ରାତି ଯେତେ ଅନ୍ଧାର ବି ହେଲେ
ଶୋଇ ମୁଁ ପାରୁନି
ନିଃଶବ୍ଦ ହେଲେ ଯେତେ ରାତି
ଶୋଇ ମୁଁ ପାରୁନି
ଭେଟିଲି ତମକୁ ମୁଁ ଯେବେ
ଦେହରେ ଅଳସ ଲାଗିକି ରହିଛି
ଭାଙ୍ଗିପଡେ ତୁମେ ନ ଆସିଲେ ।
ଶୋଇ ପାରେ ନା ରାତିରେ
ଛାତିରେ ତ ମୋର
ପରଶ ତୁମ ଲାଗିକି ରହିଛି
ଶିହରଣ ଖେଳିଯାଏ ତ ଦେହରେ
ତୁମ ପରଶ କୁତୁ କୁତୁ କରେ ।
ଛଟ ପଟ ହେଉଅଛି ସେହି ଦିନଠାରୁ
ହୃଦୟ ତୁମର ଯେବେଠୁ ମିଶିଲା
ମୋର ହୃଦୟରେ
ଆସି ନାହଁ ତୁମେ ତ ଏଯାଏଁ
ଶୋଇ ପାରୁନି ରାତିରେ ।
ନିଦତ ଅସେନା
ଆଖରୁ ନିଦ ହଜି ତ ଯାଇଛି
ତୁମ ବିନା ପାରୁ ନାହିଁ ରହି
ଅପେକ୍ଷା କରେ କେବେ ରାତି ତ ପାହିବ
ଆସିବ ତୁମେ ମୋହର ପାଖକୁ ।
ଆଲିଙ୍ଗନ ତୁମ ନରମ ବାହୁର
ମଧୁରତା ତୁମ ନରମ ଓଠର
ତୁମର ଉଷୁମ ଚୁମ୍ବନ
କରୁଅଛି ମୋତେ ବାତୁଳ
କେମିତି କାଟିବି ମୁଁ ରାତି
ତୁମ ବିନା କୁହ ।
ଆସିଲେ ତୁମେ
ମନରେ ମୋ ଖେଳିିଯାଏ ଖୁସିର ଲହରୀ
ମଧୁର ପରଶ ତୁମ
ଥାଏ ମୋର ଶରୀରରେ
ତନ୍ଦ୍ରା ଆସେ ତ ଆଖିକୁ
ସ୍ୱର୍ଗ ରାଜ୍ୟରେ ମୁଁ ବୁଲୁଥାଏ ।
