ସବୁରି ଉର୍ଦ୍ଧ୍ୱରେ ତୁ ନୀଳମଣି
ଏଠି ସେଠି ସବୁଠି କେଉଁ ଉର୍ଦ୍ଧ୍ୱାୟନାରେ
ଢଳଭଢଳ ଏମିତି ଦୀପ୍ତିଟିଏ
ଆଲୁଅ ଓ ଅନ୍ଧାର ମଝିରେ ବାଡ଼ ହୋଇ
ଭକ୍ତିର ଦୁରୂହ ପଥରେ ନିରୀହ ସମର୍ପଣରେ
ନିଜର କରିନେଉ ମୋ ନିଃସ୍ଵପଣକୁ ଦୁଃଖକୁ
ହାତ ଟେକିଦେଲା ପରେ ମୁଁ ମୋ
ଅହଂ ସର୍ବସ୍ଵ ବିଚାରବୋଧକୁ ।
ଭାବକୁ ନିକଟ ଅଭାବକୁ ଦୂର ବୋଲି
ଫେରିଛି ମନ୍ଦିର ଦୁଆରୁ କେତେ ବାର
ନିରବ କୋଳାହଳରେ
ବ୍ୟତିବ୍ୟସ୍ତ ସମୟର କ୍ରୀଡନକ ସାଜି
ଏମିତି ମୁଁ ଗପଗ୍ରସ୍ତ ଯେ
କାମନାର ଅସମ୍ଭବ ଭିଡ ଠେଲି ନା’ ମୁଁ
ପହଞ୍ଚୁ ପାରିଛି ନା’ ମୋ ଅସରନ୍ତି
ଅଭାବର ସ୍ଵର ସ୍ପର୍ଶକରିଛି ତୋ କାନ ! !
ମୁଁ ମୋ ବଡିମାର ସ୍ଵାଭିମାନୀ ଗାଳି ବର୍ଷିଣରେ
ପୋତି ପକାଇଛି ସିନା ଭେଟ ମିଳିନି ତୋ ସଙ୍ଗେ
ଧରାଛୁଆଁ ଦେଇନୁ ତୁ
ଖିଡ଼ିକି ଦେଇଛୁ କିଳି ମୋ ଅନାହତ ନିର୍ବୋଧପଣରେ ।
ତୋ ସୃଷ୍ଟିର ଉଜ୍ଜ୍ଵଳତାରେ
ପୁଣ୍ୟର ପାହାଡ଼ ଗୋଟେ ପଟେ
ପାବଚ୍ଛ ଲମ୍ବିଛି ଗୋଟେ ପରେ ଗୋଟେ
ଅମୃତାୟନର ପ୍ରତି କ୍ଷଣକୁ ସ୍ଵାଗତ କରି
ନିଗିଡି ପଡୁଛି ପ୍ରୀତି ସ୍ମିଗ୍ଧ ଆଶିଷର ଧାରା
କୋମଳ ବର୍ଷା ବିନ୍ଦୁରେ ସୂର୍ଯ୍ୟାଂଶୁର ଉଷ୍ମତାରେ
ପ୍ରେମର ସୈକତ ପରେ ବିଶ୍ଵାସର
ଗଛବୃଚ୍ଛ ଚେର ଜାବୁଡି ଧରିଛି ମାଟି
ଜୀବନର ଭିଭି ସ୍ଵପ୍ନର ଅନ୍ତୁଡ଼ି ।
ଆରପଟେ ଅନ୍ଧ ଅନୁଭବର
ଲମ୍ବା ଧାଡ଼ିରେ ଛିଡ଼ା ହୋଇଛି ମୁଁ କେତେ ଯୁଗ
ଯଦି କେବେ ସିଂହଦ୍ଵାର ଟପି ପହଁଞ୍ଚୁ ଯାଇଛି
ତୋ ବାଇଶି ପାହାଚ ତଳେ
ମୋ ପାଦ ଆଗକୁ ବଢିବା ଆଗରୁ
ମୋ ଆଖୁ ତତେ ଛୁଉଁ ନ ଛୁଉଁଣୁ
ଛୁଉଁଛି ମତେ ମୋ ଛଳନାର ଛାଇ ବେଶି
ପିପାସାର ନଈ ପୁଣି ଆକାଶଠୁଁ ଉଚ୍ଚା
ଚହଟ ଚିକ୍କଣ ଆଶା ।
ବଡ଼ ବୋଲି ତୁ ଯେ ଖାଲି ଦେଇପାରୁ
ମୁଁ ନେଇପାରେ ମୋ ଅର୍ଦ୍ଦଳିର ସାରା
ପାହାଚ ଅତିକ୍ରମ କରି
ତୋ ହାତକୁ ଭିଡି ଝୁଣି ଅବଶ ହେବାଯାଏ
ଅନାୟସରେ ପାରିଲାପଣକୁ ଜାହିର କରୁଥିବି
ନିଜ ଭିତରେ ସର୍ବ ସମ୍ମୁଖରେ
ଥାକ କରି ନିଜକୁ ଥୋଉଥୁବି
ତୁଚ୍ଛା ଅନୁରାଗର ରଙ୍ଗ ବୋଳି
ଖାଲି ମାଗୁଥିବି ମାଗୁଥିବି କେମିତି ଯେ
ଦେଉଥୁବୁ ଭରୁ ନ ଥିବ ମୋ ଭିକ୍ଷାଥାଳ ।
ଭାବିବା ଉଚିତ୍ ନୁହେଁ କି ତନ୍ମୟ ଭାବରେ
ତୋର ବି କିଛି ଥାଇପାରେ ଇଚ୍ଛା ।
ତୋ ହାତ ବି ଥର ଥର ଲମ୍ବି ଆସିବାକୁ
ବ୍ୟଗ୍ର ହେଉଥ୍ରବ
ଅଣ୍ଡାଳି ପକାଉଥୁବ ଖୁଦ କଣିକାଏ ପାଇଁ
ସାତସିଆଁ ପରିଧେୟ ତଳୁ
ଲୋଟି ପଡୁଥୁବ ନିମିଷକେ
ସଂଶୟ, ଆଶଙ୍କା, ଭୟ, କୁଣ୍ଠା, ଉତ୍କଣ୍ଠା
ଯେତେ ସବୁ ନିଗ୍ଧହୀତ ଅଭିମାନ
ସଖ୍ୟ ଗ୍ରାହ୍ୟ ଭାବନାରେ ।
ଅପେକ୍ଷାର ଦୀର୍ଘପଥ ଛୁଉଁଥୁବା
ଯେତେ ଯେତେ ତୀର୍ଥ
ଏକୀଭୁତ ହେଉଥୁବ ତୋ ଶ୍ରୀପୟରେ
ଅଜାଡ଼ି ହୋଇ ପଡୁଥୁବି ତୋଳି ଧରୁଥିବୁ
ହଜି ଯାଉଥବି ଭିଡ଼ି ଧରୁଥୁବୁ
ଯାହାକିଛି ଅବଶେଷ ତୋ ହାତରେ
ସମର୍ପି ଦେବାର ଅକାର୍ପଣ୍ୟରେ
ଭରିଯିବୁ ତୁ ଭକ୍ତବନ୍ଧୁ ଭରିଯିବି ମୁଁ ଦୀନ
ଭରିଯିବ ପୂର୍ଣ୍ଣତାରେ ଶୂନ୍ୟଥାଳ ମୋର
ପରିପୂର୍ଣ୍ଣ ଚଉଦ ବ୍ରହ୍ଲାଣ୍ଡ ।
ଜାଣିକି ଜାଣେନି ବୁଝିକି ବୁଝେନି
ଦେଖକି ଦେଖେନି ଚକାଆଖୁ ଜଗତ ଦର୍ପଣ
ମୋହଭଙ୍ଗ ପରେ ତୋଠିଁ ମୁଁ
ଅତି ଆପଣାର ତୋ’ର
ମୋହରେ ଆଚ୍ଛନ୍ନ ବୋଲି ଯୁଗେ ଯୁଗେ ସଂସାରୀ ମୁଁ
ଗୋଛେ ଜଞ୍ଜାଳର ବୋଝ ଲଦି ଶିର ପରେ
ମଥା ଟେକି ଆଖି ଫେଡ଼ି ଚାହିଁବାକୁ ତର କାହିଁ
ତୁ ଜଳୁଥାଉ ସୂର୍ଯ୍ୟ ହୋଇ ତାରା ହୋଇ
କେତେ ଆକାଶରେ ମୋ ଚେତନାର
ପରିଧିରେ ପୁଣି ପରିଧି ବାହାରେ
ସବୁରି ଉର୍ଦ୍ଧ୍ୱରେ ଦୀପ୍ତିମୟ ସପ୍ରେମ ଚୈତନ୍ୟ ।
ଆଖି ଆଗେ ଯେତେ ଦିଶେ ସେତିକି ରୂପରେ
ଯେତିକି ନ ଦିଶେ ସେତେ ଅରୂପରେ
ଭିତରେ ବାହାରେ
ହୃଦୟରେ ମୁକୁଳା ହାୱାରେ
ଏଇ ବ୍ରହ୍ମାଣ୍ଡରେ ପୁଣି ବ୍ରହ୍ମାଣ୍ଡ ବାହାରେ
ରୂପ ଅରୂପରେ ତୁ ସକଳ ଘଟର ଈଶ୍ଵର
କୋଟି ହୃଦୟର ନିଧ୍ ଭାବଗ୍ରାହୀ
ସର୍ବ ରୂପ – ଜଗନ୍ନାଥ ।
ତୋ ଇଚ୍ଛାରେ ଏଠି ବହେ ନ୍ତ
ସେ ନଈର ମହା ପ୍ରବାହରେ ଏମିତି ବିନ୍ଦୁଟିଏ ମୁଁ
ଟିକକରେ ଯିଏ ପଥ ହୁଡ଼ିପାରେ
ଛକା ପଞ୍ଝା ଛାଇ ଆଲୁଅରେ ସହଜ ଭ୍ରମରେ
ଯିଏ ନିଜ ପାସୁଁ ନିଜେ ନିରୁଦ୍ଦିଷ୍ଟ ହୋଇପାରେ
ଅତି ପ୍ରିୟ ନିଜକୁ ବି ଶେଷ କରେ
ସ୍ଜଳିତ ଇଚ୍ଛାର ମହାପ୍ଲାବନରେ ।
ଗହ ଗହ ଅନ୍ଧାର ଶେଷହୀନ ଶୁନ୍ୟତାରେ
ହେ, ଈଶ୍ଵର !
ଜ୍ୟୋତିର୍ମୟ ଜ୍ୟୋତି ପରଂବ୍ରହ୍ମ
ଆଲୋକ ଭରିଛୁ ନାନା ମତେ ସବୁରି ଆଖରେ
ବିନ୍ଦୁ ବିନ୍ଦୁ ତାରା, ଗ୍ରହ, ନକ୍ଷତ୍ରରେ
ପୁଣି ଉଚ୍ଛୁଳା ଜହ୍ଵରାତିର ମୁହଁରେ ।
ଭୁଲୋକରୁ ସ୍ଵପ୍ନଲୋକ ଯାଏଁ ସୁଦୀର୍ଘ ପଥର ଯାତ୍ରୀ ମୁଁ
ଅବିଶ୍ରାନ୍ତ ଦୌଡ଼ରେ ଯେତିକି ଖୋଜିନି
ତା’ଠୁ ଅଧୁକ ଥକିଛି
ମାୟାବୀ ରାସ୍ତାରୁ ହଟି ଯଦି କେବେ
କେଉଁ ଅନନ୍ୟ ବେଳାରେ ଛାତି ପତେଇଛି
କୋଳେଇ ନେଉଛୁ ମତେ ଭରି ଦେଇଛୁ ମୋ ହାତ ।
ଶରଧାବାଲି ତୋ ବିସ୍ତାରିତ ଅସୀମ ଚୌହଦି
ହାତ ତୋ ଲମ୍ବଛି ଦୃଶ୍ୟ, ଅଦୃଶ୍ୟ ସବୁଠି
ସସ୍ନେହ ସ୍ପର୍ଶରେ ପୁଲକିତ ଗୋଟିପଣେ
ତୋ ସତ୍ତାରେ ଉବୁଟୁବୁ ଏ ଶରୀର ମନ ଆତ୍ମା
ଥରେ ଅନ୍ଧପୁଟୁଳି ଖୋଲିଗଲେ ମୁକୁଳି ଯାଏ ମୁଁ
ପ୍ରଭୁ ! କ୍ଷୁଦ୍ରତାର ପ୍ରାଚୀର ସବୁ ଭାଙ୍ଗି
ବଡ ବୋଲି ତୁ
ତୋ ଆଲୋକେ ଆଲୋକିତ ବିମୋହିତ ମୁଁ
ଆଲୋକିତ ଏ ସାରା ପୃଥିବୀ ।