ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
କୋକେଇ ଉପରେ ପ୍ରାଣଶୂନ୍ୟ ଶରୀର,
ଆତ୍ମୀୟସ୍ୱଜନଙ୍କ ବୁକୁଫଟା କ୍ରନ୍ଦନରେ ପ୍ରକୃତି ଭାରାକ୍ରାନ୍ତ,
ସାହିପଡ଼ିଶା ବୟୋଜ୍ୟେଷ୍ଠ ଲୋକ ବାରମ୍ବାର ସତର୍କ କରି ଚାଲିଛନ୍ତି –
ବିଳମ୍ବ ହେଲାଣି, ଶୀଘ୍ର ନେଇଚାଲ
ସ୍ନେହ, ପ୍ରେମ ସବୁର ଉର୍ଦ୍ଧ୍ଵରେ “ମୃତ୍ୟୁ”ରୂପକ ଶାଶ୍ୱତ ସତ୍ୟ
ବନ୍ଧୁ ପରିଜନ ଆଗେଇ ଆସିଲେ ଶେଷ ଯାତ୍ରାରେ ସାଥି ହେବାକୁ
“ରାମ ନାମ ସତ୍ୟ ହେ” ଧ୍ଵନିରେ ବାୟୁ ମଣ୍ଡଳ ପ୍ରକମ୍ପିତ
ଉପସ୍ଥିତ ଦର୍ଶକେ ଜନ୍ମ-ମରଣର ପରିକଳ୍ପନା କରି ସ୍ତବ୍ଧ
ମାନବଜୀବନର ଶାଶ୍ୱତ ସତ୍ୟକୁ ଜାଣି ମଧ୍ୟ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି
ଶବଯାତ୍ରା ଚକ୍ଷୁପ୍ରଦେଶରୁ ଅନ୍ତର ହୁଅନ୍ତେ
ସମସ୍ତେ ଫେରିଗଲେ କର୍ତ୍ତ୍ୟବ୍ୟର ଆହ୍ୱାନରେ ବଞ୍ଚିବାର ଆଶା ବାନ୍ଧି
ପୁଣି ଥରେ ମୃତ୍ୟୁ ଉପରେ ଜୀବନର ବିଜୟ ହେଲା …

Hemanta Beheera
July 14, 2016 at 11:32 pm
So good. .. Magnanimous…
priyanka priyadarshini mishra
July 16, 2016 at 7:41 am
Thank you
Susarjit
July 14, 2016 at 12:59 pm
Super, hats off madam.
priyanka priyadarshini mishra
July 16, 2016 at 7:40 am
Thnk u