ଆଉ କଥା କହୁନାହିଁ
କଲମ ମୋର,
ଯେବେ ଠୁ ପ୍ରିୟା ତୁ
ହୋଇଲୁ ଦୂର ।
ମୁଁ କି ଜାଣିଥିଲି
ଏ ଛନ୍ଦ କରି,
ମୋ ପ୍ରିୟା ଭାଙ୍ଗିବ
ମୋ ସ୍ବପ୍ନପୂରୀ ।
ଭାବିଥିଲି ମୋ
ଜୀବନ କୁଞ୍ଜେ,
ହସୁଥିବ ଜହ୍ନ
ସକାଳ ସଞ୍ଜେ ।
ଖେଳୁଥିବ ସଦା
ମଧୁ ମଳୟ,
ବାସନ୍ତୀ ମାଧୁର୍ଯ୍ୟ
ରାସ ଅମିୟ ।
ତୁଟିଯାଇଛି ମୋର
ସେ ସବୁ ସ୍ବପ୍ନ,
କେବଳ ରହିଛି
ସ୍ମୃତି ତଳପ ।
ସେଇ ମୋର ଏବେ
ଜୀବନ ରାହା,
ଯେତେ ଦୂରେ ପଛେ
ରହୁ ମୋ ପ୍ରିୟା ।
ତଥାପି ଭାବୁଛି
ଏ ଲେଖା ମୋ ପଢି,
ଲେଉଟି ଆସିବ
ମୋ କୁସୁମ କଢି ।
ଆସି ଫୁଟିଯିବ
ଗନ୍ଧ ଚହଟାଇ,
ମୋ ଜୀବନେ ହସିବ
ମାଳତୀ ଯୁଇ …..
