କବିତା

ହେ ମା

Bibhuprasad Parida's odia poem Hey Maa

ଅଭୟ ତୁ ଦେଉ ସନ୍ତାନେ ତୋହର
ବଞ୍ଚାଇ ନପାରେ, ତୁ ଜୀବନ କନ୍ୟାର
ମାତା କହି ତୋତେ ପୂଜେ ସଂସାର
ନାରୀ କୁ ମଣଇ
ପିତୁଳା ମାଂସର ।।

ହେ ମା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁ ବି ମା ଟିଏ
ମୁଁ ବି ମା ଟିଏ
ତୋ ସନ୍ତାନ କୋଟିଏ
ମା ମୋ ସନ୍ତାନ ଗୋଟିଏ ।।

ତୁ ଦଶ ଭୁଜା ମା ସିଂହ ବାହିନୀ
ଦୁର୍ଗତି ନାଶିନୀ, ମହିଷ ମର୍ଦିନୀ
ମା ମୁଁ ଅବଳା ଚିର ଦୁଖୀନୀ
ତୁ ଭାଗ୍ୟ ବିଧାତା ମୁଁ ଅଭାଗିନୀ

ଅଭୟ ତୁ ଦେଉ ସନ୍ତାନେ ତୋହର
ବଞ୍ଚାଇ ନପାରେ, ତୁ ଜୀବନ କନ୍ୟାର
ମାତା କହି ତୋତେ ପୂଜେ ସଂସାର
ନାରୀ କୁ ମଣଇ
ପିତୁଳା ମାଂସର ।।

ପ୍ରତିରୋଧ ପ୍ରତିହତ
ସମାଜ ସେ ଯୁଦ୍ଧ ରତ
ଭ୍ରୁଣଟିର ରକ୍ଷା ପାଇଁ
ତୋ ପାଶେ ଅଳି କରଇ ।।

ମା ନାମ କଳଙ୍କିତ
କନ୍ୟା ଭ୍ରୁଣ ରକ୍ତପାତ
ମା ଆଉଥରେ ଅବତର
ସୁରକ୍ଷା କର କନ୍ୟା ଭ୍ରୁଣର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top