କବିତା

ମୁକ୍ତମନର ଡାକ

Priyanka Priyadarshani Mishra's odia poem Muktamanara Daaka

ଜାତିଧର୍ମ, ଶରୀର ଆକାର, ଶିକ୍ଷାଗତ ଯୋଗ୍ୟତା ଆଦି ମିଥ୍ୟା ପରିଚୟରୁ ଖୁବ୍ ଉର୍ଦ୍ଧ୍ବରେ,
ମୋତେ ମୋର ପ୍ରକୃତ ପରିଚୟ ଖୋଜିବାକୁ ଦିଅ…

ମୁକ୍ତମନର ଡାକ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସମାଜର ଅନାବଶ୍ୟକ ପରାମର୍ଶରୁ ବହୁ ଦୂରରେ,
ମୋ ହୃଦୟର ଗଭୀର ଅନୁଭବସବୁକୁ ମୋ ନିଜ ଶୈଳୀରେ ପରିପ୍ରକାଶ କରିବାକୁ ଦିଅ…

ଜାତିଧର୍ମ, ଶରୀର ଆକାର, ଶିକ୍ଷାଗତ ଯୋଗ୍ୟତା ଆଦି ମିଥ୍ୟା ପରିଚୟରୁ ଖୁବ୍ ଉର୍ଦ୍ଧ୍ବରେ,
ମୋତେ ମୋର ପ୍ରକୃତ ପରିଚୟ ଖୋଜିବାକୁ ଦିଅ…

ମୂଲ୍ୟହୀନ ତୁଳନା,ଅନ୍ଧ ପରମ୍ପରା,ଭଦ୍ରମୁଖା ଓ ଅଭିନୟ ର ଚାରିକାନ୍ଥ ଭିତରେ ,
ଚାଟୁକାରିତାର ଛାତ ତଳେ
ଯନ୍ତ୍ରବତ୍ ଜୀବନ ବଞ୍ଚିବା ଅପେକ୍ଷା
ସ୍ୱାଭିମାନର ବରଗଛତଳେ ମୋତେ ଗଭୀରନିଦରେ
ଶୋଇବାକୁ ଦିଅ …

ଭିତ୍ତିହୀନ ନିନ୍ଦାର ମାୟାଜାଲକୁ ସ୍ପର୍ଶନକରି,
ସର୍ତ୍ତପୂର୍ଣ୍ଣ ପ୍ରଶଂସାର ମରୀଚିକାକୁ ଦୂରରୁ ଚିହ୍ନି,
ବାସ୍ତବତାକୁ ଗାଢ ଆଲିଙ୍ଗନ କରିବାକୁ ଦିଅ..

ଅଦୂରଦୃଷ୍ଟୀ,ଅପରିପକ୍ୱ କୂପମଣ୍ଡୁକମାନଙ୍କ ନିର୍ମିତ ଲୌହ ପଞୁରୀର ବହିର୍ଦେଶରେ,
ଦାୟିତ୍ବ ଓ ଅଧିକାରର ଶକ୍ତ ଡେଣାଦ୍ୱୟ ମେଲେଇ
ମୋତେ ଉଡିବାକୁଦିଅ ମୁକ୍ତାକାଶରେ ମୁକ୍ତମନରେ ସତ୍ୟର ସନ୍ଧାନରେ…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top