଇଯାଉଥିବା ହିନ୍ଦୁଙ୍କ ବିଷୟରେ ଚିନ୍ତା କରି ମୁଁ ରାତି ବିତାଇଲି ।”
ସ୍ୱୟଂ ସାବରକରଙ୍କ ସହିତ ନାଥୁରାମଙ୍କ ସମ୍ବନ୍ଧ ଅଛି ବୋଲି କୁହାଯାଉଥିଲା । ନାଥୁରାମଙ୍କ କହିବାର ଥିଲା ଯେ ଅଭିଯୋଜକମାନେ କହୁଛନ୍ତି ଯେ ବୀର ସାବରକର ମୋର ମାର୍ଗଦର୍ଶନ କରିଥିଲେ ଏବଂ ଯଦି ତାଙ୍କରି ପ୍ରୋତ୍ସାହନ ନଥାନ୍ତା ତାହେଲେ ମୁଁ ଗାନ୍ଧୀହତ୍ୟା କରିପାରିନଥାନ୍ତି । ମୁଁ ଏହି କଥାକୁ ଅସ୍ୱୀକାର କରୁଛି । ସେମାନଙ୍କ କଥନ ଅସତ୍ୟ ଅଟେ । ଏପରି ମିଥ୍ୟା, ଅନ୍ୟାୟପୂର୍ଣ୍ଣ ଆରୋପର ମୁଁ ତୀବ୍ର ବିରୋଧ କରୁଛି । ଏପରି ଆରୋପ ମୋ ବୁଦ୍ଧି ଓ
ପ୍ରଜ୍ଞାର ଅପମାନ ଅଟେ । ଅଭିଯୋଜକ କହୁଛନ୍ତି ଯେ ମୁଁଁ କାହା ହାତର କାଠପୁତୁଳା, ଏପରି କଥନ ବସ୍ତୁସ୍ଥିତିର ବିପରୀତ ବୋଧହୁଏ । ବରଂ ଏହା ସତ୍ୟର ଅପଳାପ ମାତ୍ର ।
ଅନୁଚ୍ଛେଦ ୨୫ରେ ନାଥୁରାମ ଏହି ବିଷୟର ସ୍ପଷ୍ଟ ଉକ୍ତି ରଖିଛନ୍ତ । “ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଜୀଙ୍କ ସହିତ ମୋର ରାଜନୈତିକ ଏବଂ ଅନ୍ୟ ପ୍ରକାରର ବି ସମ୍ବନ୍ଧ ଥିଲା । ଅଭିଯୋଜକମାନେ ତିଳରୁ ପାହାଡ଼ ତିଆରି କରୁଛନ୍ତି । ମୁଁ ଏଠାରେ ତାଙ୍କ ସହିତ ମୋର ସମ୍ବନ୍ଧ ବିଷୟରେ ବିସ୍ତାରିତ କହୁଛି ।
ଅନୁଚ୍ଛେଦ ୨୬ରେ ନାଥୁରାମ ନିଜ ପୂର୍ବବୃତ୍ତକୁ ଆରମ୍ଭ କରିଛନ୍ତି । ଏହିଠାରୁ ତାଙ୍କ ପୂରା ନିବେଦନ ଭିନ୍ନ ରୂପରେ ଉପସ୍ଥାପିତ କରାଯାଇଛି ।
(୨୬) ମୁଁ ଏକ ଭକ୍ତିପରାୟଣ ନୈଷ୍ଠିକ ବ୍ରାହ୍ମଣ ବଂଶଜ । ତେଣୁ ସ୍ୱଭାବତଃ ମୋର ହୃଦୟରେ ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ଏବଂ ହିନ୍ଦୁ ଇତିହାସ ପ୍ରତି ସମ୍ମାନ ଅଛି । ମୁଁ ହିନ୍ଦୁ ବୋଲି ଅଭିମାନ ଅଛି । ମୁଁ ଯୁବାବସ୍ଥା ପ୍ରାପ୍ତ ହେଉଥିଲି ଏବଂ ଧିରେ ଧିରେ ସ୍ୱତନ୍ତ୍ରତାପୂର୍ବକ ନିଜ ଚିନ୍ତନର ବିକାଶ କଲି, ବିଚାର କଲି । କିନ୍ତୁ ମୁଁ ଏକ ହିନ୍ଦୁ କଠୋରପନ୍ଥୀ ଭାବେ ପରିଚିତ ହେବାକୁ ଚାହିଁଲି ନାହିଁ । ତେଣୁ ମୁଁ ଛୁଆ ଅଛୁଁଆ ଜନ୍ମଜାତ ଭେଦଭାବକୁ ହଟାଇକୁ ପ୍ରଯତ୍ନ କଲି । ମୁଁ ଜାତି ବିରୋଧି ଦଳରେ କାର୍ଯ୍ୟ କଲି ଏବଂ ମୋର ବିଶ୍ୱାସ ଦୃଢ଼ ହେଲା ଯେ ସବୁ ହିନ୍ଦୁ ସମାନ ଅଟନ୍ତି, ସେମାନେ ଯେଉଁ ଜାତିରେ ବି ଜନ୍ମ ନେଇଥାଆନ୍ତୁ ନା କାହିଁକି ଏବଂ ଯେକୌଣସି ବୃତ୍ତିରେ ନିୟୋଜିତ ଥାଆନ୍ତୁ ନା କାହିଁକି । ସମସ୍ତଙ୍କୁ ସମାନ ସାମାଜିକ ଏବଂ ଧାର୍ମିକ ଦୃଷ୍ଟିରେ ଦେଖାଯିବା ଆବଶ୍ୟକ । ବ୍ରାହ୍ମଣ, ବୈଶ୍ୟଙ୍କ ସହିତ ମୁଁ ଖୋଲାଖୋଲି ଭୋଜିରେ ଭାଗ ନେଲି ଏବଂ ଏକତ୍ର ବସି ଭୋଜନ କଲି ।
(୨୭) ମୁଁ ଦାଦାଭାଇ ନୌରୋଜୀ, ବିବେକାନନ୍ଦ, ଗୋଖଲେ ଏବଂ ତିଲକଙ୍କ ସାହିତ୍ୟ ପଢ଼ିଛି ଏବଂ ପ୍ରାଚୀନ ଏବଂ ଆଧୁନିକ ଭାରତର ଇତିହାସର ଅଧ୍ୟୟନ ମଧ୍ୟ କରିଛି । ଏତଦ୍ବ୍ୟତୀତ ବିଶ୍ୱର ବଡ଼ ବଡ଼ ଦେଶ ଯଥା ଇଂଲାଣ୍ଡ, ଫ୍ରାନ୍ସ, ଆମେରିକା ଏବଂ ରୁଷର ଇତିହାସକୁ ବି ଅନୁଧ୍ୟାନ କରିଅଛି । କେବଳ ଏତିକି ନୁହେଁ ମୁଁ ମଧ୍ୟ ସମାଜବାଦ ଏବଂ ରୁଷର Communism ସଂକ୍ରାନ୍ତୀୟ ପୁସ୍ତକ ପଠନ କରିଛି, ପରନ୍ତୁ ସବୁଠାରୁ ଅଧିକ ଧ୍ୟାନ ମୁଁ ବୀର ସାବରକର ଏବଂ ଗାନ୍ଧୀଜୀଙ୍କ ସାହିତ୍ୟ ଓ ବିଚାରକୁ ଦେଇଛି । ଆଧୁନିକ ଭାରତ ଗତ ୫୦ ବର୍ଷରେ ଏହି ଦୁଇ ମହାପୁରୁଷଙ୍କ ସିଦ୍ଧାନ୍ତରେ ପ୍ରଭାବିତ ହୋଇଛନ୍ତି ।
(୨୮) ପର୍ଯ୍ୟାପ୍ତ ପଢ଼ିବା ଏବଂ ଚିନ୍ତନ ପଶ୍ଚାତ୍ ଏପରି ପ୍ରତୀତ ହେଉଛି ଦେଶଭକ୍ତ ଭାବେ ମୋର ସର୍ବପ୍ରଥମ କର୍ତ୍ତବ୍ୟ ହିନ୍ଦୁତ୍ୱ ଏବଂ ହିନ୍ଦୁ ଜନତାଙ୍କ ସେବା କରିବା କାରଣ ତିରିଶ କୋଟି ହିନ୍ଦୁଙ୍କ ସ୍ୱତନ୍ତ୍ରତା ଏବଂ ତାଙ୍କ ଅଧିକାରର ରକ୍ଷା କରିବା ସଂପୂର୍ଣ୍ଣ ସଂସାରର ପାଞ୍ଚ ଭାଗର ସେବା କରିବା । ଏପରି ବିଚାରଧାରା ଦ୍ୱାରା ପ୍ରେରିତ ହୋଇ ମୁଁ ହିନ୍ଦୁ ସଙ୍ଘଠନ ପ୍ରତି ଆକୃଷ୍ଟ ହେଲି ଏବଂ ମୋର ପ୍ରତ୍ୟୟ ଦୃଢୀଭୂତ ହେଲା ଯେ ଏପରି ସିଦ୍ଧାନ୍ତ ଦ୍ୱାରା ମାତୃଭୂମି ଭାରତବର୍ଷର ସ୍ୱତନ୍ତ୍ରତାକୁ ସ୍ଥାୟୀ କରିହେବ ।
(୨୯) ମୁଁ ଅନେକ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘରେ କାମ କରିଛି, କିନ୍ତୁ ପରେ ମୁଁ ହିନ୍ଦୁ ମହାସଭାରେ ଯୋଗ ଦେଲି ଏବଂ ହିନ୍ଦୁଧ୍ୱଜର ଛାୟାରେ ମୁଁ ଏକ ସୈନିକ ଭାବେ କାର୍ଯ୍ୟ କଲି । ସେହି ସମୟରେ ବୀର ସାବରକର ହିନ୍ଦୁ ମହାସଭାର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାଆନ୍ତି । ତାଙ୍କ ମାର୍ଗ ଦର୍ଶନରେ ହିନ୍ଦୁ -ସଙ୍ଘଠନର ଲହର ଆହୁରି ପ୍ରଖର ହେଇଯାଇଥିଲା । ଲକ୍ଷ ଲକ୍ଷ ହିନ୍ଦୁ ତାଙ୍କୁ ନିଜ ନେତା ମାନି ତାଙ୍କଠାରୁ ଅନେକ ଆଶା ରଖିଥିଲେ । ମୁଁ ବି ତାଙ୍କ ମଧ୍ୟରେ ଜଣେ ଥିଲି । ମୁଁ ହିନ୍ଦୁ ମହାସଭାରେ ବହୁତ ପରିଶ୍ରମ ପୂର୍ବକ କାର୍ଯ୍ୟ କଲି । ଏଣୁ ସାବରକରଜୀ ମୋତେ ବ୍ୟକ୍ତିଗତ ରୂପରେ ଜାଣିଗଲେ ।
(୩୦) କାଳାନ୍ତରରେ ମୁଁ ଏବଂ ମୋ ସାଥୀ ଶ୍ରୀ ଆପତେ ଏକ ଦୈନିକ ପତ୍ରର ପ୍ରକାଶନ କରିବାକୁ ନିଶ୍ଚୟ କଲୁ । ଏହି ପତ୍ରର ପ୍ରକାଶନର ଉଦ୍ଧେଶ୍ୟ ଥିଲା ହିନ୍ଦୁ-ସଙ୍ଘଠନକୁ ଆହୁରି ସୁଦୃଢ଼ କରିବା । ଏହି ବିଷୟରେ ଆମେ ଅନେକ ହିନ୍ଦୁ ନେତାଙ୍କୁ ଭେଟିଲୁ ଏବଂ ଆର୍ଥିକ ସହାୟତା ପ୍ରାପ୍ତ କରି ଆମେ ସାବରକରଜୀଙ୍କୁ ଭେଟିଲୁ । ସେ ବି ଏହି ବିଷୟରେ ସମବେଦନା ପୂର୍ବକ ବିଚାର କଲେ ଏବଂ ଆମେ ଏହି ସର୍ତ୍ତରେ ୭୫ ,୦୦୦ଟଙ୍କା ପ୍ରଦାନ କଲୁ ଯେ ଆମେ ଏକ ଲିମିଟେଡ଼ ଫାର୍ମ ପ୍ରସ୍ତୁତ କରିବା ଯେଉଁଥିରେ ୭୫୦୦୦ ର ରାଶିର ସେୟାର ରଖାଯିବ ।
(୩୧) ଏହି ଯୋଜନା ଅନ୍ତର୍ଗତ ଆମେ ମରାଠୀ ଦୈନିକ ପତ୍ର ‘ଅଗ୍ରଣୀ’ର ପ୍ରକାଶନ କଲୁ ଓ କିଛି ଦିନ ପରେ ଏକ ଲିମିଟେଡ଼ ଫାର୍ମ ବି ରେଜିଷ୍ଟ୍ରି କରାଇନେଲୁ । ଏହି ଫାର୍ମରେ ୫୦୦ ରାଶିର ଏକ ସେୟାର ରଖାଗଲା । କମ୍ପାନୀର ନିର୍ଦ୍ଧେଶକମାନଙ୍କ ମଧ୍ୟେ ଥିଲେ ସେଠ ବାଲଚନ୍ଦ ହୀରାଚନ୍ଦଙ୍କ ଭାଇ ସେଠ ଗୁଳାପଚନ୍ଦ, ଭୂତପୂର୍ବ ମନ୍ତ୍ରୀ ଶ୍ରୀ ଶୀଙ୍ଗରେ, କୋଲ୍ଲାପୁରର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଶ୍ରୀ ଭାଲଜୀ ପେଣ୍ଡାରକର ଏବଂ ଅନ୍ୟ ମାନନୀୟ ଅଗ୍ରଗଣ୍ୟ ବ୍ୟକ୍ତିବିଶେଷ । ମୁଁ ପତ୍ରର ସମ୍ପାଦକ ଦାୟିତ୍ୱରେ ରହିଲି । ଆମେ ଏହି ପତ୍ରକୁ ଅନେକ ବର୍ଷ ପର୍ଯ୍ୟନ୍ତ ସଫଳତା ସହିତ ଚଲାଇଲୁ ଏବଂ ଲୋକଙ୍କୁ ହିନ୍ଦୁ ସଙ୍ଘଠନର ବିଚାରକୁ ଉତ୍ତମ ରୂପେ ପ୍ରଚାର କଲୁ ।
(୩୨) ଏହି ପତ୍ରର ପ୍ରତିନିଧି ହୋଇଥିବା ଯୋଗୁଁ ଆମେ ହିନ୍ଦୁ ସଙ୍ଘଠନ କାର୍ଯ୍ୟଳୟକୁ ଯିବାଆସିବା କରୁଥିଲୁ ଯାହା ବୀର ସାବରକରଙ୍କ ନିବାସସ୍ଥଳୀଠାରେ ସ୍ଥିତ ଥିଲା । ଏହି କାର୍ଯ୍ୟାଳୟ ସାବରକରଜୀଙ୍କ ସଚିବ ଶ୍ରୀ ଜି.ବି. ଦାମଲେ ଏବଂ ତାଙ୍କ ଅଙ୍ଗରକ୍ଷକ ଶ୍ରୀ ଅପ୍ପା କାସାରଙ୍କ ଦାୟିତ୍ୱରେ ଥିଲା । ଆମେ ଏହି କାର୍ଯ୍ୟାଳୟରେ ସାବରକରଜୀଙ୍କ ସଚିବଙ୍କଠାରୁ ସାବରକରଜୀଙ୍କ ଭାଷଣ ଆଦିର ପ୍ରତିଲିପି ଏବଂ ତାଙ୍କ ଯାତ୍ରା ଆଦି ବିଷୟରେ ସୂଚନା ପ୍ରାପ୍ତ କରିଥିଲୁ । ସାବରକରଜୀଙ୍କ ବାସଭବନରେ ହିଁ ଫ୍ରି ହିନ୍ଦୁସ୍ତାନର ସମ୍ପାଦକ ମଧ୍ୟ ଭଡ଼ାଟିଆ ଥିଲେ ଏବଂ ସେଠାରେ ଅନେକ ହିନ୍ଦୁରାଷ୍ଟ୍ରବାଦୀ କାର୍ଯ୍ୟକର୍ତ୍ତା ଏକତ୍ରିତ ହେଉଥିଲେ । ଏହିସବୁ କାରଣରୁ ଆମର ‘ସାବରକର ସଦନ’ରେ ଯା’ଆସ ଲାଗିରହୁଥିଲା ।
(୩୩) ଏଠାରେ ଉଲ୍ଲେଖନୀୟ ଯେ ଯେବେ ଆମେ ଯେବେ ସାବରକର ସଦନ ଯାଉଥିଲୁ ତଳ ମହଲାରେ ହିଁ ବସୁଥିଲୁ । ଶ୍ରୀ ସାବରକର ଉପର ମହଲାରେ ରହୁଥିଲେ ଏବଂ ତାଙ୍କୁ ଆମେ ବହୁତ କମ୍ ଭେଟୁଥିଲୁ ଏବଂ ସମୟ ନିର୍ଘଣ୍ଟ କରି ଆମେ ତାଙ୍କୁ ଭେଟୁଥିଲୁ ।
(୩୪) ତିନି ବର୍ଷ ହେଇଯାଇଥିଲା, ଶ୍ରୀ ବିନାୟକ ଦାମୋଦର ସାବରକରଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା ଏବଂ ସେ ପ୍ରାୟ ବିଛଣାରେ ପଡ଼ିରହୁଥିଲେ । ସେ ନିଜ ସାର୍ବଜନୀନ କାର୍ଯ୍ୟ ପ୍ରାୟତଃ ସ୍ଥଗିତ ରଖୁଥିଲେ । ଏଣୁ ହିନ୍ଦୁ-ମହାସଭାର ନେତୃତ୍ୱ କରିବା ପାଇଁ କେହି ପ୍ରଭାବଶାଳୀ ନେତା ନଥିଲେ । ସଙ୍ଘଠନର କାର୍ଯ୍ୟ ଶିଥିଳ ପଡ଼ିଆସୁଥିଲା । ଯେବେ ଶ୍ରୀ ମୁର୍ଖାଜୀ ଏହା ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଲେ ତେବେ ହିନ୍ଦୁ ମହାସଭାର କଂଗ୍ରେସ ତୁଳନାରେ ବହୁତ ଦୁର୍ବଳ ହୋଇଯାଇଥିଲା । ସେହି ସମୟରେ ଗାନ୍ଧୀଜୀଙ୍କ ଅନୁଗାମୀ ଏପରି ନୀତି ଦ୍ୱାରା ସଞ୍ଚାଳିତ ହେଉଥିଲେ ଯାହା ହିନ୍ଦୁଙ୍କ ପାଇଁ ଘାତକ ଥିଲା ଏବଂ ଅନ୍ୟ ପକ୍ଷ ମୁସଲିମ ଲିଗ ହିନ୍ଦୁଙ୍କ ବିନାଶ କରିବା ପାଇଁ ଲାଗିପଡ଼ିଥିଲେ ପରନ୍ତୁ ହିନ୍ତୁ -ମହାସଭା ଆଉ ଏତେ ଶକ୍ତିଶାଳୀ ନଥିଲା ଯେ ଦୁଇଙ୍କୁ ପରାଜିତ କରିପାରିବ । ସେଇ ସମୟରେ ମୋର ଆଉ ଆଶା ନଥିଲେ ଯେ ମହାସଭାର କାର୍ଯ୍ୟ ପଦ୍ଧତିରେ କାର୍ଯ୍ୟ କରି ହିନ୍ଦୁ ସଙ୍ଘଠନ ସଫଳ ହୋଇପାରିବ । ତେଣୁ ମୁଁ ନିଶ୍ଚୟ କଲି ଯେ ମୋ ସମ ଚିଚାରଧାରା ସମ୍ପନ୍ନଯୁବ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଭିନ୍ନ ଏକ ସଙ୍ଘଠନ ନିର୍ମାଣ କରିବି । ତେଣୁ ମୁଁ ବରିଷ୍ଠ ବୃଦ୍ଧ ନେତାଙ୍କ ବିନା ପରାମର୍ଶରେ ଗାନ୍ଧୀବାଦ ଏବଂ ମୁସଲିମ ଲିଗ ବିରୁଦ୍ଧରେ ଲଢ଼ିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କଲି ।
(୩୫) ସେହି ଦିନମାନଙ୍କରେ କିଛି ଘଟଣା ମୋ ମନରେ ବିଶ୍ୱାସ ଦୃଢ଼ୀଭୂତ କରିଥିଲା ଯେ ସାବରକରଜୀ ଏବଂ ଅନ୍ୟ ନେତା ମୋର ଏବଂ ସମବିଚାରର ଅନ୍ୟ ଯୁବକଙ୍କ ଉଗ୍ର ହିନ୍ଦୁତ୍ୱବାଦର ସମର୍ଥନ କରିବେନି । ୧୯୪୬ରେ ସୁହାରବର୍ଦୀଙ୍କ ସରକାରଙ୍କ କାଳରେ ନୋଆଖାଲୀ (ବଙ୍ଗାଳ)ରେ ମୁସଲମାନ ହିନ୍ଦୁଙ୍କ ଉପରେ ଅତ୍ୟାଚାର କଲେ ତାହା ଫଳରେ ଆମକୁ ଅତି କ୍ରୋଧିତ କଲା । ଆମର କ୍ଷୋଭ ଆହୁରି ଉଗ୍ର ହେଲା ଯେବେ ଗାନ୍ଧୀଜୀ ସୁହାରବର୍ଦୀଙ୍କୁ ଶରଣାପନ୍ନ ହେଲେ ଏବଂ ପ୍ରାର୍ଥନା ସଭାରେ ତାକୁ ‘ଶହୀଦ ସାହେବ’ ନାମରେ ସମ୍ବୋଧନ କଲେ । ଗାନ୍ଧୀଜୀ ଯେବେ ଦିଲ୍ଲୀ ଆସିଲେ ଭଙ୍ଗୀ କଲୋନୀର ମନ୍ଦିରଠାରେ ନିଜର ପ୍ରାର୍ଥନା ସଭାରେ ଜନତା ଏବଂ ପୂଜାରୀଙ୍କ ବିରୋଧ କରିବା ସତ୍ୱେ ବି ସେ କୁରାନ ପଢ଼ିଲେ କିନ୍ତୁ କେବେ ବି ସେ କୌଣସି ମସଜିଦରେ (ମୁସଲମାନଙ୍କ ଭୟରେ) ଗୀତା ପଢ଼ି ନାହାନ୍ତି । ସେ ଜାଣିଥିଲେ ଯେ ମସଜିଦରେ ଗୀତା ପଢ଼ିଲେ ମୁସଲମାନ ତାଙ୍କ ସହିତ କେଉଁ ପ୍ରକାର ବ୍ୟବହାର ହେବ । ସେମାନେ ସଦା ସହନଶୀଳ ହିନ୍ଦୁଙ୍କ ପ୍ରତି ହିଁ ଚାପ ପ୍ରୟୋଗ କରୁଥିଲେ । ହିନ୍ଦୁ ସହନଶୀଳ ପ୍ରବୃତ୍ତିର ବୋଲି ଗାନ୍ଧୀଙ୍କ ବିଚାରକୁ ଭୁଲ ପ୍ରମାଣିତ କରିବାକୁ ଚାହୁଁଥିଲି । ମୁଁ ଏହା ସିଦ୍ଧ କରି ଦେଖାଇବାକୁ ଚାହୁଁଥିଲି ଯେ ଯେବେ ହିନ୍ଦୁଙ୍କ ଅପମାନ ହୁଏ ସେମାନେ ବି ସହନଶୀଳତା ଛାଡ଼ି ପାରିବେ ଏବଂ ଏପରି ହିଁ କରିବାକୁ ନିର୍ଣ୍ଣୟ ନେଲି ।
(୩୬) ମୁଁ ଏବଂ ଆପତେ ନିଶ୍ଚୟ କଲୁ ଯେ ତାଙ୍କ ପ୍ରାର୍ଥନା ସଭା ସମୟରେ ମୁଁ ଏଭଳି ପ୍ରଦର୍ଶନ, ବିକ୍ଷୋଭମାନ କରିବୁ ଯେ ତାଙ୍କ ପାଇଁ ପ୍ରାର୍ଥନା ସଭା କରିବା ହିଁ ମୁସ୍କିଲ ହୋଇପଡ଼ିବ । ଶ୍ରୀ ଆପତେ କିଛି ଶରଣାର୍ଥୀଙ୍କୁ ସାଙ୍ଗରେ ନେଇ ସହରରେ ଜୁଲୁସ କଲେ ଯାହାଦ୍ୱାରା ଗାନ୍ଧୀଜୀ ଏବଂ ସୁହାରବର୍ଦୀର ବିରୁଦ୍ଧରେ ନାରବାଜି କରାଯାଇପାରିବ ଏବଂ ଭଙ୍ଗୀ କଲୋନୀର ପ୍ରାର୍ଥନା ସଭାରେ ବି ପ୍ରଦର୍ଶନ କଲୁ । ସେଇ ସମୟରେ ଆମେ ହିଂସା କରିବାକୁ ଲେଶମାତ୍ର ବି ବିଚାର ନଥିଲା ତଥାପି ଗାନ୍ଧୀଜୀ ଭୀରୁପୂର୍ବକ ପଛ ଦୁଆରରେ ଶରଣ ନେଲେ ଏବଂ ନିଜକୁ ସୁରକ୍ଷିତ କରିବାକୁ ପ୍ରଯତ୍ନ କଲେ ।
ଯେବେ ଶ୍ରୀ ସାବରକର ଏପରି ପ୍ରଦର୍ଶନ ବିଷୟରେ ପଢ଼ିଲେ, ସେ ଆମ କାର୍ଯ୍ୟର ପ୍ରଶଂସା କରିନଥିଲେ ବରଂ ଏକାନ୍ତରେ ମୋତେ ବହୁତ ଗାଳିମନ୍ଦ କଲେ । ଯଦିଚ ଆମେ ପ୍ରଦର୍ଶନ ଶାନ୍ତପୂର୍ଣ୍ଣର୍ ଥିଲା ତଥାପି ସେ କହିଲେ “ଯେଉଁ ପ୍ରକାର ମୁଁ କୁହେ ଯେ କଂଗ୍ରେସ ସହ ସମ୍ବନ୍ଧରେ ଥିବା ଲୋକେ ଆମର ସଭା ଏବଂ ନିର୍ବାଚନରେ ଶାନ୍ତି ଭଙ୍ଗ କରନ୍ତି , ସେହି ପ୍ରକାର ମୋତେ ଏହି କଥାର ବି ନିନ୍ଦା କରିବା ଦରକାର ଯେ ହିନ୍ଦୁ ସଙ୍ଘଠନବାଦୀ ଲୋକେ କଂଗ୍ରେସର କୌଣସି ସଭାକୁ ଭଙ୍ଗ କରୁଛନ୍ତି । ଯଦି ଗାନ୍ଧୀଜୀ ପ୍ରାର୍ଥନା ସଭାରେ ହିନ୍ଦୁଙ୍କ ବିରୁଦ୍ଧରେ କହୁଛନ୍ତି ସେହି ପ୍ରକାର ତୁମେମାନେ ବି ଦଳର ସଭା କର ଓ ଗାନ୍ଧୀଜୀଙ୍କ ସିଦ୍ଧାନ୍ତକୁ ଖଣ୍ଡନ କର । ଆମ ସମସ୍ତଙ୍କୁ ନିଜ ନିଜ ବିଚାରର ପ୍ରଚାର ବୈଧାନିକ ନିୟମାନୁସାର କରିବା ଦରକାର । ”
(୩୮) ସେହି ସମୟରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ କ୍ରମେ ଭାରତ ବିଭାଜନର ଅନ୍ତିମ ନିର୍ଣ୍ଣୟ ନିଆଗଲା । ସେଇ ସମୟରେ କିଛି ହିନ୍ଦୁସଭା ଏହା ଜାଣିବାକୁ ଚାହୁଁଥିଲେ ଯେ ବିଭାଜିତ ଭାରତର ନୂଆ କଂଗ୍ରେସ ସରକାର ସହିତ ହିନ୍ଦୁ ମହାସଭାର କିପରି ବ୍ୟବହାର ହେବ?ବୀର ସାବରକର ଆଦି ହିନ୍ଦୁ ନେତା କହିଲେ, ନୂଆ ସରକାରକୁ କୌଣସି ଦଳ ଅଥବା କଂଗ୍ରେସର ସରକାର ବୋଲି ନ ଭାବି ଭାରତର ରାଷ୍ଟୀୟ ସରକାର ବୋଲି ମାନ୍ୟ କରି ପ୍ରତ୍ୟେକ ଆଜ୍ଞାର ପାଳନ କରିବା ସର୍ବୋପରି । ସେ କହିଲେ ପାକିସ୍ତାନ ସୃଷ୍ଟିରେ ସେ ଅବଶ୍ୟ ବହୁତ ଦୁଃଖିତ ତଥାପି ନୂତନ ସ୍ୱାଧିନତାର ରକ୍ଷା ନିମିତ୍ତ ଏବଂ ଏହା ସ୍ଥାୟୀ ରଖିବା ପାଇଁ ନୂଆ ସରକାରକୁ ସହଯୋଗ କରିବା ହିଁ ଆମର ଧ୍ୟେୟ ହେବା ଦରକାର । ଯଦି ନୂଆ ସରକାରକୁ ସହଯୋଗ ନ ମିଳେ ତାହେଲେ ଦେଶରେ ଗୃହଯୁଦ୍ଧ ହୋଇଯିବ ଏବଂ ମୁସଲମାନ ନିଜ ଗୁପ୍ତ ଉଦ୍ଧେଶ୍ୟ ଅର୍ଥାତ୍ ସାରା ଭାରତକୁ ପାକିସ୍ତାନ କରିବାରେ ସଫଳ ହୋଇଯିବ ।
(୩୯) ମୁଁ ଏବଂ ମୋର ସାଥୀଙ୍କୁ ସାବରକରଜୀଙ୍କ ଏହି ବିଚାର ସନ୍ତୋଷଜନକ ଲାଗିଲା ନାହିଁ । ଆମେ ନିଶ୍ଚୟ କରିନେଲୁ ଯେ ଆମେ ହିନ୍ଦୁଜାତିର ହିତ ପାଇଁ ସାବରକରଜୀଙ୍କ ନେତୃତ୍ୱକୁ ଅସ୍ୱୀକାର କରିବା, ଭବିଷ୍ୟତ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ଆମେ ତାଙ୍କଠାରୁ ପରାମର୍ଶ ନେବୁ ନାହିଁ ଏବଂ ନା ହିଁ ଭବିଷ୍ୟତର କୌଣସି ଯୋଜନା ବିବରଣୀ ବିଷୟରେ ତାଙ୍କୁ ଅବଗତ କରାଇବୁୁ ।
(୪୦) କିଛି ସମୟ ଅନ୍ତରାଳ ପଞ୍ଜାବ ଏବଂ ଭାରତର ଅନ୍ୟ ଭାଗରେ ମୁସଲମାନଙ୍କ ଅତ୍ୟାଚାର ଆରମ୍ଭ ହୋଇଗଲା । କଂଗ୍ରେସ ଶାସିତ ବିହାର, କଲିକତା , ପଞ୍ଜାବ ଏବଂ ଅନ୍ୟ ସ୍ଥାନରେ ସେହି ହିନ୍ଦୁଙ୍କୁ ଗୁଳି କରାଗଲା ଯେଉଁମାନେ ମୁସଲମାନଙ୍କ କ୍ରମଶକ୍ତିଶାଳୀ ହୋଇଯିବାକୁ ସେମାନଙ୍କୁ ରୋକିବାରେ ସାହସ କରିଥିଲେ । ଯେଉଁ କଥାକୁ ଆମେ ଭୟ କରୁଥିଲୁ ତାହା ହିଁ ହେଲା । ତଥାପି କେତେ ଲଜ୍ଜାର କଥା ଯେ କଂଗ୍ରେସ ଶାସନ ୧୫ ଅଗଷ୍ଟ, ୧୯୪୭ରେ ଉତ୍ସବ ପାଳନ କଲେ, ଆନନ୍ଦ ଉଲ୍ଳାସରେ ମାତିଲେ ଯେବେ ସେହି ଦିନ ପଞ୍ଜାବର ମୁସଲମାନ ହିନ୍ଦୁଙ୍କ ସଂହାର କରୁଥିଲେ ଏବଂ ପୂରା ପଞ୍ଜାବରେ ହିନ୍ଦୁଙ୍କ ଘର ଜାଳିଦିଆଯାଉଥିଲା । ମୋ ବିଚାରରେ ହିନ୍ଦୁ-ସଭାମାନେ ନିଶ୍ଚୟ କଲେ ଯେ ଆମେ ଉତ୍ସବ କରିବୁ ଏବଂ ମୁସଲମାନଙ୍କ ବଢ଼ୁଥିବା ଅତ୍ୟାଚାରକୁ ଅଟକାଇବାକୁ ପ୍ରଯତ୍ନ କରିବା ।
(୪୧) ହିନ୍ଦୁ ମହାସଭାର କାର୍ଯ୍ୟକାରିଣୀ ଏବଂ ଅଖିଳ ଭାରତୀୟ ହିନ୍ଦୁ କନ୍ଭେନସନଙ୍କ ସଭା ୯ ଏବଂ ୧୦ ଅଗଷ୍ଟରେ ଦିଲ୍ଲୀରେ ଆୟୋଜିତ ହେଲା ଯାହାର ଅଧ୍ୟକ୍ଷତା ସବରକରଜୀ କରିଥିଲେ । ମୁଁ, ଆପତେ ଏବଂ ମୋ ସମବିଚାରଧାରା ଅନ୍ୟ ସଦସ୍ୟମାନେ ବହୁତ ପ୍ରଯତ୍ନ କଲେ ଯେ ମହାସଭାର ନେତା ଯଥା ଶ୍ରୀ ସାବରକର, ମୁଖାର୍ଜୀ, ଏବଂ ଶ୍ରୀ ଭୋପଟକରଙ୍କୁ ନିଜ ବିଚାର ସହିତ ସହମତ କରିବାକୁ ଏବଂ ଏହି ପ୍ରସ୍ତାବ ପାରିତ କରିବାକୁ ଯେ କଂଗ୍ରେସଠୁ ଭାରତ ବିଭାଜନ ଏବଂ ହିନ୍ଦୁଙ୍କ ବ୍ୟାପକ ବିନାଶର ପ୍ରଶ୍ନ ଉପରେ ଟକ୍କର ନେବା ପରନ୍ତୁ ମହାସଭା ୱର୍କିଙ୍ଗ କମିଟି ଆମର ଏହି ପରାମର୍ଶକୁ ମାନିଲେ ନାହିଁ ଯେ ହାଇଦରାବାଦ ବିଷୟରେ ବିଶେଷ ରୂପରେ କୌଣସି କାର୍ଯ୍ୟ କରିବା ବା ନୂଆ କଂଗ୍ରେସ ସରକାରର ବହିଷ୍କାର କରିବା । ମୋ ବ୍ୟକ୍ତିଗତ ବିଚାରରେ ବିଭାଜିତ ଭାରତର ସରକାରକୁ ବୈଧ ସରକାର ମାନିବା ଏବଂ ତାହାର ସହାୟତା କରିବା ଠିକ ନଥିଲା । ପରନ୍ତୁ କାର୍ଯ୍ୟକାରିଣୀ ଏହି ପ୍ରସ୍ତାବ ପାରିତ କଲେ ଯେ ୧୫ ଅଗଷ୍ଟରେ ଜନତା ନିଜ ଘରେ ଗେରୁଆ ଧ୍ୱଜ ଉଡ଼ାନ୍ତୁ । ବୀର ସାବରକର ସ୍ୱୟଂ କହିଲେ ଯେ ଚକ୍ର ବାଲା ତ୍ରିରଙ୍ଗାକୁ ରାଷ୍ଟ୍ରଧ୍ୱଜ ସ୍ୱୀକାର କରାଯାଉ । ଆମେ ଏଇ କଥାର ଖୋଲା ବିରୋଧ କଲୁ ।
(୪୨) କେବଳ ଏତିକି ନୁହେଁ, ୧୫ ଅଗଷ୍ଟରେ ବୀର ସାବରକର ଅନେକ ହିନ୍ଦୁ ରାଷ୍ଟ୍ରବାଦୀଙ୍କ ଇଚ୍ଛା ବିରୁଦ୍ଧରେ ନିଜ ଗୃହରେ ଗେରୁ ଧ୍ୱଜା ସହିତ ଚକ୍ରବାଲା ତ୍ରିରଙ୍ଗା ଧ୍ୱଜା ବି ଉଡ଼ାଇଲେ, ଏଥି ସହିତ ଯେବେ ଶ୍ୟାମ ପ୍ରସାଦ ମୁର୍ଖାଜୀ ଟ୍ରଙ୍ଗକାଳଙ୍କୁ ପଚାରିଲେ ଯେ ନୂଆ ସରକାରରେ ସେ ମନ୍ତ୍ରୀ ପଦ ସ୍ୱୀକାର କରିବେ ନା ନାହିଁ ତେବେ ସାବରକରଜୀ ନିଜ ଉତ୍ତରରେ କହିଲେ ନୂଆ ସରକାର ରାଷ୍ଟ୍ରର ସରକାର ଏବଂ ସବୁ ଦଳ ଏହାର ସହଯୋଗ କରିବା ଦରକାର ସେଥିରେ ମନ୍ତ୍ରୀ ଯେଉଁ ଦଳର ହେଇ ଥାଆନ୍ତୁ ନା କାହିଁକି । ହିନ୍ଦୁରାଷ୍ଟ୍ରବାଦୀ ଚାହୁଁଥିଲେ ଯେ ଯଦି ତାଙ୍କ ନେତାଙ୍କୁ ମନ୍ତ୍ରୀ ପଦ ମିଳେ ତାହେଲେ ତାକୁ ସ୍ୱୀକାର ପୂର୍ବକ ନିଜ ସହଯୋଗର ପ୍ରମାଣ ଦିଅନ୍ତୁ । ସେମାନେ କଂଗ୍ରେସ ନେତାଙ୍କୁ ଅଭିନନ୍ଦନ ଜଣାଇଲେ ଯେ ସେମାନେ ମନ୍ତ୍ରୀମଣ୍ଡଳ ଗଠନ କରିବା ପାଇଁ ସମସ୍ତଙ୍କ ସହଯୋଗ ପ୍ରାପ୍ତ କରନ୍ତୁ ଏବଂ ହିନ୍ଦୁ-ସଭାର ନେତା ଶ୍ୟାମପ୍ରସାଦ ମୁଖାର୍ଜୀଙ୍କୁ ବି ମନ୍ତ୍ରୀପଦ ପାଇଁ ଆମନ୍ତ୍ରିତ କରନ୍ତୁ । ଶ୍ରୀ ଭୋପଟକରଙ୍କର ବି ଏଇପରି ବିଚାର ଥିଲା ।
(୪୩) ସେ ସମୟରେ କଂଗ୍ରେସର ଶୀର୍ଷସ୍ତରୀୟ ନେତା ଏବଂ କିଛି ପ୍ରାନ୍ତୀୟ ମନ୍ତ୍ରୀ ସାବରକରଜୀଙ୍କ ସହିତ ପତ୍ର ବିନିମୟ ସମ୍ପର୍କରେ ଥିଲେ । ସରକାର ସମସ୍ତଙ୍କ ସହଯୋଗରେ ଗଠିତ ହେଉ ଏହା ତ ପ୍ରଥମରୁ ହିଁ ସାବରକର ସ୍ପଷ୍ଟ କରିସାରିଥିଲେ । ସବୁ ଦଳଙ୍କ ମିଳିତ ସରକାର ପ୍ରତି ମୋର କୌଣସି ବିରୋଧ ନଥିଲା । କିନ୍ତୁ କଂଗ୍ରେସ ସରକାର ଗାନ୍ଧୀଜୀଙ୍କ ଇସାରାରେ ଚାଲୁଥିଲା ଏବଂ ଯଦି କେବେ ତାଙ୍କର କୌଣସି କଥାରେ କଂଗ୍ରେସ ଅସହମତ ହେଉଥିଲା ସେ ଅନଶନର ଧମକ ଦେଇ ଦଳକୁ ନିଜ କଥାରେ ରାଜି କରାଇ ନେଉଥିଲେ । ଏଭଳି ସ୍ଥତିରେ ଯେଉଁ ସରକାର (କଂଗ୍ରେସ ସରକାର ବା ସମସ୍ତଙ୍କ ମିଳିତ ସରକାର) ଶାସନାଧୀନ ହୋଇଥାଆନ୍ତା ସେଥିରେ କଂଗ୍ରେସର ବହୁମତ ତ ନିଶ୍ଚୟ ଥିଲା ଏବଂ ଏହା ମଧ୍ୟ ନିଶ୍ଚିତ ଥିଲା ଯେ ସେଇ ସରକାର ଗାନ୍ଧୀଜୀଙ୍କ ଆଜ୍ଞାଧୀନ ରହିବ । ଏଣୁ ଏପରି ସରକାର ଦ୍ୱାରା ହିନ୍ଦୁଙ୍କ ପ୍ରତି ଅନ୍ୟାୟପୂର୍ଣ୍ଣ ବ୍ୟବହାର ହେବା ନିଶ୍ଚିତ ଥିଲା ।
(୪୪) ଯାହା ବି କାର୍ଯ୍ୟ ବୀର ସାବରକର ଆଦି ଏହି ଦିଗରେ କରିଲେ ମୋ ମନ ତାଙ୍କ ଏହି ନୀତି ପ୍ରତି ଘୋର ବିପରୀତ ହେଇଗଲା ଏବଂ ମୁଁ , ଆପତେ ଏବଂ ଅନ୍ୟ ହିନ୍ଦୁ ସଙ୍ଘଠନବାଦୀ ନବଯୁବକ ନିଶ୍ଚୟ କଲେ ଯେ ସଭାରେ ପୁରୁଖା ନେତାଙ୍କ ବିନା, ସେମାନଙ୍କ ଅନୁମତି ବିନା କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ଏବଂ ଚାଲିବ । ଆମେ ଏହା ମଧ୍ୟ ଭାବିନେଇଥିଲୁ ଆମର କୌଣସି ଯୋଜନା କାହାକୁ କହିବୁନି, ଏମିତି କି ସାବରକରଜୀଙ୍କୁ ମଧ୍ୟ ନୁହେଁ ।
(୪୫) ମୁଁ ନିଜର ଦୈନିକ ପତ୍ର ‘ଅଗ୍ରଣୀ’ରେ ହିନ୍ଦୁ ମହାସଭାର ଏହି ନୀତି ଏବଂ ପୁରୁଖା ନେତାଙ୍କ କାର୍ଯ୍ୟର ସମାଲୋଚନା କରିବା ଆରମ୍ଭ କଲି ଏବଂ ହିନ୍ଦୁ ସଙ୍ଘଠନର ଇଚ୍ଛୁକ ନବଯୁବକଙ୍କ ଆହ୍ୱାନ କଲି ଯେ ସେମାନେ ଆମର କାର୍ଯ୍ୟକ୍ରମ ଆପଣେଇ ନିଅନ୍ତୁ ।
(୪୬) ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ ମୋ ନିକଟରେ ଦୁଇଟି ମୁଖ୍ୟ ମାର୍ଗ ଥିଲା । ପ୍ରଥମେ ଶାନ୍ତିପୂର୍ବକ ଗାନ୍ଧୀଜୀଙ୍କ ପ୍ରାର୍ଥନା ସଭାରେ ପ୍ରଦର୍ଶନ କରାଯିବ ଯାହାଦ୍ୱାରା ସେ ଜାଣିଯିବେ ସେ ହିନ୍ଦୁ ସାମୂହିକ ରୂପରେ ତାଙ୍କ ନୀତିର ବିରୋଧ କରନ୍ତି, ଅଥବା ପ୍ରାର୍ଥନା ସଭାରେ ଯେଉଁଠାରେ ସେ ହିନ୍ଦୁ ବିରୋଧି ପ୍ରଚାରମାନ କରୁଥିଲେ ସେଠାରେ ବିଶୃଙ୍ଗଳା ସୃଷ୍ଟି କରିବା । ଦ୍ୱିତୀୟରେ ହାଇଦ୍ରାବାଦ ବିଷୟରେ ଆନ୍ଦୋଳନ ପ୍ରାରମ୍ଭ ହେବ, ଯଦ୍ଧ୍ୱାରା ହିନ୍ଦୁ ଭାଇ ଭଉଣୀଙ୍କୁ ଯବନଙ୍କ ଅତ୍ୟାଚାରରୁ ରକ୍ଷା କରାଯାଇପାରିବ । ଏଇ କାର୍ଯ୍ୟକ୍ରମ ଗୁପ୍ତରେ ଚାଲିପାରିବ ଏବଂ ତାହା ବି ଜଣେ ମାତ୍ର ବ୍ୟକ୍ତିଙ୍କ ଆଜ୍ଞା ପାଳନ କରି । ତେଣୁ ଆମେ ଏହି ନିର୍ଣ୍ଣୟ କଲୁ ଯେ ଏଇ ଯୋଜନା କେବଳ ତାଙ୍କୁ ହିଁ କହିବୁ ଯାହାଙ୍କର ଏହି ମାର୍ଗରେ ବିଶ୍ୱାସ ଅଛି ଓ ଯିଏ ଏହି ବିଷୟରେ ପ୍ରତ୍ୟେକ ଆଜ୍ଞାକୁ ପାଳନ କରିବାକୁ ତତ୍ପର ହେବେ ।
(୪୭) ମୁଁ ଏହି ସବୁ ବିସ୍ତାରପୂର୍ବକ ଏଇଥିପାଇଁ କହୁଛି କାରଣ ମୋତେ ଦୋଷ ଦିଆଯାଇ କୁହାଯାଇଛି ଯେ ମୁଁ କୁଆଡେ଼ ସବୁକିଛି ସାବରକରଜୀଙ୍କ ଇସାରରେ କରିଛି, ସ୍ୱେଚ୍ଛାରେ ନୁହେଁ । ମୁଁ ସାବରକରଜୀଙ୍କ ଉପରେ ନିର୍ଭର ଥିଲି ବୋଲି କହିବା ମୋ ବ୍ୟକ୍ତିତ୍ୱ, ମୋ କାର୍ଯ୍ୟର ଏବଂ ମୋର ନିର୍ଣ୍ଣୟ ନେବାର କ୍ଷମତାର ଅପମାନ ହେବ । ଏଇ ସବୁ କଥା ମୁଁ ଏଇଥିପାଇଁ କହୁଛି ଯେ ମୋ ବିଷୟରେ ଯେଉଁ ଭ୍ରାନ୍ତ ଧାରଣା ଗଢ଼ାଯାଇଛି ତାହା ଦୂରୀଭୂତ ହେବ । ମୁଁ ଏଇ କଥାକୁ ଦୋହରାଇବି ଯେ ବୀର ସାବରକରଙ୍କୁ ଏହି କଥାର ସାମାନ୍ୟତମ ଆଭାସ ନଥିଲା ଯେଉଁ ମାର୍ଗରେ ଚାଲି ମୁଁ ଗାନ୍ଧୀଜୀଙ୍କୁ ହତ୍ୟା କଲି । ମୁଁ ପୁଣି ଦୋହରାଇବାକୁ ଚାହିଁବି ଯେ ଏହା ସଂପୂର୍ଣ୍ଣ ମିଥ୍ୟା ଅଟେ ଯେ ଆପତେ ମୋ ସାମ୍ନାରେ ବା ମୁଁ ସ୍ୱୟଂ ବଡ଼ଗାକୁ କହିଲି ଯେ ଆମକୁ ସ୍ୱୟଂ ସାବରକରଜୀ ଗାନ୍ଧୀ, ନେହେରୁ ଏବଂ ସୁହାରବର୍ଦୀଙ୍କ ହତ୍ୟା କରିବାକୁ ପ୍ରୋତ୍ସାହିତ କରିଲେ, ଆଜ୍ଞା ଦେଲେ । ଏହା ମଧ୍ୟ ସତ୍ୟ ନୁହେଁ ଯେ ଆମେ ଏପରି କୌଣସି ଯୋଜନା ବା ଷଡ଼ଯନ୍ତ୍ର ବିଷୟରେ ଶ୍ରୀ ବଡ଼ଗେଙ୍କ ସହିତ ସାବରକରଜୀଙ୍କୁ ଅନ୍ତିମଥର ଦର୍ଶନ କରିବାକୁ ଯାଇଥିଲୁ ଏବଂ ସେ ଆମକୁ ଆଶୀର୍ବାଦ ଶବ୍ଦଭରା କଥା କହିଲେ, “ସଫଳ ହୁଅ ଏବଂ ଫେରି ଆସ, ଯଶ୍ୱସ୍ୱୀ ଭବ” ଆଦି । ଏହା ଅସତ୍ୟ ଅଟେ ଯେ ଆପତେ ବା ମୁଁ ବଡ଼ଗେଙ୍କୁ କହିଲୁ ଯେ ସାବରକର ଆମକୁ କହିଲେ ଯେ ଗାନ୍ଧୀଜୀଙ୍କ ଶହେ ବର୍ଷ ପୂରଣ ହୋଇସାରିଛି ତେଣୁ ତୁମେ ଅବଶ୍ୟ ସଫଳ ହୋଇଯିବ । ମୁଁ ଏପରି ଅନ୍ଧ ଶ୍ରଦ୍ଧାଳୁ ନଥିଲି ଯେ ସାବରକରଜୀଙ୍କ ଭବିଷ୍ୟବାଣୀ ଆଧାରରେ କାର୍ଯ୍ୟ କରିଥାନ୍ତି ଏବଂ ନା ଏପରି ମୁର୍ଖ ଥିଲି ଯେ ଏପରି ଭବିଷ୍ୟ-କଥନ ଉପରେ ଭରସା କରିଥାନ୍ତି ।