କବିତା

ବୋଉ

Usharanani Nayak's odia poem Bou

ବୋଉ ,
ଶୂନ୍ୟ ଜୀବନରେ ,
ମମତାର ପୂର୍ଣ୍ଣତା ତୁ ।

ବୋଉ ,
ବିଶ୍ୱର ଶ୍ରେଷ୍ଠ ଶିଳ୍ପୀ ର ,
ହାତ ଗଢ଼ା ନିଖୁଣ ପ୍ରତିମା ଟେ ତୁ।

ଅନାବିଳ  ସେନେହ ର ,
ପବିତ୍ର ନିର୍ଝରିଣୀ ଜାହ୍ନବୀ ତୁ ।

ବୋଉ ,
ଜୀବନ ର ପ୍ରଥମ ସ୍ପର୍ଶ ,
ସୃଷ୍ଟି ର ଆରମ୍ଭ ତୁ।

ଜୀବନର ପ୍ରଥମ ଶବ୍ଦ,
ମୁଁହ ର ଓଁକାର ତୁ।

ବୋଉ ,
ଶୂନ୍ୟ ଜୀବନରେ ,
ମମତାର ପୂର୍ଣ୍ଣତା ତୁ ।

ଆନ୍ତରିକ୍ଷ ଜ୍ୟୋସ୍ନା ର ,
ପୂର୍ଣ୍ଣ ଚନ୍ଦ୍ରମା ଟେ ତୁ।

ବୋଉ ,
ଶୁଭ ପ୍ରତ୍ୟୁଷ ର ,
ପାହାନ୍ତି କିରଣ ଟେ ତୁ ।

ତମା ଅନ୍ଧାରରେ  ଆଲୁଅର ,
ଚିଂହା ଗୋଟେ ମୁଁହ ଟେ ତୁ ।

ବୋଉ  ,
ପଲକ ରେ ଖୁସି ର ,
ପ୍ରଥମ କିରଣ ତୁ ।

ଓଠରେ ହସ ର ,
ପ୍ରଥମ କାରଣ ଟେ ତୁ।

ବୋଉ ,
ଅକୁହା ବେଦନାକୁ ରୋକି ,
ହସାଇ ପାରୁଥିବା ନାୟିକା ତୁ।

ସୁଖ ର ସୌନ୍ଦର୍ଯ୍ୟ  କୁ ପାଦରେ  ଚାପି ,
ତ୍ୟାଗ ର ପ୍ରତିମୂର୍ତ୍ତି ତୁ।

ବୋଉ ,
ଶାନ୍ତି ର ନିଦରେ ,
ଝୁଲଣା ର ଶେଯଟେ ତୁ ।

ଝଡକୁ ଝାଙ୍କି, ଜାବୁଡି ଧରିଥିବା ,
ବରଗଛ ଛାଇଟେ ତୁ ।

ବୋଉ ,
ମୋ ମନ୍ଦିରର ଦେବି ଆଉ ,
ମୋ ଆତ୍ମା ର ଚିରନ୍ତନ ସତ୍ତା ତୁ ।

ମୋ ମନ ର ସାହସ, ଧର୍ଯ୍ୟ, ଶାନ୍ତି,
ଓ ପ୍ରୀତି ର ପାରାବାର ତୁ।

ବୋଉ ,
ଆବେଗର ସଜ ଗୋଟେ ,
ସତେଜ ଫୁଲ ଟେ ତୁ।

ଅପୂର୍ବ କୁହୁକ ରେ ,
ଗୁଞ୍ଜନ ର ମଧୁଶାଳା ଟେ ତୁ।

ବୋଉ ,
ସରଗର ସୀମାହୀନ,
ସୁନାର ପସରା ଟେ ତୁ ।

ମମତା ରେ ଗୁନ୍ଥା ,
ଗୋଟେ ଚାନ୍ଦିର ତୋରଣ ଟେ ତୁ।

ବୋଉ  ,
ତୁ ହିଁ ସୃଷ୍ଟି , ତୁ ହିଁ ସ୍ରଷ୍ଠା ,
ପୁଣି ବିନାଶ ର ବହ୍ନି  ତୁ।

ତୁ ହିଁ ଧରିତ୍ରୀ , ତୁ ହିଁ ଆନ୍ତରିକ୍ଷ ,
ପୁଣି ସାକ୍ଷାତ ଅପର୍ଣ୍ଣା ତୁ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top