କବିତା

ସ୍ୱାଗତମ୍

Madhabananda Panda's odia poem for children swaagatam

ଗଢ଼ିଅଛି ଯନ୍ତ୍ର ମଣିଷ ଅଟେ ରୋବଟ ନାମ
ଅନାୟାସରେ ସାଧି ପାରୁଚି କେତେ ଅସାଧ୍ୟ କାମ !
ଗଢ଼ିଅଛି କମ୍ପ୍ୟୁଟର ସେ କରେ ଗଣନା କେତେ
ମସ୍ତିଷ୍କ ସମାନ ହୋଇବ ନାହିଁ ସନ୍ଦେହ ଏଥେ ।
ଉଦ୍ଭାବିଛି କେତେ ଔଷଧ କେତେ ଉପାୟ ନବ
ନିର୍ମୁଳ ହୋଇବ ଧରାରୁ ସବୁ ରୋଗ ବୈରାଗ ।

ସ୍ୱାଗତମ୍

ଆସିଛି ନୂତନ ଶତାବ୍ଦୀ ଚଢ଼ିବ ନବ ସ୍ୟନ୍ଦନ
ଅତି ସମାଦରେ ତାହାକୁ ଦେବା ଅଭିନନ୍ଦନ !
ବଳୀୟାନ୍ ଆଜି ମଣିଷ ନବ ବିଜ୍ଞାନ ବଳେ
ଗଢ଼ିଲାଣି କେତେ ଦରବ ଦେଖ କି କଉଶଳେ !
ଅନ୍ତରୀକ୍ଷ ଯାନ ଓହ୍ଲାଇ ଅଛି ମଙ୍ଗଳ ଗ୍ରହେ
ଜଳର ସନ୍ଧାନ କରୁଛି ଯାଇ ଚନ୍ଦ୍ରମା ଦେହେ !

ଗଢ଼ିଅଛି ଯନ୍ତ୍ର ମଣିଷ ଅଟେ ରୋବଟ ନାମ
ଅନାୟାସରେ ସାଧି ପାରୁଚି କେତେ ଅସାଧ୍ୟ କାମ !
ଗଢ଼ିଅଛି କମ୍ପ୍ୟୁଟର ସେ କରେ ଗଣନା କେତେ
ମସ୍ତିଷ୍କ ସମାନ ହୋଇବ ନାହିଁ ସନ୍ଦେହ ଏଥେ ।
ଉଦ୍ଭାବିଛି କେତେ ଔଷଧ କେତେ ଉପାୟ ନବ
ନିର୍ମୁଳ ହୋଇବ ଧରାରୁ ସବୁ ରୋଗ ବୈରାଗ ।

ପ୍ରତିରୂପ ମେଷ ଜନମ ଆଜି କ୍ଳୋନିଂ ବଳେ
ନର ପ୍ରତିରୂପ ସମ୍ଭବ ହେବ ଏ ମହୀତଳେ !
ତଥାପି ମଣିଷ ମନରୁ ଲିଭି ନାହିଁ ଅଦ୍ୟାପି
ଲୋଭ, ହିଂସା, ଈର୍ଷା, ବିଦ୍ୱେଷ ପରା ରହିଛି ବ୍ୟାପି ।
ଘୃଣା, ରକ୍ତପାତ, ସଂଘର୍ଷ ହୋଇନାହିଁଟି ଦୂର
ଦାନବର ହସ୍ତେ ସ୍ୱରଗ ଶାନ୍ତି ହେଉଛି ଜୁର ।

ନୂତନ ଶତାବ୍ଦୀ ରାଜନ ପାଖେ ଆମର ଦାବୀ
ନର ହୃଦୁ କାଢ଼ି ଅସୁରେ ଦେବ ପକାଇ ଚାବି ।
କାରାଗାରେ ସଢ଼ି ମରିବେ ହିଂସା, ବିଦ୍ୱେଷ ଆଦି
ସ୍ନେହ, ଶାନ୍ତି, ପ୍ରୀତି, ମଇତ୍ରୀ ମାଡ଼ି ବସିବେ ଗାଦି ।
ବୋମା ମାରଣାସ୍ତ୍ର ସମସ୍ତ ହେବ ସାଗରେ ଫିଙ୍ଗା
ବହିବ ମାନବ ସମାଜେ ଦିବ୍ୟ ପାବନି ଗଙ୍ଗା !

ଅସମ୍ଭବ ଯାହା ଅତୀତେ ଥିଲା ବିଜ୍ଞାନ ବଳେ
ସମ୍ଭବ ହୋଇଛି ସେ ସବୁ ଆଜି ଧରଣୀ ତଳେ ।
ନୀତିବାଦୀ-ଗୁଣ-କାରଣ ଗୁଣ ସୂତ୍ରରୁ ଧରି
ପୃଥକ କରିଲେ ମଣିଷ ହେବ ଦେବତା ସରି ।
ଜଇତ୍ର କେତନ ଉଡ଼ିବ ଭେଦି ନୀଳ ଅମ୍ୱର
ଯେଦିନ ସୁଗୁଣେ ରାଜିବ ନର ହୃଦ କନ୍ଦର ।

ଶତାବ୍ଦୀ ପୁରୁଷ ପାରିବ କରି ପରିବର୍ତ୍ତନ ?
କୃତଜ୍ଞ ହୃଦୟେ କରିବୁ ତୁମ୍ଭ ଗୁଣ କୀର୍ତ୍ତନ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top