କବିତା

ବାରେ କେହି ବାରେ ବାରେ

Ritindra Panda's odia poem baare kehi baare baare

ଛୁଆଟି ତାର ନ ଆସୁ ଖଳଙ୍କ ନଜରେ
ମା ବାରିଦିଏ ଛୋଟ କଳାଟିପା ଦେଇ ତାର ନାଲି
ଗୁଲୁଗଲୁ ଗାଲରେ
କଳାଜାଇଟେ ବି ବାରି ରହିଥାଏ ସହଜେ ନଜର

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଛୁଆଟି ତାର ନ ଆସୁ ଖଳଙ୍କ ନଜରେ
ମା ବାରିଦିଏ ଛୋଟ କଳାଟିପା ଦେଇ ତାର ନାଲି
ଗୁଲୁଗଲୁ ଗାଲରେ
କଳାଜାଇଟେ ବି ବାରି ରହିଥାଏ ସହଜେ ନଜର
ଅଟକୁଥିବା ସଫା ଜାଗାରେ
କାହା ଘରେ ବାରି ପୁଣି ବାନ୍ଧନ୍ତି କଳା ଦଉଡ଼ି ଖଣ୍ଡେ
ସୁନ୍ଦରୀମାନଙ୍କର ବାଆଁ ଗୋଡ଼ରେ
ପ୍ରେମ ତ ନୁହେଁ ଖାଲି ରହିଥିଲେ ପାଖରେ
ପ୍ରେମର ବାସ୍ନା ସେ ବି ବାରିଛି, ଯିଏ ରହିଛି ନିଜ
ଲୋକଙ୍କୁଠୁ ଦୂରରେ
ଭଲ ପାଉଥିବା ଲୋକ କେହି ଯଦି ରୁହେ ଦୂରେ
କେହି ତାର ନିଜ ଲୋକ ବାରେ ବି ତାକୁ ବାରେ ବାରେ

କେମିତି କେଜାଣି ସେ ଜାଣିପାରେ
ଛାଡିଛି କି କାହାକୁ ଗୋପନରେ
ନା ନିଜେ ବାରି କରି ବାରେ ସେ ବାରେ ବାରେ
କାଳେ ହଜିଯିବ ଭୁଲା ମନ ଭିଡ ବଜାରର ଗଳି
କନ୍ଦି କେଉଁ ମୋଡରେ
ବାରେ କେହି ବେଶୀ ନ ବୁଲିବା ପାଇଁ ବଜାରେ
ଡେରି ହେଲେ ଚଳିବ, ଯା ଆସ ହଉ ଧୀରେ ଧୀରେ
ଦୂରଭାଷ ଯୋଗେ ଟିକେ ଜଣାଇ ଦେବ
ପହଞ୍ଚିଯିବା ପରେ ପରେ
ପାଖେ ନରହିଲେ ବି ମାନିବାକୁ ଅମାନିଆ ମନ ଟା ବି
ବାଧ୍ୟ କରେ
ବାରେ ବୋଲି ତ କେହି ବାରେ ବାରେ
ବାରଣ ବୋଧେ ଥାଏ କାହାର ଦ୍ଵିତୀୟା ଜହ୍ନ ପରି
ହସକୁରି ଓଠର ଧାରେ ଧାରେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top