ମୋ ବାହାଘର କାର୍ଡରେ ତୋ ନା ତ ଥିଲା ହେଲେ ଆଉ ଗୋଟେ ଚିହ୍ନ ଲାଗିଥିଲା ସେଥିପାଇଁ ମୋତେ ଆଖି ବନ୍ଦ କରି ନିମନ୍ତ୍ରଣ ଦେବାକୁ ପଡ଼ିଲା ।
ମୋ ମଙ୍ଗନ ଦିନ ଶାଇ ପଡ଼ିଶା ରୁ ସମସ୍ତେ ଆସିଥିଲେ ମାମୁଁ ଘର ଲୋକ ମାଉସୀ ପିଉସୀ ସମସ୍ତେ ଆସିଥିଲେ । ହେଲେ ତୁ ନଥିଲୁ ଲୋ ବୋଉ, ମୁଁ ସେତେବେଳେ ମନ ଭିତରେ ଭୋ ଭୋ ହୋଇ କାନ୍ଦୁଥିଲି । ବାହାନା କରି ବାଡିପଟ କଣରେ କାନ୍ଦିଥିବା ଲୁହ ପୋଛୁଥିଲି, ଆଉ ତୋତେ ପାଗଳ ପରି ଖୋଜିବୁଲୁଥିଲି । ବୋଉ ତୁ ଟିକେ ଅସନ୍ତୁନି ମୋ ଦେହରେ ଟିକେ ହଳଦୀ ଲଗେଇ ଦିଅନ୍ତୁନି, ଆଉ ଖାଇ ସାରିଲା ପରେ ତୋ ପଣତ କାନି ବଢ଼େଇ ଦିଅନ୍ତୁନି ମୁଁ ଭଲକରି ମୁହଁ ପୋଛନ୍ତି। ସେଦିନ ଯାହା ଦୁଃଖରେ ଦୁଃଖରେ ମୋ ରାତି କଟିଗଲା । ରାତି ସାରା ମୁଁ ତୋ କଥା ଭାବୁଥାଏ, ମୋ ବୋଉ ଯଦି ଥାନ୍ତା କେତେ କଣ କରି ପକାନ୍ତା, କେତେ ଡାକ ଡାକନ୍ତା, କୁଆଡେ ଗଲୁ କିରେ, ତୋତେ ସମୟ ହେଇନି ଆସେ ତୁ ଆସିଲୁ ମୁଁ ତୋ ମୁଁହ ଟିକେ ପୋଛି ଦିଏ, ଆରେ କଣ କରୁଥିଲୁ କିରେ ମୁଁ ଟା କଳା ପଡ଼ି ଗଲାଣି । କହି ପାରୁନି ବୋଉ ସବୁ ମନେ ପଡ଼ୁଥିଲା । ହେଲେ ମୋ ବାହାଘର ଦିନ ଆମ ଘରେ ବନ୍ଧୁ ବାନ୍ଧବ ରେ ଘର ଫାଟି ପଡୁଥିଲା ହେଲେ ତୁ ନଥିଲୁ ମୁଁ ତୋ ଫୋଟୋ ଖାଲି ଦେଖୁଥିଲି ଆଉ ମୋ ଆଖି ଦୁଇଟା କାଇଁ ଓଦା ହେଇ ମୋ ମେକ୍ଅପ୍ ଛଡ଼େଇ ଦେଉଥିଲେ । ଆଞ୍ଜୁଳି ଚାଉଳ ବେଳେ ବି ନଥିଲୁ ଆଉ ବର ଘରୁ ବାହାରିଲା ପରେ ପରା ମାଠୁ କ୍ଷୀର ପିଇ ଯାଆନ୍ତି, ତୁ ସେତେବେଳେ କୁଆଡେ଼ ଯାଇଥିଲୁ । ମୁଁ ଏତେ ଗହଳି ଭିତରେ ତୋତେ କାଇଁ ପାଉ ନଥିଲି, ଅନ୍ୟମାନେ ତ ପିଆଇ ଦେଲେ ହେଲେ ମୋ ବୋଉ ଦେଲାନି। ମୁଁ ତୋତେ ସେଦିନ ବାଟ ସାରା ଖୋଜିଛି ହେଲେ କୋଉଠି ବି ପାଇଲିନି । ମୋ ମନ ଭିତରେ ଗୋଟେ ବିକଟାଳ ଗର୍ଜନ ଖାଲି ଶୁଭୁଥିଲା ଆଉ ସେ ଶବ୍ଦ ଶୁଣି କୋହ ରେ ମୋ ଛାତି ଫାଟି ପଡୁଥିଲା। ବୋଉ ଲୋ ଫେରିଆ ତୋ ପୁଅ ଡାକୁଛି, କୋଉଠି ଅଛୁ କହ ମୁଁ ତୋ ପାଖକୁ ଯିବି ତୋତେ ଟିକେ ଦେଖା କରି ଆସିବି।
ବୋଉ ତୁ ଆଜି ଭାରି ମନେ ପଡୁଛୁ
ତମେ ସିନା ତମ କଥା କହିଦେଲେ, ମୋ ମନ କଥା ଶୁଣ, ଗୋଟେ ଝିଅର ମାଆ ନଥିଲେ ତାର ଜୀବନ କେମିତି ଦୂର୍ବିଷ ଭଳି ଲାଗେ ବୋଉ ତୁ ଗଲା ପରଠୁ ମୁଁ କେବେ କାହା ଉପରେ ଆଶା କରୁନି, ଆଉ ସକାଳ ଆଠଟା ଯାଏ ଆଉ ଶୋଉନି, ନିଜ କାମ ନିଜେ କରୁଛି । ପ୍ରତି ମୁହୂର୍ତ୍ତରେ ତୋ ମୁଁହ ଆଉ ମୋ ପାଇଁ ଭଲ ପାଇବା ମିଶା ରାଗ ଆଗ ପଛ ହୋଇ ବୁଲୁ ଥାଆନ୍ତି। ବୋଉ କହିଲୁ ଆଜି ମୋ ବାହାଘର ତୁ ନାହୁଁ କିଏ ମୋତେ ସମାଜର ରୀତି, ନୀତି, ସଣ୍ଠଣା ଆଉ ନିୟମ ସିଖେଇବ । ମୋ ଶାଶୁଘରେ କେମିତି ଚଳିବି କିଏ କହିବ । ଗୋଟେ ଝିଅର କି କି ଅସୁବିଧା ହୁଏ କିଏ ବତେଇ ଦବ ତୋ ଅନୁପସ୍ଥିତିରେ, ତୁ ଆଉ ବାପା ସିନା ଆମ ଘରେ ଚଳେଇ ନିଅନ୍ତି ହେଲେ ମୋ ଶାଶୁଘରେ କଣ ପାରିବେ । ମୁଁ କାନରେ ନାକରେ ପାଦରେ କଣ ପିନ୍ଧିଲେ ଭଲ ଦେଖାଯିବ, ଗୋଡ଼ ପାଣି ଖାଇଲେ କଣ କଲେ ଭଲ ହେଇଯିବ କିଏ କହିବ । କେମିତି ଘର ଓଳା ହେବ ରୋଷେଇ ହେବ ନୂଆ ଲୋକଙ୍କ ସହ ଚଳିବାକୁ ହେବ କିଏ କହିବ । ଶାଶୁ ଶଶୁରଙ୍କ ମନ କେମିତି ଭଲରେ ରଖାହେବ କିଏ କହିବ। ମୋ ବିଦାଇ ବେଳେ ବାହୁନି କାନ୍ଦିବା ପାଇଁ ଗୀତ ଲେଖିଥିଲି ହେଲେ ତୁ ନଥିଲୁ ପରା କିଏ ଶୁଣିବ । ବୋଉ ତୁ ଭାବି ପାରିବୁନି ମୁଁ ଆସିଲା ପରେ ୟାଙ୍କ ଘରକୁ ପ୍ରତିଦିନ କାନ୍ଦେ, ଏଠି ସମସ୍ତେ ଭଲ ହେଲେ ମୋ ମନ ସିନା ତୁ ଏକା ବୁଝି ପାରୁ ନ କହିଲେ ବି। ଆଉ କିଏ କଣ ତୋ ପରି ହେଇ ପାରିବ । ବୋଉ ତୋ ଝିଅ ତୋତେ ବହୁତ୍ ଖୋଜୁଛି ।