କବିତା

ଚିଠି

Er Bidyadhar Panda's odia poem Chithi

ପରମାଣୁ ବୋମା ଦୌଡ଼ରେ କେବଳ ମାନବବାଦିର କ୍ଷତି
ଏଭଳି କର୍ମରେ ବେନିଜନେ ପୀଡ଼ା ପ୍ରମେୟ ଚାଣକ୍ୟନିତି

ଚିଠି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଗୋଟିଏ ଚିଠିରେ କୋଟିଏଜୀବନ ବଞ୍ଚେ ଅବା ଯାଏମରି
ଚିଠି ଦିଏ ମୃତ୍ୟୁ ଚିଠି ଦିଏ ପ୍ରାଣ ଚିଠି ବି ଦିଏ ସୁଧାରି
ଚାଇନା ପାକିସ୍ତାନ ଗୋଟିଏ ମୁଣାରୁ ଲେଖି ଚାଲିଛନ୍ତି ଚିଠି
ଭାରତ ବିରୁଦ୍ଧ ଷଡ଼ ଯନ୍ତ୍ର ଖାଲି ବିଶ୍ୱ ଯୁଦ୍ଧ ଡ଼ାକି ଡ଼ାକି
ପରମାଣୁ ବୋମା ଦୌଡ଼ରେ କେବଳ ମାନବବାଦିର କ୍ଷତି
ଏଭଳି କର୍ମରେ ବେନିଜନେ ପୀଡ଼ା ପ୍ରମେୟ ଚାଣକ୍ୟନିତି
ପି.ଏ. ସାଙ୍ଗମାଙ୍କ ଏକମାତ୍ର ଚିଠି କଲା ତାଙ୍କୁ ବାଚଷ୍ପତି
ଅବଦୁଲ୍ କଲାମ୍ ଆଜାଦ କୁହନ୍ତି ଚିଠି ଯୋଗୁଁ ରାଷ୍ଟ୍ରପତି
ପ୍ରଥମ ପ୍ରେମର ସନ୍ଦେସ ବାହକ ଚିଠି ଦିଆ ନିଆ ଲାଜ
ମନ କଥା ସବୁ କହି ହୁଏ ନାହିଁ ଚିଠି ଲେଖିଲେ ସହଜ

ନେତାଙ୍କ କର୍ତବ୍ୟ ଚିଠି ଲେଖିଦେଲେ ସରିଲା ତାଙ୍କର କାମ
ମହାନଦୀ ଶୁଖୁ , ଗାଁଗଣ୍ଡା ବୁଡ଼ୁ , ଯା’ହେଉ ପୋଲାଭରମ
ଡ଼ାକବାଲା ଯେବେ ଫୌଜି ପୁଅର ବୁଢ଼ି ମା’କୁ ଦିଏ ଚିଠି
ଚୁମା ଟିଏ ଦେଇ ଏକା ନିଶ୍ୱାସକେ ପଢ଼େ ଛଳ ଛଳ ଆଖି
ଧୁନ୍ଦୁଲାଅକ୍ଷର ସାହାଯ୍ୟରେ ଆଙ୍କେ ସୈନିକପୁଅ ଚେହେରା
ପୁଅ କଥା ଭାଳି ଚିଠକୁ ବୁକୁରେ ଚାପି ହୁଏ ଆତ୍ମହରା
ଚିଠିରୁ ଝଗଡ଼ା ଚିଠିରେ ନଗଡ଼ା ଚିଠିରେ ଚାଲେ ଏ’ ସୃଷ୍ଟି
ଚିଠି ବିନା କିବା ସଂସାର ସମ୍ଭବ ଚିଠିର ମହତ୍ୱ କୋଟି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top