ମା ପାରିବୁକି ତୁ କହି
ଯଦି କୁମାତା ଜଗତେ ନାହିଁ
କାହିଁ ଅନ୍ତରେ ମରେ କନ୍ୟା ସନ୍ତାନ ଟି
ଜନମ ସିଏ ନ ନେଇ
ମା ପାରିବୁକି ତୁ କହି ।। ।।
ମା
ସବୁ କନ୍ୟା ଶିଶୁ ଅନ୍ତରରେ ମଲେ
କେହି ବି ଜଣେ ଜନମ ନ ନେଲେ
ତିଷ୍ଠି ପାରିବକି ଏ ମହି
ମା ପାରିବୁକି ତୁ କହି ।। ।।
ମା
କନ୍ୟା ଯେ ଦୁହିତା ଦୁଇ କୁଳ ହିତା
ନିଜ ରୂପେ ତାକୁ ଗଢିଛି ବିଧାତା
ଜନ୍ମ ଦାତ୍ରୀ ହୋଇ ଜନ୍ମ ନେଇ ପାରେ ନାହିଁ
ମା ପାରିବୁକି ତୁ କହି ।। ।।
ମା
କହ କେତେ ଦିନ ଏପରି ଚାଲିବ
କନ୍ୟା ଭ୍ରୁଣ ଟିଏ ଅନ୍ତରେ ମରିବ
ଏ ପ୍ରଥାର କି ଶେଷ ନାହିଁ
ମା ପାରିବୁକି ତୁ କହି ।। ।।
