ମା ତୋ ଦେଶେ ଅସୀମ ଆଲୋକ
ଅନ୍ଧାରେ ଏଠି ମୁଁ ଏକା
ଯନ୍ତ୍ରଣା ର ଜତୁ ଗୃହ ଏଜେ
ଏଠି ଜୀବନର ନାହିଁ ଦେଖା ।।
ମା ତୋ ପାଶେ ଅଶେଷ ଆଶିଷ
ମୁଁ ଅଭିଶପ୍ତ କଳିଟିଏ
ଜୀବନ ତ ଦୂରେ ମା
ମୁଁ ଜନ୍ମ ପାଇଁ ଝୁରୁ ଥାଏ ।।
ମା ତୋ ହୃଦ ଆଦରରେ ଭରା
ମୁଁ ଅଲୋଡା କଣ୍ଢେଇ ଟିଏ
ସେ ଆଦର ଯତ୍ନ ପାଇବା ପାଇଁକି
କଣ ମୁଁ ଦାବିଦାର ନୁହେଁ ?
ମା ତୋର ଚିତ୍ର, ଈଶ୍ଵର ଚରିତ୍ର
ତୁ ଭୁଇଁ ପରେ ଭଗବାନ
ମୋତେ ହତ୍ୟା କଲେ ମା ତୋ ଚରିତ
ହେବ ନି କି ମଳିନ ?
ମା ତୋ ପାଇଁ କନ୍ୟା ଭ୍ରୁଣ ମୁଁ ଯେ
ତୁ ମୋ ସାହା ଭରଷା
ତୋ କୋଳେ ଜନ୍ମ ନେବି ମା
ଏତିକି ମୋର ଆଶା
ଏତିକି ମୋର ଆଶା।।
