କବିତା

ଘରଣୀମଣୀ

Prafulla Tripathy's odia poem Gharanimani

ତୁଣ୍ଡରେ ନ ଥାଏ ସରାଗ କଥା
ମୁହଁ ଗରଗର ନାଲିଆ ଲଙ୍କା ।।

ଘରଣୀମଣୀ

ପତିକୁ କହଇ ନିଷ୍ଠୁର ବାଣୀ,
ପତି ଦୁଃଖ ସୁଖ ପାରେନା ଜାଣି ।।

ତୁଣ୍ଡରେ ନ ଥାଏ ସରାଗ କଥା
ମୁହଁ ଗରଗର ନାଲିଆ ଲଙ୍କା ।।

ଦେଖିଦେଲେ ଶାଶୁଘର ଲୋକଙ୍କୁ
ରାଗ ଚହଟଇ ତା’ର ମଥାକୁ ।।

ହୃଦୟେ ନ ଥାଏ ସନ୍ଦେହ ଭାବ
ପାଟି ଉପରେ ସେ ସୁଝାଏ ରାଗ ।।

ଏମନ୍ତ ଘରଣୀ ଯାହାର ଥିବ
ବେଳ ଥାଉ ଥାଉ ଆୟୁଷ ଯିବ ।।

ପତିକୁ ଦେଖିଲେ ବଢ଼େ ତା ରୋଷ
ହାଣ୍ଡି ମୁହଁ କରି ଉଗାଳେ ବିଷ ।।

ବିଚରା ନିରୀହ ପତି ଦେବତା
ସମାଜ ଭୟରେ ପୋତନ୍ତି ମଥା ।।

ଯେତେ ବୁଝାଇଲେ ସବୁ ନିଷ୍ଫଳ
ନିମ କିବା କେବେ ହୁଏ ମଧୁର ।।

କାହା ଶିରି ସିଏ ପାରେନା ଦେଖି
ସ୍ୱାର୍ଥ ଅହଂକାରେ ଯାହାର ପ୍ରୀତି ।।

ସେ କାହୁଁ ବୁଝିବ କାହା ମମତା
ଗର୍ବରେ ତାର ମଥା ବି ଉଚ୍ଚା ।।

ଏମନ୍ତ କାମିନୀ ଯାହାର ଥିବ
ଆୟୁଷ ଥାଉଁଣୁ ପରାଣ ଯିବ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top