ଆଚ୍ଛା !
ଶୁଣ ତ,
କଣ ଦରକାର ଥିଲା, ଏତେ ଓଦା ହବ?
ସତ କହିବ ଶହେ ଆଠ ସୁନା ଗରାର
ପାଣିରେ ଇଚ୍ଛା ଥିଲା ,
ନା ଭକ୍ତମାନଙ୍କ ଆଖିର ଲୁହରେ ନିଜ ପାଇଁ
ଉଲ୍ଲାସ ଦେଖିବାକୁ ମନ ଥିଲା ।
ଗଜ ବେଶରେ ମନ ବୁଝିଥିଲା,
ନା କୋଟି ଓଡ଼ିଆଙ୍କ ଭକ୍ତି ଅର୍ଘ୍ୟ ତୁମ ଆତ୍ମା ତୃପ୍ତି ଥିଲା ।
ହେଲେ ଏଇ କଣ ମଣିମା ।
ରତ୍ନ ବେଦି ଛାଡ଼ି, ସ୍ନାନ ମଣ୍ଡପେ ଲୀଳା ରଚିଲ ।
ଭାବର ଠାକୁର ବୋଲି,
ଧନୀ ଗରିବ କାହାକୁ ଅନ୍ତର ନ କରି
ନିଜ ଗାଧୁଆ ରୂପରେ ସମସ୍ତଙ୍କ ମନ ମୋହିଲ ,
ପୁଣି ନିଜେ ଜ୍ୱରରେ ପଡ଼ିଗଲ ।
ଚଉଦ ଦିନ ହେଲାଣି,
ସେ ଅଣସର ଘରେ ରହିଲଣି ।
ଆଉ କେତେ ଦିନ ଯେ ?
ସେ ବନ୍ଦ ଅନ୍ଧାର ଘରଟାରେ ପଶି ରହିବେ ପ୍ରଭୁ ।
ଭକ୍ତମାନେ ଆତୁଳ ହେଲେଣି,
ଶ୍ରୀମନ୍ଦିରର ରତ୍ନ ସିଂହାସନ ବି ଝୁରିଲାଣି,
କାହିଁକି ଏମିତି କର ଯେ ତୁମେ।
ଭାବର ଠାକୁର ତୁମେ,
ସମସ୍ତଙ୍କ ଭାବ ବୁଝିପାର ।
ତୁମ ପାଦ ତଳେ ଏତିକି ଗୁହାରି ସାଆନ୍ତେ,
ଶୀଘ୍ର ସୁସ୍ଥ ହୋଇ,
ସାଥିରେ ଭାଇଭଉଣୀଙ୍କୁ ଧରି ରଥ ଯାତରାରେ ଆସିବା ହୁଅ ।
ତୁମ ଦର୍ଶନର ଅପେକ୍ଷାରେ ପ୍ରଭୁ,
ରହିଲି ।