ଅନୁବାଦ ସାହିତ୍ୟ

ସାହେବ ଯିଏ କେବେ ବି ଛାଡ଼ି ଗଲେନି

Pradipta Sundar Moharana's odia Translated Saheb Who Never Left by Prachyam

ଏହା ହେଉଛି ଭାରତର ପ୍ରକୃତ ଇତିହାସର କଥା ।

ସାହେବ ଯିଏ କେବେ ବି ଛାଡ଼ି ଗଲେନି

୧୯୭୦ ଦଶକ ସୋଭିଏତ୍ ସଂଘର ଜଣେ ଅଭିଜ୍ଞ ପ୍ରଚାରକ ୟୁରି ବେଜମେନଭ୍ ନିଜ ଦେଶ ସୋଭିଏତ ରୂଷ ପରିତ୍ୟାଗ କରି ଆମେରିକାରେ ଶରଣ ନେଇଥିଲେ । ସମଗ୍ର ବିଶ୍ୱରେ କମ୍ୟୁନିଷ୍ଟ ଚିନ୍ତାଧାରାର ବିସ୍ତାର କରିବାକୁ KGB (Komitet Gosudarstvennoy Bezopasnosti) ଦୁଇଟି ଭୟାବହ ପଦ୍ଧତିର ଉଦ୍ଭାବନ ଓ ପ୍ରୟୋଗ କରିଥିଲା ।

ବେଜମେନଭ ସେହି ସମସ୍ତ ରହସ୍ୟକୁ ବିଶ୍ୱ ସମ୍ମୁଖରେ ପ୍ରକାଶ କରିଥିଲେ। ଏହି ପ୍ରକ୍ରିୟାକୁ ଆଇଡିଓଲୋଜିକାଲ୍ ସବଭର୍ସନ (ନୈତିକ ଚିନ୍ତନର ଅବଦମନ) କୁହାଯାଉଥିଲା । ଯଦିଓ ୧୯୭୦ ଦଶକରେ ଆଇଡୋଲୋଜିକାଲ୍ ସବଭର୍ସନ ଶବ୍ଦଟି ବିଶ୍ୱ ସମ୍ମୁଖରେ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ସେହି କୌଶଳ ଗୁଡିକୁ ବିଶ୍ୱର ଅନେକ ସାମ୍ରାଜ୍ୟ ବହୁ ବର୍ଷ ଧରି ବ୍ୟବହାର କରି ଆସୁଥିଲେ । ବ୍ରିଟିଶ ସାମ୍ରାଜ୍ୟ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା । ଇସଲାମୀୟ ଲୁଣ୍ଠନକାରୀ ମାନଙ୍କ ଅପେକ୍ଷା ଅନେକ ଗୁଣରେ ଅଧିକ ଚାଲାକ୍ ବ୍ରିଟିଶମାନେ ୨୦୦ ବର୍ଷଧରି, ଭାରତୀୟମାନଙ୍କୁ ସେମାନଙ୍କ ଏଜେଣ୍ଟ୍ କରି ଭାରତୀୟମାନଙ୍କ ଉପରେ ହିଁ ଶାସନ କରିଥିଲେ ।

ଲୁଣ୍ଠନକାରୀମାନଙ୍କର ଉଦ୍ଦେଶ୍ୟ ବୁଝାପଡେ, କିନ୍ତୁ ଏହି ଭାରତୀୟମାନେ କିଏ ଥିଲେ ? ଯେଉଁମାନେ ବ୍ରିଟିଶମାନଙ୍କୁ ସମର୍ଥନ କଲେ? ସେମାନେ ଏପରି କାହିଁକି କରିଲେ ?

ସୁନାର ପକ୍ଷୀ କୁହାଯାଉଥିବା ଭାରତରେ ଏତେ ଜ୍ଞାନ, ଏତେ ଧନ ବୈଭବ ଥାଇ ମଧ୍ୟ ହଠାତ୍ ଆମେ କିପରି ଦୁର୍ବଳ ହୋଇଗଲୁ ? ଆମେ ଅନ୍ୟମାନଙ୍କ ଠାରୁ ହାରିନାହୁଁ ବରଂ ନିଜ ଆତ୍ମୀୟ ମାନଙ୍କ ଠାରୁ ହାରିଅଛୁ । ଯେଉଁ ଇତିହାସ ଆମ ସମସ୍ତଙ୍କୁ ଜଣାଯାଇଛି ଏ ସେ କାହାଣୀ ନୁହେଁ । ଏହା ହେଉଛି ଭାରତର ପ୍ରକୃତ ଇତିହାସର କଥା । ଏହା ଭାରତର ଆଇଡିଓଲୋଜିକାଲ୍ ସବଭର୍ସନ (ନୈତିକ ଚିନ୍ତନର ଅବଦମନ) ର କଥା ।

ସର୍ବଶେଷରେ ସ୍ୱାଧୀନତା କ’ଣ ଏହା ସତ ଥିଲା :

୨୦୦ ବର୍ଷର ସେହି ଅନ୍ଧକାର ରାତିର ପରିସମାପ୍ତି ହୋଇଥିଲା ଏବଂ ବ୍ରିଟିଶମାନେ ବଡ଼ ବଡ଼ ଜାହାଜରେ ଭର୍ତ୍ତିହୋଇ ଇଂଲଣ୍ଡକୁ ଫେରି ଯାଉଥିଲେ। ଆମର ଚେହେରା ଦେଖିବା ଯୋଗ୍ୟ ଥିଲା । ମାତ୍ର ଆଉ କିଛି ଘଡିର ଅପେକ୍ଷା ପରେ ସେହି ସକାଳ ହେବ ଯେଉଁଥିପାଇଁ ଲକ୍ଷ ଲକ୍ଷ ଲୋକ ବଳିଦାନ ଦେଇଥିଲେ ।

ତା’ପରେ ସମସ୍ତ ବିପ୍ଳବୀ ଏବଂ ଜାତୀୟତାବାଦୀଙ୍କୁ ଦିଲ୍ଲୀ ଡକାଯିବ । ସମସ୍ତେ ମିଳିତ ଭାବେ, ଭାରତର ଏକ ନୂତନ କାହାଣୀ ଲେଖିବେ, ଆମ ଦେଶ ବର୍ତ୍ତମାନ ସ୍ଵତନ୍ତ୍ର, ତ ଏବେ ଆଉ କି ଚିନ୍ତା !

କିନ୍ତୁ ସେ ଆମନ୍ତ୍ରଣ କେବେ ଆସିଲା ନାହିଁ । ବନ୍ଦ ଦ୍ୱାରଗୁଡିକ ପଛରେ କିଏ ଜାଣେ କେଉଁ କେଉଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଚାଲିଲା । ତା’ପରେ ହଠାତ୍ ଖବର ଖେଳିଗଲା ଯେ ଦଶ ସପ୍ତାହ ଭିତରେ ଦେଶ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିଭାଜିତ ହେବ । ଯେଉଁ ସିନ୍ଧୁ ସରସ୍ୱତୀର ଭୂମିରେ ଆମର ଜନ୍ମ ହୋଇଥିଲା, ତାହାକୁ ଆମଠାରୁ କେତେକ ଖ୍ରୀଷ୍ଟିଆନ ଛଡ଼ାଇ ନେଇଗଲେ । ହିନ୍ଦୁ ଓ ମୁସଲମାନମାନେ ପରସ୍ପରକୁ ହତ୍ୟା କରୁଥିଲେ ଏବଂ ମୃତଦେହଗୁଡିକୁ ଗଣିବାକୁ ମଧ୍ୟ କେହି ନଥିଲେ । କିନ୍ତୁ ଆମର ନେତାମାନେ କ’ଣ କରୁଥିଲେ? ସେମାନେ ସମସ୍ତେ କାହିଁକି ଗୋରା ସାହେବମାନଙ୍କୁ ଏହା କରିବାକୁ ଅନୁମତି ଦେଲେ ?

 

ଏସବୁଠାରୁ ବହୁତ ଦୂରରେ, ଭାଇସରାୟଙ୍କ ବାସଭବନରେ , ସେହି ସନ୍ଧ୍ୟାରେ ଶ୍ୟାମ୍ପେନ୍ (ମଦ ବୋତଲ) ଖୋଲିଲା । ମାଉଣ୍ଟବ୍ୟାଟେନ୍ ଭାରତ ନାମରେ ଟୋଷ୍ଟ କରିଥିଲେ । ନେହରୁ ହସି ହସି ମଦ ଗିଲାସ ଧରିଲେ ଆଉ କହିଲେ , “ଟୁ କିଙ୍ଗ ଜର୍ଜ , ଦି ସିକ୍ସଥ।”

ଆମେ ଭାବୁଥିଲୁ କି ୧୯୪୭ ମସିହାରେ ଗୋରା ସାହେବମାନେ ଚାଲିଯିବେ, କିନ୍ତୁ ଆମେ ଭୁଲ୍ ଥିଲୁ | ଏପରି କିଛି ସାହେବ ମଧ୍ୟ ଥିଲେ , ଯେଉଁମାନେ କେବେ ଯାଇ ହିଁ ନଥିଲେ ।

ଏହା ହେଉଛି ଆଜିଠାରୁ ଏକ ହଜାର ବର୍ଷ ପୂର୍ବର କଥା । ଭାରତ ଇସଲାମୀୟ ଲୁଣ୍ଠନକାରୀମାନଙ୍କ ସହ ସଂଘର୍ଷ କରୁଥିଲା । ସିନ୍ଧୁ ନଦୀର ଏ ପକ୍ଷରେ ମଧ୍ୟ ଇସଲାମୀୟ ଏକଛତ୍ରବାଦ ଶାସନ ଥିଲା । ବହୁ ବଳ ପ୍ରୟୋଗ, ଜୋର ଜବରଦସ୍ତି କରି ଲୋକମାନଙ୍କଠାରୁ ଟଙ୍କା ଲୁଟ୍ କରା ହେଉଥିଲା । କେବଳ ହାତଗଣତି ଡକାୟତ ଆସିଥିଲେ କିନ୍ତୁ କୋଟି କୋଟି ଅଶିକ୍ଷିତ ଲୋକଙ୍କୁ ପରିଚାଳନା କରିବ କିଏ ? ସମ୍ଭାଳିବ କିଏ ? କେତେ ମୁଣ୍ଡ ଅବା କାଟି ଦିଆଯାଇ ପାରିଥାନ୍ତା ? ଶେରଶାହଙ୍କ ପରି ଆଫଗାନ ଏହି ଦେଶର ଲୋକମାନଙ୍କୁ ନେଇ ସିକଦାର ମାନଙ୍କର ସୈନ୍ୟ ତିଆରି କରିଥିଲେ। ପ୍ରତ୍ୟେକ ସିକଦାରଙ୍କ ଅଧୀନରେ ଅନେକ ସୈନିକ ରହୁଥିଲେ । ଆକବରଙ୍କ ସମୟରେ ଏହିଭଳି ପ୍ରାୟ ୪୪ ଲକ୍ଷ ସୈନିକ ଥିଲେ । ସେମାନଙ୍କର କାର୍ଯ୍ୟ ଥିଲା ଗରୀବ ମାନଙ୍କ ଅନ୍ତରରେ ଶାସକଙ୍କ ଭୟକୁ ବଜାୟ ରଖିବା / ସବୁଦିନ ପାଇଁ ରଖିବା । ଏହି ସୈନିକମାନଙ୍କ ମଧ୍ୟରେ ଥିଲେ ଦାରୋଗା ସାହେବ, ଯାହାର ପାଦର ଶବ୍ଦରେ ହିଁ କ୍ଷୁଧାର୍ତ୍ତ, ଉଲଗ୍ନ ଜନସାଧାରଣ ଭୟଭୀତ ହୋଇ ଥରିଉଠୁଥିଲେ ।

ଆପଣ ସାହେବ ଶବ୍ଦକୁ ଦେଖନ୍ତୁ , କାହାକୁ ସାହେବ କୁହାଯାଉଥିଲା? ମହମ୍ମଦ ବିନ ଅବଦୁଲ୍ଲା (SAW) , ଯାହାଙ୍କୁ କି ଇସଲାମରେ ଭବିଷ୍ୟ‌ବକ୍ତା ଓ ଧର୍ମ ପ୍ରବକ୍ତା ବୋଲି କୁହାଯାଏ, ତାଙ୍କ ସହିତ ଥିବା ଲୋକମାନେ , ଯେଉଁମାନେ ତାଙ୍କୁ ସଶରୀରେ ଦେଖିଥିଲେ ସେମାନେ ବହୁତ ମହାନ୍ ଥିଲେ । ସେଥିପାଇଁ ଲୋକମାନେ ସେମାନଙ୍କୁ ସାହେବ ଅବା ସାହାବା ବୋଲି ଡାକୁଥିଲେ । ଏହି ଶବ୍ଦାବଳୀଗୁଡିକ ଯଦି ଆପଣ ଦେଖିବେ ଏହାର ପ୍ରଚଳନ ଏବେ ମଧ୍ୟ ପାଇବେ । ଯେପରି; ଦରୋଗା ସାହେବଙ୍କ ପାଖକୁ ଦରଖାସ୍ତ ନେଇ ଚାଲିଯାଅ ।

ବର୍ତ୍ତମାନ, ଜନସାଧାରଣଙ୍କ ଆଗରେ ତିନୋଟି ବିକଳ୍ପ ଥିଲା । ସେମାନେ ସେମାନଙ୍କର ଧର୍ମ ପରିବର୍ତ୍ତନ କରି ଆପୋଷ ବୁଝାମଣା କରନ୍ତୁ, ଜିମ୍ମୀ ହୁଅନ୍ତୁ କିମ୍ବା ନିଜ ମୁଣ୍ଡ କଟାନ୍ତୁ । ଅଧିକାଂଶ ଲୋକ ଜିମ୍ମୀ ଭାବରେ ବସବାସ କରୁଥିଲେ । ଯେ କେହି ଭୁଲ୍ କଲେ ମଧ୍ୟ ଦଣ୍ଡ ସାମୁହିକ ଭାବରେ ଦିଆଯାଉଥିଲା ।

ସାହେବ ଶବ୍ଦ ଶୁଣି, ଜଣେ ଆଜି ମଧ୍ୟ ଜିମ୍ମୀ ପରି ବଞ୍ଚିବା ର ଅନୁଭୂତି ପାଇଥାଏ ଓ ଅନ୍ତରରେ ଦୋହରାଏ ଯେ ଆମେ ଆଜି ବି ଜିମ୍ମୀ । ସାହେବଙ୍କ ଆଗରେ ନତଜାନୁ ହୋଇ ତାଙ୍କୁ ସଲାମ କରିବାକୁ ପଡିବ ।

ଜିମ୍ମୀ ପରି ରହି ଅପମାନିତ ହେଲେ ମଧ୍ୟ ଆମକୁ ବଞ୍ଚିବାକୁ ତ ମିଳିବ । ଟିକିଏ ଚାପ ସହି ଗଲେ, ଜିଜୟା (ଟିକସ) ଦେଇଦେଲେ ଆମ ଜୀବନ ତ ବଞ୍ଚିଯିବ । ଶହ ଶହ ବର୍ଷ ଧରି , ଏମିତି ଜୀବନ ଅତିବାହିତ କରୁ କରୁ , ସାହେବ ମାନଙ୍କ ଡର ଆମ ଭିତରେ ଘର କରି ରହିଗଲା । ଆମର ସଭ୍ୟତାର ଆତ୍ମବିଶ୍ୱାସ ଭାଙ୍ଗିବାରେ ଲାଗିଲା । ଯେତେବେଳେ ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢିଚାଲିଗଲା, ରାମରାଜ୍ୟ ଭଳି ଦୃଷ୍ଟାନ୍ତ ଜନମାନସରେ କେବଳ ଏକ ସ୍ମୃତି ମାତ୍ର ହୋଇ ରହିଯାଇଥିଲା । ଦେଖିବାକୁ କେବଳ ଏତିକି ବାକି ରହିଲା ଯେ କେତେବେଳେ କେଉଁ ଲୁଣ୍ଠନକାରୀ ଯାଉଛି ଏବଂ କିଏ ଆସୁଛି |

୧୭୫୭ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସହଜରେ ବଙ୍ଗଳାକୁ ଜିତିଯାଇ ଥିଲେ । କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଥିବା ରାଜ୍ୟଗୁଡିକର ସଂଖ୍ୟା ଅସଂଖ୍ୟ ଥିଲା । ସେମାନଙ୍କ ପାଇଁ ପ୍ରକୃତ ଆହ୍ୱାନ ଥିଲା , ନିଜ ସଂଖ୍ୟା ଠାରୁ ଶତ ଗୁଣରେ ଅଧିକ ଥିବା ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା । କିନ୍ତୁ ଏହି ଲୋକମାନେ ଭିନ୍ନ ଥିଲେ , ସେମାନେ ଭୟଭୀତ ଥିଲେ ଏବଂ ଇସଲାମୀୟ ରାଜତ୍ୱ ସମୟର କର୍ମଚାରୀମାନେ ଚାକିରିଟିଏ ଖୋଜୁଥିଲେ।

The highest art of warfare is not to fight at all. But to subvert anything of value in the country of your enemy.

ଅନୁବାଦ – ଯୁଦ୍ଧର ସର୍ବୋଚ୍ଚ କଳା ହେଉଛି ଆଦୌ ଯୁଦ୍ଧ ନ କରିବା, ବରଂ ଆପଣାର ଶତ୍ରୁ ଦେଶର ଯେ କୌଣସି ମୁଲ୍ୟବାନ ଜିନିଷକୁ ବଦଳାଇବା, ଦମନ କରିବା ।

ଭାରତର ସାମାଜିକ ବ୍ୟବସ୍ଥା, ଶିକ୍ଷା, ଧର୍ମ ଏବଂ ଆଦର୍ଶ ଏହି ସଭ୍ୟତାର ବିଶେଷତ୍ୱ ଥିଲେ ମଧ୍ୟ ପ୍ରତ୍ୟେକ ସମାଜ ପରି ଶହ ଶହ ବର୍ଷର ଦାରିଦ୍ର୍ୟ ଓ ଅନାହାର ପରେ ଅନେକ କିଛି ସମସ୍ୟା ଏଠାରେ ଉପୁଜିଥିଲା । ଏହି ଫାଟଗୁଡ଼ିକୁ ଅନୁଭବ କରି ବ୍ରିଟିଶମାନଙ୍କ ଆଖି ଖୁସିରେ ଝଲସି ଉଠିଲା।

The Soviet use the phrase ideological subversion. What do you mean by that?

Ideological subversion is the process to change the perception of the reality, to such an extent that despite of the abundance of information, no one is able to come to sensible conclusion. It’s a great brainwashing process which goes very slow and is divided in four basic stages.

 

1. The first one being demoralization.

 

In case of religion, destroy it.

Ridicule it.

Replace with various sects, cults.

And take it away from the supreme purpose of religion. To keep people in touch with the supreme being.

 

ଅନୁବାଦ – ସୋଭିଏତ ମାନେ ନୈତିକ ଚିନ୍ତନର ଅବଦମନ ଶବ୍ଦାବଳୀର ବ୍ୟବହାର କରନ୍ତି । ଏହା କହିଲେ ଆପଣ କଅଣ ବୁଝନ୍ତି ?

ନୈତିକ ଚିନ୍ତନ ର ଅବଦମନ ବାସ୍ତବିକତାର ଅବଧାରଣାକୁ ପରିବର୍ତ୍ତନ କରିବା ପାଇଁ ଉଦ୍ଦିଷ୍ଟ ଏକ ପ୍ରକ୍ରିୟା, ଯେଉଁଥିରେ ତଥ୍ୟର ପ୍ରଚୁରତାଥିବା ସତ୍ତ୍ୱେ ମଧ୍ୟ କେହି ଏକ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିପାରିବେ ନାହିଁ । ଏହା ଯୋଜନାବଦ୍ଧ ଭାବେ ବୁଦ୍ଧି ଭ୍ରଷ୍ଟ କରିବାର ଏକ ବିଶାଳ ପ୍ରକ୍ରିୟା ଯାହା ବହୁତ ମନ୍ଥର ଗତିରେ ଚାଲିଥାଏ ଏବଂ ଏହା ଚାରୋଟି ମୌଳିକପର୍ଯ୍ୟାୟରେ ବିଭକ୍ତ । ତନ୍ମଧ୍ୟରୁ ପ୍ରଥମଟି ହେଉଛି ମନୋବଳ ହ୍ରାସ କରିବା । )

ଧର୍ମ କ୍ଷେତ୍ରରେ ଏହା ହେଉଛି ଧର୍ମକୁ ନଷ୍ଟ କରିଦେବା, ତାହାକୁ ପରିହାସ କରିବା , ପରେ ଏହାକୁ ବିଭିନ୍ନ ସମ୍ପ୍ରଦାୟ ଓ ଗୋଷ୍ଠୀ ରେ ବଦଳାଇ ଧର୍ମର ସର୍ବୋଚ୍ଚ ଉଦ୍ଦେଶ୍ୟ (ଯାହା ହେଉଛି ସର୍ବୋଚ୍ଚ ସୃଷ୍ଟିକର୍ତ୍ତାଙ୍କ ସହ ସମ୍ପର୍କ ସ୍ଥାପନା କରିବା) ଠାରୁ ଲୋକଙ୍କୁ ଦୂରକୁ ନେଇଯିବା ।

 

ହିନ୍ଦୁ ଧର୍ମ ଭାରତୀୟ ସମାଜର ଗଭୀରତମ ଭିତ୍ତିଭୂମି ଥିଲା । ନୈତିକ ଚିନ୍ତନ ର ଅବଦମନ ପ୍ରକଳ୍ପ/ଯୋଜନାରେ , ବ୍ରିଟିଶ ଅଧିକାରୀ ଦେଶର ବିଭିନ୍ନ କୋଣରୁ ଅପରାଧ ତଥା ସ୍ଥାନୀୟ କୁନୀତିଗୁଡିକ ଖୋଜି ଖୋଜି ସମଗ୍ର ଭାରତରେ ପ୍ରଚଳିତ ହିନ୍ଦୁ କୁପ୍ରଥା ରୂପରେ ସେଗୁଡିକର ସଂକଳନ କରିବା ଆରମ୍ଭ କରିଥିଲେ ।

ଆମେ ପାଇଥିବା ସର୍ବ ପୁରାତନ ଐତିହାସିକ ଦଲିଲ ହେଉଛି ମେଗାସ୍ଥେନେଙ୍କ ଦ୍ୱାରା ଲିଖିତ ଇଣ୍ଡିକା । ଯାହା୨୩୦୦ ବର୍ଷ ପୂର୍ବେ ଲେଖାଯାଇଥିଲା । ଏଥିରେ ସେ କହିଛନ୍ତି ଯେ ଏଠାରେ ସମାଜର ଏକ ବର୍ଗୀକରଣ ଥିଲା ଏବଂ ଏଠାରେ ଯେଉଁମାନେ ସର୍ବାଧିକ ସମ୍ମାନିତ ଥିଲେ ସେମାନେ ବ୍ରାହ୍ମଣ ଥିଲେ ଏବଂ ସେମାନଙ୍କୁ ସେ Sophist (ସୋଫିଷ୍ଟ / ହେତୁବାଦୀ) ବୋଲି ଉଲ୍ଲେଖ କରିଛନ୍ତି । ଲେଖୁ ଲେଖୁ କିନ୍ତୁ ସେ ଗୋଟିଏ କଥା ସ୍ପଷ୍ଟ କରି କହନ୍ତି ଯେ ଏହି ସମାଜରେ ଯେ କେହିବି ଇଚ୍ଛା କଲେ ବ୍ରାହ୍ମଣ ହୋଇପାରିବ ମାତ୍ର ଏକ ବ୍ରାହ୍ମଣର ଜୀବନ ସବୁଠୁ ଅଧିକ କଷ୍ଟଦାୟକ ।

ଇସଲାମିକ ଲୁଣ୍ଠନକାରୀ ମାନଙ୍କର ଶତ୍ରୁ, ଅନେକ ହିନ୍ଦୁ , ବର୍ତ୍ତମାନ ଖ୍ରୀଷ୍ଟିଆନ ମାନଙ୍କ ଦ୍ଵାରା ବଧ କରାଗଲେ । ଶହ ଶହ ପୁସ୍ତକ ଲେଖାଗଲା , ଯାହାକୁ ଆଜିର ଇଣ୍ଡୋଲୋଜି ଏକ୍ସପର୍ଟସ (ଭାରତବିଦ୍ୟା ବିଶେଷଜ୍ଞ)ମାନେ Atrocity Literature (ଅତ୍ୟାଚାରମୟ ସାହିତ୍ୟ) ବୋଲି କହୁଛନ୍ତି । ସତୀ, ଦେବଦାସୀ, ଠକ ଏବଂ Brahmanical Patriarchy (ବ୍ରାହ୍ମଣୀୟ ପିତୃକୈନ୍ଦ୍ରିକତା) ଭଳି ପ୍ରସଙ୍ଗ , ଏହି ପ୍ରକଳ୍ପର ଉତ୍ପାଦ ଥିଲା ।

ଇସଲାମୀୟ, ଖ୍ରୀଷ୍ଟିଆନ ଧର୍ମରେ ଏବଂ ଆବ୍ରାହମୀୟ ଯୁଗରେ ମହିଳାମାନଙ୍କର ଅବସ୍ଥା କ’ଣ ଥିଲା, ତାହା ମୋର କହିବାର କୌଣସି ଆବଶ୍ୟକତା ନାହିଁ । ମାତ୍ର ଆମେ ତ ଏକ ମହିଳା ପ୍ରାଧାନ୍ୟ ସମାଜର ଅଂଶ ଥିଲୁ । ବ୍ରାହ୍ମଣୀୟ ପିତୃକୈନ୍ଦ୍ରିକତା ଏକ ଘୃଣ୍ୟ ଶବ୍ଦ ଅଟେ । ବ୍ରାହ୍ମଣମାନଙ୍କ ଯୋଗଦାନ ହେଉଛି ଏହି ଦେଶର ଅସ୍ମିତା , ପରିଚୟ ଓ ପ୍ରଜ୍ଞା । ଏହି ଦେଶର ଜ୍ଞାନ । ହିନ୍ଦୁ ସମାଜ ବିନା ଏହି ଦେଶରେ ଥିବା ବୈଦିକ ସଂସ୍କୃତିର ସ୍ପନ୍ଦନ କଣ କେବେ ପୂରଣ ହୋଇପାରିବ ? ବ୍ରାହ୍ମଣ ମାନେ ଏହି ସମାଜର ମସ୍ତିଷ୍କ ସଦୃଶ ଥିଲେ । ଏହି ମସ୍ତିଷ୍କକୁ ହିଁ ମଳିନ କରିଦେଲେ ବାମପନ୍ଥୀ ଓ ମ୍ଳେଚ୍ଛ ମାନେ । ଆଉ ଆପଣ ବ୍ରାହ୍ମଣଙ୍କ ପାଇଁ ସେହି ଘୃଣ୍ୟ ଶବ୍ଦ ବ୍ୟବହାର କରୁଛନ୍ତି । ଟିକିଏ ଚିନ୍ତା କରି ଦେଖନ୍ତୁ ତ ଭାଇ, ଉପନିଷଦ ର ଜ୍ଞାନ , ଗୀତା ର ଜ୍ଞାନ, ପୁରାଣ ଆମର, ମହାଭାରତ, ରାମାୟଣ, ଏହି ଜ୍ଞାନ ସବୁ କିପରି ରକ୍ଷା ପାଇଲା? ବ୍ରାହ୍ମଣମାନେ ଶ୍ରୁତି ମାଧ୍ୟମରେ ଏହାକୁ ରକ୍ଷା କଲେ । ଔରଙ୍ଗଜେବଙ୍କ ବିଷୟରେ କୁହାଯାଏ ଯେ ସେ ପ୍ରତିଦିନ ଲୋକଙ୍କର ଏକ ଏକ ମାଣ ପଇତା ଓହ୍ଲାଉଥିଲେ। କେଉଁମାନଙ୍କର ଓହ୍ଲାଉଥିଲେ ? ବ୍ରାହ୍ମଣମାନଙ୍କର ଓହ୍ଲାଉଥିଲେ । ଯଦି ଏହି ଦେଶରେ ବ୍ରାହ୍ମଣମାନେ ଧର୍ମ ପରିବର୍ତ୍ତନ କରିନେଇଥାନ୍ତେ, ତେବେ ହିନ୍ଦୁ ଧର୍ମ ବଞ୍ଚିଥାନ୍ତା କି ? ରାଜପୁତମାନେ ଯୁଦ୍ଧ କରିପାରିଥା’ନ୍ତେ କି ? ରାଜପୁତ କାହା ପାଇଁ ଯୁଦ୍ଧ କରିଥା’ନ୍ତେ ?

 

ଲାଟିନ୍ ଏବଂ ଇଂରାଜୀ କହୁଥିବା ମୂଳ ଭାଷାଭାଷୀ ଲୋକମାନେ, ମୂଳ ହିନ୍ଦୁ ଗ୍ରନ୍ଥଗୁଡିକୁ ଯେତେ ଇଚ୍ଛା ସେତେ ଅପଭ୍ରଷ୍ଟ କରି ଭୁଲ-ଭାଲ ଭାବରେ ଅନୁବାଦ କରିଥିଲେ । କମ୍ପାନୀର ଏହି ସାହେବମାନେ ଭାରତୀୟ ସଭ୍ୟତାକୁ ଏକ ଖେଳନା ପରି ବୁଲାଇ ବୁଲାଇ ତନ୍ନ ତନ୍ନ କରି ଦେଖିବାର ଅପଚେଷ୍ଟା କରିଥିଲେ, ବୁଝିବାର ନାଟକ କରିଥିଲେ ଏବଂ ମୁଦ୍ରଣ ପ୍ରକ୍ରିୟାର ପ୍ରୟୋଗ କରି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଅନେକ ଭୁଲ ଧାରଣା, ଭ୍ରାନ୍ତିର ପ୍ରଚାର ଓ ପ୍ରସାର ଦ୍ରୁତ ଗତିରେ କରିଥିଲେ ।

– ତା ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top