କବିତା

ବାପା

Sonali Garnayak's odia poem Baapa

ଝିଅ ନୁହେଁ ଡାକନ୍ତି ମା
ସାଜିଛି ତାଙ୍କ ଘରର ଲକ୍ଷ୍ମୀ ପ୍ରତିମା

ବାପା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଯାହାଙ୍କ ଆଖି ଦେଖିଲେ ଲାଗେ ଭୟ
ମୋ ପାଇଁ ସାଜନ୍ତି ସେ ଅଭୟ

କେତେ ରାତି କରିଛନ୍ତି ଉଜାଗର
ମୋତେ ସଜାଇବାକୁ ବାଜିଗର

ସବୁ ସୁଖ ଶିରି ଦେଇଛନ୍ତି ଢାଳି
ଭୁଲ କଲେ କିନ୍ତୁ ପଡେ ଗାଳି

ମୁଁ କୁଆଡେ ତାଙ୍କ ଜୀବନ
ଲୁହ ନିଗାଡ଼ି କରିଛନ୍ତି ପୂରଣ ସବୁ ସ୍ବପ୍ନ

ଝିଅ ନୁହେଁ ଡାକନ୍ତି ମା
ସାଜିଛି ତାଙ୍କ ଘରର ଲକ୍ଷ୍ମୀ ପ୍ରତିମା

ବୋଉ କୁହେ ରୂପରେ ଗୁଣରେ ତାଙ୍କ ଭଳି
ଧରିଛନ୍ତି ହାତ ଯେତେଥର ପଡିଛି ଟଳି

ଅଜାଡ଼ିଛନ୍ତି କେତେ ଯେ ବଦାନ୍ୟତା
ବାପା ନୁହନ୍ତି ସେ ଚଳନ୍ତି ଦେବତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top