ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ସମୟ କହୁଛି କାଲି ବାଜି ବାଜିପାରେ
ମୋ’ ମରଣ ସାହାନଇ
ସେଥିପାଇଁ ପ୍ରିୟା କହୁଛି ତୁମକୁ
ଆସିବ ଆସିବ ବେଳ ଥାଇଁ ।।
ଭରସା ପାଉନି ସମୟ ଉପରେ
କେବେ ରାଗ ଶୁଝିଦେବ
ମନ କଥା ସବୁ କହିବା ଆଗରୁ
ମୋ’ ଓଠକୁ ଚାପିଦେବ
ସବୁ କଥା ତୁମ
ପଛକୁ ରଖିବ
ମୋ’କଥାକୁ ଛାଡି ଦେଇ ।।
ମୋ’ ପାଖରେ ଆସି ଦେଖିବନି ଆଉ
ଆଖିରେ ସେ ଆଖି ଲୁହ
ହୁଏ ତ ସେ ଆଖି ମୁଦି ଥାଇ ପାରେ
ପିଇ ପିଇ ତୁମ ସ୍ନେହ
ଭଲ ମନ୍ଦ କିଛି
ବିଚାର ନ କରି
ରୋଇ ଦେବ ଶିତଲାଇ ।।

aravinda das
June 15, 2016 at 12:00 pm
touching poem…..regds