ମୋତେ ଲାଗି ବସିଥାଅ
ସଞ୍ଜ ଆକାଶରେ
ଫୁଟି ଉଠେ କେତେ କେତେ ତାରା
ଗଣେ ମୁଁ ସେମିତି
ଏତେ ତାରା ଆକାଶରେ
ଅଗଣିତ
ଭାବେ ମାପି ହେବ ବି ତଥାପି
ତୁମ ଶରୀରରେ ଏତେ ଯେ ରୋମାଞ୍ଚ
ରୋମାଞ୍ଚ ଅଗଣିତ ପ୍ରତିଟି ଲୋମର କୂପରେ
କେତେ ମୁଁ ମାପବି
ସବୁ ନୂଆ ଲାଗେ ।
ଆକାଶରେ ଏତେ ଏତେ ତାରା
ମିଞ୍ଜି ମିଞ୍ଜି କରୁତ ଥାଆନ୍ତି
ଆଖି ମିଟି ମିଟି କରୁଛନ୍ତି ତ ସେମାନେ
ରୋମାଞ୍ଚକୁ ତୁମ ନେଇଛନ୍ତି ତ ଚୋରାଇ
ଅନୁଭବ କରେ ମୁଁ ତାରାର ପୁଲକ
ତୁମେ ଛୁଇଁବାରେ ।
ଅଗଣିତ ତାରା ଆକାଶରେ
ମାପି ପାରେ ନାହିଁ
ମାପିବାକୁ ଆଉ ଚେଷ୍ଟା ବି କରେନା
କି ଦରକାର ଅଛି ଏମିତି ମାପରେ
ତୁମର ରୋମାଞ୍ଚ
ତାରା ସହ ମୋ ଦେହକୁ ଆସି ତ ଯାଇଛି
ଅନୁଭବ କରୁଛି ମୁଁ
ମୋର ସବୁ ଲୋମର କୂପରେ ।
(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )