‘ତମ ହାତରେ ଠିକ୍ରେ କିଛି ହବନି, ଏ ଲାଇନ୍ ଛାଡ଼ିଦିଅ’ …କହି ଇତିଶ୍ରୀ କରିଥିବା ଏକ ଡ୍ରେସ୍ ଡିଜାଇନର ସ୍କେଚ୍କୁ ମୁହଁ ଉପରକୁ ଫୋପାଡ଼ିଦେଲା ଶ୍ରୀନିବାସ । ଛଅ ମାସ ହେବ ଏହି ଗାରମେଣ୍ଟ୍ କମ୍ପାନୀରେ ଡିଜାଇନର ଭାବେ ଯୋଗ ଦେଇଥିବା ଇତିଶ୍ରୀ କାନ୍ଦ କାନ୍ଦ ହେଇଗଲା । ସେ ନିଷ୍ପତ୍ତି ନେଲା ଯେ ଉପରିସ୍ତ ଅଫିସରକୁ ଆଉଥରେ ଏ ବିଷୟରେ ଜଣାଇବ । ଲଗାତାର ଏଭଳି ବ୍ୟବହାର ତା’ର ସବୁ ଆଗ୍ରହକୁ ପାଣିଚିଆ କରିଚାଲିଥିଲା । ଠିକ୍ ସେହି ସମୟରେ ରୁମ୍ରେ ପ୍ରବେଶ କଲା ଶିଖା । ‘ସାର! ଦେଖନ୍ତୁ ଏହି ଡ଼ିଜାଇନ୍ଟା!’ କହି ସେ ରୁମ୍ର ଦୁଆର ବନ୍ଦ କରିଦେଲା । ଭିତରେ ଚାପା ହସର ଗୁଞ୍ଜରଣରେ ବ୍ୟସ୍ତବିବ୍ରତ ଇତିଶ୍ରୀ ନିଜ ଡେସ୍କକୁ ଆସି ଲାପ୍ଟପ୍ରେ ଇସ୍ତଫା ପତ୍ର ଟାଇପ କରିବାକୁ ଲାଗିଲା ।
ସ୍ୱର
ଲେଖିଛନ୍ତି
ସେ ନିଷ୍ପତ୍ତି ନେଲା ଯେ ଉପରିସ୍ତ ଅଫିସରକୁ ଆଉଥରେ ଏ ବିଷୟରେ ଜଣାଇବ
ସ୍ୱର