ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
କଳି କାଳ ଯୁଗ ଲୋକ
ସତ କଥାରେ ସେ ମୁଁହ ଯେ ଫୁଲାନ୍ତି
ଟେକି ବୁଲନ୍ତି ସେ ନାକ ।।୧।।
ଭଣ୍ଢେଇ ଖାଏ ଯେ ମିଛରେ,
ସଭିଏଁ ପ୍ରଶଂସା କରନ୍ତି ତାହାର
ଗୋଡେଇ ବୁଲନ୍ତି ପଛରେ ।।୨।।
ଗୁପତେ କରେ ସେ କୃତି,
ନଜାଣିଲା ପରି ଚେଇଁ ଶୋଇ ଥାଏ
ଚାଲେ ତଳେ ମୁଣ୍ଡ ପୋତି ।।୩।।
ନିଜର ଦୋଷ ହଜ଼ାର,
ପର ନା ରେ ସେ ପାରି ହୋଇ ଯାଏ
ଧର୍ମକୁ କରି ଜୁହାର ।।୪।।
ଯେ ହୁଏ ସତ୍ୟ ପୂଜାରୀ,
ସଭିଙ୍କ ଆଖିରେ ସେ ହୁଏ କାଳ
ସଭିଏଁ ତାର ବଇରୀ ।।୫।।
ଚୋର ବୋଲାଉଛି ସାଧୁ,
ବାପା ମାଆ କଥା ନ ମାନିଲା ପୁଅ
ଖୋଜି ବୁଲେ ନିଜ ବଧୂ ।।୬।।
କଳି ଯୁଗର ଏ ନର,
ଆଖିରେ ନ ଦେଖି ବିଶ୍ୱାସ କରନି
ସଭିଙ୍କ ମୁଁହରେ ଖୁର ।।୭।।
କଳି ଯୁଗର ଏ ନାରୀ,
ସ୍ୱାମୀ ଶଶୁରଙ୍କୁ ଖାତିରି ନୋହିଲା
ସଭିଙ୍କ ଉପରେ ଭାରି ।।୮।।
ମୋର ଏ କଳି କାହାଣୀ,
ଦୋଷ ଥିଲେ ସବୁ କରି ଦେବ କ୍ଷମା
ବିନ୍ଦାସ ଗୋପାଳ ଭାଣି ।।୯।।

Rudra vairab
August 21, 2017 at 3:07 pm
ବଢିଆ
bishakha
August 11, 2017 at 7:20 pm
କଣ କହିଲ ହେ ।
Narayan
August 10, 2017 at 12:50 pm
Bahut badhia. Keep on writing.
Ramakanta
August 10, 2017 at 12:32 pm
very nice gopal bhai
Ashok kumar
August 10, 2017 at 11:59 am
Nice brother