କେବେ ସେ ଅସରନ୍ତି ସ୍ନେହର ଭଣ୍ଡାର,
ପୁଣି କେବେ ସେ ଅମାପ ସମ୍ପତ୍ତିର ଗନ୍ତାଘର,
କିଏ ଜାଣେ , ତା’ର କେତେ ରୂପ ?
ଝିଅଟେ ଥିଲା, ଭଗିନୀ ହେଲା,
ପୁଣି ସାଜେ କାହାର ପତ୍ନୀ ।
ପୁଣି କୋଉ ଘରର ଘରଣୀ,
ସାଜି ବସେ କେବେ ପୁଣି ଜନନୀ ।
ରୂପ ତା’ର ଅନେକ,
ହେଲେ କେବେ ସେ କମ୍ କରିନି ,
ତା’ର ସ୍ନେହ ଆଉ ମମତାରେ ।
ସବୁ ବୁଝି ଅନ୍ୟକୁ ବୁଝାଏ,
ସବୁରି ମନ ଜାଣି ଦିଏ ସଭିଙ୍କୁ ପରଷି,
ତା’ର ସେଇ ସ୍ନେହ ଆଉ ଭଲ ପାଇବାର ସ୍ଵାଦ ।
ନାଆଁଟି ତା’ର ମା’
ମା’ ନାଆଁ ରେ ତା’ର ଭରା,
ସ୍ନେହ ପ୍ରେମ ଆଉ ଆଦର ,
ଅଭରଣୀୟ ଯତ୍ନ ଆଉ ଅଜସ୍ର ଆଶ୍ରିବାଦ ।
ତା ବିନା ଘର ଲାଗେ ସୁନା ସୁନା,
ତା’ର ଅନୁପସ୍ଥିତି ଅପୂରଣୀୟ ।
ଭୁଲି ଯାଏ ସେ ନିଜ କଥା,
ସଭିଙ୍କ ଉଠିବା ଆଗରୁ ଉଠିଯାଏ ,
ସଭିଙ୍କ ଶୋଇବା ପରେ ସେ ଶୁଏ ।
ଆଜି ଯାଏଁ କେବେ ମୁଁ ତ ଦେଖିନି ତାର ବିଶ୍ରାମ !
ବୋଧେ ବିନା ଦରମାରେ ଖଟୁଥିବା ମଣିଷ,
ବିନା ରୁକାବଟ ରେ ଚାଲୁଥିବା ଯନ୍ତ୍ରପାତି ।
କେବେ ଲୋଡା ନାହିଁ କାହାର ସାହାଯ୍ୟ,
କେବେ ମାଗି ନାହିଁ କାହାର ଆଶ୍ରୟ ।
ଘଡିର ପ୍ରତି ସେକେଣ୍ଡ କଣ୍ଟା ଠାରୁ ବି,
ତା ବେଗ ଅତ୍ୟନ୍ତ ତୀବ୍ର ।
ନବ ଜାଗ୍ରତ ଶିଶୁର ଶରୀର ଠାରୁ ବି,
ଅତ୍ୟନ୍ତ କୋମଳ ତାର ମନ ।
କେବେ ସାଜେ ଡାକ୍ତରାଣୀ,
ଆଉ କେବେ ପୁଣି ରାନ୍ଧୁଣି ।
ସେଥିପାଇଁ ବୋଧେ,
ସଂପୂର୍ଣ୍ଣର ଅନ୍ୟ ରୂପ ମା’ ।
ସେ ମୋ ଠାରୁ ଦୂରରେ ରହୁ କି,
ମୁଁ ତା ଠାରୁ ଦୂରକୁ ଯାଏ,
ମୋ ଜୀବନରେ ତା’ର ଅନୁପସ୍ଥିତି,
ସବୁବେଳେ ଅପୂରଣୀୟ ।
ସେଥିପାଇଁ ବୋଧେ ମା’ ନୁହେଁ ସେ,
ଖୁସିର ପରସ, ସ୍ନେହର ଆଧାର,
ଯତ୍ନର ପ୍ରତିରୂପ ।
ଏଇ ସବୁ କିଛି ତା’ର ତୁଳନାରେ ତୁଚ୍ଛ ।
ଶବ୍ଦ ନାହିଁ ତାକୁ ସଜେଇବା ପାଇଁ,
ଭାଷା ନାହିଁ ତାକୁ ବୁଝେଇ କହିବା ପାଇଁ ।
ପୂର୍ଣ୍ଣ ଭରା ଚାବିକାଠି ଟେ ସେ ,
ସେ ହେଉଛି ମୋ ମା’ ।