‘ରାତି’ର ରହିଛି ବାରଗୋଟି ନାମ
‘ଅମରକୋଷ’ ରେ ଦେଖ ।
ଭାଷା ଜ୍ଞାନ ନିଶ୍ଚେ ହୋଇବ ବର୍ଦ୍ଧିତ
ଏ ଗୁଡିକୁ ମନେ ରଖ ।।
ତ୍ରୀଯାମା, କ୍ଷଣଦା, ରାତ୍ରି,ବିଭାବରୀ ,
ନିଶା, ତମୀ, ନିଶୀଥିନୀ
ଶର୍ବରୀ, ଯାମିନୀ, କ୍ଷପା ବ୍ୟତିରେକେ
ରଜନୀ ଓ ତମସ୍ଵିନୀ ।
ତମିଶ୍ରା, ତାମସୀ ଏହି ଦୁଇ ନାମ
ଅଟେ ଅନ୍ଧାର ରାତ୍ରିର
ପ୍ରଦୋଷ, ରଜନୀମୁଖ ଦୁଇ ନାମ ଅଟଇ
ପରା ସନ୍ଧ୍ୟାର ।
ଅର୍ଦ୍ଧ ରାତ୍ରିର ତ ଦୁଇ ଗୋଟି ନାମ
ନିଶୀଥ ଓ ଅର୍ଦ୍ଧରାତ୍ର
ପୂର୍ଣ୍ଣଚନ୍ଦ୍ର ଥାଇ ପୂର୍ଣ୍ଣିମା ରାତ୍ରିର
ନାମ ‘ରା଼କା’ ନାମେ ଖ୍ୟାତ ।
