କବିତା

ରକ୍ତର ରିପୋର୍ଟ

Susanta Kumar Dalei's odia poem Raktara Report

କାଳେ ତୁମେ ଦେଖୁ ଦେଖୁ ବେହୋସ ହୋଇବ
କିଏ ଜାଣେ ତୁମେ କାଳେ ମୋପରି ହୋଇବ
ସ୍ୱପ୍ନଭାଙ୍ଗି ବାରମ୍ବାର ନିଦଭରା ସମୁଦ୍ରବେଳାରେ
ମନଭାଙ୍ଗି ବିଞ୍ଚୁଥିବ ବାଲିରେ ବାଲିରେ

ମୋ ଦେହରେ ସ୍ୱପ୍ନ ଭାଙ୍ଗେ ବାରମ୍ବାର ନିଦ ଭରା ସମୁଦ୍ର ବେଳାରେ
ମନ ଭାଙ୍ଗି ବିଛୁରିତ ବାଲିରେ ବାଲିରେ
ମୋ ନିଶ୍ଵାସେ ଅଣଚାଶ ବହଇ ପବନ
ମୋ ହୃଦୟ ଡେଇଁଲାଣି ନର୍ମାଲ ସ୍ପନ୍ଦନ
ମୋ ଦେହର ତାପମାତ୍ରା ଯାଇଅଛି ଆଗ୍ନେୟକୁ ଟପି
ମୋ ଦେହରେ ଭୂମିକମ୍ପ, କମ୍ପଉଠି ଦେହ ସାରା ବ୍ୟାପି
ପଠାଇଲି ସେଥିପାଇଁ ରକ୍ତ କେଇ ଟୋପା
ଦୂର ସେଇ ବୈଜ୍ଞାନିକ, ତାହାଙ୍କର ବିଜ୍ଞାନ ଗାରରେ

ସେ କହିଲେ ଆଉ ଯଦି କେବେ ଯାଅ ତାର ଗଳି ବାଟେ
ନିଶ୍ଚୟ ତୁମ ହୃଦୟ ଯିବ ସିନା ଫାଟି
ସେଥିପାଇଁ କହି ନାହିଁ, କହିପାରେ ନାହିଁ
କାଳେ ତୁମେ ଦେଖୁ ଦେଖୁ ବେହୋସ ହୋଇବ
କିଏ ଜାଣେ ତୁମେ କାଳେ ମୋପରି ହୋଇବ
ସ୍ୱପ୍ନଭାଙ୍ଗି ବାରମ୍ବାର ନିଦଭରା ସମୁଦ୍ରବେଳାରେ
ମନଭାଙ୍ଗି ବିଞ୍ଚୁଥିବ ବାଲିରେ ବାଲିରେ

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top