କବିତା

ଆ’ ଯିବା

Odia Author Prafulla Tripathy

ମହ ମହ ମହକୁଛି ସୋରିଷ ଫୁଲର ମିଠା ବାସ୍ନା
ଚହଲୁଛି ନଈପାଣି ଚୁମି ଚୁମି ଯାଏ ନୀଳ ଜ୍ୟୋତ୍ସ୍ନା
ତୋର ନୀଳ କଇଁ ଆଖି
ଦେଖୁଥିବ ରାତି ରାତି
ପଣତର ଛାଇ ତଳେ ଏକା. . . ଏକା. . . ଏକା. . . ଏକା

ଆ' ଯିବା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆ’ ଯିବା ସେ ପାରିକୁ
କଥା ହେବା ହାଲ୍କା. . . ହାଲ୍କା. . . ହାଲ୍କା. . . ହାଲ୍କା
ତୋର ମୋର ଏକୁଟିଆ
ଜହ୍ନ ଛାପି ଛାପିକିଆ
ସୁଲୁ ସୁଲୁ ପବନର ଝଲ୍କା. . . ଝଲ୍କା. . . ଝଲ୍କା. . . ଝଲ୍କା ।।

ମହ ମହ ମହକୁଛି ସୋରିଷ ଫୁଲର ମିଠା ବାସ୍ନା
ଚହଲୁଛି ନଈପାଣି ଚୁମି ଚୁମି ଯାଏ ନୀଳ ଜ୍ୟୋତ୍ସ୍ନା
ତୋର ନୀଳ କଇଁ ଆଖି
ଦେଖୁଥିବ ରାତି ରାତି
ପଣତର ଛାଇ ତଳେ ଏକା. . . ଏକା. . . ଏକା. . . ଏକା ।।

ମନଫୁଲା ଗୀତ ଗାଇ ନାଉରିଆ ଗଲାଣି ତ ଫେରି
ଅଦୂରରେ ଥିରି ଥିରି ଡାକେ ପୁଣି ବିରହ ମୂରଲୀ
ମନଖୋଲା ମିଠା ଗପ
ସରିବନି ରାତିଯାକ
ନଈପାଣି ହସୁଥିବ ଫୁଲ୍କା ଫୁଲ୍କା ଫୁଲ୍କା ଫୁଲ୍କା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top