–ପୂର୍ବରୁ–

ପ୍ରକୃତ ଧାର୍ମିକ ସଂଗଠନଠାରୁ ଲୋକଙ୍କ ଦୃଷ୍ଟିବିସ୍ଥାପନ ଦ୍ଵାରା ସେମାନଙ୍କୁ ନକଲି ସଂଗଠନପ୍ରତି ଆକର୍ଷିତ କରନ୍ତୁ ।
ଏବଂ ଏହା ସର୍ବଦା ରାମ ମୋହନ ରାୟଙ୍କଠାରୁ ଆରମ୍ଭ ହୋଇଥାଏ, କାରଣ ସେ ଏହି ନୂତନ ହିନ୍ଦୁ ଧର୍ମର ପ୍ରତିଷ୍ଠାତା । ରାମ ମୋହନ ରାୟ କଲିକତାରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀର କର୍ମଚାରୀ ଥିଲେ । ଅଭିଯୋଗ ହେଉଛି ଏହା ଯେ, ସେ ହିନ୍ଦୁ ଧର୍ମକୁ ନିଜର ଏକ ମିଶ୍ରିତ ଚିନ୍ତାରୁ ଆରମ୍ଭ କରିଥିଲେ, ଯାହାକୁ ଆମେ ଖିଚିଡି ବୋଲି କହିଥାଉ । ସେ ଏହି ତତ୍ତ୍ବ କୁ ଆରମ୍ଭ କରିଥିଲେ, ଯାହାକୁ ଆଜି ଆମେ ଏକ କଳଙ୍କିତ ସମାନତା ର ଧାରଣା ବୋଲି କହୁଅଛୁ । ବ୍ରିଟିଶ୍ ଏ ଦିଗରେ ଆଗରୁ ପ୍ରଚେଷ୍ଟା କରି ଆସୁଥିଲେ , କିନ୍ତୁ ବର୍ତ୍ତମାନ ଆମର ଭାରତର ଜଣେ ପ୍ରତିଷ୍ଠିତ , ଅତି ଶକ୍ତିଶାଳୀ , ସୁସମ୍ମାନିତ , ଏବଂ ଉଚ୍ଚବଂଶୀୟ ଭଦ୍ରବ୍ୟକ୍ତି ଏହାର ବିକ୍ରୟ କରୁଥିଲା । ସେ ଏକ ୟୁନିଟାରୀ ଏବଂ ୟୁନିଟାରୀ ଚର୍ଚ୍ଚରେ ନିଜ ଧର୍ମ ପରିବର୍ତ୍ତନ କରିଥିଲେ । ଏବଂ ଏହିଭଳି କିଛି ଚତୁକାରୀୟ ବ୍ୟକ୍ତିଙ୍କ ସାଧାରଣ ମନ୍ତବ୍ୟ ହୋଇଥାଏ ଯେ ଆମର ସହାୟକ ହୁଅନ୍ତୁ , ଆମେ ସଭ୍ୟ ହୋଇନାହୁଁ , ଦୟାକରନ୍ତୁ ଏବଂ ଏହିଭଳି ଅନେକ କିଛି । ସେ ଏକ ଭାରତୀୟ ବ୍ରାଉନ୍ ସାହେବ ର ଉଦାହରଣ (ପ୍ରୋଟୋଟାଇପ୍) ଥିଲେ ।


ରାମମୋହନ ରାୟ
ଏହି ଅବଦମନ ପ୍ରକ୍ରିୟାରେ କମ୍ପାନୀ ରାମମୋହନ ରାୟଙ୍କ ଭଳି ଅନେକ ଉତ୍ସାହୀ ଧୂସର ବର୍ଣ୍ଣର ଯୁବକ ପାଇଲା, ଯେଉଁମାନଙ୍କୁ ମାନ୍ୟତା ଏବଂ ସମ୍ମାନ ଦ୍ୱାରା ପ୍ରଲୋଭିତ କରି ବ୍ୟବହାର କରିଥିଲା । ପରିସ୍ଥିତି ଏଭଳି ଥିଲା ଯେ ୧୮୩୩ ମସିହାରେ ରାଜା ରାମମୋହନ ରାୟଙ୍କ ମୃତ୍ୟୁ ପରେ ତାଙ୍କୁ ଖ୍ରୀଷ୍ଟିୟ ପଦ୍ଧତିରେ ଇଂଲଣ୍ଡର ବ୍ରିଷ୍ଟଲରେ କବର ଦିଆଯାଇଥିଲା ।

ନିଶ୍ଚିତ ଭାବରେ, ପ୍ରତ୍ୟେକ ସମାଜରେ ଏପରି ଲୋକ ଅଛନ୍ତି ଯେଉଁମାନେ ସମାଜ ବିରୁଦ୍ଧରେ ରୁହନ୍ତି। ଯେଉଁ ସମୟରେ ଏହି ସମସ୍ତ ଗତିବିଧି ଗୋଟିଏ ଦିଗକୁ ନିର୍ଦ୍ଦେଶିତ ହେବ , ସେହି ସମୟ ହେଉଛି ସେ ଆନ୍ଦୋଳନକୁ ଧରିବା ଓ ଆଗକୁ ବଢାଇନେବାର ମୂହୁର୍ତ୍ତ । ଯେ ପର୍ଯ୍ୟନ୍ତ ସେ ସମସ୍ତ ଗତିବିଧି ସମଗ୍ର ସମାଜକୁ ଧ୍ବଂସ ହେବାକୁ ବାଧ୍ୟ ନକରିଛି , ସଙ୍କଟ ଆଡକୁ ନେବାକୁ ଚେଷ୍ଟା ନକରିଛି , ସେ ପର୍ଯ୍ୟନ୍ତ ଏହାକୁ ଜାରି ରଖିବା ।
ପରବର୍ତ୍ତୀ ଲକ୍ଷ୍ୟ ହୋଇଉଠିଲା , ଭାରତର ହଜାରେ ବର୍ଷରୁ ଚାଲି ଆସୁଥିବା ଜାତି ଓ ବର୍ଣ୍ଣ ବ୍ୟବସ୍ଥା । ଯେତେବେଳେ ବ୍ରିଟିଶମାନେ ଭାରତକୁ ଆସିଲେ, ୫୦୦ ରାଜ୍ୟ ମଧ୍ୟରୁ ୪୦୦ ବା ତତୋଧିକ ରାଜ୍ୟ ଶୂଦ୍ର ରାଜାଙ୍କର ଥିଲ। । କିନ୍ତୁ ଅବଦମନ କରିବା ପାଇଁ ମତଭେଦକୁ ଆହୁରି ଗଭୀର କରିବା ଆବଶ୍ୟକ ଥିଲା । ଗୋରାମାନେ ବର୍ଣ୍ଣ ଏବଂ ଜାତିକୁ କାଷ୍ଟ ରେ ପରିବର୍ତ୍ତନ କରିଥିଲେ । ଯେତେବେଳେ କି କାଷ୍ଟ ଏକ ସ୍ପେନୀୟ ପର୍ତ୍ତୁଗୀଜ୍ ଧାରଣା ଥିଲା ଯାହାକି “କାସ୍ତା” ଶବ୍ଦରୁ ଜାତ । ଯାହାର ଭାରତ ସହିତ କୌଣସି ସମ୍ପର୍କ ନଥିଲା ।
ସେମାନେ ଅର୍ଥାତ୍ ବ୍ରିଟିଶ ମାନେ ରୱାଣ୍ଡା ଦେଶରେ ମଧ୍ୟ କାଷ୍ଟ ପ୍ରଥା ଆରମ୍ଭ କରିଦେଇଥିଲେ। କିନ୍ତୁ ସେଠାରେ ତ କୌଣସି ବ୍ରାହ୍ମଣ ନଥିଲେ। ଯେତେବେଳେ ଆପଣ ବ୍ରିଟିଶ ଦ୍ୱାରା ପ୍ରତିଷ୍ଠିତ ୧୮୭୧ ମସିହା ପରର ଜନଗଣନାକୁ ଦେଖିବା ଆରମ୍ଭ କରିବେ ସେବେ ଜାଣିବାକୁ ପାଇବେ ଯେ ଲୋକମାନଙ୍କ ନାମକୁ କାଷ୍ଟ ରେ ଲେଖିବାର ସ୍ପଷ୍ଟ ନିର୍ଦ୍ଦେଶ ପ୍ରତ୍ୟେକ ଜନଗଣନା କମିଶନରଙ୍କୁ ଦିଆଯାଇଥିଲା ଏବଂ ସେମାନଙ୍କୁ ପ୍ରତିଟି ଲୋକର ନାମ କୁ କାଷ୍ଟ ହିସାବରେ ବର୍ଗୀକୃତ କରି ଲେଖିବାକୁ ପଡୁଥିଲା ଏବଂ ଯିଏ ଲେଖୁଥିଲେ ସେ ନିଜେ ଲିଖିତତଥ୍ୟ ପଠାଉଥିଲେ । ସେ କହୁଥିଲେ କି ଏଠାରେ ଥିବା ଲୋକମାନେ ଏହି କାଷ୍ଟ ପଦ୍ଧତି ଉପରେ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଉପରେ ଥିବା ଅମଲା କର୍ମଚାରୀମାନେ ଲେଖିବା ପାଇଁ କହୁଥିଲେ । ସେଥିପାଇଁ ଏଠାରେ ବର୍ଣ୍ଣ, ଜାତି, ବଂଶ / କୁଳ ପରମ୍ପରା, ସମସ୍ତଙ୍କୁ କାଷ୍ଟ ପ୍ରଣାଳୀ ରେ ରଖାଯାଇଥିଲା ଏବଂ ଆଜି ଆମେ ଏହାର ଦାସ ହୋଇସାରିଛୁ ଏବଂ ମାନି ବସିଚୁ ଯେ ଆମେ ଏହିପରି ଅଟୁ ଓ ଆମେ ସର୍ବଦା ଏକ ଜାତି ଭିତ୍ତିକ (caste) ସମାଜ ଭଳି ରହିଆସିଛୁ ।

ରୋମାନ୍ ମାନଙ୍କର Divide et Impera (Divide and rule) ବିଭାଜନ ଓ ଶାସନ ନୀତିକୁ ବ୍ରିଟିଶମାନେ ଅତି ଭଲଭାବରେ ପ୍ରୟୋଗ କରୁଥିଲେ । ବ୍ରାହ୍ମଣ ଏବଂ କ୍ଷତ୍ରିୟମାନଙ୍କୁ ଅତ୍ୟାଚାରକାରୀ, ଆର୍ଯ୍ୟ ଆକ୍ରମଣକାରୀ ଭାବରେ ନାମିତ କରି ସେ ସମୟର ସମସ୍ୟା ପାଇଁ ସେମାନଙ୍କୁ ଦାୟୀ କରିଥିଲେ ଏବଂ ହତ୍ୟା କରିଥିଲେ ମାତ୍ର ଏହାର ପ୍ରକୃତ କାରଣ ଥିଲା କମ୍ପାନୀର ଲୁଟ୍ ଏବଂ ଇସଲାମୀୟ ରାଜତ୍ୱ ସମୟର କୁନୀତି ଅବା ମନ୍ଦତା । ସମାଜର ଭେଦଭାବ ଏବଂ ପରିସ୍ଥିତିକୁ ଅଧିକ ଖରାପ କରିବା ସହ ମୁସଲମାନମାନଙ୍କ ଦ୍ୱାରା ଗୋ-ବଧ ପୁଣିଥରେ ଜୋରଦାର ଭାବେ ଆରମ୍ଭ କରାଇ ଦିଆ ଯାଇଥିଲା ।
୧୮୭୧ କ୍ରାଇମ (ଅପରାଧ) ଆଦିବାସୀ ଅଧିନିୟମ ଅନୁଯାୟୀ, ଅନେକ ଆଦିବାସୀ ଜାତି ଜନ୍ମରୁ ଅପରାଧୀ ଘୋଷିତ ହୋଇଥିଲେ। ଏହିପରି ନୀତି ଏବଂ ଦ୍ରୁତ ଗତିରେ ହ୍ରାସ ପାଉଥିବା ସମ୍ପଦ ମଧ୍ୟରେ ଭାରତର ପ୍ରାଚୀନ ସାମାଜିକ ସଙ୍ଗଠନ ଭାଙ୍ଗିବା ଆରମ୍ଭ କଲା ।

ଶିକ୍ଷା
ଯାହାକିଛି ଗଠନମୂଳକ, ବାସ୍ତବିକ ,ସୁଦକ୍ଷ ତାହା ଶିଖିବାରୁ ସେମାନଙ୍କୁ ବିଭ୍ରାନ୍ତ କର । ଲୋକ ମାନଙ୍କ ନିକଟରୁ ପଦକ୍ଷେପ ଗ୍ରହଣ କରିବାର କ୍ଷମତା କୁ ବିଚ୍ୟୁତ କରିଦିଅ ଏବଂ ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ପ୍ରାକୃତିକ ଭାବେ ପ୍ରତିଷ୍ଠିତ ସମ୍ବନ୍ଧର ଦାୟିତ୍ୱ କୁ ଛଡ଼ାଇ ନିଅ ଓ ସେମାନଙ୍କୁ କୃତ୍ରିମ, ଅମଲାତନ୍ତ୍ରୀକ , ନିୟନ୍ତ୍ରଣ ସଂସ୍ଥାରେ ପରିବର୍ତ୍ତିତ କର ।
ୱିଲିୟମ୍ ବେଣ୍ଟିକ୍ ୧୮୩୫ ମସିହାରେ ଏକ ଇଂରାଜୀ ଶିକ୍ଷା ଅଧିନିୟମ ଆଣି , ଭାରତୀୟ ଶିକ୍ଷା ଏବଂ ଗୁରୁ ଶିଷ୍ୟ ପରମ୍ପରାର ସମାପ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ। ମୌକାଲେଙ୍କ (Thomas Babington Macaulay) ଯୋଜନା ଅନୁସାରେ ଭାରତର ଲୋକମାନଙ୍କୁ ଏବେ ୟାର୍କ ସହରର ବସ୍ତିର ଶିକ୍ଷା ନେବାର ଥିଲା । ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିବା ଅପେକ୍ଷା, ଶ୍ରେଣୀଗୃହରେ କାହାକୁ ହତାଶ କରିବା ବହୁତ ଭଲ ଥିଲା । ଲୁଣ୍ଠନ ଦ୍ୱାରା ନଷ୍ଟ ଓ ନିସ୍ଵଃ ହୋଇଯାଇଥିବା ସମାଜ, ପାରମ୍ପରିକ ବିଦ୍ୟାଳୟଗୁଡ଼ିକୁ କିପରି ଦାନ ଦେଇପାରିଥାନ୍ତା । ବିଦ୍ୟାଳୟ ଓ ଗୁରୁକୁଳ ଗୋଟିଏ ପରେ ଗୋଟିଏ ବନ୍ଦ ହେବା ଆରମ୍ଭ କଲେ । ଶିକ୍ଷା ବିନା ଜନସମାଜ ବର୍ତ୍ତମାନ କେବଳ ଅଶିକ୍ଷିତ ଶ୍ରମିକ ଏବଂ କୃଷକଙ୍କ ଗୋଷ୍ଠୀ ହୋଇ ରହିଗଲା । ଆମକୁ (White Man’s Burden) ଧଳା ଚର୍ମଧାରୀ ମନୁଷ୍ୟ ମାନଙ୍କ ବୋଝ, ବ୍ରିଟିଶମାନଙ୍କର ଭାର ବୋଲି କୁହାଯାଉଥିଲା । ବ୍ରିଟିଶ ମିସନାରୀ (ଧର୍ମ ପ୍ରଚାରକ) ଗରିବ ପିଲାମାନଙ୍କୁ ସେମାନଙ୍କ ଘରୁ ନେଇଯାଉଥିଲେ ଏବଂ ସେମାନଙ୍କୁ କନଭେନ୍ଟ (convent) ରେ ରଖି ଇଂରାଜୀ ଚାଲି ଚଳନ ଶିଖାଉଥିଲେ । ଏହିପରି ଅଧ୍ୟୟନ ପରେ ଯେତେବେଳେ ପିଲାମାନେ ସେହି କନଭେନ୍ଟ ଗୁଡିକରୁ ବାହାରକୁ ଆସୁଥିଲେ, ସେମାନଙ୍କୁ ସେମାନଙ୍କର ନିଜ ନିଜ ପିତାମାତା ଏବଂ ସେମାନଙ୍କ ସମାଜ ଅପରିଚିତ ଲାଗୁଥିଲା ଏବଂ ଚାଲାଖ ମିଶନାରୀମାନଙ୍କୁ ନିଜ ସମ୍ପର୍କୀୟ ଭାବୁଥିଲେ । ଫାଦର (Father) ବର୍ତ୍ତମାନ ପିତାଙ୍କ ସ୍ଥାନ ନେଇସାରିଥିଲେ । ଯେଉଁ ଦେଶକୁ ସମଗ୍ର ୟୁରୋପ ଲୁଣ୍ଠନ କରିଥିଲା , ସେ ଦେଶରେ ଜନ୍ମିତ ପିଲାମାନଙ୍କୁ ବିଶ୍ୱାସ ଦିଆଗଲା ଯେ ସେମାନଙ୍କର ସଂସ୍କୃତି ପଛୁଆ ଏବଂ ଲୁଣ୍ଠନକାରୀ ଖ୍ରୀଷ୍ଟିଆନଙ୍କ ମାର୍ଗ ଭଲ ଥିଲା। ଏହି ଉପାୟରେ ଧର୍ମ, ଜାତି, ଶିକ୍ଷା, ସମାଜ, ପ୍ରତ୍ୟେକ ସ୍ତରରେ ଭାରତର ନିରୀହ ଲୋକମାନଙ୍କୁ ସଚେତ ଭାବରେ ହତୋତ୍ସାହିତ କରାଯାଉଥିଲା ।

ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଅସ୍ଥିରତା ଉଦ୍ରେକ କରିବା ।
ଡ୍ରପ୍ ଆଉଟ୍ (ଅଧା ପାଠୁଆ) କିମ୍ବା ଅର୍ଦ୍ଧ ପରିପକ୍ଵ ବୁଦ୍ଧିଜୀବୀ ବର୍ତ୍ତମାନ ସରକାରୀ ସିଭିଲ୍ ସର୍ଭିସ, ବ୍ୟବସାୟ, ଗଣମାଧ୍ୟମ ,ଶିକ୍ଷା ବ୍ୟବସ୍ଥାରେ କ୍ଷମତାରେ ରହିବେ , ଯାହା ସହିତ ଜଣଙ୍କୁ ଅନିଚ୍ଛା ସତ୍ତ୍ୱେ ଅଟକି ରହିବାକୁ ହେବ । ଆପଣ ଏଥିରୁ ମୁକ୍ତି ପାଇପାରିବେ ନାହିଁ । ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଚିନ୍ତା କରିବା ଏବଂ ପ୍ରତିକ୍ରିୟା କରିବା ପାଇଁ ସେମାନଙ୍କୁ ପ୍ରୋଗ୍ରାମ କରାଯାଏ ।
ଧନୀ ପରିବାରର ପିଲାମାନେ ବର୍ତ୍ତମାନ ଅଧ୍ୟୟନ ନିମନ୍ତେ ଇଂଲଣ୍ଡ ଯାଉଥିଲେ । ବାରିଷ୍ଟର ତଥା ସରକାରୀ କର୍ମଚାରୀ ହେଉଥିଲେ । ସେଠାରୁ ଫେରି ଆସିଲା ପରେ ମଧ୍ୟ ଏହି ଧନୀ ଧୁସର ସାହେବମାନଙ୍କ ଅନ୍ତରରେ ଦଳିତ, ଅବହେଳିତ ଜନସାଧାରଣଙ୍କ ପ୍ରତି କୌଣସି ସହାନୁଭୂତି ନଥିଲା ବରଂ ବର୍ତ୍ତମାନ ସେମାନଙ୍କ ମନରେ ଭୟଥିଲା ଯେ ବ୍ଲଡି ଭିଲେଜର୍ସ ( Bloody Villagers) ସେମାନଙ୍କର ଗୋରା ମାଲିକମାନଙ୍କୁ କାଳେଆହୁରି ଅଧିକ କ୍ରୋଧାନ୍ଵିତ କରିବେ ଯାହାର ପରିଣାମ ସ୍ଵରୂପ ସେମାନଙ୍କର ସମ୍ମାନ ନଷ୍ଟ ହୋଇୟିବ ।
ଏପରିକି ଯଦିଓ ଆପଣ ସେମାନଙ୍କୁ ପ୍ରାମାଣିକ ତଥ୍ୟ ପ୍ରକାଶ କରି ଦିଅନ୍ତି , ଆପଣ ପ୍ରମାଣ କରନ୍ତି ଯେ ଧଳା ହିଁ ଧଳା ଏବଂ କଳା ହେଉଛି କଳା ତଥାପି ଆପଣ ସେମାନଙ୍କ ମନ ପରିବର୍ତ୍ତନ କରିପାରିବେ ନାହିଁ । କୌଣସି ମତେ ସେମାନଙ୍କର ମୌଳିକ ଧାରଣା ଏବଂ ଯୁକ୍ତିଯୁକ୍ତ ଆଚରଣ ପରିବର୍ତ୍ତନ କରିପାରିବେ ନାହିଁ ।
ବ୍ରିଟିଶ ରାଜ ଖୁସି ଥିଲା । ରାଜକୀୟ ପୃଷ୍ଠପୋଷକତାରେ ରାଜାମାନେ ରାଜମହଲ ମଧ୍ୟରେ ଅୟସ କରୁଥିଲେ । କିନ୍ତୁ ଧୂଷର ସାହେବମାନେ ସବୁଠାରୁ ଅଧିକ ଖୁସି ଥିଲେ । ମାଲିକମାନେ ଏବେ ସେମାନଙ୍କୁ କଳା କୁକୁରମାନଙ୍କୁ ଘଉଡାଇବା ପାଇଁ କ୍ଷମତା ପ୍ରଦାନ କରିଥିଲେ । ଯେଉଁ ସମ୍ଭ୍ରାନ୍ତ ଲୋକମାନେ ନିଜ ସାମର୍ଥ୍ୟ ପ୍ରତିପାଦିତ କରିଥିଲେ, ସେମାନଙ୍କୁ ଇଂରେଜ ମାନେ ଖୁସି ହୋଇ ଜାଗିର, ପଦକ , ରାଜକୀୟ ସମ୍ମାନ ପ୍ରଦାନ କରିଥିଲେ। କେତେକଙ୍କୁ ରାୟ ବାହାଦୂର ସମ୍ମାନ, କେତେକଙ୍କୁ ଖାନ ବାହାଦୂର ଏବଂ କେତେକଙ୍କୁ ନାଇଟ ହୁଡ଼ (Knighthood) ପ୍ରଦାନ କରାଯାଇଥିଲା । ଗାଁରେ କାନ୍ଦୁଥିବା ଲୋକଙ୍କ କଥା ଅବା କିଏ ଶୁଣୁଥିଲା ? ଇଣ୍ଡିଆ ଏବଂ ଭାରତ ଦୁଇଟି ଭିନ୍ନ ଚିନ୍ତାଧାରାରେ ପରିଣତ ହେଲେ । ଏହି ଶତାବ୍ଦୀରେ ସାଧାରଣ ଲୋକଙ୍କ ମଧ୍ୟରେ ଭାରତର ଶ୍ରେଣୀ ବିଭାଜନର ରେଖା ସବୁଦିନ ପାଇଁ ଅଙ୍କିତ ହୋଇଥିଲା । ସାଧାରଣ ଲୋକମାନେ ମଧ୍ୟ ଏବେ ଆଶା ଛାଡିଦେଇଥିଲେ । ବ୍ରିଟିଶ ସାମ୍ରାଜ୍ୟର ସୂର୍ଯ୍ୟ କେବେ ବି ଅସ୍ତ ହେବାଭଳି ଲାଗୁନଥିଲା ।
୧୯୪୭ ପର୍ଯ୍ୟନ୍ତ, ବ୍ରିଟିଶ ରାଜ ପ୍ରଶାସନର ମୁଖ୍ୟ ଚାଳକ ଥିଲା Imperial legislative council (ସାମ୍ରାଜ୍ୟ ବିଧାନ ପରିଷଦ)। ଏହି ପରିଷଦରେ ଅନୌପଚାରିକ ସଦସ୍ୟତା ଆଧାରରେ ଭାରତୀୟମାନଙ୍କୁ ମନୋନୀତ କରାଯାଉଥିଲା । ଦେଶର ସବୁଠାରୁ ବଡ ବଡ଼ ଧୂଷର ସାହେବ , ଜମିଦାର, ରାଜକୁମାର, ଆଇନଜୀବୀ, ମାଜିଷ୍ଟ୍ରେଟ୍ ଏବଂ ବ୍ୟବସାୟୀ ଏଥିରେ ସଭ୍ୟ ହେଉଥିଲେ । ଏହା ସ୍ପଷ୍ଟ ଯେ, ସେମାନେ ଏଭଳି କିଛି ଲୋକ ଥିଲେ ଯେଉଁମାନଙ୍କର ବ୍ରିଟିଶ ରାଜମୁକୁଟ ପ୍ରତି ବିଶ୍ଵାସ ସମ୍ପୂର୍ଣ୍ଣ ଏକନିଷ୍ଠ ରହୁଥିଲା ।

ଆମେ ଭାବୁ ଯେ ଦମନକାରୀ ହେଉଛି ଜଣେ ବ୍ୟକ୍ତି ଯିଏ ଆମର ସୁନ୍ଦର ସେତୁଗୁଡିକୁ ବିସ୍ଫୋଟ କରି ଉଡ଼ାଇବାକୁ ଯାଉଛନ୍ତି । ନା ବର୍ତ୍ତମାନର ଦମନକାରୀ (ସବଭର୍ଟର) ହେଉଛି ସିଏ ଯିଏ ବିନିମୟ କାର୍ଯ୍ୟକ୍ରମରେ ଆସିଥିବା ଜଣେ ଛାତ୍ର, ଜଣେ କୂଟନୀତିଜ୍ଞ, ଜଣେ ଅଭିନେତା , ଜଣେ କଳାକାର ।
ଆପଣଙ୍କର କେହି ନିଜସ୍ୱ ବ୍ୟକ୍ତି ଅଛନ୍ତି ଯିଏ ଅତ୍ୟାଚାର କୁ ଅଧ୍ୟୟନ କରିଛନ୍ତି ଏବଂ ଯେହେତୁ ସେ ସଂସ୍କୃତି ପ୍ରତି ଆଗରୁ ଉତ୍ସାହିତ , ତେଣୁକରି ସେ ସେଥିରେ ଉତ୍କର୍ଷତା ଲାଭ କରିଛନ୍ତି । ଏପରି ସ୍ତର ପର୍ଯ୍ୟନ୍ତ ସେ ଏହା କରିବାକୁ ସକ୍ଷମ ଯେପରି କୌଣସି ବିଦେଶୀ କରିପାରିବେ ନାହିଁ।
ଚାଲଖ ବ୍ରିଟିଶମାନେ ଆଗରୁ ବୁଝିସାରିଥିଲେ ଯେ ଭାରତରେ ସେମାନଙ୍କର ଶାସନ ଚିରସ୍ଥାୟୀ ହୋଇ ରହିବ ନାହିଁ । ଅମଲାତନ୍ତ୍ରର କ୍ରମବର୍ଦ୍ଧିଷ୍ଣୁ ନିରଙ୍କୁଶ ସ୍ଵାଧୀନତାକୁ ଦେଖି ଅଲାନ ଅକ୍ଟାଭିଆନ୍ ହ୍ୟୁମ୍ (Allan Octavian Hume) ସାମ୍ରାଜ୍ୟକୁ ବଞ୍ଚାଇବା ପାଇଁ ୧୮୮୫ ମସିହାରେ କଂଗ୍ରେସ ଗଠନ କରିଥିଲେ । ୧୮୫୭ ପରି ପରିସ୍ଥିତି ପୁନର୍ବାର ସୃଷ୍ଟି ହେବାରୁ ଅଟକାଇବାର ଉଦ୍ଦେଶ୍ୟ ରଖି କିଛି ସାଧାରଣ ସାମାଜ ସଂସ୍କାର ମାନ ଆଣିବା ନିମନ୍ତେ ସେ ଏହାକୁ ଗଠନ କରିଥିଲେ । ଏହି ସୁରକ୍ଷା ଜାଲର ପ୍ରଥମ ସଦସ୍ୟ କିଏ ହୋଇଗଲେ ? ସେହି ସାମ୍ରାଜ୍ୟବାଦୀ ପରିଷଦ ପରି ସମସ୍ତ ଧୂଷର ସାହେବ ମାନେ । ହ୍ୟୁମଙ୍କ ଭୟ ଭୁଲ ନଥିଲା । ବ୍ରିଟିଶମାନଙ୍କ ଦମନର ଶବ୍ଦ ଉହାଡ ରେ ନୂଆ ବିଦ୍ରୋହର ସ୍ୱର ଶୁଣାଯାଉଥିଲା । ଛତ୍ରପତି ଶିବାଜୀ ମହାରାଜ ହିନ୍ଦବି ସ୍ଵରାଜ ୧୮୭୬ ମସିହାରେ ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ କଲମରୁ ସ୍ଵରାଜ ଆହ୍ୱାନରେ ପରିଣତ ହୋଇ ବାହାରିଲା । ସ୍ଵରାଜ , ଭାରତ ଓ ଭାରତୀୟ ମାନଙ୍କ ପାଇଁ ।

ସମାଜ ପକ୍ଷରେ ତଥା ସମାଜର ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଏକ ନୂତନ ପିଢିକୁ , ଦେଶପ୍ରେମ ମାନସିକତାଧାରୀ ତଥା ସାଧାରଣ ଜ୍ଞାନବାନ ଲୋକରେ ପରିଣତ କରିବା ଅପାୟନ ଶିକ୍ଷା ଦେବାରେ ଆପଣଙ୍କୁ ଆଉ ୨୦ କିମ୍ବା ୧୫ ବର୍ଷ ଦରକାର ।
ଏହି ଅଗ୍ନି ଭିତରେ ଭିତରେ ସମଗ୍ର ଦେଶରେ ବ୍ୟାପୁଥିଲା । ବାଲ ଗଙ୍ଗାଧର ତିଲକ, ଶ୍ରୀ ଅରୋବିନ୍ଦ, ବିପିନ୍ ଚନ୍ଦ୍ର ପାଲଙ୍କ ପରି ଭବିଷ୍ୟତର ମହାନ ବିପ୍ଳବୀମାନେ ପ୍ରସ୍ତୁତ ହେଲେ । ଜାତୀୟତାବାଦୀ ଦାର୍ଶନିକ ବିଦ୍ୱାନ ମାନଙ୍କର ଶୋଧକୁ ପଢିବା ପରେ , ନୂଆ ପିଢ଼ି ହତୋତ୍ସାହ ଭାବନାର ପ୍ରଭାବରୁ ମୁକ୍ତ ହେବାକୁ ଲାଗିଲେ । ଭବିଷ୍ୟତର ମହାନ କ୍ରାନ୍ତିକାରୀମାନେ ଏହି ବିଚାରଧାରା ସହିତ ବଡ଼ ହେଲେ । ସମୟର ପରିବର୍ତ୍ତନକୁ ଅନୁଭବ କରି ସାମ୍ରାଜ୍ୟ ପରିଷଦର ସାହେବମାନେ , ବର୍ତ୍ତମାନ କଂଗ୍ରେସରେ ଉପସ୍ଥାନ ବୃଦ୍ଧି କରିବା ଆରମ୍ଭ କରିଲେ । ବିଳାସପୂର୍ଣ୍ଣ ବଙ୍ଗଳା , ସମ୍ପତ୍ତି ଏବଂ ପାଇଥିବା ଉପାଧି ଗୁଡିକର ମହାନ ବଳିଦାନର ପ୍ରଚାର କରିବା ପରେ ବର୍ତ୍ତମାନ ଧୂଷରବର୍ଣ୍ଣର ସାହେବମାନେ ଏବେ , କୁର୍ତ୍ତା-ପାଇଜାମା ପିନ୍ଧିକରି ସ୍ୱାଧୀନତା ସଂଗ୍ରାମୀ ହୋଇଗଲେ ।
– ତା’ପରେ –